Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମିତ ଶାହାଙ୍କୁ ରାହୁଲ ବଜାଜ ଯାହା ପଚାରିଥିଲେ ତାର ଉତ୍ତର ଧମକ ମାଧ୍ୟମରେ ମିଳିଲା ଓ ମିଳି ଚାଲିଛି   
ବିଶେଷ ଖବର

ଅମିତ ଶାହାଙ୍କୁ ରାହୁଲ ବଜାଜ ଯାହା ପଚାରିଥିଲେ ତାର ଉତ୍ତର ଧମକ ମାଧ୍ୟମରେ ମିଳିଲା ଓ ମିଳି ଚାଲିଛି   

December 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହାଙ୍କୁ ରାହୁଲ ବଜାଜ ଯାହା ପଚାରିଥିଲେ ତାର ଉତ୍ତର ଧମକ ମାଧ୍ୟମରେ ମିଳିଲା ଓ ମିଳି ଚାଲିଛି

କେଦାର ମିଶ୍ର 

ଦେଶର ବଡ ବଡ ସାମ୍ବାଦିକମାନେ ଯାହା ପଚାରିବାରେ ଅକ୍ଷମ, ତାକୁ ଜଣେ ବର୍ଷିୟାନ ଶିଲ୍ପପତି ପଚାରି ପାରିଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ। ବଜାଜ ଗୃପର ଅଧ୍ୟକ୍ଷ ରାହୁଲ ବଜାଜ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଯେଉଁ ପ୍ରଶ୍ନ ଉତ୍ତରର ସଂକ୍ଷିପ୍ତ ଚିତ୍ରଟି ଆମେ ଦେଖିଲୁ, ତାହା ଅନେକ ଆଗରୁ ଦେଖିବା ଉଚିତ ଥିଲା। ଜଣେ ଶିଲ୍ପପତି ଭାବରେ ରାହୁଲ ବଜାଜ ନିଜର ସ୍ପଷ୍ଟ ମତ ପାଇଁ ଜଣାଶୁଣା। ନିଜକୁ ଗୌରବର ସହିତ “ଆଣ୍ଟି ଏଶ୍ଟାବ୍ଳିଶମେଣ୍ଟ” ବା ସତ୍ତା ବିରୋଧୀ ବୋଲି କହିବାର ସାହସ କମ ଶିଳ୍ପପତିଙ୍କର ରହିଛି। ତେଣୁ ସେ ଯେତେବେଳେ ଅମିତ ଶାହାଙ୍କୁ ପଚାରିଥିଲେ, ଆପଣ ଭଲ କାମ କରୁଥିଲେ ବି ଆପଣଙ୍କୁ ସମାଲୋଚନା କରିବାକୁ ମୋତେ ଡର ଲାଗିବ କାହିଁକି? ଏହାର ଉତ୍ତର ବଡ ହାଲୁକା ଭାବରେ ଅମିତ ଶାହା ଦେଇଥିଲେ। ହେଲେ “ଦି ଇକୋନମିକ୍ସ ଟାଇମ୍ସ” ର ଏହି ଆଲୋଚନା ଚକ୍ର ସରିବା ପରେ ପରେ ରାହୁଲ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଗଲା। ବିଜେପି ସମର୍ଥକ ଓ ଭକ୍ତମାନେ ବଜାଜଙ୍କୁ ସୋସିଆଲ ମିଡିଆରେ ଗାଳି ଫଜିତ ଆରମ୍ଭ କରିଦେଲେ। ତା ସହିତ ମୋଦୀ ସରକାରର ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ରାହୁଲ ବଜାଜଙ୍କୁ ଖୋଲାଖୋଲି ସମାଲୋଚନା ଆରମ୍ଭ କରିଦେଲେ। ସବୁଠୁ ଭୟଙ୍କର ଓ ଚିନ୍ତାଜନକ ପ୍ରତିକ୍ରିୟା ଆସିଲା, ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ପାଖରୁ। ଅର୍ଥମନ୍ତ୍ରୀଙ୍କ କହିବା କଥା ହେଲା, ଏପରି ପ୍ରଶ୍ନ ଆମର “ଜାତୀୟ ଭାବାବେଗ” ପ୍ରତି କ୍ଷତି ପହଞ୍ଚାଇବ। ବାସ, ରାହୁଲ ବଜାଜ ତ ସେହି କଥାଟି ଉଠାଇଥିଲେ ମାଡାମ!

ମୋଦୀ ସରକାରକୁ ସମାଲୋଚନା କଲେ “ଜାତୀୟ ଭାବାବେଗ”, “ଦେଶପ୍ରେମ”, “ଜାତୀୟ ସୁରକ୍ଷା” “ଜାତୀୟ ସ୍ଵାର୍ଥ” ସଙ୍କଟରେ ପଡିଯିବ ବୋଲି ବାରମ୍ବାର କୁହାଯାଉଛି। ଏହାହିଁ ଗୋଟେ ଗଣତାନ୍ତ୍ରିକ ଦେଶରେ ସବୁଠୁ ବଡ ଭୟର କାରଣ। ସରକାରକୁ ଦେଶ ବୋଲି ବଡ ଚତୁରତାର ସହିତ ତୁଳନା କରାଯାଉଛି ଓ ସରକାରକୁ ସମାଲୋଚନା କରିବା ଦେଶଦ୍ରୋହ ବୋଲି କୁହାଯାଉଛି। ତାହାହିଁ ଆଜିର ସବୁଠୁ ବଡ ସଙ୍କଟ। ପୂରା ଦେଶରେ ଯେଉଁ ଆର୍ଥିକ ସଙ୍କଟ ଦେଖା ଦେଇଛି, ତାରି ପଛରେ ଏହି ସାମାଜିକ ଭୟ ଏକ ବଡ କାରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଇଥିପାଇଁ ଏହି ସାମାଜିକ ଭୟକୁ ଅର୍ଥନୈତିକ ଦୁର୍ଗତିର କାରଣ ବୋଲି କହିଛନ୍ତି। ସାମାଜିକ ଚାପ ଓ ରାଜନୈତିକ ପ୍ରତିଶୋଧପରାୟଣତାର ବାତାବରଣର କୌଣସି ଦେଶ ଅର୍ଥନୈତିକ ବିକାଶ ହାସଲ କରିବା ସମ୍ଭବ ନୁହେଁ।

ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ ମୋଦୀ ସରକାର ଶିଲ୍ପପତି ଓ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି ବୋଲି ଅନ୍ୟତମ ଉଦ୍ୟୋଗପତି କିରଣ ମଜୁମଦାର ସ’ କହିଛନ୍ତି। ଏ ସରକାର ଅର୍ଥନୀତି ସମ୍ପର୍କରେ ଶିଲ୍ପପତି ଓ ଅଥନୀତିଜ୍ଞଙ୍କ କଥା ଶୁଣୂନାହାନ୍ତି। ରାଜନୀତିରେ ଭିନ୍ନ ମତ ଓ ବିରୋଧୀ ପକ୍ଷକୁ ଶୁଣୁନାହାନ୍ତି। ଲୋକସମ୍ପର୍କ ପାଇଁ ସାମ୍ବାଦିକଙ୍କ କଥା ଶୁଣୁ ନାହାନ୍ତି। ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ବୁଦ୍ଧିଜୀବୀଙ୍କୁ ଶୁଣୁନାହାନ୍ତି। ତାହେଲେ, ଏ ସରକାର ଶୁଣୁଛନ୍ତି କାହାକୁ? କେବଳ ନିଜେ ନିଜର ସ୍ଵର ଓ ଚେହେରାକୁ ମୋଦୀ ଭଲ ପାଆନ୍ତି ବୋଲି କେହିଜଣେ କାମେଡିଆନ ଥରେ କହିଥିଲେ। ଆପାତତଃ ଏବେ ତାହାହିଁ ସତ୍ୟ ପ୍ରମାଣିତ ହେଉଛି।

ମୋଦୀ-ଶାହା ବ୍ୟତୀତ ସରକାରରେ ଆଉ କାହାର କିଛି କହିବାର ନାହିଁ ବା ଶୁଣିବାର ନାହିଁ। ଯେତେବେଳେ ଦେଶର ଜଣେ ବରିଷ୍ଠ ଉଦ୍ୟୋଗପତି ଦେଶର ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଛନ୍ତି, ସେଠି ଅର୍ଥମନ୍ତ୍ରୀଙ୍କର ଦାୟିତ୍ଵ ହେଉଛି, ଉଦ୍ୟୋଗ ଜଗତକୁ ଭରସା ଦେବା। ଯେଉଁ ଭୟ ଓ ଆଶଙ୍କାର କଥା ରାହୁଲ ବଜାଜ ଉଠାଇଛନ୍ତି, ସେ କଥା ଆଗରୁ ଏ ଦେଶର ଲେଖକ, କଳାକାର ଓ ସିନେମା ତାରକାମାନେ ମଧ୍ୟ ଉଠାଇଥିଲେ। ତେବେ ଯିଏ ଏ ପ୍ରଶ୍ନ ଉଠାଇଛି, ତାକୁ ନିର୍ଦ୍ଦୟ ଭାବରେ ଚାପି ଦିଆ ହୋଇଛି ଅଥବା ସେମାନଙ୍କୁ ଅଧିକ ଭୟଭୀତ କରାଇବା ଲାଗି “ଟ୍ରୋଲ ବାହିନୀ’ କିମ୍ବା “ସରକାରୀ ଗୁଣ୍ଡା ସାମ୍ବାଦିକ ବାହିନୀ”ଙ୍କୁ ଲଗାଇ ଦିଆଯାଇଛି। ପ୍ରଥମ ଥର ଲାଗି ଆମେ ଦେଶରେ ସରକାରୀ ଗୁଣ୍ଡା ଭାବରେ ଟେଲିଭିଜନ ସାମ୍ବାଦିକମାନଙ୍କର ଏକ ଗୋଷ୍ଠୀକୁ ଦେଖୁଛୁ। ଏମାନେ ସରକାର ବିରୋଧରେ ପ୍ରଶ୍ନ ପଚାରୁଥିବା ସବୁ ସଂବେଦନଶୀଳ ନାଗରିକଙ୍କୁ ଦେଶଦ୍ରୋହୀ ବା ଜାତୀୟ ସ୍ଵାର୍ଥ ବିରୋଧୀ ବୋଲି କହିବାକୁ ଅହରହ କାମ କରୁଛନ୍ତି।

ତେବେ ରାହୁଲ ବଜାଜଙ୍କ ପ୍ରଶ୍ନ, ଅମିତ ଶାହାଙ୍କ ଉତ୍ତର ଓ ନିର୍ମଲା ସୀତାରମଣଙ୍କ ଟ୍ରୋଲିଂରୁ ଗୋଟିଏ କଥା ପ୍ରମାଣିତ ହୋଇଯାଇଛି ଯେ, ଶ୍ରୀମାନ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ।

amitshah
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.