Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ହସ ସାମ୍ନାରେ ଫିକା ପଡିଲା ବନ୍ଧୁକର ଗୁଳି
ବିଶେଷ ଖବର

ନବୀନଙ୍କ ହସ ସାମ୍ନାରେ ଫିକା ପଡିଲା ବନ୍ଧୁକର ଗୁଳି

December 14, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବୌଦ୍ଧାୟନ ଆଚାର୍ଯ୍ୟ-

ହକି ବିଶ୍ୱକପର ରଙ୍ଗାରଙ୍ଗ ପରିବେଶରେ ଯଦି ଗୋଟିଏ ସ୍ମରଣୀୟ ମୁହୂର୍ତ୍ତ କଣ ବୋଲି ପ୍ରଶ୍ନ କରାଯାଏ ତାହେଲେ ଜଣେ ପ୍ରବାସୀ ଓଡ଼ିଆ ଭାବରେ ମୋତେ ଏହି ଫଟୋଟି ବେଶ ଭାବୁକ କରିଦେଇଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ବସି ମ୍ୟାଚ ଦେଖୁଥିବା ଏହି ଯୁବକ ପୂର୍ବରୁ ଥିଲେ ଜଣେ ନକ୍ସଲ  । ପରିସ୍ଥିତିରେ ପଡି ବନ୍ଧୁକ ଧରିଥିବା ଆଉ ପୋଲିସଙ୍କୁ ଟାର୍ଗେଟ କରୁଥିବା ଏହି ଯୁବକ ଏବେ ଆତ୍ମସମର୍ପଣ କରିଛନ୍ତି  । ଦିନେ ସରକାର ବିରୋଧୀ ନାରା ଦେଉଥିବା ଏହି ଯୁବକ ବୁଝିଛନ୍ତି ଜଙ୍ଗଲରେ ସଂଘର୍ଷ ଛଡା ବାହାରେ ବି ଆଉ ଏକ ସୁନ୍ଦର ଦୁନିଆ ରହିଛି  । ଯେଉଁଠି ବିକାଶର ଛବିକୁ କେବଳ ଦେଖିହେଉନି ବରଂ ଅନୁଭବ କରିହେଉଛି  ।

ମାଓକ୍ୟାମ୍ପ ଛାଡିବା ପରେ ବି ସରକାର ହାତ ଛାଡିନାଁହାନ୍ତି ବରଂ ସେମାନଙ୍କ ବିକାଶ ପାଇଁ ଅର୍ଥରାଶିଠାରୁ ଆରମ୍ଭ କରି ସବୁକିଛିର ବ୍ୟବସ୍ଥା କରିଛନ୍ତି  । ଆଉ ଏହାକୁ ଅନୁଭବ କରିଛନ୍ତି ଏହି ଯୁବକଙ୍କ ଭଳି ଅନ୍ୟ ୩୦ ଜଣ ମାଓ କ୍ୟାଡର ।  ବଡ କଥା ହେଉଛି କେବଳ ମୁଖ୍ୟସ୍ରୋତର କଥା ନ କହି ଏହାକୁ ନିଜେ କରିଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ  । କାରଣ ମାଲକାନଗିରି ଜିଲ୍ଲାର ଏହି ଯୁବପିଢ଼ିମାନେ ଆତ୍ମସମର୍ପଣ କରି ନୂଆ ଜୀବନ ଆରମ୍ଭ କରୁଥିବାବେଳେ କେବେ ବି ଭାବିନଥିବେ ରାଜଧାନୀ ଯିବେ, ଆଉ ଖଚାଖଚ ଦର୍ଶକଙ୍କ ସହ ସେମାନେ ବି ଦର୍ଶକ ସାଜିବେ  । ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି କହିବେ ନିଜ ମନର କଥା  । ନବୀନ ହସିବେ, ଆଉ କେମିତି ଅଛନ୍ତି ବୋଲି ପ୍ରଶ୍ନ ବି କରିବେ  ।

ପୂର୍ବରୁ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ସାଜିଥିବା ଏହି କ୍ୟାଡର ମାନେ ଅନାୟାସରେ ମ୍ୟାଚ ଦେଖୁଥିବାବେଳେ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି  । ଅନେକ ସରକାର କେବଳ ମୁଖ୍ୟସ୍ରୋତ ଶବ୍ଦ ବ୍ୟବହାର କରି ନିରବି ଯାଉଥିବାବେଳେ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ ହେବ  । ବନ୍ଧୁକର ଗୁଳି ସେମାନଙ୍କୁ ଦେଶଦ୍ରୋହୀର ଭିନ୍ନ ପରିଚୟ ଦେଇଥିଲା, ହେଲେ ଆଜି ସେମାନେ ହକି ବିଶ୍ୱକପରେ ପାଇଛନ୍ତି ଅତିଥିର ପରିଚୟ  । ଆଉ ଗୋଟିଏ କଥା ଉଲ୍ଲେଖ କରିବାକୁ ଚାହେଁ ଅନ୍ୟ ସବୁଠି ହାଇପ୍ରୋଫାଇଲ ମ୍ୟାଚରେ ଆପଣମାନେ ଭିଆଇପି ବକ୍ସରେ ସେଲିବ୍ରିଟିଙ୍କୁ ଦେଖିବାକୁ ପାଇବେ  । କିନ୍ତୁ ଏହିଠାରେ ୩୦ ଜଣ ମାଓ କ୍ୟାଡର ସାଜିଥିଲେ ଜଣେଜଣେ ସେଲିବ୍ରିଟି  । ଭାରତ ନେଦରଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି ସତ କିନ୍ତୁ ଏହି ଫଟୋ ଏବେ ସମସ୍ତଙ୍କ ହୃଦୟରେ ବସା ବାନ୍ଧିନେଇଛି  । ହକି ବିଶ୍ୱକପର ଏହି ମ୍ୟାଚ ସରିଯିବ, କିନ୍ତୁ ମନେ ରହିବ କଥାରେ ନୁହେଁ କାମରେ ବିଶ୍ୱାସ ରଖୁଥିବା ଜଣେ ନେତା ଓ ନୂଆ ସ୍ୱପ୍ନଟିଏ ଦେଖୁଥିବା ଏହି ଯୁବକଙ୍କ ହସ ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.