Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ
ଖେଳ

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Hardik dropped from Australia A series; Suryansh gets a chance.

ମୁମ୍ବାଇ : ଆଘାତଜନିତ ସମସ୍ୟା ଯୋଗୁଁ ଭାରତୀୟ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଅଷ୍ଟ୍ରେଲିଆ-ଏ’ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ଯୁବ ଅଲ୍‌ରାଉଣ୍ଡର୍ ସୂର୍ଯ୍ୟାଂଶ ଶେଗ୍‌ଡ଼େଙ୍କୁ ଇଣ୍ଡିଆ-ଏ’ ଦଳରେ ସାମିଲ କରାଯାଇଛି। ସୂର୍ଯ୍ୟାଂଶ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସରେ ଫିଟ୍‌ନେସ୍ ଟେଷ୍ଟ ପାସ୍ କରିବା ପରେ ପୁଡୁଚେରୀରେ ଦଳ ସହ ଯୋଡ଼ି ହୋଇସାରିଛନ୍ତି। ଚଳିତ ମାସ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ତିନିମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ୍ ଦିନିକିଆ ସିରିଜ୍ ଖେଳାଯିବ।

ହାର୍ଦ୍ଦିକ ଶେଷଥର ପାଇଁ ଆଇପିଏଲ୍ ୨୦୨୬ରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିଥିଲେ ଏବଂ ମାର୍ଚ୍ଚରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅନ୍ୟପକ୍ଷରେ ଗତ ଜୁନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ସୂର୍ଯ୍ୟାଂଶ ଇଣ୍ଡିଆ-ଏ’ ଦଳରେ ସାମିଲ ହୋଇଥିବାରୁ ଅକ୍ଟୋବର ୧୧ରୁ ଚଣ୍ଡିଗଡ଼ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ମୁମ୍ବାଇର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍‌ରୁ ବାଦ୍ ପଡ଼ିବେ।

ହାର୍ଦ୍ଦିକଙ୍କ ବ୍ୟତୀତ ନମନ ଧୀର ମଧ୍ୟ ଏହି ସିରିଜ୍‌ରେ ଖେଳିପାରିବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍‌ର ଟି-୨୦ ସିରିଜ୍ ପାଇଁ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ୱାଶିଂଟନ୍ ସୁନ୍ଦରଙ୍କୁ ଟି-୨୦ ଦଳରୁ ରିଲିଜ୍ କରାଯାଇଥିବାରୁ ତାଙ୍କ ସ୍ଥାନ ନମନ ପୂରଣ କରିଛନ୍ତି। ସୁନ୍ଦର ଏବେ ତାମିଲନାଡ଼ୁ ପକ୍ଷରୁ ରଣଜୀ ଟ୍ରଫି ଖେଳିବେ। ଏହି ସିରିଜ୍‌ରେ ଋତୁରାଜ ଗାଏକୱାଡ୍ ଇଣ୍ଡିଆ-ଏ’ ଦଳର ନେତୃତ୍ୱ ନେଉଥିବା ବେଳେ ଦେବଦତ୍ତ ପାଡିକ୍କଲ୍ ଭାଇସ୍ କ୍ୟାପ୍‌ଟେନ୍ ରହିଛନ୍ତି। ଦଳରେ ସାଇ ସୁଦର୍ଶନ, ରଜତ ପାଟିଦାର, ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମ୍‌ରନ୍ ସିଂହ, ବିପ୍ରଜ ନିଗମ ଓ ୟଶ୍ ଠାକୁରଙ୍କ ସମେତ ଅନେକ ପ୍ରମୁଖ ଖେଳାଳି ସାମିଲ ଅଛନ୍ତି।

Australia A series Hardik
Share. Facebook Twitter LinkedIn Email WhatsApp Copy Link

Related Posts

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

୨୦୨୭ ୟୁପି ନିର୍ବାଚନରେ ଏକାକୀ ଲଢ଼ିବ ଚିରାଗଙ୍କ ଦଳ? ବିଜେପିକୁ ନେଇ ଦେଲେ ବଡ଼ ସଙ୍କେତ

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026
Latest News

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.