UrbanElection: ପ୍ରକାଶ ପାଇଲା ପୌର ନିର୍ବାଚନ ବିଜ୍ଞପ୍ତି, ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ

Published: Feb 28, 2022, 1:06 pm IST

ଭୁବନେଶ୍ବର: ଆଜି ବିଧିବଧ ଭାବେ ପ୍ରକାଶ ପାଇଛି ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି। ଏହି ବିଜ୍ଞପ୍ତି ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ରାଜ୍ୟ ସମସ୍ତ ଜିଲ୍ଲାପାଳ ଅପିସ ଏବଂ ତହସିଲ ଅପିସରେ ଏହି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଏହି ବିଜ୍ଞପ୍ତି ଅନୁସାରେ ଯେଉଁ ଯେଉଁ ତାରିଖରେ ନିର୍ବାଚନ ପକ୍ରିୟାର ବିଭିନ୍ନ କାର୍ଯ୍ୟ ହେବ ତାହା ହେଲା..

ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨

ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨

୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨

ଫଳାଫଳ : ୨୬ ମାର୍ଚ୍ଚ ୨୦୨୨

ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨

ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨

ଏଥର ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ୪୪ ଲକ୍ଷ ଭୋଟର ମତଦାନ କରିବେ।

ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି। ଏହି ନିର୍ବାଚନରେ ପୁରୀ ମ୍ୟୁନିସିପାଲିଟିରେ ଏଥର ଭୋଟ ଗ୍ରହଣ ହେବ ନାହିଁ।

Related posts