Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ନିର୍ବାଚନରେ 48 ଜଣ ମହିଳାଙ୍କୁ ଟିକେଟ ଦେଇ, ନବୀନ ଖେଳିବେ ମହିଳା କାର୍ଡ। ଜାତୀୟ ସ୍ତରରେ ଏକ ନୂଆ ଉଦାହରଣ ସୃଷ୍ଟି କରିବା ପାଇଁ ପ୍ରୟାସ।
ବିଶେଷ ଖବର

ଏଥର ନିର୍ବାଚନରେ 48 ଜଣ ମହିଳାଙ୍କୁ ଟିକେଟ ଦେଇ, ନବୀନ ଖେଳିବେ ମହିଳା କାର୍ଡ। ଜାତୀୟ ସ୍ତରରେ ଏକ ନୂଆ ଉଦାହରଣ ସୃଷ୍ଟି କରିବା ପାଇଁ ପ୍ରୟାସ।

February 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Biju Janata Dala Mahila Samabesh
Biju Janata Dala Mahila Samabesh

ସମୀକ୍ଷା ବ୍ୟୁରୋ

ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନୂଆ ଉଦାହରଣ ସୃଷ୍ଟି କରିବା ମୁଡରେ ଅଛନ୍ତି। ତାହା ହେଲା ଏଥର ପ୍ରାୟ 48 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବା। ସେଥିପାଇଁ ମହିଳା ପ୍ରାର୍ଥୀ ଖୋଜିବା ପାଇଁ ନବୀନ ତାଙ୍କର ନିକଟତମ ମହଲକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡିଛି। 48 ଜଣ ନ ହେଲେ ମଧ୍ୟ ଅତିକମରେ 35 ଜଣ ମହିଳାଙ୍କ ତାଲିକା ପ୍ରସ୍ତୁତ କର ବୋଲି ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାରଣ ହେଲା 33 ପ୍ରତିଶତ ମହିଳା ସଂରକ୍ଷଣ ଘୋଷଣାକୁ ଏହି ନିର୍ବାଚନରେ ଲାଗୁ କରି ଜାତୀୟ ରାଜନୀତିରେ ନବୀନ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହାଁନ୍ତି। ସେଥିପାଇଁ ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସୁପ୍ରିମୋ ପୁରା ଟିମକୁ କାର୍ଯ୍ୟରେ ଲଗାଇ ଦେଇଛନ୍ତି। ନବୀନଙ୍କ ନିକତମ ମହଲର ଖବର ଅନୁସାରେ ବର୍ତ୍ତମାନ ମହିଳା ପ୍ରାର୍ଥୀ ଖୋଜିବାରେ ତିନୋଟି ଗାଇଡ ଲାଇନ ଜାରୀ କରାଯାଇଛି। ସେଗୁଡିକ ହେଲା..

1-ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକଙ୍କ ଭାବମୂର୍ତ୍ତି ଖରାପ ରହିଛି, ଅଥଚ ଦୃଢ ସଂଗଠନ ଅଛି, ସେହି ସ୍ଥାନରେ ତାଙ୍କର ନିକଟ ସଂପର୍କୀୟ ମହିଳାଙ୍କୁ ପ୍ରାର୍ଥୀ କରିବା। ତେବେ ସେମାନଙ୍କୁ ପ୍ରାର୍ଥୀ କଲେ ବିଜେଡିର ସ୍ଥିତି ମଜବୁତ ରହିବ କି ନାହିଁ ତା ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

2-ବର୍ତ୍ତମାନ ଯେଉଁମାନେ ବିଧାୟିକା ଅଛନ୍ତି ସେମାନଙ୍କୁ ପୁଣି ଥରେ ଟିକେଟ ଦେବା ପାଇଁ ନିଷ୍ପତି କରାଯାଉଛି। ତେବେ ଅଳ୍ପ କେତୋଟି ସ୍ଥାନରେ ସ୍ଥାନୀୟ ବିଧାୟିକାଙ୍କ ଭାବମୂର୍ତ୍ତି ଠିକ୍ ନ ଥିବାରୁ ସେମାନଙ୍କୁ ହଟାଇବାର ଯୋଜନା ମଧ୍ୟ ଚାଲିଛି। ସେହି ସ୍ଥାନରେ କେଉଁ ମହିଳା ଉପଯୁକ୍ତ ହେବେ ଦୁଇଜଣଙ୍କ ନାମ ଦେବାକୁ କୁହାଯାଇଛି।

