Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀ ମନ୍ଦିର ସଂସ୍କାର ; ସମ୍ଭାବନା ଓ ଆଶଙ୍କା
ବିଶେଷ ଖବର

ଶ୍ରୀ ମନ୍ଦିର ସଂସ୍କାର ; ସମ୍ଭାବନା ଓ ଆଶଙ୍କା

October 26, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଇତିମଧ୍ୟରେ ମାନ୍ୟବର ସୁପ୍ରିମ କୋର୍ଟ ଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଲାଗି ଏକ ସାମାଜିକ ଓ ବୈଧାନିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଇ ସମୟରେ ତାକୁ ମୂଳରୁ ମାରିବାର ପ୍ରକ୍ରିୟା ବିଭିନ୍ନ ସ୍ତରରେ ଆରମ୍ଭ ହୋଇଯାଇଛି।ସେଥିଲାଗି ପୁରୀ ବନ୍ଦ, ହିଂସାକାଣ୍ଡ, ରାଜନୈତିକ ଷଡଯନ୍ତ୍ର ଇତ୍ୟାଦି ଚାଲିଛି।

  ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାରେ ବିଶୃଙ୍ଖଳା ଓ ଅରାଜକତା ଆମ ଇତିହାସର ଅଂଶ ପାଲଟି ଯାଇଛି। ଜଗନ୍ନାଥ ମନ୍ଦିର ପରିଚାଳନାରେ  ଅରାଜକତା ଆମ ଲାଗି ସେଇ ପୁରୁଣା ଘା’ ଯାହାକୁ ଆମେ ସମୟକ୍ରମେ ନିଜ ଶରୀରର ଏକ ଅଂଶ ବୋଲି ଗ୍ରହଣ କରିନେଇଛୁ। ସେଇ ଘା’ ପ୍ରତି ଆମର ଅଧିକାର ପ୍ରବଣତା ଏତେ ଅଧିକ ଯେ ତାର ଚିକିତ୍ସା କଥା ଭାବିଲେ ଇ ଆମେ ଉତ୍ତେଜିତ ହୋଇପଡୁଛୁ। ସେ ଘା’ ଓ ତାର ଯନ୍ତ୍ରଣାର ପ୍ରେମରେ ଆମର ଧର୍ମ ଓ ପରମ୍ପରା ଉଭା ହୋଇଛି ବୋଲି ଆମେ ଧରି ନେଇଛୁ।

ପ୍ରଥମକରି ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଆଇନ ପ୍ରଣୀତ ହେଲା ଓ ଏହାର ଉଦ୍ଦେଶ୍ୟ ରେ ସ୍ପଷ୍ଟ କୁହାଯାଇଥିଲା ଯେ ଏଇ ଆଇନର ଲକ୍ଷ୍ୟ ହେଉଛି ମନ୍ଦିରକୁ କୁପରିଚାଳନାରୁ ରକ୍ଷା କରିବା। (to felicitate proper administration of the Puri Shri Jagannath temple preventing mismanagement thereof) ୧୯୫୨ ପରେ ୧୯୫୫ରେ ଏହି ଆଇନକୁ ସମ୍ପ୍ରସାରିତ କରାଗଲା। ତେବେ ଏଇ ସଂସ୍କାରକୁ ବିରୋଧ କରି ସେତେବେଳେ ମନ୍ଦିର ପରିଚାଳନାର ମୁଖ୍ୟ ଥିବା ଗଜପତି ରାମଚନ୍ଦ୍ର ଦେବ ଓଡିଶା ହାଇ କୋର୍ଟ ରେ ଏକ ମାମଲା ଦାୟର କାଲେ। କୋର୍ଟ ରେ ନିଜର ପକ୍ଷ ରଖି ଗଜପତି କହିଥିଲେ ଯେ ପୁରୀ ମନ୍ଦିର ହେଉଛି ଗଜପତି ପରିବାରର ବ୍ୟକ୍ତିଗତ ସମ୍ପତ୍ତି । ସେଇ ଯୁକ୍ତିର ସମର୍ଥନରେ ଆଉ ଜେନ ସେବାୟତଙ୍କ ତରଫରୁ ଭିନ୍ନ ଏକ ମତ ରଖାଯାଇଥିଲା। ଜନୈକ ସେବାୟତ ସେତେବେଳେ ଯୁକ୍ତି କରିଥିଲେ ଯେ ଜଗନ୍ନାଥ ଧର୍ମ ହିନ୍ଦୁ ଧର୍ମର ଅଂଶ ନୁହେଁ ଓ ଏହା ଏକ ଭିନ୍ନ ଓ ସ୍ଵତନ୍ତ୍ର ଧର୍ମ ( separate religious denomination)। ଜଗନ୍ନାଥ ଧର୍ମ ସନାତନ ହିନ୍ଦୁଧର୍ମର ଆଚାର ଓ ବ୍ୟବହାରଠାରୁ ଅଲଗା ବୋଲି ସେଇ ଶୁଣାଣୀ ବେଳେ କୁହାଯାଇଥିଲା। ତେବେ କୋର୍ଟ ସେଇ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। (AIR1959 Ori 5)

ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଯେତେବେଳେ ବି ପ୍ରୟାସ ହୋଇଛି ତାକୁ ବିରୋଧ କରାଯାଇଛି। ତେଣୁ ଆଜି ମାନ୍ୟବର ସୁପ୍ରିମ କୋର୍ଟ ଯେଉଁ ସଂସ୍କାର ର ସଙ୍କେତ ଦେଇଛନ୍ତି ତା ବିରୋଧରେ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ତତ୍ପର ହୋଇ ଉଠିଲେଣି। ଗତ ଜୁଲାଇ ୫ ତାରିଖରେ ସୁପ୍ରିମ କୋର୍ଟ ତାଙ୍କର ଏକ ମଧ୍ୟବର୍ତ୍ତୀ ଆଦେଶରେ ଯେଉଁ କିଛି ପ୍ରସ୍ତାବ ଦେଇଛନ୍ତି ସେଥିରେ ରହିଛି- ୧॰ ସେବାୟତ ବ୍ୟବସ୍ଥାରେ ବଂଶାନୁକ୍ରମିକ ନିୟମର ପରିବର୍ତ୍ତନ, ୨॰ଅନ୍ନଦାନ ଓ ଆଟିକା ବ୍ୟବସ୍ଥାରେ ଦକ୍ଷିଣା ବ୍ୟବସ୍ଥାର ଉଚ୍ଛେଦ ୩॰ ରୋଷଘର ଓ ଚୁଲି ର ସରକାରୀକରଣ ୪॰ ଧାଡି ଦର୍ଶନ ବ୍ୟବସ୍ଥା ଇତ୍ୟାଦି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଜଗନ୍ନାଥ ମନ୍ଦିରର ଦୁଆର ସବୁ ଧର୍ମ ଓ ବିଶ୍ବାସର ଲୋକଙ୍କ ଲାଗି ଉନ୍ମୁକ୍ତ ରଖିବାର ପ୍ରସ୍ତାବ ବିଷୟରେ ବିଚାର କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ଏହି ପରାମର୍ଶ ପଛରେ ମାନ୍ୟବର ବିଚାରପତି ଦୁଇଟି ଅତ୍ୟନ୍ତ ଅକାଟ୍ୟ ଯୁକ୍ତି ରଖିଛନ୍ତି। ଭାଗବତ ଗୀତାର ଆଧାରରେ ସବୁ ମତ ଓ ବିଶ୍ବାସର ବ୍ୟକ୍ତି ମୋତେ ପୂଜା କରିବାର ଅଧିକାର ପାଇଛନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ସେହିପରି ସୁପ୍ରିମ କୋର୍ଟଙ୍କ ଏକ ରାୟରେ ହିନ୍ଦୁ ଧର୍ମ କୌଣସି ନିର୍ଦ୍ଦିଷ୍ଟ ମତ, ପନ୍ଥ, ଗୁରୁ ଓ ଶାସ୍ତ୍ରରେ ବିଶ୍ଵାସ କରୁନଥିବା ଧର୍ମ ନୁହେଁ, ବରଂ ଏହା ସନାତନ ମାନବୀୟ ମୂଲ୍ୟବୋଧର ଧର୍ମ ବୋଲି ବ୍ୟାଖ୍ୟା କରାଯାଇଛି। ସେଇ ଆଧାରରେ ସବୁ ମଣିଷ ମନ୍ଦିର ପ୍ରବେଶର ଅଧିକାର ପାଇବାକୁ ଯୋଗ୍ୟ ହେବା ଉଚିତ ନୁହଁ କି?

