Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ
ଆଜିର ଖବର

ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ

January 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଜୀ ସାର୍ଥକ ଫିଲ୍ମସର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏଇ ଅଡିଓ ଲୋକାର୍ପଣ ଅବସରରେ ଅଭିନେତ୍ରୀ ଜସ୍ମିନ ରଥ, ବିକ୍ରମ ମହାନ୍ତି, କଣ୍ଠ ଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ ଦାଶ, ଶୁଭାଶିଷ ଲେଙ୍କା, ସମେତ ଜୀ- ସାର୍ଥକ ଚାନେଲ ର ମୁଖ୍ୟ ପ୍ରତୀକ ସିଲ, ନନ୍ ଫିକ୍ସନ ହେଡ଼ ତନ୍ମୟ ମିଶ୍ର, ପ୍ରଯୋଜକ କବିର ଦାସ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଅଡିଓ ଲୋକାର୍ପଣ ଓ ପୋଷ୍ଟର ଉନ୍ମୋଚନ କରିଥିଲେ।

ଶାଶୁ-ବୋହୂ ସମ୍ପର୍କର ଅଦ୍ଭୁତ କାହାଣୀ ସହିତ ଜୀ-ସାର୍ଥକରେ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ ଚଳଚ୍ଚିତ୍ର ‘କନ୍ୟାଦାନ’। ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଏଥର ସେହି ଚିରାଚରିତ ଶାଶୁ- ବୋହୂଙ୍କର ଝଗଡ଼ା ନୁହେଁ ବରଂ ଜଣେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ କରୁଛନ୍ତି ତାକୁ ନେଇ ଏକ ଦମଦାର କାହାଣୀ ସହ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘କନ୍ୟାଦାନ’ ର ଅଡ଼ିଓ ଜାନୁୟାରୀ ୨୦ ରେ ଲୋକାର୍ପିତ ହୋଇଛି ଏବଂ ଆଗାମୀ ୨୯ ଜାନୁଆରୀରେ ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ।

ପ୍ରିୟବ୍ରତଙ୍କ କାହାଣୀ ତଥା କବିର ଦାସଙ୍କ ପ୍ରଯୋଜନା ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ପ୍ରଶାନ୍ତ ପାଢ଼ୀ ଗୀତଗୁଡ଼ିକ ସଙ୍ଗୀତରେ ସଜେଇଛନ୍ତି। ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢ଼ୀ, ଦେବାଂଶୀ ଦାଶ ଓ ଶୁଭାଶିଷ ଲେଙ୍କା ଏଥିରେ କଣ୍ଠ ଦାନ କରିଛନ୍ତି। ‘କନ୍ୟାଦାନ’ରେ ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ବେତା ରାୟ, ଜସ୍ମିନ ଓ ବିକ୍ରମ ଅଭିନୟ କରିଛନ୍ତି। ଏକ ଭିନ୍ନ ସ୍ୱାଦ ଓ ସମାଜରେ ବର୍ତ୍ତମାନ ସ୍ଥିତି ଉପରେ ଏହି କାହାଣୀ ସହ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।

ସିନେ ଜଗତର ପରିଚିତା ‘ଗୌରିନାନୀ’ ଶ୍ରୀମତୀ ରାୟ ଦୀର୍ଘ ସମୟ ଧରି ଓଡିଆ ତଥା ବେଙ୍ଗଲୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ବହୁମୁଖୀ ଅଭିନୟ ପାଇଁ ସେ ଓଡିଆ ସିନେମାର ଜଣେ ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜଣାଶୁଣା। କିମ୍ବଦନ୍ତୀ ଅଭିନେତା ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସଙ୍କ ସହ ‘ଶେଷ ଶ୍ରାବଣ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ପୁଣି ଦର୍ଶକ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ଜୀ-ସାର୍ଥକର ‘ସରଗମ୍’ ଧାରାବାହିକ ସହିତ ପ୍ରଥମ ଡେବ୍ୟୁ କରିଥିବା ଜସ୍ମିନ୍ ରଥ ଏବେ “ମା ଯାହାର ସାହା “ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।

ଏଥିସହ ସୋସିଆଲ ମିଡିଆରେ ଜଣେ ପରିଚିତ ମୁହଁ। ଓଡିଆ ଭାଷାରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି। ସେ ଜଣେ ଦକ୍ଷ ଏବଂ ପରିଶ୍ରମୀ ଅଭିନେତ୍ରୀ ଏବଂ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ଅଭିନୟ ପ୍ରତି ତାଙ୍କର ଉତ୍ସାହ। ବିଭିନ୍ନ ଓଡିଆ ଧାରାବାହିକରେ ନିଜ ଅଭିନୟର ଜାଦୁ ଦେଖାଇସାରିଥିବା ବିକ୍ରମ୍ ଏହି ଚଳଚିତ୍ରର ଏକ ଖାସ ଅଙ୍ଗ। ଏହି କାହାଣୀରେ ତାଙ୍କର ଆହୁରି ଉତ୍କୃଷ୍ଠ ହୋଇଛି ବୋଲି ସେ କହିଛନ୍ତି।

ଅଡିଓ ଲୋକାର୍ପିତ ଜୀ ସାର୍ଥକ ଫିଲ୍ମସ ନୂଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.