Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?
ବିଶେଷ ଖବର

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Student Union Election Results: How successful was each party?
Student Union Election Results: How successful was each party?

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି। ରାଜ୍ୟର ବିଭିନ୍ନ କଲେଜରେ କେଉଁଠି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ବାଜି ମାରିଛନ୍ତି ତ ଆଉ କେଉଁଠି ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ନିଜର ପ୍ରଭାବ ବିସ୍ତାର କରିଛନ୍ତି। ଏହି ସମସ୍ତ ଫଳାଫଳ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି କଟକର ଐତିହାସିକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ନିର୍ବାଚନ। ରାଜ୍ୟର ଏହି ଅନ୍ୟତମ ପ୍ରମୁଖ ତଥା ବଡ଼ କଲେଜରେ ସମସ୍ତ ଦଳୀୟ ସମୀକରଣକୁ ପଛରେ ପକାଇ ଜଣେ ସ୍ୱାଧୀନ ପ୍ରାର୍ଥୀ ସଭାପତି ପଦବୀ ଦଖଲ କରିବାରେ ସଫଳ ହୋଇଛନ୍ତି। ଏଠାରେ ସଭାପତି ଭାବେ ପ୍ରଜ୍ଞା ପରମିତା ନାୟକ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି।

ସେହିପରି ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ବ୍ୟାପକ ସଫଳତା ହାସଲ କରିଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ ଦଳ ସମ୍ପୂର୍ଣ୍ଣ କ୍‍ଲିନ୍ ସ୍ୱିପ୍ କରିଛି, ଯେଉଁଠାରେ ଛାତ୍ର ସଂସଦର ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକ ଭାବେ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏହାସହ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଝାରସୁଗୁଡ଼ା ପିକେଏସଏସ କଲେଜରେ ମଧ୍ୟ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ ଦଳୀୟ ପ୍ରାର୍ଥୀମାନେ ବାଜି ମାରିଛନ୍ତି।

ରାଜ୍ୟର ଆହୁରି ଅନେକ କଲେଜ ଯେପରିକି କମଳା ନେହରୁ ମହିଳା ମହାବିଦ୍ୟାଳୟ, ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ, ଖଡ଼ିଆଳ ମଡେଲ କଲେଜ, ନିଆଳି କଲେଜ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜ, ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ବେଲପଡ଼ା ପାଟଣେଶ୍ବରୀ ମହିଳା ମହାବିଦ୍ୟାଳୟ, ସୁବର୍ଣ୍ଣପୁରର ବୀରମହାରାଜପୁର କଲେଜ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡିଗ୍ରୀ କଲେଜ ଏବଂ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ, ରାଜଧାନୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜୋରଦାର ବାଜିମାତ୍ କରିଛି। ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ହାତେଇଥିବା ବେଳେ ରାଜଧାନୀ ମହାବିଦ୍ୟାଳୟରେ ଅବିନାଶ ପାଢ଼ୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକତ୍ରିତ ଭାବେ ସମସ୍ତ ୧୩ଟିଯାକ ପଦବୀ ଦଖଲ କରିଛି, ଯେଉଁଥିରେ ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ଏବଂ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ବିଜୟୀ ହୋଇଛନ୍ତି।

ଏହା ବ୍ୟତୀତ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜ, ଅନୁଗୋଳ ମହିଳା କଲେଜ, କଟକ କଲେଜ, କିଶୋର ନଗର ଡିଗ୍ରୀ କଲେଜ, ଧାମନଗର ମହାବିଦ୍ୟାଳୟ, ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ (ସଭାପତି ପଦ), ପାରାଦୀପ କଲେଜ (ସଭାପତି ପଦ) ଏବଂ ପାଟଣାଗଡ଼ ଜ୍ୟୋତିବିକାଶ କଲେଜରେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀମାନେ ଜୟଲାଭ କରିଛନ୍ତି। ଏହି ସମସ୍ତ ନିର୍ବାଚନ ଫଳାଫଳ ରାଜ୍ୟର କ୍ୟାମ୍ପସ ରାଜନୀତିରେ ପ୍ରବଳ ଉତ୍ସାହ ଓ ସ୍ପନ୍ଦନ ଭରି ଦେଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ବିଜୁ ଛାତ୍ର ଜନତା ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026
Latest News

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.