Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉପରାଷ୍ଟ୍ରପତିଙ୍କ ତିନିବର୍ଷର କାର୍ଯ୍ୟ ଉପରେ ଇ-ପୁସ୍ତକ ‘କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ, ଚେଞ୍ଜିଙ୍ଗ’ ଉନ୍ମୋଚିତ
ଜାତୀୟ ଖବର

ଉପରାଷ୍ଟ୍ରପତିଙ୍କ ତିନିବର୍ଷର କାର୍ଯ୍ୟ ଉପରେ ଇ-ପୁସ୍ତକ ‘କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ, ଚେଞ୍ଜିଙ୍ଗ’ ଉନ୍ମୋଚିତ

August 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉପରାଷ୍ଟ୍ରପତିଙ୍କ ତିନିବର୍ଷର କାର୍ଯ୍ୟ ଉପରେ ଇ-ପୁସ୍ତକ ‘କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ, ଚେଞ୍ଜିଙ୍ଗ’ ଉନ୍ମୋଚିତ

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି। ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

250 ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପବ୍ଲିକେଶନ ଡିଭିଜନ ଦ୍ଵାରା ପ୍ରକାଶିତ ହୋଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ଦେଶ ବିଦେଶ ଭ୍ରମଣ କାହାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସଚିତ୍ର ପ୍ରକାଶ କରାଯାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ କୃଷକ, ବୈଜ୍ଞାନିକ, ଡାକ୍ତର ଓ ଯୁବକ, ପ୍ରଶାସକ, ଶିଳ୍ପୋଦ୍ୟୋଗୀ ଓ କଳାକାରମାନଙ୍କ ସହିତ କଥାବାର୍ତ୍ତା ବା ସାକ୍ଷାତର ଝଲକ ମଧ୍ୟ ସ୍ଥାନ ପାଇଛି। ଏଥିରେ ଉପରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ବିଭିନ୍ନ ନେତାମାନଙ୍କ ସହ ମତ ବିନିମୟ ଓ ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଉଥିବାର ବିଷୟ ମଧ୍ୟ ପ୍ରକାଶିତ ହୋଇଛି ।

ପୁସ୍ତକଟିକୁ ଉନ୍ମୋଚନ କରି ଶ୍ରୀ ଜାଭଡେକର କହିଲେ ଯେ, ଭାରତର ପରିବର୍ତ୍ତନ ପାଇଁ ଗଣଯୋଗାଯୋଗ ଦ୍ଵାରା ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ନେଇ ଏଥିରେ ବର୍ଣ୍ଣନା କରାଯାଇଛି। ଉପରାଷ୍ଟ୍ରପତିଙ୍କ ଭାଷଣ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଏକ ଅମୂଲ୍ୟ ସମ୍ପଦ ସଦୃଶ୍ୟ। ଏଥିରେ ଉନ୍ନତ ଭାଷା ପ୍ରବାହ ସହ ବୌଦ୍ଧିକ ଚିନ୍ତନ ମଧ୍ୟ ରହିଛି।

ମନ୍ତ୍ରୀ ଏହାର ଇ-ଭର୍ସନ ଓ କପି ଟେବୁଲ ବୁକ ପାଇ ପବ୍ଲିକେଶନ ଡିଭିଜନକୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ, ଭାଷଣ ଦେବା ଏକ କଳା ଏବଂ ଉପରାଷ୍ଟ୍ରପତିଙ୍କ ଚିନ୍ତନରେ ଏହା ପ୍ରତିଫଳିତ। ଗୋଟିଏ ଭଲ ବହି ଗୋଟିଏ ପିଢି ନିମନ୍ତେ ଏକ ମହାନ ଉପହାର ଓ ଏହା ପିଢି ପଟେ ପିଢି ଲୋକଙ୍କୁ ଜାଣିବାର ସୁଯୋଗ ଦେଇଥାଏ।

