ମହେଶ ଭଟ୍ଟ ଏବଂ ଉର୍ବଶୀ ରୌତେଲାଙ୍କୁ ମହିଳା କମିଶନଙ୍କ ନୋଟିସ୍

Published: Aug 6, 2020, 4:27 pm IST

ମୁମ୍ବାଇ : ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ସମେତ ଏକାଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏକ ଯୌନ ନିର୍ଯାତନା ମାମଲାରେ ସମାଜସେବୀ ୟୋଗିତା ଭାବନାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଏହି ନୋଟିସ ଜାରି କରାଯାଇଛି । ମହେଶ ଭଟ୍ଟ ଏବଂ ଉର୍ବଶୀଙ୍କ ସମେତ ଈଶା ଗୁପ୍ତା, ରଣବିଜୟ ସିଂଘା, ମୌନୀ ରୟ ଏବଂ ପ୍ରିନ୍ସ ନରୁଲାଙ୍କୁ ନୋଟିସ୍ ଜାରି କରାଯାଇଛି । ୟୋଗିତା ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ, ମଡେଲିଂରେ କ୍ୟାରିଅର୍‌ କରିବାର ସୁଯୋଗ ଦେବା ବାହାନରେ ବହୁ ଯୁବତୀଙ୍କୁ ବ୍ଲାକ୍‌ ମେଲ୍‌ କରିବା ସହିତ ଯୌନଶୋଷଣ କରାଯାଇଛି  । ଏହି ମାମଲାରେ ସମସ୍ତଙ୍କୁ ଅଗଷ୍ଟ 18 ତାରିଖ ଦିନ 11.30 ମିନିଟ୍‌ରେ ହାଜର ହେବା ପାଇଁ କୁହାଯାଇଛି । ଅନୁପସ୍ଥିତ ରହିଲେ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଧମକ ଦେଇଛନ୍ତି ମହିଳା କମିଶନ ।ପୂର୍ବରୁ ମହେଶ ଭଟ୍ଟଙ୍କ କମ୍ପାନୀ ଆଇଏମଜିର ଜନୈକ ପ୍ରମୋଟର ସନ୍ନି ବର୍ମାଙ୍କ ନାମରେ ଏକାଧିକ ମହିଳାଙ୍କୁ ଯୌନ ଶୋଷଣର ଅଭିଯୋଗ ଆସିଥିଲା । (ଏଜେନ୍ସି)

Related posts