Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକାର ବିଜେଡି ରାଜନୀତିରେ ଯଦି ନୋ ରଘୁନାଥ, ନୋ ଜଗଦ୍ଦେବ, ତେବେ ଆଉ କିଏ ???
ବିଶେଷ ଖବର

ଚିଲିକାର ବିଜେଡି ରାଜନୀତିରେ ଯଦି ନୋ ରଘୁନାଥ, ନୋ ଜଗଦ୍ଦେବ, ତେବେ ଆଉ କିଏ ???

July 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାର ବିଜେଡି ରାଜନୀତିରେ ଯଦି ନୋ ରଘୁନାଥ, ନୋ ଜଗଦ୍ଦେବ, ତେବେ ଆଉ କିଏ ???

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକାର ବିଜେଡି ରାଜନୀତିରେ ବର୍ତ୍ତମାନ ଘଡିକେ ଘୋଡା ଛୁଟୁଛି। କିଏ ସେ ବିଜେଡିର ନେତୃତ୍ବ ନେବ ତାହା ବର୍ତ୍ତମାନ କାହା ପାଖରେ ଖବର ନାହିଁ। ଏପରିକି ଚିଲିକା ଗସ୍ତରେ ଆସିଥିବା ବିଜେଡିର ମଙ୍ଗୁଆଳମାନେ ମଧ୍ୟ ଏ କଥାକୁ ସ୍ପଷ୍ଟ କଲେ ନାହିଁ। ଫଳରେ କର୍ମି ଆଗରୁ ଯେପରି ହତାସ ଥିଲେ ତାହା ପୁଣି ବୃଦ୍ଧି ପାଇଛି।

ପ୍ରକୃତରେ ଚିଲିକାରେ ବିଜେଡିରୁ କିଏ ଟିକେଟ ପାଇବ ତାହା ଏବେ କେହି କହିପାରିବେ ନାହିଁ। ହେଲେ ବିଜେଡିର କିଏ ମଙ୍ଗ ଧରିବା ତାହାକୁ ସ୍ପଷ୍ଟ କରିବାରେ ବଡବଡିଆ ନେତାଙ୍କର କିଛି ଅସୁବିଧା ନାହିଁ। ହେଲେ ସେ କଥା ମଧ୍ୟ କେହି କହୁ ନାହାଁନ୍ତି। ଖାଲି ଏତିକି କହିଲେ ଯେ ଚିଲିକାରେ ନେତା କେହି ନାହଁନ୍ତି। ଆମର ଜଣେ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଏହି କଥାଟି ଏକ ଭିନ୍ନ ପ୍ରକାରର ଇଙ୍ଗିତ କରିଛି। କାରଣ ଆମର କେବଳ ଜଣେ ନେତା ବୋଲି କହିବା ଠିକ୍, ହେଲେ ଚିଲିକାରେ କେହି ନେତା ନାହାଁନ୍ତି କହିବା କଥାଟିକୁ ନେଇ ଚର୍ଚ୍ଚା ଚାଲିଛି।

ଚିଲିକାକୁ ଗତ ଅଠର ତାରିଖରେ ରାଜ୍ୟର ବରିଷ୍ଠ ନେତାମାନେ ଆସିଲେ। ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ବେଗୁନିଆ ବିଧାୟକ ଏବଂ ରାଜ୍ୟସଭା ସାଂସଦ ଆସି ବୈଠକ କଲେ। ହେଲେ ଆଶ୍ଚର୍ଯ୍ୟର କଥା କଣ ହେଲା କେଜାଣି ସେହି ବୈଠକରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଡକାଗଲା ନାହିଁ। ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକାଙ୍କୁ ମଧ୍ୟ ଡକାଗଲା ନାହିଁ। ତେଣୁ ଚିଲିକାରେ କେହି ନେତା ନାହିଁନ୍ତି ବୋଲି ଏହି ବୈଠକ ହିଁ ପ୍ରମାଣିତ କରିଛି।

