Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରବାସୀ ଓଡିଆର ମନକଥା; ଦୁବାଇ ରେ ହଜି ଯାଇଥିବା ମା’ର ହାତ ତିଆରି ଘିଅର ମହକ
ବିଶେଷ ଖବର

ପ୍ରବାସୀ ଓଡିଆର ମନକଥା; ଦୁବାଇ ରେ ହଜି ଯାଇଥିବା ମା’ର ହାତ ତିଆରି ଘିଅର ମହକ

January 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାଶ୍ରୀ ଦାଶ

ଏବେ ସବୁଠି ଶୀତ ଲହରୀ । ପ୍ରତିଦିନ ପାରଦ ତଳକୁ ଖସୁଛି।  ଶୀତ ବଢିବା ସହିତ  ବଦଳୁଚି ଆମର ଖାଦ୍ୟପେୟ। ଦୁବାଇରେ ମଧ୍ୟ ଏବେ ଶୀତ ଲହରୀ । ଦେଖିବାକୁ ଗଲେ ଶୀତ ଋତୁ ହେଉଛି ଏଠି ସବୁଠାରୁ ଭଲ ସମୟ । କାରଣ ୮ ମାସ ର ତାତି ପରେ ସମସ୍ତେ ଥଣ୍ଡାକୁ ଅପେକ୍ଷା କରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଶୀତକୁ ସମସ୍ତେ ଏଠି ମନଭରି ଉପଭୋଗ କରନ୍ତି।

ଦୁବାଇର ସବୁଠୁ ସୁନ୍ଦର ଶୀତ ଓ ଉପଭୋଗ ଭିତରେ ମୁଁ ଅନୁଭବ କଲି ଯେ ମୁଁ କିଛି ଗୋଟେ ମୋ ଭିତରୁ ହଜି ଯାଇଛି ଓ ଯାହାକୁ ମୋ ମନ ବହୁତ ବହୁତ ଖୋଜୁଛି । ତାହା ହେଉଛି ମାଁ ହାତ ତିଆରି ଘିଅ। ପ୍ରତିବର୍ଷ ଶୀତ ଆସିବା ପୂର୍ବରୁ ମାଁ ପ୍ରସ୍ତୁତ ହୋଇଯାନ୍ତି ଘିଅ ତିଆରି କରିବା ପାଇଁ। କୁହନ୍ତି ‘ଶୀତ ଦିନରେ ଗରମ ଭାତ ସାଙ୍ଗରେ ଘିଅ ପକାଇ ଖାଇଲେ  ଦେହପାଇଁ ଭଲ।‘ ଆଉ ମୁଁ ମଧ୍ୟ ଘିଅ ଖାଇବାକୁ ଖୁବ ଭଲ ପାଏ। ଗରମ ଭାତ ଉପରେ ମାଁ ହାତ ତିଆରି ଘିଅ ପଡିଲେ, କାହିଁକି କେଜାଣି ସ୍ଵାଦ ଅଲଗା ହୋଇଯାଏ। ଆଉ ତାର  ବାସ୍ନା ମନରେ ସୁଆଦ ଭରିଦିଏ। ଔଷଧ ଖାଇଲା ପରି ଆମେ ଘିଅ ଖାଇବାକୁ କେବେ ଭୁଲିନାହୁଁ।

ହେଲେ ପ୍ରବାସରେ ୧୦ ବର୍ଷ ରହିବା ପରେ ଏବେ ସେ ଘିଅର ଅଭ୍ୟାସ ଆଉ ନାହିଁ । ପାଖରେ ମାଁ ନାହାନ୍ତି ପଚାରିବାକୁ ଘିଅ ଟିକେ ଦେବି କି ବୋଲି।  ଏବେ ବି ଗରମ ଭାତ ଖାଏ ହେଲେ ବିନା ଘିଅରେ। ପାଶୋରି ଦେଇଛି ସେହି ବାସ୍ନାକୁ। ଏବେ ଦିନେ ସୁପର ମାର୍କେଟକୁ ଗଲି ଘିଅ ପାଇଁ। ଦେଶୀ, ବିଦେଶୀ ଅନେକ ବ୍ରାଣ୍ଡର ଘିଅ ପାଇଲି। ପସନ୍ଦ ମୁତାବକ ଆଣିଲି ମଧ୍ୟ। ଝିଅକୁ କହିଲି, ‘ଥଣ୍ଡା ହେଉଛି, ପ୍ରତିଦିନ ଅଳ୍ପ ଘିଅ ଖାଇବା ଆରମ୍ଭ କର। ‘ ସେ ହଁ କହିଲା । ଆଜି ସେ ଭାତ ଖାଇଲାବେଳେ ଗୋଟେ ଚାମଚରେ ଘିଅ ଟିକେ ତ ଭାତ ଉପରେ ଢାଳିଦେଲି। କିନ୍ତୁ ସେ ବାସ୍ନା ପାଇଲିନି। ସେ ସୁଆଦ ବି ଆସିଲାନି। ମନ ଶାନ୍ତ ହେଲାନି। ନିଜେ ମଧ୍ୟ ଖାଇଲି । ସେ ସ୍ବାଦ ପାଇଲିନି। ବହୁତ ଭାବିଲି, କଣ ଫରକ ଏ ଘିଅ ଆଉ ସେ ଘିଅ ଭିତରେ? ବ୍ରାଣ୍ଡ ଆଉ ଦେଶୀ ଭିତରେ କଣ ବା ଫରକ ସତରେ!   

ବହୁତ ସମୟ ଭାବିଲା ପରେ ଆପେ ଆପେ ବୁଝିଗଲି , ‘ ସେଥିରେ ମାଁ ର ସ୍ନେହ ଥିଲା” ଆଉ ବଜାର ଘିଅରେ କେବଳ ବଜାର ଇ ଥିଲା। 

odianews sudhashree thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026
Latest News

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.