Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ବିଶ୍ଵାସ କରିବାକୁ ଇଚ୍ଛା ହେଉନି, ହେଲେ ବିଶ୍ଵାସ କରିବାକୁ ଆମେ ବାଧ୍ୟ
ବିଶେଷ ଖବର

ଆମ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ବିଶ୍ଵାସ କରିବାକୁ ଇଚ୍ଛା ହେଉନି, ହେଲେ ବିଶ୍ଵାସ କରିବାକୁ ଆମେ ବାଧ୍ୟ

December 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ରବିବାର ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ ଆମର ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର ବିରୋଧରେ ମିଛ ଅପପ୍ରଚାର ଚାଲିଛି। ବିରୋଧୀ ଦଳ ଓ “ଅର୍ବାନ ନକ୍ସଲ’’ (ଭଗବାନ ଜାଣନ୍ତି, ଏହାର ଅର୍ଥ କଣ) ମାନେ ଜାତୀୟ ନାଗରିକତା ପଞ୍ଜୀକରଣ ଓ ନାଗରିକତାରୁ ବାଦ ପଡିଥିବା ଲୋକଙ୍କୁ ଅଟକ ରଖିବା ପାଇଁ ତିଆରି ହେଉଥିବା ଜେଲ ବିଷୟରେ ମିଛ କହୁଛନ୍ତି ବୋଲି ସେ ବଡ ଆବେଗଭରା ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଗୋଟେ ଓଡିଆ ଟେଲିଭିଜନ ଚାନେଲ ଲେଖିଲା- “ଦେଶ ଦେଖିଲା ପ୍ରଧାନମନ୍ତ୍ରୀଙ୍କ ରୌଦ୍ର ରୂପ”। ଏହି ତଥାକଥିତ ରୌଦ୍ର ରୂପ ଯେ କେବଳ ମିଛ ଓ ଛଳନାର ଭାଷଣ ଥିଲା, ସେକଥା ତୁରନ୍ତ ଧରା ପଡିଗଲା । ପ୍ରଧାନମନ୍ତ୍ରୀ କହିଥିବା କୌଣସି କଥା ଯେ ସତ୍ୟ ଓ ତଥ୍ୟ ଆଧାରିତ ନଥିଲା, ସେକଥା ଦେଶ ଓ ବିଦେଶର ଗଣମାଧ୍ୟମ ଆଖି ଚିରି ଦେଖାଇଦେଲେ।

ତେବେ ପ୍ରଧାନମନ୍ତ୍ରୀ କହିଥିଲେ କଣ? ବଡ ଆତ୍ମବିଶ୍ବାସର ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ତାଙ୍କ ସରକାର ଏ ଯାଏ କୌଣସି କଥା କହିନଥିବା ବେଳେ, ସେ ସମ୍ପର୍କରେ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ପ୍ରଚାର କରାଯାଉଛି। ଏହା ସତ୍ୟ କି? ଜାତୀୟ ନାଗରିକତା ପଞ୍ଜୀକରଣ ସମ୍ପର୍କରେ ବିରୋଧୀ ମିଛ କହୁଛନ୍ତି ବୋଲି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଦଳ ବିଜେପିର ଅଧ୍ୟକ୍ଷ ତଥା ତାଙ୍କ ନିଜ କ୍ୟାବିନେଟର ଗୃହମନ୍ତ୍ରୀ ଅମିତ ଶାହ, ଏକାଧିକ ଥର ଏନସିଆର ବା ଜାତୀୟ ନାଗରିକ ପଞ୍ଜୀକରଣ ସାରା ଦେଶରେ ହେବାକୁ ଯାଉଛି ବୋଲି ସ୍ପଷ୍ଟ କହିଛନ୍ତି। ଖୋଦ ସଂସଦ ଭିତରେ ଏ ସମ୍ପର୍କରେ ଗୃହମନ୍ତ୍ରୀ ବୟାନ ଦେଇଛନ୍ତି। ପ୍ରଥମେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଜାତୀୟ ନାଗରିକତା ପଞ୍ଜୀକରଣ ଦେଶବ୍ୟାପୀ କରାଯିବ ବୋଲି ଅମିତ ଶାହ କହିଛନ୍ତି। ଚଳିତ ବର୍ଷ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ସରକାର ଜାତୀୟ ନାଗରିକତା ପଞ୍ଜିକରଣକୁ ଲାଗୁ କରିବ ବୋଲି କହିଥିଲେ।

ତା ସତ୍ତ୍ୱେ ଏ ସମ୍ପର୍କରେ ନରେନ୍ଦ୍ର ମୋଦୀ ସରକାର ଏ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି ବୋଲି କହିବା ଡାହା ମିଛ ନୁହେଁ କି? ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଆମକୁ ପଚାରିବାକୁ ପଡିବ, କିଏ ମିଛ କହୁଛି- ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ? ଆମେ କାହାକୁ ବିଶ୍ଵାସ କରିବା? ଆଜି ଦେଶ ସାରା ଯେତେବେଳେ ସଂଶୋଧିତ ନାଗରିକତା ଆଇନ ଓ ପ୍ରସ୍ତାବିତ ଜାତୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ଜନ ଅସନ୍ତୋଷ ବ୍ୟାପକ ହେଉଛି, ସେଥିରୁ ବର୍ତ୍ତିବାକୁ ଯାଇ ପ୍ରଧାନମନ୍ତ୍ରୀ ମିଥ୍ୟାର ଆଶ୍ରୟ ନେଇଛନ୍ତି। କେବଳ ଅମିତ ଶାହ ନୁହନ୍ତି, ମୋଦୀ ସରକାରର ଅନେକ ମନ୍ତ୍ରୀ ଓ ବିଜେପିର ପଦାଧିକାରୀ ଜାତୀୟ ନାଗରିକତା ପଞ୍ଜୀକରଣ ସପକ୍ଷରେ ମତ ଦେଇଛନ୍ତି।

ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ଏନଆରସି କଥା ମିଛ ବୋଲି କହୁଥିବା ବେଳେ ଏହା ସପକ୍ଷରେ ବିଜେପି ଜନସଭା କରୁଛି କାହିଁକି? ପ୍ରଧାନମନ୍ତ୍ରୀ ଓ ତାଙ୍କ ଗୃହମନ୍ତ୍ରୀ ପରଷ୍ପର ବିରୋଧୀ ମତ ରଖିବା ଆଶ୍ଚର୍ୟଜନକ। ମୋଦୀ ଶାହଙ୍କୁ ମିଛୁଆ କହୁଛନ୍ତି ନା ଶାହ ମୋଦୀଙ୍କୁ ଅଣଦେଖା କରୁଛନ୍ତି, ତାହା ମଧ୍ୟ ଆଜି ଆଉ ଏକ ପ୍ରଶ୍ନ। ଅମିତ ଶାହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ଖୋଲାଖୋଲି ଆହ୍ଵାନ ଦେଉଛନ୍ତି ବୋଲି କୁହାଯାଇ ପାରିବ କି?

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନ ନାଗରିକଙ୍କୁ ଅଟକ ରଖିବା ଲାଗି ସେମିତି କୌଣସି ଅଟକ ଗୃହ ତିଆରି କରା ଯାଉନାହିଁ। କର୍ଣ୍ଣାଟକ, ଆସାମ ଓ ମହାରାଷ୍ଟ୍ରରେ ଏ ପ୍ରକାର ଅଟକ ଗୃହ ତିଆରି ହେଉଥିବା କଥା ଖୋଦ ମୋଦୀ ସରକାର ସଂସଦରେ ସ୍ଵୀକାର କରିଛନ୍ତି। ମୋଦୀ ସରକାରର ପ୍ରଥମ ପାଳିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ଓ ଏହି ପାଳିରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକଥା ସଂସଦ ଗୃହରେ  ସ୍ଵୀକାର  କରିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ  ସାକ୍ଷାତ୍କାର ଦେବା ଅବସରରେ ଏ କଥାକୁ ଅମିତ ଶାହ ମଧ୍ୟ ସ୍ଵୀକାର କରିଛନ୍ତି। ତଥାପି ଏହା ମିଛ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି କେମିତି?

ସଂସଦରେ ଉପସ୍ଥାପିତ ସରକାରୀ ତଥ୍ୟକୁ ସରକାରର ମୁଖ୍ୟ କାର୍ୟ ନିର୍ବାହୀ ଭାବରେ ପ୍ରଧାନମନ୍ତ୍ରୀ ଅସ୍ଵୀକାର କରିବା ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି। ନିକଟରେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଛ କହିଥିବାରୁ ସେଠିକାର ପ୍ରଧାନମନ୍ତ୍ରୀ ନିଜ ପଦ ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆମ ଦେଶରେ କିନ୍ତୁ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଆମର ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାଗୁଡିକରେ ନିରନ୍ତର ମିଛ କହୁଥିବାର ପ୍ରମାଣ ଅନେକ ରହିଛି। ଏହାକୁ ଆମେ ଗ୍ରହଣ କରିନେଉଛୁ କେମିତି?

ଦେଶର ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବୋଲି କହିବାକୁ ଆମେ ଆଦୌ ଚାହୁଁ ନାହୁଁ। ହେଲେ ସତ୍ୟ ଓ ତଥ୍ୟ ଦେଖିଲା ପରେ ପ୍ରଧାନମନ୍ତ୍ରୀଙ୍କୁ ମିଛୁଆ  ବ୍ୟତୀତ ଆଉ କିଛି କହି ହେବ କି? ପ୍ରଧାନମନ୍ତ୍ରୀ ପଦର ମର୍ଯାଦା ଓ ଗାରିମା ଦୃଷ୍ଟିରୁ ଏହା ସବୁଠୁ ପୀଡାଦାୟକ ସତ୍ୟ ବୋଲି ଆମକୁ ସ୍ଵୀକାର କରିବାକୁ ପଡିବ। ଆଜି ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମିଛ ସମ୍ପର୍କରେ ଯେଉଁ ପ୍ରକାର ଖବର ସବୁ ବାହାରୁଛି, ତାକୁ ପଢି , ଶୁଣି ଲଜ୍ଜାରେ ଆମ ମୁଣ୍ଡ ତଳକୁ ହୋଇ ଯାଉଛି।  

amit saha caa NRC pm modi
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କ ଏହି ବୟାନରେ ଜେଲେନସ୍କି କ୍ଷୁବ୍ଧ: ଜାଣନ୍ତୁ କ’ଣ କହିଲେ ୟୁକ୍ରେନୀୟ ରାଷ୍ଟ୍ରପତି?

December 31, 2025

ଚୀନକୁ ବଡ଼ ଝଟକା ଦେଲା ଭାରତ: ଏହି ଜିନିଷ ଉପରେ ତିନି ବର୍ଷ ପାଇଁ ଲଗାଇଲା ଶୁଳ୍କ

December 31, 2025

ବଣଭୋଜି ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି

December 31, 2025

ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟିର ଚାରିଟି ନୂଆ ପ୍ରକଳ୍ପ ଘୋଷଣା

December 30, 2025
Latest News

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025

ନିବେଶକମାନଙ୍କ ପାଇଁ ଖୁସି: ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଇସ୍ପାତ କମ୍ପାନୀର ସେୟାରରେ ବଡ ବୃଦ୍ଧି

December 31, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.