ଏହାର କିଛିଦିନ ପୂର୍ବରୁ ଭୁବନେଶ୍ବରର ଶଙ୍ଖ ଭବନରେ ଯେଉଁ ଖୋର୍ଦ୍ଧା ଜିଲ୍ଲା ବୈଠକ ଥିଲା ସେଥିରେ ଉଭୟ ରଘୁନାଥ ଏବଂ ସ୍ବାଗତିକା ଯୋଗ ଦେଇଥିଲେ। ସେହି ବୈଠକ ଦେଖି ଚିଲିକା କର୍ମି ଭାବିଲେ କଣ ଗୋଟିଏ ବୁଝାମଣା ହୋଇଛି। ହେଲେ ତାହାର କିଛି ଦିନ ପରେ ଚିଲିକା ବୈଠକରେ ଉଭୟଙ୍କୁ ଡକା ନ ଯିବାକୁ ନେଇ ସେହି ବୁଝାମଣା ଅବୁଝାମଣା ବୋଲି ସ୍ପଷ୍ଟ ହେଲା।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୈଠକ ପରେ ଆଉ ଏକ ବୈଠକ ଭୁବନେଶ୍ବରରେ କରାଯାଇଥିଲା। ସେହି ବୈଠକରେ କୁଆଡେ ରଘୁନାଥ ଏବଂ ବିଭୂତି ବଳବନ୍ତରାୟଙ୍କ ମଧ୍ୟରେ ଝଗଡା ଲାଗିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଚିଲିକା ନେତାମାନେ ଏକାସ୍ବରରେ ରଘୁନାଥଙ୍କୁ ଗାଳି କରିଥିଲେ।

ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ଆପଣଙ୍କ ପାଇ ହାରିଲା ବୋଲି ରଘୁନାଥଙ୍କ ମୁହଁ ଆଗରେ କହିଲେ। ରଘୁନାଥଙ୍କ ଉପରେ ନେତାମାନଙ୍କ ଅସନ୍ତୋଷ ଦେଖି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ  ଖପ୍ପା ହେଲେ। ରଘୁନାଥଙ୍କୁ ତୁରନ୍ତ ବୈଠକରୁ ବାହାରି ଯିବା ପାଇଁ ସେ କହିଲେ।

ଏହି ଘଟଣା ଘଟିବା ପରେ ପ୍ରଣବ ପ୍ରକାଶ ଚିଲିକାରେ ବିନା ରଘୁନାଥ ବିନା ସ୍ବାଗତିକାରେ ବୈଠକ କର ବୋଲି ନିର୍ଦ୍ଦେଶ ଦେଲେ। ଫଳର ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଚିଲିକା ନେତାଙ୍କୁ ଡାକି ଜୋନ ୱାରି ବୈଠକ କଲେ। ଆଉ ସେଠାକୁ ଉଭୟଙ୍କୁ ଡାକିଲେ ନାହିଁ। ଏହି କଥା ବର୍ତ୍ତମାନ ଚିଲିକାର କର୍ମି ମହଲରେ କାନକୁ କାନ ଘୁରିବୁଲିବାରେ ଲାଗିଛି।

ପରବର୍ତ୍ତି ସମୟରେ ପ୍ରଣବ ପ୍ରକାଶ ଦାସ ଚିଲିକା ବିଧାୟକଙ୍କ ପତ୍ନୀ ସ୍ବାଗତିକାଙ୍କୁ ଡାକି କିଛି ଆଲୋଚନା କରିଛନ୍ତି। ବର୍ତ୍ତମାନ ପାଇଁ ସେ ପୂର୍ବପରି ଚିଲିକା ଦାୟିତ୍ବରେ କାର୍ଯ୍ୟ କରନ୍ତୁ ବୋଲି କୁଆଡେ ପ୍ରଣବ ପ୍ରକାଶ ଦାସ କହିଥିବାର ଶୁଣାଯାଉଛି। ଏହାପରେ ସେ ଚିଲିକାର ସମସ୍ତ ନେତାଙ୍କୁ ଭେଟି ପୁଣି ଥରେ ସକ୍ରିୟ ହେବେ ବୋଲି ଜଣାପଡିଛି। ହେଲେ ତାହା କେତେଦୂର କାର୍ଯ୍ୟକାରୀ ହେବ ସେ ନେଇ ସନ୍ଦେହ ରହିଛି।

ଚିଲିକା ଚିଲିକା ବିଜେଡି ଚିଲିକା ରାଜନୀତି ପ୍ରଣବ ଦାସ ପ୍ରଶାନ୍ତ ଜଗଦ୍ଦେବ ବବି ଦାସ ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Latest News

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.