Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»2018ର ଓଡିଆ ସିନେମା, ଯାହା ଯେମିତି ଚାଲିଥିଲା ସେମିତି ଚାଲିଛି, କିଛି ନୂଆ ନାହିଁ
ସିନେମା

2018ର ଓଡିଆ ସିନେମା, ଯାହା ଯେମିତି ଚାଲିଥିଲା ସେମିତି ଚାଲିଛି, କିଛି ନୂଆ ନାହିଁ

December 30, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

୨୦୧୮ ସରିବାକୁ ଯାଉଛି।  ଓଲିଉଡରେ ଏ ବର୍ଷ ମୋଟ୍‌ ୩୦ଟି ନୂଆ ଓଡ଼ିଆ ସିନେମା କୁ ଆସିଛି।  ଏ ବର୍ଷର ପ୍ରଥମ ସିନେମା ଭାବେ  ‘ଓନ୍‌ଲି ପ୍ୟାର୍‌’ ବଡ ପରଦାକୁ ଆସିଥିଲା।  ତା’ପରେ ତରଙ୍ଗ ସିନେ ପ୍ରଡକ୍‌ସନ୍‌ର ‘ହାପି ଲକି’  ଆସି ବେଶ ସଫଳ ରହିଥିଲା। ଏହି ଫିଲ୍ମର ଓଷଦ ନେଇ ଆ ଜାନିୟା ଗୀତ ଟି ବେଶ ରେକର୍ଡ କରିଥିଲା । ଏହି ଫିଲ୍ମରେ ଏଲୀନା, ଜ୍ୟୋତି, ସନ୍ଦୀପ ଓ ନବାଗତ ସସ୍ମିତା ଅଭିନୟ କରିଥିଲେ। ସେହିପରି ବର୍ଷର ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିଥିବା ନବାଗତଙ୍କ ଫିଲ୍ମଗୁଡିକ ଭିତରେ ରହିଥିଲା ‘ଗୁଡୁ ଆଣ୍ଡ ଗୁଡି ,‘ମନର ମାନସୀ’,‘ଦୀପୁ ଦ ଡ୍ୟାନ୍‌ସ ବୟ’,‘ହତ୍ୟା’ ଓ ‘ଅଜାତଶତ୍ରୁ’ ।  ଏପ୍ରିଲ ମାସରେ ଚାରିଟି ଦମ୍‌ଦାର ଓଡିଆ ସିନେମା ମୁକ୍ତିଲାଭ କରିଥିଲା। ଏଗୁଡ଼ିକ ହେଲା ସିଦ୍ଧାନ୍ତ, ମୁନ୍ନା ଓ ରୀୟାଙ୍କ ଅଭିନୀତ ‘ଦିଓ୍ଵାନା ହେଲି ତୋ’ ପାଇଁ’, ସିଦ୍ଧାନ୍ତ,ଜ୍ୟୋତି ଓ ଝିଲିକ୍‌ଙ୍କ ଅଭିନୀତ ‘ଓଲେ ଓଲେ ଦିଲ୍‌ ବୋଲେ’,ଶ୍ରୀଧର ମାର୍ଥାଙ୍କ ‘ଯୋଗୀ’ ଓ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକ୍ତି’। ନବାଗତ ରାକେଶ ଓ ନବାଗତା ଜୟାଙ୍କ ଅଭିନୀତ  ‘ଲଭ ପ୍ରମିଜ୍‌’ ରିଲିଜ୍‌ ହୋଇଥିଲା।

ରଜ ଅବସରରେ ଦୁଇଟି ବିଗ୍‌ ବଜେଟ୍‌ ଓ ବଡ ଷ୍ଟାରକାଷ୍ଟର ସିନେମା ମୁକ୍ତିଲାଭ କରିଥିଲା। ବାବୁଶାନଙ୍କ ଓ ନବାଗତ ଦିବ୍ୟାଙ୍କ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ରିଲିଜ ହୋଇ ହିଟ ରହିଥିଲା। ଏହି ଫିଲ୍ମର ଗୀତଗୁଡିକ  ମଧ୍ୟ ରଜ ବଜାରକୁ ବେଶ ସରଗରମ କରିଥିଲା। ଏହି ଫିଲ୍ମର ଇଶ୍କରେ ଜିଏସଟି ଲାଗିବନି ଓ ନୂଆ ଶାୟାରି ଗୀତଟି ବେଶ ଲୋକପ୍ରିୟ ହୋଇଥିଲା।  ଏହି ଫିଲ୍ମ ସହ ଟକ୍କର ଦେବାକୁ ସବ୍ୟସାଚୀ-ଏଲିନା ଷ୍ଟାରର୍‌ ‘ଫୋର୍‌ ଇଡିଅଟ୍‌ସ’ ମୁକ୍ତିଲାଭ କରିଥିଲେ ମଧ୍ୟ ଦର୍ଶକଙ୍କ ଦ୍ଵାରା ଏତେ ଗ୍ରହଣୀୟ ହୋଇପାରିନଥିଲା। ସେହିପରି ରଜ ପରେ  ସବ୍ୟସାଚୀ-ଏଲିନାଙ୍କ ଅଭିନୀତ ‘ଟୋକାଟା ଫସିଗଲା’ଓ ରୋନକ ଦାଶ-ମେଘା ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍‌ ମି’ ମୁକ୍ତିଲାଭ କରିଥିଲା। ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’, ଏବଂ ପ୍ରେମୀ ଦିଓ୍ଵାନା ରିଲିଜ ହୋଇଥିଲା ।

