Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି 20 ଶୃଙ୍ଖଳାର ପ୍ରତିଶୋଧ : ଦ୍ବିତୀୟ ଦିନିକିଆ ସହିତ ସିରିଜ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ
ଆଜିର ଖବର

ଟି 20 ଶୃଙ୍ଖଳାର ପ୍ରତିଶୋଧ : ଦ୍ବିତୀୟ ଦିନିକିଆ ସହିତ ସିରିଜ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ

February 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଶୃଙ୍ଖଳା ଉପରେ କବ୍‌ଜା କରି ନେଇଛି କିଓ୍ବି ଦଳ । ଟି 20 ଶୃଙ୍ଖଳାକୁ 5-0ରେ ହାରିବା ପରେ ପ୍ରଥମ ଦୁଇ ଦିନିକିଆରେ ବିଜୟୀ ହୋଇ ସିରିଜ୍‌ ଉପରେ କବ୍‌ଜା କରିଛି ନ୍ୟୁଜିଲ୍ୟାଣ୍ଡ ଦଳ । ହାମିଲଟନ୍‌ରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆକୁ ନ୍ୟୁଜିଲ୍ୟାଣ୍ଡ 22 ରନରେ ବିଜୟୀ ହେବା ସହିତ ଭାରତ ବିପକ୍ଷରେ କ୍ରମାଗତ ତୃତୀୟ ଦିନିକିଆ ଶୃଙ୍ଖଳାରେ ବିଜୟୀ ହୋଇଛି । ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଭାରତ ନ୍ୟୁଜିଲ୍ୟାଣ୍ଡକୁ ମାତ୍ର 273 ରନ୍‌ରେ ସୀମିତ ରଖିଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ 22 ରନ୍‌ ପଛରେ ରହିଯାଇଥିଲା ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଭାରତକୁ ପ୍ରଥମ ସଫଳତା ମିଳିଥିଲା 17 ତମ ଓଭରରେ । 85 ରନ୍‌ରେ ପ୍ରଥମ ଓ୍ବିକେଟ୍‌ ହରାଇଥିବା ପରବର୍ତ୍ତୀ 112 ରନ୍‌ ମଧ୍ୟରେ 7 ଓ୍ବିକେଟ ହରାଇଥିଲା । ମାତ୍ର ନବମ ଓ୍ବିକେଟ୍‌ରେ ରସ୍‌ ଟେଲର (73) ଏବଂ ଜେମିସାନ(23)ଙ୍କ 76 ରନ୍ ଭାଗିଦାରୀ ବଳରେ ଦଳ 273 ରନ୍‌ ସଂଗ୍ରହ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମାର୍ଟିନ୍‌ ଗପ୍ତିଲ୍‌ ସର୍ବାଧିକ 79 ରନ୍‌ କରିଥିବା ବେଳେ ଟେଲର ଅପରାଜିତ 73 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

274ରନ୍‌ର ପିଛା କରୁଥିବା ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ବିଫଳ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ମଧ୍ୟ ବଡ ସ୍କୋର କରି ପାରିନଥିଲେ । ଗୋଟିଏ ପଟୁ ଶ୍ରେୟସ୍‌ ଆୟାର୍‌(52) ବ୍ୟାଟିଂ କରୁଥିବା ବେଳେ କେ ଏଲ୍‌ ରାହୁଲ, କେଦାର ଯାଦବ ଶସ୍ତାରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର 129 ରହିଥିବା ବେଳେ ଷଷ୍ଠ ଓ୍ବିକେଟ୍‌ ଭାବରେ ଶ୍ରେୟସ୍‌ ଆୟାର ଆଉଟ ହେବା ପରେ ଭାରତର ପରାଜୟ ଏକ ପ୍ରକାର ନିଶ୍ଚିତ ହୋଇଥିଲା । ମାତ୍ର ରବୀନ୍ଦ୍ର ଜାଡେଜା(55) ତଳୁଆ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସହ ମିଶି ଇନିଂସ ଆଗକୁ ବଢାଇଥିଲେ । ଶାର୍ଦ୍ଦୁଲ ଠାକୁର(18)ଙ୍କ ସହିତ 24 ରନ୍‌ ଯୋଡିଥିଲେ । ନବ୍‌ଦୀପ୍‌ ସାଇନି(45)ଙ୍କ ସହିତ ଜାଡେଜା 76 ରନ୍‌ ଯୋଗ କରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ । ମାତ୍ର ସାଇନିଙ୍କ ପରେ ଚହଲ (12) ରନ୍‌ଆଉଟ ହୋଇଥିଲେ । ଜାଡେଜା ବାଉଣ୍ଡ୍ରି ମାରିବା ପ୍ରୟାସରେ ଆଉଟ ହେବା ସହିତ ଭାରତୀୟ ଇନିଂସର ସମାପ୍ତି ଘଟିଥିଲା । କାଇଲ୍‌ ଜେମିସନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

india nz
Share. Facebook Twitter LinkedIn Email WhatsApp Copy Link

Related Posts

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026
Latest News

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.