Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପି, କାହିଁକି ପଦ୍ମପୁର ଉପନିର୍ବାଚନରେ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଏବଂ ତୋମାରଙ୍କୁ ଡାକିଛି ?
ଜାତୀୟ ଖବର

ବିଜେପି, କାହିଁକି ପଦ୍ମପୁର ଉପନିର୍ବାଚନରେ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଏବଂ ତୋମାରଙ୍କୁ ଡାକିଛି ?

November 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାହିଁକି ପଦ୍ମପୁର ଉପନିର୍ବାଚନରେ ବିଜେପି ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ଏବଂ ତୋମାରଙ୍କୁ ଆଣୁଛି ?

ଭୁବନେଶ୍ବର: ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଶ ଜମିଯିବ। କାରଣ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ସେମାନେ ହେଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଦିନ ୧୧ ଟାରେ ପାଇକମାଲରେ ଓ ଦିନ ୧୨ ଟା ସମୟରେ ପଦ୍ମପୁରର ଅଶୋକ ଫିଲ୍ଡରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେଥିପାଇଁ ଉଭୟଙ୍କ ନିମନ୍ତେ ପଦ୍ମପୁରରେ ବିଶେଷ ବ୍ୟବସ୍ଥା କରାଯାଇଛି। ସେହିପରି ଗତକାଲି ଦଳର ଦୁଇ ପ୍ରମୁଖ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ସେମାନେ ହେଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର।

ତେବେ ଏହି ଦୁଇ ଭିନ୍ନ କେନ୍ଦ୍ରମନ୍ତ୍ରୀ ଉପନିର୍ବାଚନ ପ୍ରଚାରରେ ଆସିବା କାରଣ ମଧ୍ୟ ଭିନ୍ନ ରହିଛି।  ପୂର୍ବରୁ ଓଡିଶାରେ ଯେତେ ଉପନିର୍ବାଚନ ହୋଇଛି ସେତେବେଳେ ବିଜେପି ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବାର ଧାରା ରହିଥିଲା। ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ। ନଚେତ ତା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।

ହେଲେ ଏଥର ପ୍ରଚାରରେ କିନ୍ତୁ ଭିନ୍ନ ଦୁଇ କେନ୍ଦ୍ରମନ୍ତ୍ରୀ ବିନା ଧର୍ମେନ୍ଦ୍ରରେ ପ୍ରଚାର କରିବେ। ତେବେ ଏହାର ଏକ ବଡ କାରଣ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ତାହା ଏହି ନିର୍ବାଚନ ସହିତ ଜଡିତ ନାହିଁ। ତେବେ ଉପ ନିର୍ବାଚନ ହିସାବରେ ଦେଖିବାକୁ ଗଲେ ଉଭୟ ମନ୍ତ୍ରୀଙ୍କର ବିଭାଗ ବର୍ତ୍ତମାନ ହଟ ଟପିକ୍ ଭାବେ ଅଛି।

ରେଳମନ୍ତ୍ରୀ ତାଙ୍କ ବିଭାଗର ପଦ୍ମପୁର ରେଳ ଲାଇନ ନେଇ ପ୍ରକୃତରେ କାମ କିଏ ଅଟକାଇଛି, କାହା ଯୋଗୁ ଅଟିକିଛି ତାହାର ସଫେଇ ଦେବେ। ସେହିପରି କୃଷିମନ୍ତ୍ରୀ ମଧ୍ୟ ସଫେଇ ଦେବେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କଣ ପାଇଁ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ବର୍ତ୍ତମାନ ବେଶ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ହୋଇଛି। ତେବେ ଉଭୟଙ୍କ ଭାଷଣ ଦେବା ପରେ ଜଣାପଡିବ କଣ ରହିଛି ରାଜନୀତି।

Padampur Byelection ଅଶ୍ବନୀ ବୈଷ୍ଣବ ନରେନ୍ଦ୍ର ସିଂ ତୋମାର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026
Latest News

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.