ହଲିଉଡ୍ ପଦାର୍ପଣକୁ ନେଇ ଉତ୍ସାହିତ ରଣଦୀପ୍ ହୁଡା

Published: Mar 31, 2020, 5:55 pm IST

ମୁମ୍ବାଇ : ବଲିଉଡ୍‌ର ର୍ଭସାଟାଇଲ୍ ଅଭିନେତା ରଣଦୀପ୍ ହୁଡା ନିଜର ହଲିଉଡ୍ ପଦାର୍ପଣକୁ ନେଇ ଉତ୍ସାହିତ ଅଛନ୍ତି । ଥର୍ ଅଭିନେତା କ୍ରିସ୍ ହେମ୍‌ସଓର୍ଥଙ୍କ ସହିତ ନେଟ୍‌ଫ୍ଲିକ୍ସର ଫିଲ୍ମ ଏକ୍ସଟ୍ରାକ୍ସନ୍‌ରେ ରଣଦୀପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅନ୍ୟ ଦୁଇ ଭାରତୀୟ ହସ୍ତୀ ମନୋଜ ବାଜପେୟୀ ଏବଂ ପଙ୍କଜ ତ୍ରୀପାଠୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଦୀର୍ଘ ୨୦ ବର୍ଷ ପରେ ମୋର ହଲିଉଡ୍ ଯାତ୍ରାର ସ୍ୱପ୍ନ ସଫଳ ହୋଇଥିବାରୁ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ହୁଡା । ଏହି ନେଟ୍‌ଫ୍ଲିକ୍ସ ଫିଲ୍ମଟିରେ ହେମସଓର୍ଥ ଜଣେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ଏପ୍ରିଲ ୨୪ ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମ ବ୍ୟତିତ ସଲ୍‌ମାନ୍ ଖାନ୍‌ଙ୍କ ଅପକମିଙ୍ଗ ଫିଲ୍ମ ରାଧେରେ ନଜର ଆସିବାକୁ ଯାଉଛନ୍ତି ।

Related posts