Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ
ଜାତୀୟ ଖବର

କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

February 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
BijayPatnaikCong
କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା।  ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ବିଜୟ ପଟ୍ଟନାୟକ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ସରକାର ଲୋକଙ୍କୁ ପାଖକୁ ପହଞ୍ଚିପାରୁ ନାହିଁ। ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନେ ବର୍ତ୍ତମାନ କିଛି କରିପାରୁ ନାହାଁନ୍ତି। ତାଙ୍କ ପାଖକୁ ଗୁହାରୀ କଲେ ସେମାନଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ରାଜ୍ୟ ସରକାର ଲୋକଙ୍କୁ ଶାସନ ଦେବାରେ ବିଫଳ ହୋଇଛି।

ସେହିପରି ବିଜୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ଓଡିଶା ଲୋକେ ନିର୍ଯ୍ୟାତିତ। ବଡ ବଡ କାମ କଥା ଛାଡନ୍ତୁ ଛୋଟଛୋଟ କାମ ମଧ୍ୟ ଅଣ ଓଡିଆ କଣ୍ଟ୍ରାକ୍ଟର କରୁଛନ୍ତି। ତେବେ ଓଡିଆ କଣ୍ଟ୍ରାଟର ଯିବେ କୁଆଡେ। ବର୍ତ୍ତମାନ ତୃତୀୟ ମହଲାରୁ ସବୁକିଛି ନିୟନ୍ତ୍ରଣ ହେଉଛି ବୋଲି ବିଜୟ ପଟ୍ଟନାୟକ କହିଥିଲେ।

ସେହିପରି ନବ ଦାସ ହତ୍ୟାକାଣ୍ଡ ନେଇ ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋପାଳ କରି ନାହିଁ, ଏହା ପଛରେ ଆଉ ଜଣେ କିଏ ଅଛି। ତାହାକୁ କ୍ରାଇମ ବ୍ରାଞ୍ଚ ଖୋଲି ବାହାର କରୁ। ଯଦି ସେ ନ ପାରିପାରୁଛି ତେବେ ଏହାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜୟ ଦାବୀ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ଦୃଢତାର ସହ ବିଜୟ କହିଛନ୍ତି।

ଏଆଇସିସି କଂଗ୍ରେସ ଭବନ ବିଜୟ ପଟ୍ଟନାୟକ ଶରତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

DMF Fund: ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ଆଦାୟ ହେଲା ୩୪,୦୫୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

December 3, 2025

PMO Name Changed: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ, ଏଣିକି ନୂଆ ନାମ ହେଲା…

December 2, 2025

Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

December 2, 2025

Sanchar Saathi App Confusion: ସଞ୍ଚାର ସାଥୀ ଆପ୍ ଡାଉନଲୋଡ ବାଧ୍ୟ କି? ସ୍ପଷ୍ଟ କଲେ ମନ୍ତ୍ରୀ ସିନ୍ଧିଆ

December 2, 2025
Latest News

DMF Fund: ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ଆଦାୟ ହେଲା ୩୪,୦୫୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

December 3, 2025

Dhanu Sankranti 2025: ଏଥର ଧନୁ ସଂକ୍ରାନ୍ତି କେବେ,କେତେବେଳେ ଅଛି ଶୁଭ ସମୟ

December 3, 2025

Rashifal- ଆଜି ଡିସେମ୍ବର 3 ତାରିଖ ବୁଧବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲାମାଲ

December 3, 2025

PMO Name Changed: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ, ଏଣିକି ନୂଆ ନାମ ହେଲା…

December 2, 2025

Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

December 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.