ସେହିପରି ନବାଗତ ଅର୍ଦ୍ଧେନ୍ଧୁ ଓ ନବାଗତା ତମନ୍ନାଙ୍କ ‘ବ୍ଲାକମେଲ୍‌’ ରିଲିଜ ହୋଇଥିଲା। ଫିଲ୍ମଟିର ଗୀତ ଗୁଡିକ ବେଶହିଟ ରହିଥିଲା।  ସେପ୍ଟେମ୍ବରରେ ମାସରେ ପରଦାକୁ ଆସିଥିଲା ଏଲିନା ଓ ଅରିନ୍ଦମଙ୍କ  ‘ଇଶ୍କ ପୁଣି ଥରେ’ ଏବଂ ‘ ଭାଇଜାନ୍‌’ ଆସି ମଧ୍ୟମ ଧରଣର ବ୍ୟବସାୟ କରିଥିଲେ।  ଦଶହରା ଅବସରରେ ତିନିଟି ଓଡ଼ିଆ ସିନେମା ମା’, ଶ୍ରୀମାନ୍‌ ସୁରଦାସ ଏବଂ ପ୍ରେମ କୁମାର ରିଲିଜ ହୋଇଥିଲା। ବାବୁଶାନ, ଭୂମିକା, ବୁଦାଦିତ୍ୟଙ୍କ ଅଭିନୀତ ‘ଶ୍ରୀମାନ ସୁରଦାସ’ ମ୍ୟୁଜିକାଲ ହିଟ ରହିଥିଲା। ଏହି ଫିଲ୍ମ ର ଗୀତଗୁଡିକପୂଜା ବଜାରକୁ ବେଶ ଚଳଚଞ୍ଚଳ କରି ରଖିଛି। ସେହିପରି ଓଡିଆ ସୁପରଷ୍ଟାର ଅନୁଭବ, ଶିବାନୀଙ୍କ ଅଭିନୀତ ‘ପ୍ରେମ କୁମାର’ ବେଶ ହିଟ ରହିଥିଲା। ବର୍ଷର ଶେଷ ଆଡକୁ ହେଲା ‘ଲଭ୍‌ ଅଲଗା ପ୍ରକାର’ । ଏଥିରେ ଜ୍ୟୋତି , ଝିଲିକ୍‌ ,ବିଜୟ ମହାନ୍ତି ଏବଂ ଜୟୀ ପ୍ରମୁଖ ଅଭିନୟ କରିଥିଲେ। ଆର ସିନେମା ହେଲା ସାଥୀ ତୁ ଫେରିଆ । ଏଥିରେ ଜ୍ୟୋତି, ଅନୁଭା ,ମହାଶ୍ୱେତା , ଶ୍ରୀତମ୍‌ ଦାସ, ମଣ୍ଟୁ ଏବଂ ଅନୀଶା ପ୍ରମୁଖ ଅଭିନୟ କରିଥିଲେ। ସେହିପରି ମାସରେ ତୁ ମୋ’ ସୁଇଟ୍‌ ୧୬, ରହସ୍ୟ ,ଜୀବନର ଚଲାପଥେ ଏବଂ ଲଭ୍‌ ଏକ୍ସପ୍ରେସ୍‌ ମୁକ୍ତିଲାଭ କରିଥିଲା। ତେବେ ଚଳିତ ବର୍ଷ ବାବୁଶାନଙ୍କ ଦୁଇଟି ଫିଲ୍ମ ମୁକ୍ତିଲାଭ କରି ବେଶ ସଫଳ ବ୍ୟବସାୟ କରିଥିବାବେଳେ ଅନୁଭବଙ୍କ ଫିଲ୍ମ ମଧ୍ୟ ବେଶ ପ୍ରସଂଶା ପାଇଛି।

ପ୍ରତି ବର୍ଷ ଓଡିଆ ଫିଲ୍ମ ରିଲିଜ ହେଉଛି। କିନ୍ତୁ  ସିନେମା ନିର୍ଦେଶକ ତଥା ପ୍ରୋଯୋଜକ ମାନେ କଳାତ୍ମକ ସିନେମା ଅପେକ୍ଷା ବ୍ୟବସାୟିକ ଚଳଚିତ୍ରକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଯଦି ଏଥିପ୍ରତି ଟିକେ ଦୃଷ୍ଟି ଦିଆଯାନ୍ତା ତେବେ ଓଡିଆ ସିନେମା ସାରା ଭରତ ବର୍ଷରେ ନିଜର ଏକ ପରିଚୟ  ସୃଷ୍ଟି କରିପାରନ୍ତ। ତେବେ  ନୂଆ ନୂଆ କୌଶଳକୁ ନେଇ ନୂଆ ଧରଣର ଫିଲ୍ମ ପ୍ରସ୍ତୁତ ହେଉ ­ଓଡିଆ ସିନେମା ଶିଳ୍ପର ଉତ୍ତୋରତ୍ତର ବିକାଶ ହେଉ। ନୂଆ ବର୍ଷ ନୂଆ ସମ୍ଭାବନ ଓ ନୂଆ ଆଶା ନେଇ ଆମ ଓଡିଆ  ସିନେମା  ତା ଯାତ୍ରା ଜାରି ରଖୁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.