Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ଚଳଚିତ୍ର ଜଗତରେ ଭିନ୍ନ ଏକ ରହସ୍ୟ, ଛଦ୍ମ ନାମରେ ନିର୍ଦ୍ଦେଶନା
ବିଶେଷ ଖବର

ଓଡିଆ ଚଳଚିତ୍ର ଜଗତରେ ଭିନ୍ନ ଏକ ରହସ୍ୟ, ଛଦ୍ମ ନାମରେ ନିର୍ଦ୍ଦେଶନା

March 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚିତ୍ର ଜଗତରେ ଭିନ୍ନ ଏକ ରହସ୍ୟ, ଛଦ୍ମ ନାମରେ ନିର୍ଦ୍ଦେଶନା

ଆଲେଖ୍ୟ-ସୂର୍ଯ୍ୟ ଦେଓ

ଓଡ଼ିଆ ଚଳଚ୍ଚିତ୍ରରେ କେତେକେତେ ରହସ୍ୟ ଅଛି, ଯାହା ଏବେ ମଧ୍ୟ ରହସ୍ୟ ହୋଇ କି ଅଛି। ସେମିତି ଏକ ରହସ୍ୟ ଛଦ୍ମନାମରେ ଚଳଚ୍ଚିତ୍ର ନିର୍ଦ୍ଦେଶନା। ପ୍ରତି ଛଦ୍ମନାମରେ ଚଳଚ୍ଚିତ୍ର ନିର୍ଦ୍ଦେଶନା ପ୍ରଚ୍ଛଦରେ ନିଶ୍ଚୟ ଅଛି ରୋଚକ ଓ ରୋମାଞ୍ଚକର କଥା। କିଛି କଥା ଉଭା ହୋଇ କି ଅଛି, ବେଶି କଥା ଉଭି କି ଅଛି। ମୋ’ ଜାଣିବାରେ ଛଦ୍ମନାମରେ ଚଳଚ୍ଚିତ୍ର ନିର୍ଦ୍ଦେଶନା ଆରମ୍ଭ ହୋଇଥିଲା ୧୯୬୩ର ନାରୀ ଚଳଚ୍ଚିତ୍ରରୁ।

‘ତ୍ରିଲୋଚନ’ ନାମରେ ତିନିଜଣ ହୋଇ ଏକାଠି ନିର୍ଦ୍ଦେଶନା ହେଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଶିବୁ ଭଟ୍ଟାଚାର୍ଯ୍ୟ ଓ ନରେନ୍ ମିତ୍ର। ତିନିଜଣ ଥିଲେ ବଙ୍ଗୀୟ ନିର୍ଦ୍ଦେଶକ କଲ୍ୟାଣ ଗୁପ୍ତଙ୍କ ବନ୍ଧୁ। ‘ଜୟଦେବ’ ଚଳଚ୍ଚିତ୍ର ନିର୍ମାଣ ସମୟରେ କଲ୍ୟାଣ ଗୁପ୍ତଙ୍କ ତିରୋଧାନ ହେଲା ଓ ନିର୍ଦ୍ଦେଶକ ଶିବୁ ଭଟ୍ଟାଚାର୍ଯ୍ୟ ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ କଲେ।

‘ଜୟଦେବ’ ସହ ଉତ୍କଳ ଚିତ୍ର ପ୍ରତିଷ୍ଠାନର ଉଦ୍ୟୋକ୍ତା ତଥା କଟକ କ୍ୟାପିଟାଲ ଟକିଜ୍‌ର ପ୍ରତିଷ୍ଠାତା ନରେନ୍ ମିତ୍ର ସଂପୃକ୍ତ ଥିଲେ। ସେ ଚଳଚ୍ଚିତ୍ରର ଅଂଶୀଦାର ଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତାର ପରିଚାଳନା ଦାୟିତ୍ୱରେ ଥିଲେ ଓ କଲ୍ୟାଣ ଗୁପ୍ତ ଥିଲେ ଲଳିତାର ବୈଷୟିକ ନିର୍ଦ୍ଦେଶକ। ଅତଏବ କଲ୍ୟାଣ ଗୁପ୍ତଙ୍କ ବିୟାଗ ପରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଶିବୁ ଭଟ୍ଟାଚାର୍ଯ୍ୟ ଓ ନରେନ୍ ମିତ୍ର ଏକାଠି ହୋଇ ପ୍ରିୟ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ‘ନାରୀ’ ଚଳଚ୍ଚିତ୍ର ନିର୍ମାଣ କଲେ।

