Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡାଇ ଗୋଡାଇ ବାଡେଇଲେ ଅଭିନେତା ବାବୁସାନଙ୍କ ପତ୍ନୀ
ବିଶେଷ ଖବର

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡାଇ ଗୋଡାଇ ବାଡେଇଲେ ଅଭିନେତା ବାବୁସାନଙ୍କ ପତ୍ନୀ

July 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡାଇ ଗୋଡାଇ ବାଡେଇଲେ ଅଭିନେତା ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରର ସତ୍ୟନଗର ନିକଟରେ ଘଟିଯାଇଛି ଏକ ଭିନ୍ନ ପ୍ରକାରର ଦୃଶ୍ୟ। ଏହି ଦୃଶ୍ୟଟି ହେଉଛି ଅଭିନେତା ବାବୁସାନଙ୍କୁ ପତ୍ନୀ ତୃପ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଉଛନ୍ତି ଉତ୍ତମ ମଧ୍ୟମ। ଅର୍ଥାତ ତାଙ୍କ ଚୁଟି ଭିଡି ଛେଚୁଛନ୍ତି। ଏପରିକି ତାଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଥିବାର ଦେଖାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଲୋକେ ବେଶ୍ ଉପଭୋଗ କରିବା ସହିତ ମୋବାଇଲରେ ଭିଡିଓ ରେକର୍ଡ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ବାବୁସାନ ତାଙ୍କର ଫରଚ୍ୟୁନର ଗାଡିରେ ପ୍ରକୃତି ମିଶ୍ରଙ୍କ ଧରି କୁଆଡେ ଯାଉଥିଲେ। ଏହି ଖବର ପାଇବା ପରେ ବାବୁସାନଙ୍କ ପତ୍ନୀ ତାଙ୍କୁ ଅନୁସରଣ କରି ସତ୍ୟନଗର ନିକଟରେ ଧରିଥିଲେ। ଗାଡି ଅଟକାଇ ସେ ବାବୁସାନଙ୍କ କଲର ଧରି ଗାଡିରୁ ଝିଙ୍କି ଦେଲେ।

ଏପରି ପରିସ୍ଥିତି ଦେଖି ବାବୁସାନ ଇତଃସ୍ତତ ହୋଇପଡିଲେ। ପ୍ରକୃତି ମଧ୍ୟ କଣ କରିବେ ବୋଲି କିଛି ଜାଣିପାରିଲେ ନାହିଁ। ଏହାପରେ ତୃପ୍ତି, ପ୍ରକୃତି ମିଶ୍ରଙ୍କୁ ଗାଡି ଭିତରେ ଉତ୍ତମମଧ୍ୟମ ଛେଚି ଚାଲିଲେ। ତାଙ୍କ ଟୁଟି ଭିଡାଭିଡି କଲେ। ଏ ସବୁ ଦୃଶ୍ୟ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମି ସାରିଥିଲା। ସମସ୍ତେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ଚିହ୍ନି ଭିଡିଓ ଉତ୍ତୋଳନ କରିବାକୁ ଲାଗିଲେ।

ପ୍ରକୃତି ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ସେ ସେହି ଗାଡିରୁ ଧାଇଁ ଧାଇଁ ପଳାଇଯିବାକୁ ଚେଷ୍ଠା କରୁଥିଲେ। ହେଲେ ତୃପ୍ତି ତାଙ୍କୁ ଗୋଡାଇ ଗୋଡାଇ ମାରିବାକୁ ଆରମ୍ଭ କରିଦେଲେ। ସ୍ଥାନୀୟ ଲୋକଙ୍କର କହିବା କଥା ଯେ ତୃପ୍ତି ବଡ ପାଟିରେ ପ୍ରକୃତିକୁ ମାଡ ମାରି ‘ମୋ ଘର କାହିଁକି ଭାଙ୍ଗୁଛୁ’ ବୋଲି କହୁଥାନ୍ତି। ତେବେ ଏ ନେଇ କେହି ଥାନାରେ ଅଭିଯୋଗ କରି ନାହାଁନ୍ତି।

ଓଡିଆ ସିନେମା ପ୍ରକୃତି ମିଶ୍ର ବାବୁସାନ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Latest News

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.