Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମିଶନଶକ୍ତି ମା’ମାନଙ୍କୁ ଅପମାନିତ କରିବାରୁ କ୍ଷାନ୍ତ ରୁହନ୍ତୁ ବିରୋଧୀ: ବିଜେଡ଼ି
ବିଶେଷ ଖବର

ମିଶନଶକ୍ତି ମା’ମାନଙ୍କୁ ଅପମାନିତ କରିବାରୁ କ୍ଷାନ୍ତ ରୁହନ୍ତୁ ବିରୋଧୀ: ବିଜେଡ଼ି

March 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳା ସଶକ୍ତିକରଣ ମିଶନଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଫଳରେ ଆଜି ଓଡ଼ିଶାରେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ମହିଳାମାନଙ୍କର ବିକାଶ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମିଶନଶକ୍ତି ଆଜି ଏକ ଉଦାହରଣ ପାଲଟିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ।

ଆଜି ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ଶ୍ରୀ ସାହୁ କହିଛନ୍ତି ଯେ, ମିଶନଶକ୍ତିରେ ମା’ମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ତରରେ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ କମିଛି, ସମତା ଓ ସମାନତା ଆସିଛି। ମହିଳାଟିଏ ଗାଁରେ, ସହରରେ, ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ନିଜେ ରୋଜଗାର କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ହେଉଛି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଏହାକୁ ଯେଉଁ ବିରୋଧୀ ଦଳମାନେ ବିରୋଧ କରୁଛନ୍ତି, ସେମାନେ ରୁଗ୍‌ଣ ମାନସିକତାରେ ବର୍ତ୍ତମାନ ପଡ଼ିଛନ୍ତି। ମହିଳାମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଏବଂ ତାକୁ କାର୍ଯ୍ୟକାରୀ କରୁଛନ୍ତି, ଯାହା ଫଳରେ ଓଡ଼ିଶା ଆଜି ବିକାଶର ବହୁ ଆଗକୁ ଯାଇଛି। ପୁରୁଷ ଏବଂ ମହିଳା ଉଭୟଙ୍କ ଭାଗିଦାରୀରେ ସମାଜ ଏକ ବିକଶିତ ସମାଜରେ ପରିଣତ ହୋଇଛି। ‘ମା’ଙ୍କୁ ଭକ୍ତି, ମା’ଙ୍କ ଶକ୍ତି ମିଶନଶକ୍ତି’। ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ । ବିରୋଧୀ ଦଳ ମହିଳା ଜାତିକୁ ଅପମାନିତ କରନ୍ତୁ ନାହିଁ। ଯଦି ଅପମାନ କରିବେ ମା’ମାନେ ଉଚିତ୍ ଜବାବ ଦେଇଛନ୍ତି, ଆଗକୁ ଆହୁରି ମଧ୍ୟ ଜବାବ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।

ଅରୁଣ ସାହୁ ବିଜେଡି ବିଜେଡ଼ି ବିଧାୟକ ମହିଳା ସଶକ୍ତିକରଣ ମିଶନଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Latest News

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.