3-ନୂଆ ସ୍ଥାନଗୁଡିକରେ ସାମ୍ଭବ୍ୟ ମହିଳା ତାଲିକା ପ୍ରଦାନ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ତତଃ ପକ୍ଷେ 3 ଜଣଙ୍କ ନାମ ଦେବା ପାଇଁ ଏଥିରେ କୁହାଯାଇଥିବାର ଜଣାପଡିଛି।

ଏହି ନିର୍ଦ୍ଦେଶନାମା ପରେ ବର୍ତ୍ତମାନ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମହିଳାଙ୍କୁ ଖୋଜିବାରେ ବ୍ୟସ୍ତ ରହିଛନ୍ତି। ଏମାନଙ୍କର ତାଲିକା ମିଳିବା ପରେ ତାହାକୁ ତର୍ଜମା କରାଯାଇ ସେମାନଙ୍କ ଜିତିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ଉଚ୍ଚ ମହଲରେ ନିଷ୍ପତି କରାଯାଇଛି। ଏପରିକି ମହିଳା ପ୍ରାର୍ଥୀଙ୍କ ପାଇଁ ନିଜେ ନବୀନ ପ୍ରଚାର କରିବେ ବୋଲି ଜଣାପଡିଛି।

2014 ନିର୍ବାଚନରେ, ମୋଟ 147ଟି ବିଧାନସଭା ଆସନରୁ ମାତ୍ର 11 ଜଣ ମହିଳା ନିର୍ବାଚିତ ହୋଇ ଆସିଛନ୍ତି। ପରବର୍ତ୍ତି ସମୟରେ ବିଜେପୁରରୁ ଆଉ ଜଣେ ମହିଳା ଉପନିର୍ବାଚନରେ ଜିତିବା ପରେ ଏହି ସଂଖ୍ୟା 12କୁ ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ମାତ୍ର 8 ପ୍ରତିଶତରେ ରହିଛି। ଗତଥର ବିଜେଡି 15 ଜଣ ମହିଳାଙ୍କୁ ପ୍ରାର୍ଥୀ କରି 10 ଜଣଙ୍କୁ ବିଧାନସଭାକୁ ପଠାଇବାରେ ସକ୍ଷମ ହୋଇଥିଲା। ସେହିପରି ବିଜେପି ମାତ୍ର 11 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଜଣକୁ ପଠାଇବାରେ ସକ୍ଷମ ହୋଇଥିବା ବେଳେ କଂଗ୍ରେସର 8 ଜଣ ମହିଳାଙ୍କ ମଧ୍ୟରୁ କେହି ବି ଜଣେ ଜିତିବାର ସୁଯୋଗ ପାଇପାରି ନ ଥିଲେ। ଗତ ନିର୍ବାଚନରେ ବିଭିନ୍ନ ଦଳରୁ ମୋଟ 1420 ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ, ସେଥିରୁ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର 117 । 2009 ନିର୍ବାଚନରେ ମାତ୍ର 6 ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ପଞ୍ଚାୟତ ସ୍ତରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବିଧାନସଭା ଓ ଲୋକସଭା ପାଇଁ ସେହିପରି ପ୍ରାଧାନ୍ୟ ଦିଆଯାଇପାରୁ ନାହିଁ। 33 ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ଅଭିଯାନ ଆରମ୍ଭ କରି ଜାତୀୟ ସ୍ତରରେ ନବୀନ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ନବୀନଙ୍କ ଏହି ନିଷ୍ପତି ପରେ ବିଜେଡିର ତୁଙ୍ଗ ନେତାଙ୍କ ମଧ୍ୟରେ ଛାନିଆ ପଶିଯାଇଛି। କାରଣ ହେଲା ଏହାକୁ ଲାଗୁ ହେଲେ ଅନେକ ତୁଙ୍ଗ ନେତା ଏଥର ନିର୍ବାଚନରୁ ବାଦ ପଡିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ନେତା ବର୍ତ୍ତମାନ ନିଜ ସ୍ତ୍ରୀଙ୍କୁ ନିର୍ବାଚନ ରଣାଙ୍ଗନରେ ଛାଡିବା ପାଇଁ ଲବି ମଧ୍ୟ ଆରମ୍ଭ କରିଦେଇଛନ୍ତି।

BJD naveen theasamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.