Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, ଆଣିଲା କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ
ଜାତୀୟ ଖବର

ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, ଆଣିଲା କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, କେନ୍ଦ୍ରର ବୈମାତୃକ ମନୋଭାବ ବୋଲି ଅଭିଯୋଗ

ଭୁବନେଶ୍ୱର : ଆଜି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମନ୍ତ୍ରୀ ରିତା ସାହୁଙ୍କ ଚିଠିର ଜବାବ ଦେଇ ରାଜ୍ୟ ସରକାର ପଦମପୁର ବରଗଡ ରେଳପଥ ନ ହେବାରେ ଦାୟୀ। ଏହି ଖବର ଆସିବା ପରେ ରେଳମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍‍ ୨୦୧୮ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍‍ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ ସର୍ଭେ କରିବାକୁ କହିଛି। ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ ଓଆରଆଇଡିଏଲ୍‍ ଏକ କମ୍ପାନୀ ଏବଂ ଏହା ବ୍ୟାଙ୍କଗୁଡିକରୁ ଟଙ୍କା ସଂଗ୍ରହ କରି ପ୍ରକଳ୍ପଗୁଡିକ କରିପାରିବ।

ଏହି ପ୍ରକଳ୍ପ ଲାଭଦାୟକ ନୁହେଁ ଏହା କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ୨୦୧୯ ରେଳବାଇ ଯେଉଁ ଚିଠି ଲେଖିଥିଲା ତାହାକୁ ଦେଖିବା ପରେ କେଉଁ ବ୍ୟାଙ୍କ ଟଙ୍କା ଦେବ? ବ୍ୟାଙ୍କଗୁଡିକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପାଣ୍ଠି ଯୋଗାନ୍ତି ଯେତେବେଳେ ବିନିଯୋଗରୁ ଲାଭ ମିଳିବାର ଥାଏ। ଯେହେତୁ ରେଳ ମନ୍ତ୍ରଣାଳୟର ଚିଠିରେ ଦର୍ଶାଯାଇଛି ଯେ ପଦମପୁର ରେଳଲାଇନ ଅସମ୍ଭବ, ତେଣୁ କୌଣସି ବ୍ୟାଙ୍କ ଓଆରଆଇଡିଏଲ୍‍ ପରି କମ୍ପାନୀକୁ ଏହି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବେ ନାହିଁ। ରେଳବାଇ କାହିଁକି ପଦମପୁରର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଉ ନାହିଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନାହିଁ। ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ ବୋଲି ଡକ୍ଟର ପାତ୍ର କହିବା ସହିତ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ରେଳଲାଇନ୍‍କୁ ମଞ୍ଜୁରୀ ମିଳିଥିବା ଭଳି ସୂଚନା ଦେଇ ରେଳବାଇ ଯେଭଳି ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

ରେଳବାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ନେଇଥିବା ୧ ଲକ୍ଷ କୋଟିର ୨୦% ମଧ୍ୟ ଦେଇନାହାନ୍ତି । ସମୟ ଆସିଛି, ଓଡିଶା ରେଳବାଇରୁ ତାହାର ଉପଯୁକ୍ତ ଅଂଶ ପାଇବା ଉଚିତ ଯେଉଁଥିରେ ଓଡିଶାର ଢେର ଯୋଗଦାନ ରହିଛି।

ବିଜେଡିର ଆନ୍ଦୋଳନ ଏବଂ ଚାପ ପରେ କେନ୍ଦ୍ର ବରଗଡ ଏବଂ ପଦମପୁରର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ କରିଛି। ବିଜେପି କ’ଣ ଚାହୁଁଛକି ପଦମପୁରବାସୀଙ୍କ ସ୍ୱାର୍ଥ ପାଇଁ ପଦମପୁର ରେଳ ପ୍ରକଳ୍ପ ମଞ୍ଜୁର କରିବାକୁ ବିଜୁ ଜନତା ଦଳ ପୁନର୍ବାର ଆନ୍ଦୋଳନ ଆରମ୍ଭ କରୁ? ପଦମପୁର ଏବଂ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର କାହିଁକି ଏଭଳି ଅବହେଳା ମନୋଭାବ ପୋଷଣ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

Biju Janata Dal MP Dr. Sasmit Patra Sasmit Patra ଅଶ୍ବନୀ ବୈଷ୍ଣବ ଡ ସସ୍ମିତ ପାତ୍ର ରେଳପଥ ରେଳମନ୍ତ୍ରୀ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ସାଂସଦ ଅଶ୍ବନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.