Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକସଙ୍ଗେ ଦେଖିବାକୁ ମିଳିଲା ଅମ୍ବାନି ପରିବାରର ଚାରି ପିଢ଼ି, ଜାଣନ୍ତୁ କିପରି, କେଉଁଠି
ଜାତୀୟ ଖବର

ଏକସଙ୍ଗେ ଦେଖିବାକୁ ମିଳିଲା ଅମ୍ବାନି ପରିବାରର ଚାରି ପିଢ଼ି, ଜାଣନ୍ତୁ କିପରି, କେଉଁଠି

April 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏକସଙ୍ଗେ ଦେଖିବାକୁ ମିଳିଲା ଅମ୍ବାନି ପରିବାରର ଚାରି ପିଢ଼ି, ଜାଣନ୍ତୁ କିପରି, କେଉଁଠି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ ଶ୍ରୀମତୀ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି କଲଚରାଲ୍ ସେଂଟର୍‌ର ଉଦ୍‌ଘାଟନୀ ସମାରୋହର ଆଜି ତୃତୀୟ ଦିନରେ ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା।

ମେଗା ଉଦଘାଟନୀ ସମାରୋହର ତୃତୀୟ ଦିନରେ ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍‌” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ। ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ।

ଆର୍ଟ ହାଉସ୍‌ରେ “ସଙ୍ଗମ’ ନାମରେ ଏକ ଉଦ୍‌ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଭାରତର ବିଶିଷ୍ଟ ସାଂସ୍କୃତିକ ବିଚାରକ ରଣଜିତ ହୋସକୋଟେ ଓ ନ୍ୟୁୟର୍କ ସ୍ଥିତ କଳା ସଂଗ୍ରାହକ ଓ ଗ୍ୟାଲେରିଷ୍ଟ୍ ଜେଫ୍ରି ଡାଇଚ୍ ଏହାକୁ ଡିଜାଇନ୍ କରିଛନ୍ତି। ଏହି ପ୍ରଦର୍ଶନୀରେ ଦେଶବିଦେଶର ୧୦ ପ୍ରସିଦ୍ଧ କଳାକାରଙ୍କ ୫୦ରୁ ଅଧିକ କଳାକୃତିକୁ ସାମିଲ କରାଯାଇଛି।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫ୍ରାଂଚେସ୍କୋ କ୍ଲେମେଂଟ୍‌, ଅନ୍‌ସେଲ୍‌ମ୍ କିଫର ଏବଂ ସେସିଲି ବ୍ରାଉନ୍‌ଙ୍କ ଭଳି କଳାକାରମାନଙ୍କ କୃତିକୁ ପ୍ରଥମ ଥର ପାଇଁ ଭାରତରେ ପ୍ରଦର୍ଶିତ କରାଯାଇଛି । ଭାରତୀୟ କଳାକାର ଭୁପେନ୍ ଖଖର, ଶାନ୍ତିବାଇ, ରଞ୍ଜନୀ ସେଟ୍ଟାର ଓ ରତିଶ ଟି’ଙ୍କ କାମକୁ ମଧ୍ୟ ସେଥିରେ ସାମିଲ କରାଯାଇଛି।

କଲ୍‌ଚରାଲ୍ ସେଂଟର୍‌ରେ ଥିବା ଆର୍ଟ ହାଉସ୍‌ର ବିଶେଷତ୍ୱ ହେଉଛି ଏହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇପାରିବ। ଚାରି ମହଲା ବିଶିଷ୍ଟ ଏହି ଆର୍ଟ ହାଉସ୍‌କୁ ତିଆରି କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀଠାରୁ ଆରମ୍ଭ କରି ବୈଷୟିକ ଓ ଶିକ୍ଷା ସମ୍ପର୍କିତ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଏଠାରେ ଆୟୋଜନ କରାଯାଇପାରିବ।

ନୂଆ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ କଳାକୁ ଆଗକୁ ବଢ଼ାଇବାରେ ଏହି ଆର୍ଟ ହାଉସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱସ୍ତରୀୟ ମଂଚ ମିଳିବା ଦ୍ୱାରା ଯୁବ କଳାକାରମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ।

akashambani ambani ଆମ୍ବାନୀ ମୁକେଶ ଆମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026

ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନରେ ନିଆଁ

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.