Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାତ ଦିନ ପାଇଁ 5ଟି ଜିଲ୍ଲା, 8ଟି ସହରରେ ଲକ୍‌ ଡାଉନ୍‌ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ସାତ ଦିନ ପାଇଁ 5ଟି ଜିଲ୍ଲା, 8ଟି ସହରରେ ଲକ୍‌ ଡାଉନ୍‌ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

March 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ପାଇଁ ଲକ୍‌ ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 22ରୁ 29 ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । କାଲି ସକାଳ ସାତଟାରୁ ଆରମ୍ଭ ହେବ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ । ଏହା 22 ତାରିଖ ସକାଳ 7ଟାରୁ ଆରମ୍ଭ ହୋଇ 29 ତାରିଖ ରାତି ନଟାରେ ଏହା ଶେଷ ହେବ ।

ବିଦେଶରୁ 3000ରୁ ଅଧିକ ଲୋକ ଓଡ଼ିଶାକୁ ଫେରିଥିବାରୁ ଏପରି ଘୋଷଣା କରାଯାଇଛି । ବିଦେଶରୁ ଫେରିଥିବା ଲୋକଙ୍କ ମଧ୍ୟରେ ସତୁରୀ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା । ପ୍ରଥମ ପର୍ଯ୍ୟାୟରେ ଏହି ପାଞ୍ଚଟି ଜିଲ୍ଳା ତଥା ଜିଲ୍ଲାର ସମସ୍ତ ସହର ଓ ଗାଁ ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ 22 ମାର୍ଚ୍ଚରୁ 29 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମୟରେ ଅନ୍ୟ ସମସ୍ତ ଜରୁରୀକାଳୀ ସେବା ଲକ୍‌ଡାଉନ ମୁକ୍ତ ରହିବ। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ ବୋଲି ଜଣାପଡିଛି। ସେହିପରି ପେଟ୍ରୋଲ୍‌ ପମ୍ପ, ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍‌ ମାର୍କେଟ ମଧ୍ୟ ଖୋଲା ରହିବ । ବିମାନବନ୍ଦର, ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ୍‌ ଆଦି ଲକ୍‌ ଡାଉନ୍‌ ମୁକ୍ତ ରହିବ ।

ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡିଆର୍‌ଏଫ୍‌, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଯଥାସମ୍ଭବ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି ନବୀନ । ତେବେ କଟକଣାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି।

ରାଜ୍ୟରେ ଦୁଇଟି କରୋନା ରୋଗୀ ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ କରୋନା ମୁକାବିଲା ପାଇଁ ବେଶ୍‌ କଡା ପଦକ୍ଷେପ ନିଆଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼!: ପ୍ରାୟ ୧ ହଜାର ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ମୂଲ୍ୟ 

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026
Latest News

ମହଙ୍ଗା ମାଡ଼!: ପ୍ରାୟ ୧ ହଜାର ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ମୂଲ୍ୟ 

May 1, 2026

SBI କାର୍ଡ ବ୍ୟବହାରକାରୀମାନେ, ଧ୍ୟାନ ଦିଅନ୍ତୁ! ୧ ମଇରୁ ବଦଳୁଛି ନିୟମ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.