Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା
ଜାତୀୟ ଖବର

ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

October 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଆକ୍ସନ ମୁଡରେ ଅଛନ୍ତି। କାରଣ ସେ ପ୍ରଥମେ ବିଧାନସଭାରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ଏବେ ସେ ସାଧାରଣ ସଭାରେ ମଧ୍ୟ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ ଯେପରି କଥା କହିଛନ୍ତି ତାହା ସମାଲୋଚନା ନୁହେଁ ବରଂ ଗାଳି କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ବିଜେଡିର ଜନସଂପର୍କ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ବିରୋଧୀଙ୍କୁ ବିକାଶରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଲିଙ୍ଗରାଜ ମନ୍ଦିର ବିକାଶରେ ବାଧା ସୃଷ୍ଟି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମଧ୍ୟ ବାଧକ ସାଜିଲେ। ହେଲେ ସେଥିରେ ସେମାନେ ବାଧା ଦେବାରେ ସକ୍ଷମ ହେଲେ ନାହିଁ। ଅନ୍ୟପକ୍ଷରେ ଲୋକେ ତାଙ୍କୁ ଭଲ ଭାବରେ ଚିହ୍ନିଲେ।

ସେତିକି ନୁହେଁ ନବୀନ କହିଥିଲେ ଯେ, ଲୋକଙ୍କୁ ଭୁଲ ଖବର ଦେବା କାର୍ଯ୍ୟ କରୁଛନ୍ତି ବିରୋଧୀ ଦଳ। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ନିର୍ବାଚନ ଆସିଲେ ସେମାନେ ଲୋକଙ୍କୁ ଏପରି ଭ୍ରମିତ ଖବର ଦେଇ ଭୋଟ ହାତେଇବା ପାଇଁ ଚେଷ୍ଠା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହିଁନ୍ତି। ସେମାନଙ୍କୁ ଲୋକେ ସିଧା ପ୍ରତ୍ୟାଖାନ କରୁଛନ୍ତି ବୋଲି ଜନସଭାକୁ ଉଦବୋଧନ ଦେଇ ନବୀନ କହିଥିଲେ।

ବିରୋଧୀ ଦଳ ହେଉଛନ୍ତି ରାଜ୍ୟ ବିକାଶର ବିରୋଧୀ ଏବଂ ଜନ ବିରୋଧୀ। ସେଥିପାଇଁ ସେମାନଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଓଡିଶାର ଯେପରି ବିକାଶ ହେଉଛି ସେଥିରେ ବିରୋଧୀ ଖୁସି ନାହାଁନ୍ତି ବୋଲି ନବୀନ କହିଛନ୍ତି। ଏହିପରି ଜନ ବିରୋଧୀ କାର୍ଯ୍ୟ କଲେ ସେମାନେ କେବେ ବି କ୍ଷମତାକୁ ଆସିପାରିବେ ନାହିଁ। ଏପରିକି ଲୋକେ ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ନବୀନ କହିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ନବୀନ କହିଥିଲେ ଯେ, ଗାନ୍ଧୀଙ୍କ ନିତି ଆମ ପାଇଁ ପ୍ରେରଣା ଦାୟକ। ବିଜେଡି ସବୁବେଳେ ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ବିଜେଡି ସବୁବେଳେ ମହିଳାଙ୍କ ଉନ୍ନତି କରିବାକୁ ଚେଷ୍ଠା କରୁଛି। ମହିଳା ସଂରକ୍ଷଣ ବିଲ ଏହାର ଏକ ବଡ ଉଦାହରଣ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବଡ ଗେମ ଚେଞ୍ଜର। ଏସବୁ ବାର୍ତ୍ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ବରର ବରଗଡର ୱାର୍ଡ ନମ୍ବର ୫୭ ର ନେତାଜୀ ପଡିଆରୁ ଏହି ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମିମାନଙ୍କୁ ଲୋକଙ୍କ ସହିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ପଦଯାତ୍ରାରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ଦେବୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଅଶୋକ ପଣ୍ଡା, ଅନନ୍ତନାରାୟଣ ଜେନା, ଶ୍ରୀମୟୀ ମିଶ୍ର, ଡ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ।

NaveenPatnaik ଗାନ୍ଧୀ ଜୟନ୍ତୀ ଜନସଂପର୍କ ଯାତ୍ରା ନବୀନ ପଟ୍ଟନାୟକ ପଦଯାତ୍ରା ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026
Latest News

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026

ଥାଇଲାଣ୍ଡରେ ଫସିଥିବା ୬ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଫେରିଲେ ଓଡ଼ିଶା

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.