Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା ବିଧାନସଭା, ହେଲେ କୌଣସି ବିଧାୟକଙ୍କ ମୁହଁରେ ନା ଅଛି ଖୁସି ନା ଅଛି ହସ
ଜାତୀୟ ଖବର

ଶେଷ ହେଲା ବିଧାନସଭା, ହେଲେ କୌଣସି ବିଧାୟକଙ୍କ ମୁହଁରେ ନା ଅଛି ଖୁସି ନା ଅଛି ହସ

February 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
assembly
ଶେଷ ହେଲା ବିଧାନସଭା, ହେଲେ କୌଣସି ବିଧାୟକଙ୍କ ମୁହଁରେ ନା ଅଛି ଖୁସି ନା ଅଛି ହସ

ଭୁବନେଶ୍ବର: ଆଜି ଶେଷ ହୋଇଛି ଷୋଢଶ ବିଧାନସଭାର ଅଧିବେଶନ। ଆଜି ବ୍ୟୟ ମଂଜୁରୀ ବିଲ ପାଶ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏହି ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଚାରିଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି।

ତେବେ ଏହି ଅଧିବେଶନ ଶେଷ ହେବା ପରେ କୌଣସି ବିଧାୟକଙ୍କ ମୁହଁ ହସ ନାହିଁ କି ଖୁସି ନାହିଁ। ରାଗ ନାହିଁ କି ଗରମ ନାହିଁ। କାରଣ ହେଲା ଏହା ହେଉଛି ଶେଷ ଅଧିବେଶନ। ପରବର୍ତ୍ତି ଅଧିବେଶନରେ ବସିବାକୁ ହେଲେ ନିର୍ବାଚିତ ହୋଇ ଆସିବାକୁ ପଡିବ। ଏଥିରେ କିଏ ଜିତିବ କିଏ ହାରିବ ଜଣା ନାହିଁ। କାହାକୁ ଟିକେଟ ମିଳିବ କାହାକୁ ମିଳିବ ନାହିଁ ଜଣା ନାହିଁ।

ଏହାକୁ ନେଇ ବିଧାୟକମାନେ ଚିନ୍ତା ଗସ୍ତ ଭାବେ ବିଧାନସଭାରୁ ବିଦାୟ ନେଇଛନ୍ତି। ଗୃହ ସରିବା ପରେ ପରସ୍ପର ଆଲୋଚନା ମଧ୍ୟ କରିଛନ୍ତି। ଅନେକ ବିରୋଧୀ ଶାସକ ବିଧାୟକ କୋଳାକୋଳି ମଧ୍ୟ ହୋଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଗ୍ୟରେ ଥିଲେ ପୁଣି ଥରେ ଦେଖା ହେବା। ଏକାଠି ହେବା। ଭାଗ୍ୟରେ ନ ଥିଲେ ଆଉ ଏହି ଭିତରକୁ ଆସିପାରିବା ନାହିଁ।

ତେବେ ଏହି ବିଧାନ ସଭାକୁ ଆଉ କେବେବି ଆସିପାରିବେ ନାହିଁ ବିଧାୟକ ମଧ୍ୟ ଅଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେମାନେ ନିର୍ବାଚନ ଲଢେଇ କରିବେ ନାହିଁ। ତେଣୁ ଏହି ଦୁଇ ବିଧାୟକଙ୍କ ବିଧାନସଭା ପ୍ରବେଶ ସବୁଦିନ ପାଇଁ ବନ୍ଦ ହେଲା।

ସେହିପରି ଆଉ କେତେକ ବିଧାୟକ ଅଛନ୍ତି ଯେଉଁମାନେ ବୟସାଧିକ ଯୋଗୁଁ ନିର୍ବାଚନ ଲଢିପାରିବେ ନାହିଁ। ହେଲେ ସେମାନେ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରି ନ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ରହିଛି। ତେଣୁ ସେମାନେ ମଧ୍ୟ ଆଉ ବିଧାନସଭା ଆସିପାରିବେ ନାହିଁ।

ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଜି ବିଧାନସଭାରେ ଆଣ୍ଠୁମାଡି ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ବିଧାନସଭା ନିର୍ବାଚନ ଲଢେଇ କରିବି ନାହିଁ। ତେଣୁ ଏହି ପବିତ୍ର ଗୃହକୁ ଆଉ ଆସିବାର ନାହିଁ। ସେଥିପାଇଁ ମୁଣ୍ଡିଆ ମାରି ଏହି ଗୃହରୁ ସବୁଦିନ ପାଇଁ ବିଦାୟ ନେଉଛି। ମୋର ଦୁଇ ପୁଅ ଅଛନ୍ତି। ସେମାନେ ଏଥର ନିର୍ବାଚନ ଲଢିବେ।

ଶେଷ ଅଧିବେସନ ହୋଇଥିବାରୁ ସବୁ ବିଧାୟକ ଏକାଠି ହୋଇ ଏକ ଫଟୋ ଉଠାଇଥିଲେ। ଯାହା ତାଙ୍କ ସାରା ଜୀବନର ଏକ ସ୍ମୃତି ହୋଇ ରହିବ। ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନେଇ ଏହି ଫଟୋ ସେସନ କରାଯାଇଛି। ତାହାକୁ ସବୁ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏହାକୁ ସେମାନେ ସନ୍ତକ କରି ରଖିବେ।

assembly ବିଧାନସଭା ଶେଷ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026
Latest News

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.