ତେବେ ସେମାନେ ଛଦ୍ମନାମ ତ୍ରିଲୋଚନ କାହିଁକି ରଖିଲେ ତାହା ଏପର‌୍ୟ୍ୟନ୍ତ ରହସ୍ୟ ହୋଇ ରହିଛି। ସେମିତି ଷାଠିଏ ଦଶକରେ କା ଓ ସ୍ତ୍ରୀର ନିର୍ଦ୍ଦେଶନା ଦେଲେ ସିଦ୍ଧାର୍ଥ। ଭାଇ ଭାଉଜର ନିର୍ଦ୍ଦେଶନା ଦେଲେ ସାରଥୀ। ସତୁରି ଦଶକରେ ଯାଯାବରର ନିର୍ଦ୍ଦେଶନା ଦେଲେ ତ୍ରିମୂର୍ତ୍ତି। ଏ ସବୁତକ ଛଦ୍ମନାମ । ଆଉ ପ୍ରତି ଛଦ୍ମନାମରେ ଥିଲେ ତିନିଜଣ । ଅଦ୍ଭୁତ ସଂଯୋଗ ନୁହେଁ କି?

ଯେମିତି ସାରଥୀ ହୋଇଥିଲେ ସାମୁଏଲ୍ ସାହୁ, ବ୍ୟୋମକେଶ ତ୍ରିପାଠୀ ଓ ଗୋପାଳ ଘୋଷ। ଯେମିତି ତ୍ରିମୂର୍ତ୍ତି ହୋଇଥିଲେ ସଙ୍ଗୀତକାର ଅକ୍ଷୟ ମହାନ୍ତି, ଅଭିନେତ୍ର ହେମନ୍ତ ଦାସ ଓ ସଂଳାପକାର ବିଜୟ ମିଶ୍ର। ସେହ ସତୁରି ଦଶକରେ ଆରମ୍ଭରେ ବତିଘର ନିର୍ଦ୍ଦେଶନା ଦେଲେ ଆଉ ଏକ ଛଦ୍ମନାମୀ ଦଳ : ଅଭିଯାତ୍ରିକ। ସେମାନେ ଥିଲେ ଚାରିଜଣ: ଅନନ୍ତ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ସାଧୁୁ ମେହେର ଓ ଆଶୁ ଦତ୍ତ। ବୋଧହୁଏ ଏହାପରେ ଦୁଇରୁ ଅଧିକ ଏକାଠି ହୋଇ ଦଳଗତ ଭାବରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇନାହାନ୍ତି କି ଛଦ୍ମନାମ ବ୍ୟବହାର କରିନାହାନ୍ତି ।

ଅଶି ଦଶକରେ ଅବଶ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୂର୍ଯ୍ୟ ମିଶ୍ର ଛଦ୍ମନାମ ସିଦ୍ଧାର୍ଥକୁ ବ୍ୟବହାର କରିଥିଲେ। ଉଲ୍‌କାରେ ସେ ଓ ରାଜୁ ମିଶ୍ର ଏକାଠି ନିର୍ଦ୍ଦେଶନା ଦେଇଥିଲେ ଏବଂ ନିର୍ଦ୍ଦେଶକ ସୂର୍ଯ୍ୟ ମିଶ୍ର – ରାଜୁ ମିଶ୍ର ବୋଲି କ୍ରେଡିଟ୍ ରୋଲ୍‌ରେ ଲେଖାଥିଲା। କିନ୍ତୁ ପରେ ପରେ ସୂର୍ଯ୍ୟ ମିଶ୍ର ବାଜେ ଜାଇଫୁଲ, ବଇଁଶୀ ନାଚେ ଘୁଙ୍ଗୁର, ପାପ ପୁଣ୍ୟର ନିର୍ଦ୍ଦେଶନା ପାଇଁ ଛଦ୍ମନାମ ‘ସିଦ୍ଧାର୍ଥ’କୁ ବ୍ୟବହାର କଲେ।

ଏହି ଲେଖା ସହ ସଂଯୁକ୍ତ ହୋଇଛି ବତିଘରର ଲବି ଷ୍ଟିଲ୍। ଦେଖନ୍ତୁ ଏଥିରେ ନିର୍ଦ୍ଦେଶକଙ୍କ ନାମ ନାହିଁ। କାହିଁକି ନାହିଁ ତାହା ବି ରହସ୍ୟ! ଛଦ୍ମନାମରେ ନିର୍ଦ୍ଦେଶନା ସମ୍ବନ୍ଧରେ ଅଧିକ ତଥ୍ୟ ଯଦି ଜାଣନ୍ତି ତାହା ଦୟାକରି ଲେଖନ୍ତୁ। ବତିଘର ଲବି ଷ୍ଟିଲ୍‌ରେ ଯେଉଁ ନାୟିକାଙ୍କ ଛବି ଅଛି ତାଙ୍କ ସମ୍ବନ୍ଧରେ ଯଦି ଜାଣନ୍ତି ତାହା ବି ଲେଖନ୍ତୁ।

ଓଡିଆ ଚଳଚିତ୍ର ସୂର୍ଯ୍ୟ ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.