ମନ୍ଦିର ସଂସ୍କାରର ସବୁ ବିତର୍କ ଏବେ ବଂଶାନୁକ୍ରମିକ ସେବା ଓ ଅଣ ହିନ୍ଦୁଙ୍କ ମନ୍ଦିର ପ୍ରସଙ୍ଗରେ ଅଟକି ଯାଇଛି। ଏପରିକି ଗଜପତି (ଯିଏ ସ୍ଵୟଂ ବଂଶାନୁକ୍ରମେ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ) ଅଣହିନ୍ଦୁଙ୍କ ମନ୍ଦିର ପ୍ରବେଶ ପ୍ରତି ସମର୍ଥନ ଦେଇନାହାନ୍ତି। ତାଙ୍କ ମତରେ ପୁରୀ ଶଙ୍କାରାଚାର୍ୟ ଏହାର ଏକମାତ୍ରନିର୍ଣ୍ଣାୟକ, ଯାହାକି ଇତିହାସ ବା ଶାସ୍ତ୍ର ସମର୍ଥିତ ନୁହେଁ। ୧୮୭୦ ମସିହାରେ ହଣ୍ଟର ସାହେବ ଲେଖିଥିବା “ଏ ଷ୍ଟାଷ୍ଟିଷ୍ଟିକାଲ ଏକାଉଣ୍ଟ ଅଫ ବେଙ୍ଗଲ” ରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ “ପୁରୀ ଜଗନ୍ନାଥ ମନ୍ଦିର ଯାହା ଗୋଟେ ସମୟରେ ସବୁ ଧର୍ମ, ବିଶ୍ବାସ, ଜାତି ଓ ଶ୍ରେଣୀରଲୋକଙ୍କୁ ଆଶ୍ରୟ ଦେଉଥିଲା ଆଜି ତାହା ତଳ ଜାତିର ଲୋକଙ୍କ ପାଇଁ ଦୁଆର ବନ୍ଦ କରିଦେଇଛି। “ ହଣ୍ଟର ମନ୍ଦିର ଭିତରେ ପ୍ରବେଶ ଅଧିକାର ନଥିବା ହିନ୍ଦୁ ଓ ଅଣହିନ୍ଦୁ ମାନଙ୍କର ଏକ ତାଲିକା ଦେଇଛନ୍ତି। ମୁସଲମାନ, ଖ୍ରୀଷ୍ଟିୟାନ, ଆଦିବାସୀ ଓ ଅନ୍ୟାନ୍ୟ ୨୧ ଟି ଦଳିତ ଜାତିର ଲୋକଙ୍କୁ ମନ୍ଦିର ପ୍ରବେଶର ଅଧିକାରରୁ ବଞ୍ଚିତ କରାଯାଉଥିଲା। ଆଜି ଦଳିତ ଓ ଆଦିବାସୀଙ୍କୁ ମନ୍ଦିର ପ୍ରବେଶ ଅଧିକାର ମିଳିଛି। ଏଥିଲାଗି ଏ ଦେଶର ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥା ଦାୟୀ। ସେ ଅଧିକାର କେହି ରାଜା, ସାଧୁ ବା ସେବାୟତ ଦେଇନାହାନ୍ତି। ସୁପ୍ରିମ କୋର୍ଟ ଶଙ୍କାରାଚାର୍ୟଙ୍କ ମତ ମାନିବାକୁ ବାଧ୍ୟ ବୋଲି ବଡ ଉଦ୍ଭଟ ଯୁକ୍ତି କରାଯାଉଛି।

ସେହିପରି ବଂଶାନୁକ୍ରମିକ ସେବା ବ୍ୟବସ୍ଥା ଉଚ୍ଛେଦ ପ୍ରଥମେ ଗଜପତି, ରାଜଗୁରୁ, ପୁରୋହିତ, ମୁଦିରସ୍ତ, ଦେଉଳ କରଣ ଇତ୍ୟାଦି ବଡ ବଡିଆଙ୍କ ପାଖରୁ ଆରମ୍ଭ ହେବା ଦରକାର। ଯେତେବେଳେ ଗୋଟେ ପ୍ରଥା ମଣିଷ ବିରୋଧୀ ଓ ଶୋଷଣକାରୀ ହୁଏ ସେତେବେଲେ ସେ ପରମ୍ପରାର ସଂସ୍କାର ଆବଶ୍ୟକ ନିହାତି ଜରୁରୀ। ସଂସ୍କାର ଓ ପରମ୍ପରା ଗୋଟେ ବନ୍ଧନୀ ରେ ରହିପାରିବେ ନାହିଁ।  ମନ୍ଦିର ପରିଚାଳନାରେ ବୃହତ୍ତର ସଂସ୍କାର ଆଣିବାକୁ ହେଲେ ଆଇନଗତ ଦିଗ ଓ ସାମାଜିକ ଆବଶ୍ୟକତା କୁ ଆଧାର ଭାବେ ଗ୍ରହଣ କରିବାକୁ ପଡିବ। ତାହା ନକରି ଆମେ ଯଦି ପରମ୍ପରାର ବାଟ ବାଛିବା, ତାହେଲେ ସଂସ୍କାର କେବେବି ଆସିବ ନାହିଁ।  

Jagannath Puri Supreme Court
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.