ପ୍ରାୟତଃ ପ୍ରତ୍ୟେକ ଭାରତୀୟଙ୍କ ଘରେ ବଳକା ରହିଯାଉଥିବା ବାସି ରୁଟିକୁ ନଷ୍ଟ କରିଦିଆଯାଏ କିମ୍ବା ଫୋପାଡ଼ି ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି, ତାଜା ରୁଟି ଅପେକ୍ଷା ବାସି ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ? ବିଶେଷଜ୍ଞ ଓ ଗବେଷକଙ୍କ ମତରେ ବାସି ରୁଟିରେ ‘ଗୁଡ୍ ବ୍ୟାକ୍ଟେରିଆ’ ଏବଂ ‘ପ୍ରତିରୋଧୀ ଷ୍ଟାର୍ଚ’ ବୃଦ୍ଧି ପାଇଥାଏ, ଯାହା ପାଚନ ତନ୍ତ୍ରକୁ ମଜଭୁତ କରିବା ସହ ଅନ୍ତନାଳୀକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଲାଗି ବାସିରୁଟି କେତେ ଉପକାରୀ।
ସ୍ୱାସ୍ଥ୍ୟ ଉପଯୋଗୀ:
ତାଜା ରୁଟି ଅପେକ୍ଷା ବାସି ରୁଟି ଖାଇବାର ଅଭ୍ୟାସ କରନ୍ତୁ । ବାସି ରୁଟି ମଧ୍ୟ ସ୍ୱାସ୍ଥ୍ୟ ଲାଗି ଖୁବ୍ ଉପକାରୀ। ନ୍ୟୁଟ୍ରିସିଆନଙ୍କ ମତରେ ରୁଟିକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ସ୍ଥାନରେ ରଖାଗଲେ ଏହା ସ୍ୱାସ୍ଥ୍ୟ ଲାଗି ଖୁବ୍ ଉପଯୋଗୀ ହୋଇଯାଇଥାଏ। ରୁଟି ଖାଇବା ଦ୍ୱାରା ଆମ ଶରୀରରେ ଉତ୍ତମ ପୋଷକ ତତ୍ତ୍ୱ ମିଳିଥାଏ ଓ ଏହା ଆମ ସ୍ୱାସ୍ଥ୍ୟ ଲାଗି ଖୁବ୍ ଲାଭଦାୟକ ।
ଆଣ୍ଟିସେଫଟିକ୍ ଷ୍ଟ୍ରାଚ:
ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସ୍ଥିତ ଆଇଏମଆଇଟି ୟୁନିଭର୍ସିଟିର ରିସର୍ଜନିଙ୍କ କହିବା ଅନୁସାରେ ଯେତେବେଳେ ବ୍ରେଡ କିମ୍ବା ରୁଟିକୁ ଥଣ୍ଡା କରି ରଖାଯାଇଥାଏ ଏହାକୁ ଖାଇବା ଦ୍ୱାରା ଷ୍ଟାର୍ଚ ବିକଶିତ ହୋଇଥାଏ, ଯାହାକୁ ‘ପ୍ରତିରୋଧୀ ଷ୍ଟ୍ରାର୍ଚ’ କୁହାଯାଏ। ଏହି ଷ୍ଟାର୍ଚ୍ଚ ଆମ ଶରୀରରେ ପାଚନ ଏନଜାଇମରୁ ରକ୍ଷା କରିଥାଏ ଓ ଆନ୍ତରେ ରହୁଥିବା ବ୍ୟାକ୍ଟେରିଆ ଏହାକୁ ଖାଇବା ଦ୍ୱାରା ଫ୍ୟାଟି ଏସିଡ୍ ଛାଡିଦେଇଥାଏ, ଯାହା ସ୍ୱାସ୍ଥ୍ୟ ଲାଗି ବିଶେଷ ଉପକାରୀ। ରିସର୍ଚ୍ଚ ଅନୁସାରେ ପ୍ରତିରୋଧୀ ଷ୍ଟାର୍ଟ କୋଲନ କ୍ୟାନସରରୁ ରକ୍ଷା କରିବାରେ ସହାୟତା କରିଥାଏ ଓ ଏହା ଆନ୍ତକୁ ସୁସ୍ଥ ଓ ଉତ୍ତମ ରଖିଥାଏ। ଏଥିସହିତ ମୋଟାପାରୁ ରକ୍ଷା କରିବା ଲାଗି ଆନ୍ତରେ ହର୍ମୋନକୁ ନିୟନ୍ତ୍ରିତ କରିଥାଏ ଓ ଆମର ପାଚନ ତନ୍ତ୍ରକୁ ମଜଭୁତ କରିବାରେ ସହାୟତା ପ୍ରଦାନ କରିଥାଏ।
ବାସି ରୁଟି ଓ ଆନ୍ତକୁ ସୁସ୍ଥ ରଖେ :
ପ୍ରତିରୋଧୀ ଷ୍ଟାର୍ଚ ଲାଗି ସବୁଠାରୁ ବଡ଼ ଫାଇଦା ହେଉଛି ଅନ୍ତରେ ବ୍ୟାକ୍ଟେରିଆ ଲାଗି କାର୍ବନ ଏକ ଉତ୍ତମ ସ୍ରୋତ ସୃଷ୍ଟିହେବା। ଏହା ଆନ୍ତଃ ଲାଗି ଖୁବ୍ ଲାଭକାରୀ। ବ୍ୟାକ୍ଟେରିଆ ବିକାଶରେ ସହାୟ କରିଥାଏ। ଯାହାକି ପାଚନ ତନ୍ତ୍ରକୁ ମଜଭୁତ କରିଥାଏ।
କେଉଁମାନେ ବାସି ରୁଟି ଖାଇପାରିବେ?
ଯେଉଁମାନେ ଆନ୍ତ ସମ୍ବନ୍ଧିତ ସମସ୍ୟା ଯେପରି, କବଜ, ଫୁଲିବା ଓ ପାଚନ ତନ୍ତ୍ର ଜନିତ ସମସ୍ୟାରେ ଆକ୍ରାନ୍ତ ସେମାନେ ଏହା ଖାଇବା ଉଚିତ। ଏହା ଲୋକଙ୍କୁ ମୋଟାପଣରୁ ରକ୍ଷା କରେ। ଏଥିସହ ଯେଉଁମାନେ ସୁସ୍ଥ ପାଚନ ଖୋଜୁଥାନ୍ତି, ଏମାନଙ୍କ ଲାଗି ମଧ୍ୟ ବାସି ରୁଟି ବିଶେଷ ସହାୟକ ହୋଇଥାଏ। ବାସିରୁଟି କେବଳ ସ୍ୱାଦିଷ୍ଟ ହୋଇଥାଏ ତାହା ନୁହେଁ, ବରଂ ଏଥିରେ ଥିବା ଷ୍ଟାର୍ଚ ଓ ପୋଷକ ତତ୍ତ୍ୱ କାରଣରୁ ବିଶେଷ ଉପକାରୀ।