ରାଜନାଥ ସିଂ ସୂଚନା ଓ ପ୍ରସାରଣ ବିଭାଗକୁ ଏହି ପୁସ୍ତକ ସଂକଳନ ପାଇଁ ଧନ୍ୟବାଦ ଦେବା ସହ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଅନୁସ୍ତୃତ 3-ସି ଯଥା କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ ଓ ଚେଞ୍ଜିଙ୍ଗ ଏଥିରେ ଯଥାର୍ଥ ପ୍ରତିଫଳିତ ହୋଇଛି ବୋଲି କହିଥିଲେ। ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଏହି ଅବସରେ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରକାଶନରେ ତାଙ୍କର ବିଭିନ୍ନ ଗନ୍ତବ୍ୟସ୍ଥଳ, ଯାତ୍ରା ଓ ଏହାର ଉପଲବ୍ଧି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ଗତ ବର୍ଷକ ମଧ୍ୟରେ ତାଙ୍କର କାର୍ଯ୍ୟସୂଚୀ ଯଥେଷ୍ଟ ଅଧିକ ଥିବା ବେଳେ କରୋନା ଯୋଗୁଁ ଏହା ସାମାନ୍ୟ ହ୍ରାସ ପାଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କର ପ୍ରାୟ ମାସକୁ ପ୍ରାୟ 20ଟି ଗସ୍ତ କାର୍ଯ୍ୟକ୍ରମ ରହୁଥିବା ବେଳେ ସେ 14ଟି ସମାବର୍ତ୍ତନ ଓ 70ଟି ଅନ୍ୟ କାର୍ଯ୍ୟକ୍ରମରେ ଭାଷଣ ଦେଇଛନ୍ତି । ସେ ସାଧାରଣତଃ ଚାଷୀ, ଯୁବଗୋଷ୍ଠୀ, ବୈଜ୍ଞାନିକ, ପ୍ରଶାସକ, ଶିଳ୍ପଦ୍ୟୋଗୀ, ଚିକିତ୍ସକ ଓ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥାନ୍ତି।

ଏଥିରେ ଧନ୍ୟବାଦ ଅର୍ପଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେ କହିଲେ ଯେ, ଏହି ପୁସ୍ତକ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ। ପ୍ରକାଶନ ବିଭାଗ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଭାଷଣ ସଂଗ୍ରହ କରି ଏହା ଭବିଷ୍ୟତ ଉତ୍ତର ପିଢିମାନଙ୍କ ପାଇଁ ଅନଲାଇନ ଓ ଅଫଲାଇନ ଜରିଆରେ ଉପଲବ୍ଧ କରାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି। କପି ଟେବୁଲ ବୁକର ପ୍ରକାଶନ ପାଇଁ ଶ୍ରୀ ଖାରେ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ।

ଏହି ପୁସ୍ତକ ଉଭୟ ଅନଲାଇନ ଓ ସିଧାସଳଖ କିଣିବା ପାଇଁ ଉପଲବ୍ଧ ହେବ। ଇ-ପୁସ୍ତକର ମୂଲ୍ୟ 1500 ଟଙ୍କା ରଖାଯାଇଥିବା ବେଳେ ଏହା ପ୍ରକାଶନ ବିଭାଗର ବିକ୍ରୟ କେନ୍ଦ୍ର କିମ୍ବା ଏହାର ଅଧିସ୍ଵୀକୃତ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଜେଣ୍ଟ ବା ଅନଲାଇନରେ ଭାରତକୋଷ ପୋର୍ଟାଲ ଏବଂ ପ୍ରକାଶନ ବିଭାଗ ୱେବସାଇଟରେ ଉପଲବ୍ଧ ହେଉଛି। ଏହି ଇ-ବୁକ ଶତକଡା 25 ପ୍ରତିଶତ ରିହାତିରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଯଥା ଆମାଜନ.ଇନ ଏବଂ ଗୁଗୁଲ ପ୍ଲେ ବୁକ୍ସ ଜରିଆରେ ମିଳିପାରିବ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026

ଆଜିଠାରୁ କମର୍ସିଆଲ LPG ସିଲିଣ୍ଡର ଦରରେ ବଡ଼ ହ୍ରାସ, ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ

July 1, 2026

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 1, 2026
Latest News

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026

ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ଅଧିକ? ଜାଣନ୍ତୁ କାରଣ, ଲକ୍ଷଣ ଓ ସତର୍କତା

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.