ରିଲିଜ ହେଉ ହେଉ ରେକର୍ଡ କଲା KGF Chapter-2, ପ୍ରଥମ ଦିନରେ ଝକାସ୍ ବ୍ୟବସାୟ

Published: Apr 14, 2022, 4:42 pm IST

ମୁମ୍ବାଇ: ଆଜି ବହୁ ଚର୍ଚ୍ଚିତ ଚଳଚିତ୍ର KGF Chapter-2 ଦେଶ ବିଦେଶରେ ମୋଟ 10 ହଜାର ସ୍କ୍ରିନରେ ମୁକ୍ତିଲାଭ କରିଛି। ତେବେ ମୁକ୍ତିଲାଭ କରୁକରୁ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ତାହା ହେଲା ପ୍ରଥମ ଦିନରେ ଏକା 150 କୋଟି ଟଙ୍କା ରୋଜଗାର କରିପାରିଛି। ସେହିପରି ଏହି ଚଳଚିତ୍ର ଦେଖିବା ପାଇଁ 2.9 ମଲିୟନ ଟିକେଟ ଆଡଭାନସ ବୁକିଂ ହୋଇସାରିଛି। ଏଥିସହିତ କରୋନା ପରେ ଏତେ ସ୍କ୍ରିନରେ ରିଲିଜ ହେବା ମଧ୍ୟ ଏକ କଥା ବୋଲି ଚର୍ଚ୍ଚା ଚାଲିଛି।

KGF Chapter-2 ଚଳଚିତ୍ରକୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ, ରବିନା ଟଣ୍ଡନ୍ ଏବଂ ସଞ୍ଜୟ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି। ଏହି କଳାକାରମାନେ ହେଉଛନ୍ତି KGF Chapter-2 ହଟ ପ୍ରପର୍ଟି। ଚଳଚ୍ଚିତ୍ରଟି ଏହାର ରିଲିଜକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ କୋରନା ଯୋଗୁଁ ଫିଲ୍ମର ରିଲିଜକୁ ବିଳମ୍ବ କରାଯାଇଥିଲା।

Related posts