Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏମିତି କିଛି ମହାନ ଅନୁଷ୍ଠାନ ଅଛି ଯାହାକୁ ଭାଙ୍ଗିବାର ନିଷ୍ପତ୍ତି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ
ବିଶେଷ ଖବର

ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏମିତି କିଛି ମହାନ ଅନୁଷ୍ଠାନ ଅଛି ଯାହାକୁ ଭାଙ୍ଗିବାର ନିଷ୍ପତ୍ତି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ

August 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏମିତି କିଛି ମହାନ ଅନୁଷ୍ଠାନ ଅଛି ଯାହାକୁ ଭାଙ୍ଗିବାର ନିଷ୍ପତ୍ତି ଆତ୍ମଘାତି ସାବ୍ୟସ୍ତ ହୋଇପାରେ
ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏମିତି କିଛି ମହାନ ଅନୁଷ୍ଠାନ ଅଛି ଯାହାକୁ ଭାଙ୍ଗିବାର ନିଷ୍ପତ୍ତି ଆତ୍ମଘାତି ସାବ୍ୟସ୍ତ ହୋଇପାରେ

କେଦାର ମିଶ୍ର

ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଶ୍ରୀମନ୍ଦିର ଭିତରେ ସୀମିତ ନୁହେଁ। ମନ୍ଦିର ବାହାରେ ମେଘନାଦ ପାଚେରୀକୁ ଘେରି ରହିଥିବା ମଠ, ବିଭିନ୍ନ ସେବାୟତଙ୍କ ଘର ଓ ଖୋଦ ଗଜପତିଙ୍କ ଶ୍ରୀ ନଅର ମଧ୍ୟ ଶ୍ରୀ ଜଗନ୍ନାଥ ପରମ୍ପରାର ଅଂଶବିଶେଷ। ଦୁଇଦିନ ତଳେ ହଠାତ ଓଡିଶା ସରକାର ଯେତେବେଳେ କ୍ୟାବିନେଟ ନିଷ୍ପତ୍ତି ନେଲେ ଯେ ମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ରହିଥିବା ସବୁ କୋଠାବାଡି ଖାଲି କରାଯିବ, ତାହା ଅତ୍ୟନ୍ତ ବିଚିତ୍ର ଓ ମହମ୍ମଦ ବିନ ତୁଗଲକଙ୍କ ନିଷ୍ପତ୍ତି ଭଳି ଶୁଣାଗଲା। ମନ୍ଦିର ଚାରି ପାର୍ଶ୍ଵରେ ରହିଥିବା ମଠ ଗୁଡିକ ଭାଙ୍ଗିବା ଏକପ୍ରକାର ଧାର୍ମିକ ଉତ୍ତେଜନା ସୃଷ୍ଟି କରିବ ଓ ଏହା ଐତିହ୍ୟ ବିରୋଧୀ ବୋଲି ସରକାର ବୁଝି ପାରୁନାହାନ୍ତି କେମିତି? ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏମିତି ଏକ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ସଂସ୍କାର ଲାଗି ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ ଦାସ କମିଶନ ଏହାକୁ ସୁପାରିଶ କରିଛନ୍ତି। ଏମିତି ଏକ ସୁପାରିଶ କରିବା ପୂର୍ବରୁ ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ କଣ ସବୁ ଅନୁଷ୍ଠାନ ରହିଛି, ସେ କଥା କମିଶନ ଭଲ ଭାବରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା।

ପୁରୀ ମନ୍ଦିରର ଭୌଗୋଳିକ ଅବସ୍ଥିତି ବିଷୟରେ ଯେଉଁମାନେ ଅବଗତ ଅଛନ୍ତି, ସେମାନେ ଭଲ ଭାବରେ ଜାଣନ୍ତି, ସେମାନଙ୍କୁ ଏ ନିଷ୍ପତ୍ତି ଏକପ୍ରକାର ଆତଙ୍କ ଭଳି ମନେହେବ। ମନ୍ଦିରକୁ ଘେରି ପୁରୀ ସହରର ତିନୋଟି ପ୍ରମୁଖ ଜନାକୀର୍ଣ୍ଣ ସାହି ରହିଛି। ମାର୍କଣ୍ଡେଶ୍ଵର ସାହି, ବାଲି ସାହି ଓ ଦୋଳମଣ୍ଡପ ସାହି। ଏହି ସାହି ଗୁଡିକରେ ଶ୍ରୀ ମନ୍ଦିର ସେବାପୂଜା ସହ ସମ୍ପୃକ୍ତ ଅନେକ ମଠ ଓ ସେବାୟତଙ୍କ ଘରବାଡି ରହିଛି। ସାରା ଭାରତର ତୀର୍ଥସ୍ଥଳ ଗୁଡିକର ଭୌଗୋଳିକ ସଂରଚନା ପ୍ରାୟ ଏମିତି। ମୁଖ୍ୟ ମନ୍ଦିର ଓ ତାକୁ ଘେରି ଆଶ୍ରମ, ମଠ ଓ ସେବାୟତଙ୍କ ବସତି। ଏହା ବହୁ ପ୍ରାଚୀନ ବ୍ୟବସ୍ଥା। ତାକୁ ଭାଙ୍ଗିଦେବାର ଅର୍ଥ ହେଉଛି, ଐତିହ୍ୟକୁ ଧ୍ଵଂସ କରିଦେବା। ମଠ ଗୁଡିକର ନିଜସ୍ଵ ଐତିହ୍ୟ ଓ ଐତିହାସିକ ମୂଲ୍ୟ ରହିଛି। ସେସବୁକୁ ଉଚ୍ଛେଦ କରିବାର ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ।

ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଲାଗି ଏମିତି ବ୍ୟବସ୍ଥା କରିବାକୁ କମିଶନ କହିଛନ୍ତି ଓ ଏହାକୁ ସରକାର ବିନା ବିଚାରରେ ଗ୍ରହଣ କରିନେଇଛନ୍ତି। ମନ୍ଦିର ମଠ ପରିବେଷ୍ଟିତ ହୋଇ ରହିଛି ବୋଲି ସୁନ୍ଦର ଦିଶୁନାହିଁ କି? ମନ୍ଦିରର ସୌନ୍ଦର୍ଯ୍ୟକରଣ ମାନେ କଣ କେବଳ ବୁଗେନଭିଲା ଓ କ୍ରୋଟନ ଲଗାଇବା? ପୁରୀ ସହରର ଏକ ପ୍ରାଚୀନ ବାସ୍ନା ରହିଛି। ତାକୁ ଭାଙ୍ଗିରୁଜି ଦେବାର କୌଣସି ଅର୍ଥ ନାହିଁ। ପୁରୀ ମନ୍ଦିରର ପ୍ରାଥମିକ ସୌନ୍ଦର୍ଯ୍ୟ ହେଉଛି ଏହାର ପ୍ରାଚୀନତା। ଏହାର ଗଳି ରାସ୍ତା ଓ ପୁରୁଣା ମଠ ସବୁର କାରୁକାର୍ଯ୍ୟ । ତାକୁ ଭାଙ୍ଗିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ।

ଏହା ସହିତ ବିଭିନ୍ନ ସେବାୟତଙ୍କ ପୈତୃକ ଘରବାଡି ଏହି ୭୫ ମିଟର ସୀମା ଭିତରେ ରହିଛି। ମନ୍ଦିରର ସୁନ୍ଦରତା ବଢାଇବାକୁ ସେବାୟତମାନଙ୍କୁ ଉଦବାସ୍ତୁ କରିବା ନ୍ୟାୟସଙ୍ଗତ ନୁହେଁ। ଶହ ଶହ ବର୍ଷର ଭିଟାମାଟି ଛାଡିବାକୁ ସେମାନଙ୍କୁ ବାଧ୍ୟ କରାଯିବା ଉଚିତ ହେବ କି? ମନ୍ଦିର ସୁରକ୍ଷା ପ୍ରସଙ୍ଗରେ ହୁଏତ ଜବରଦଖଲ ଉଚ୍ଛେଦ କରାଯାଇପାରେ। ଏଠି କହିରଖିବା ଉଚିତ ହେବ ଯେ, ବାରମ୍ବାର ବାହ୍ୟ ଶତ୍ରୁ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଏହି ସେବାୟତମାନେ ହିଁ ସୁରକ୍ଷିତ ରଖି ଆସିଛନ୍ତି। ଆଜି ସେମାନଙ୍କ ଘର ଓ ଭୂମିକୁ ଶ୍ରୀମନ୍ଦିର ସୁରକ୍ଷା ଆଳରେ ମାଡିବସିବା ଠିକ ହେବନାହିଁ।

ଏ ସମ୍ପର୍କରେ ନିଷ୍ପତ୍ତି ନେବା ଆଗରୁ ପୁରୀର ନାଗରିକ, ରାଜନେତା, ଐତିହାସିକ, ସେବାୟତ ଓ ମଠାଧୀଶମାନଙ୍କ ସହ ବ୍ୟାପକ ଆଲୋଚନା ହେବା ଉଚିତ ହୋଇଥାନ୍ତା। ୭୫ ମିଟର ପରିଧିରେ କଣ କଣ ସବୁ ଅନୁଷ୍ଠାନ ରହିଛି ଓ ଐତିହ୍ୟ ଦୃଷ୍ଟିରୁ ସେଥିରୁ କିଏ କିଏ ସବୁ ଗୁରୁତ୍ୱପୂର୍ଣ୍ଣ ତାହାର ମଧ୍ୟ ଏକ ତାଲିକା ହେବା ଜରୁରୀ ଥିଲା। କେବଳ ହୁଙ୍କାପିଟା ନ୍ୟାୟରେ ଏ ପ୍ରକାର ଉଚ୍ଛେଦ ନିଷ୍ପତ୍ତି ପୁରୀ ସହରରେ ଏକ ବଡ ଧରଣର ଅଶାନ୍ତି ସୃଷ୍ଟି କରିପାରେ। ଆଇନ ଶ୍ରୁଙ୍ଖଳା ପରିସ୍ଥିତିର ସମ୍ଭାବନା ସହିତ ଇତିହାସ ପ୍ରତି ଏହା ଏକ ଆକ୍ରମଣ ବୋଲି ବାର୍ତ୍ତା ମଧ୍ୟ ଯାଇପାରେ। ଯେ କୌଣସି ଐତିହ୍ୟ ସଚେତନ ନାଗରିକ ରାଜ୍ୟ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ସମର୍ଥନ କରିବ ନାହିଁ।

ଓଡିଶାରେ ବିଜେଡି ବିଧାୟକଙ୍କୁ କିଣିବା ଲାଗି ଆରମ୍ଭ ହୋଇଛି ବିଜେପିର ଗୋପନ ଅଭିଯାନ; ୫୨ବିଜେଡି ବିଧାୟକଙ୍କ ସହ ବିଜେପିର ଯୋଗାଯୋଗ ରହିଛି !!

Gajapati jagannathtemple odianews odishanews Puri
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026
Latest News

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.