Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିର ପ୍ରକୃତ ବସ୍ କିଏ ? ଆଜି ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଲେ ଏପରି କଥା
ବିଶେଷ ଖବର

ବିଜେଡିର ପ୍ରକୃତ ବସ୍ କିଏ ? ଆଜି ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଲେ ଏପରି କଥା

December 26, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ପ୍ରକୃତ ବସ୍ କିଏ ? ଆଜି ଦଳ ପ୍ରତିଷ୍ଠା ଦିବସରେ ନବୀନ କହିଲେ ଏପରି କଥା

ଭୁବନେଶ୍ବର: ଆଜି ବିଜେଡି ତାହାର 25 ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ଦଳର ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କର ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି ।

ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ଆଶିର୍ବାଦରେ ଦିନକୁ ଦିନ ବଢ଼ି ଚାଲିଛି । ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରୀୟତା ପ୍ରତି ବର୍ଷ ବଢ଼ିଚାଲିଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି। ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ।୨୦୦୦ ମସିହାର ଓଡ଼ିଶା ଏବଂ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି।

ଏହି ପରିପ୍ରେକ୍ଷୀରେ ନବୀନ ଗରିବି କମ୍‍ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି ବୋଲି କହିଥିଲେ। ଓଡ଼ିଶାରେ ଗରିବି ୬୩%ରୁ ୨୯%କୁ କମିଛି । ଅଶି ଲକ୍ଷ ଲୋକ ଗରିବି ରେଖା ଉପରକୁ ଆସିଛନ୍ତି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବିକୁ ୧୦%କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥି ପାଇଁ ଯାହା ଦରକାର ଆମ ସରକାର ସେ ସବୁ ପଦକ୍ଷେପ ନେବ ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଜାତିସଂଘ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି । ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ତିନି ନମ୍ବରରେ ଅଛି । ଏହାର ସବୁ ଶ୍ରେୟ ଆମର ଚାଷୀଙ୍କର It also reflects our commitment to expand irrigation facilities in the State.

ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମା ମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳରେ ୫୦% ସ୍ଥାନ ସଂରକ୍ଷଣରେ ମଧ୍ୟ ଓଡ଼ିଶା ଆଗରେ ଅଛି । ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ହିଁ ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମା ମାନଙ୍କ ହକ୍‍ ପାଇଁ ଆମର ଆନ୍ଦୋଳନ ଜାରି
ରହିବ ।

ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମା ମାନଙ୍କୁ ସଶକ୍ତ କରିଛି । ୭୦ ଲକ୍ଷ ମା ମାନଙ୍କ ଏହି ବିରାଟ ଆନ୍ଦୋଳନ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ତଫସିଲ୍‍ଭୁକ୍ତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଭାଇ ଭଉଣୀଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି । କରୋନା ସମୟରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ଏହା ସାରା ଦେଶରେ ସବୁଠାରୁ ଅଧିକ । ଆମର ଯୁବ ପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି ।

କରୋନା ସମୟରେ ମାଗଣା ଚିକିତ୍ସା ଦେଇଛି ଓଡ଼ିଶା ସରକାର । ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛି ଓଡ଼ିଶା ସରକାର । ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା ସରକାର । ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‍ଥ କାର୍ଡ଼ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଏକ ବିପ୍ଳବ ଆଣିଛି ।

୫T  ସ୍କୁଲ୍‍ ଟ୍ରାନ୍ସଫରମେଶନ ଆଜି ଆମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ସୃଷ୍ଟି କରିଛି । ସେ ଶିକ୍ଷା ହେଉ ବା କ୍ରୀଡ଼ା ବା ସ୍ୱାସ୍ଥ୍ୟ ବା କୃଷି — ସବୁ କ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ୁଛି । ବିଜୁ ଜନତା ଦଳର ବସ୍‍ (BOSS) ହେଉଛନ୍ତି ଓଡ଼ିଶାବାସୀ । ଆମର ଦିଲ୍ଲୀରେ କେହି ବସ (BOSS) ନାହିଁ । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶବାସୀଙ୍କ ଇଛାରେ । ଓଡ଼ିଶାର ହକ୍‍ ପାଇଁ । ଆମ କାମ ପାଇଁ, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ହିଁ ଉତ୍ତର ଦାୟୀ ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜୀକ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ ।

ନବୀନ ପଟ୍ଟନାୟକ ବିଜେଡ଼ି ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026
Latest News

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପାର ସ୍ଥିତି

October 16, 2026

ଦୀପାବଳି ପୂର୍ବରୁ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍!: ସରକାର ଡାକିବେ ସଂସଦୀୟ ଅଧିବେଶନ?

October 16, 2026

ବାଂଲାଦେଶ ଭଳି ସରକାର ବଦଳାଇବାକୁ ଚାଲିଛି ଷଡ଼ଯନ୍ତ୍ର : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 16, 2026

ୟେମେନର ରାଷ୍ଟ୍ରପତି ଭବନରେ ହୁତି ଆକ୍ରମଣ: ୫ ମୃତ ଓ ୧୬ ଆହତ

October 16, 2026

୭.୦ ତୀବ୍ରତାର ଭୂକମ୍ପରେ ଥରିଲା ରୁଷର କାମଚାଟ୍‌କା ଉପଦ୍ୱୀପ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.