Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଭୁତପୂର୍ବ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ଅଭିବୃଦ୍ଧି
ବିଶେଷ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଭୁତପୂର୍ବ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ଅଭିବୃଦ୍ଧି

January 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BSKY
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଭୁତପୂର୍ବ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ବର: ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ ତଥା ଓଡ଼ିଶା ହେଲଥ୍ ଆସୁରାନସ୍ ସୋସାଇଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଏବଂ ତତ୍ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଶ୍ରୀ ମହାପାତ୍ର ଜଣାଇଥିଲେ ଯେ ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଘରୋଇ ହସପିଟାଲ୍ ମାନଙ୍କରେ ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍ ଭେଷଜ ଚିକିତ୍ସା ଓ ଓ୍ୟୖଷଧ ସଂପୂର୍ଣ ଦେୟମୁକ୍ତ ଭାବେ ଲାଭ ହାସଲ କରିଥିଲେ।

୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧିପାଇ ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ଅବିବୃଦ୍ଧି ହାସଲ କରାଯାଇଥିଲା। ସମାନ୍ତରାଳଭାବେ, ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲମାନଙ୍କୁ ପୈଠ କରିଥିବାବେଳେ ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ବି.ଏସ୍.କେ.ୱାଇ. ଯୋଜନା ମାଧ୍ୟମରେ ଚିକିତ୍ସା ବାବଦ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ବୃଦ୍ଧି ହୋଇଥିଲା। ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ ସଂଖ୍ୟାରେ ମଧ୍ୟ ୩୩୩ ଶତକଡ଼ା ବୃଦ୍ଧି ହୋଇଥିଲା।

୨୦୨୧ ମସିହା ଆରମ୍ଭରେ ୧୮୭ ଟି ହସ୍ପିଟାଲ ତାଲିକାଭୁକ୍ତ ଥିବାବେଳେ ୨୦୨୨ ଶେଷସୁଦ୍ଧା ଏହି ସଂଖ୍ୟା ୫୫୪ କୁ ବୃଦ୍ଧି ପାଇଥିଲା। ବି.ଏସ୍.କେ.ୱାଇ. କାର‌୍ୟ୍ୟାନ୍ବୟନ ସମୀକ୍ଷାକରି ହସ୍ପିଟାଲ ମାନେ ଦେଉଥିବା ବିଲ୍ର ଅନୁମୋଦନ ପୂର୍ବରୁ ଅନଲାଇନ୍ ୱେବସାଇଟରେ ଦାଖଲ ହୋଇଥିବା ଦସ୍ତାବିଜ୍ ଓ ଚିକିତ୍ସା ପ୍ରମାଣ ଆଦିକୁ ସଠିକଭାବେ ତନଖି କରିବାପାଇଁ ଡ଼ାକ୍ତର ବୃନ୍ଦା ବିଭିନ୍ନ ବେସରକାରୀ ହସ୍ପିଟାଲ ଦାୟିତ୍ଵରେ ଥିବା ନୋଡ଼ାଲ୍ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ବି.ଏସ୍.କେ.ୱାଇ. ଯୋଜନାର କ୍ରମବର୍ଦ୍ଧିଷ୍ଙୁ ଲୋକପ୍ରୀୟତା ବିଷୟ ଉଲ୍ଲେଖକରି ଆଗାମୀ ଦିନରେ ଘରୋଇ ହସ୍ପିଟାଲ ମାନଙ୍କରେ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କ ସଂଖ୍ୟା ଅଧିକ ବଢିବ ବୋଲି ନୋଡ଼ାଲ ଅଫିସରମାନେ ଆଶା ପ୍ରକାଶ କରିଥିଲେ।

ଡ଼ାକ୍ତର ବିଷ୍ଙୁ ପ୍ରସାଦ ମହାପାତ୍ର, ଯୁଗ୍ମ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ, ଡ଼େପୁଟି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ସମ୍ବିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

BSKY ନବୀନ ପଟ୍ଟନାୟକ ବି.ଏସ୍.କେ.ୱାଇ. ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

August 9, 2026

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026

ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ

August 8, 2026

ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬: ଚାମ୍ପିଅନ ହେଲା ଓଡ଼ିଶା

August 8, 2026
Latest News

Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

August 9, 2026

Loan Recovery Rules: ଋଣ ଆଦାୟ ପାଇଁ RBIର ନୂଆ ନିୟମ,ଏଣିକି ରାତିରେ ହେବ ନାହିଁ କଲ

August 9, 2026

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ: ଅର୍ଥ ମନ୍ତ୍ରଣାଳୟ

August 9, 2026

ମୁମ୍ବାଇରେ ଏନୟୁସିଏଫଡିସିର ନୂତନ ପରିସର ଲୋକାର୍ପିତ

August 9, 2026

ଅଗଷ୍ଟ ୯ ରାଶିଫଳ: ଏହି ରାଶିର ଲୋକମାନେ ଚାପ ନିଅନ୍ତୁ ନାହିଁ, ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.