Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି
ବିଶେଷ ଖବର

ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି

June 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାରେ ବିଜେପି ନେତାମାନେ ଜନସଂପର୍କ ଯାତ୍ରା ମାଧ୍ୟମରେ ସଫଳତାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବତା ହେଲା, ଓଡ଼ିଶା ବିଜେପି ୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା, ଅବହେଳା ଓ ବିଶ୍ୱାସଘାତ କରି ଆସୁଛି। ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତାମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା ଭାବୁଛନ୍ତି ଏବଂ ମିଛ ସଫଳତାର କାହାଣୀ ଗପି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏଭଳି ଗୁରୁତର ଅଭିଯୋଗ ଆଣି ଓଡ଼ିଶା ବିଜେପି ନେତାମାନଙ୍କ ବିରୋଧରେ ଖୁବ୍ ବର୍ଷିଛି ବିଜେଡି।

ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାରଙ୍କ ପ୍ରତାରଣାର ଏକ ଉଦାହରଣ ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ଏବଂ ରାଜଧାନୀ ସହ ଯୋଡ଼ୁଥିବା କଟକ-ସମ୍ୱଲପୁର ଜାତୀୟ ରାଜପଥ-୫୫ ଉପରେ ଦେଢ଼ କୋଟିରୁ ଅଧିକ ଲୋକ ନିର୍ଭର କରନ୍ତି । ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏହି ଏନ୍‌ଏଚ୍‌-୫୫ର ସଂପ୍ରସାରଣ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇ ତିନି ବର୍ଷ ମଧ୍ୟରେ ଶେଷ ହେବାର ଥିଲା। ମାତ୍ର ୬ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି। ୨୬୩ କିମି ରାସ୍ତାର ଚାରିଥାକିଆ ସଂପ୍ରସାରଣ ପାଇଁ ପ୍ରଥମେ ୨୩୬୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତାହା ଏବେ ପ୍ରାୟ ଦୁଇ ଗୁଣ ବଢ଼ି ୪୪୮୨ କୋଟି ଟଙ୍କାରେ ପହଞ୍ଚିଲାଣି। କାମ ଶେଷ କରିବାକୁ ତିନିଥର ଡେଡ୍ ଲାଇନ୍ ଦିଆଯିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ସାରି ପାରୁନାହାନ୍ତି ଏନ୍‌ଏଚ୍ କର୍ତ୍ତୃପକ୍ଷ।

ଏନ୍‌ଏଚ୍‌-୫୫କୁ ଦେଶର ସର୍ବାଧିକ ବିପଦଜନକ ଜାତୀୟ ରାଜପଥ ବୋଲି ଅଭିହିତ କରି ଶ୍ରୀ ଦାସ କହିଲେ ଯେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ଏବଂ ଏକାଧିକ ବ୍ରିଜ୍ ଅଧପନ୍ତରିଆ କରି ଛାଡ଼ି ଦିଆଯାଇଥିବାରୁ ଏହି ଜାତୀୟ ରାଜପଥ ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ଆମନ୍ତ୍ରଣ ଜଣାଉଛି। ମୃତ୍ୟୁଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ୨୦୧୬ରୁ ୨୦୨୨ ଅର୍ଥାତ ଗତ ୬ ବର୍ଷ ମଧ୍ୟରେ ୧୩୧୫ଟି ଦୁର୍ଘଟଣା ଘଟି ୬୦୩ ଜଣକ ଜୀବନ ଯାଇଛି। ସେଥିରୁ ଶେଷ ୨ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଦୁର୍ଘଟଣା ଘଟି ପ୍ରାୟ ୨୦୦ ମୁଣ୍ଡ ଗଡ଼ିଲାଣି। ତଥାପି ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ବିଜେପି ନେତାମାନେ ଏଥିପାଇଁ କେନ୍ଦ୍ର ଆଗରେ ପାଟି ଫିଟାଉ ନାହାନ୍ତି। ସାଇଲେଣ୍ଟ୍ କିଲର୍ ପାଲଟିଥିବା ଏହି ଏନ୍‌ଏଚ୍ ପାଇଁ ସତେ ଯେମିତି ଓଡ଼ିଶା ବିଜେପି ନେତାମାନେ ସାଇଲେଣ୍ଟ ପାଲଟି ଯାଇଛନ୍ତି। ଏଭଳି ଓଡ଼ିଶାବିରୋଧୀ ମନୋଭାବ ଥିବା କାରଣରୁ ରାଜ୍ୟବାସୀ ଓଡ଼ିଶା ବିଜେପି ନେତାମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡିର ଅନ୍ୟତମ ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଓଡ଼ିଶା ବିଜେପିର ପ୍ରତାରଣାର ଆଉ ଏକ ନମୁନା ବିଷୟରେ ଉଲ୍ଲେଖ କରି କହିଲେ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେବଗଡ଼ରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ବିଜେପିର ବଡ଼ ବଡ଼ ନେତାମାନେ ଉଦ୍‌ବୋଧନ ଦେଇ ଦେବଗଡ଼ବାସୀଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ। କେନ୍ଦ୍ରରେ ବିଜେପି ସରକାରକୁ ଆସିଲେ ଦେବଗଡ଼ରେ ଫୁଡ୍ ପ୍ରସେସିଂ ଉଦ୍ୟୋଗର କ୍ଲଷ୍ଟର କରାଯିବ, ଚାଷୀମାନେ କାରଖାନାର ମାଲିକ ହେବେ, ଦୁଇବର୍ଷ ଭିତରେ ଅଗ୍ରାଧିକାର ଭିତ୍ତିରେ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ, ନୀତିଶ ଗଙ୍ଗଦେବ ଏମ୍‌ପି ହେଲେ ଦିଲ୍ଲୀରୁ ଟଙ୍କା ଆଣି ଦେବଗଡ଼ର ବିକାଶ କରିବେ, ଦେବଗଡ଼କୁ ରାଜ୍ୟର ୧ ନମ୍ୱର ଜିଲ୍ଲାରେ ପରିଣତ କରାଯିବ ବୋଲି ଏହି ବିଜେପି ନେତାମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ଏଯାଏଁ ପୂରଣ ହୋଇନି। ତେଣୁ ଓଡ଼ିଶା ବିଜେପିର ନେତାମାନେ କିପରି ମନଗଢ଼ା କାହାଣୀ ଶୁଣାଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ଏବଂ ବାରମ୍ୱାର ପ୍ରତାରଣା କରୁଛନ୍ତି, ତାହା ଏଥିରୁ ଜଳଜଳ ଦିଶିଯାଉଛି। ଏହି କାରଣରୁ ଓଡ଼ିଶାର ସ୍ୱାର୍ଥରକ୍ଷା ବଦଳରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାମ କରୁଥିବା ଓଡ଼ିଶା ବିଜେପି ନେତାମାନଙ୍କୁ ସଚେତନ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡ. ମାଝୀ ସୂଚନା ଦେଇଥିଲେ।

ଓଡିଶା ବିଜେପି ଜନସଂପର୍କ ଯାତ୍ରା ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026
Latest News

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

June 30, 2026

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

June 30, 2026

ଫୋନ୍ ଚାର୍ଜରର ଏହି ଅଭ୍ୟାସ ବଢ଼ାଇପାରେ ବିଦ୍ୟୁତ୍ ଅପଚୟ, ଜାଣନ୍ତୁ କିପରି

June 30, 2026

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.