Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»143 ବର୍ଷରେ ପଦାର୍ପଣ କଲା ଟେଷ୍ଟ କ୍ରିକେଟ : ଇଡେନ୍‌ରେ ଐତିହାସିକ ବିଜୟକୁ ପୁରିଲା 19 ବର୍ଷ
ଆଜିର ଖବର

143 ବର୍ଷରେ ପଦାର୍ପଣ କଲା ଟେଷ୍ଟ କ୍ରିକେଟ : ଇଡେନ୍‌ରେ ଐତିହାସିକ ବିଜୟକୁ ପୁରିଲା 19 ବର୍ଷ

March 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କ୍ରିକେଟର ସର୍ବପୁରାତନ ଫର୍ମାଟ୍‌ ଟେଷ୍ଟ କ୍ରିକେଟକୁ ଆଜି 143 ବର୍ଷ ପୁରିଛି । 1877 ମସିହାର ଆଜିର ଦିନରେ ବିଶ୍ବର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ପରଠାରୁ ଟେଷ୍ଟ କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି । ଅନେକ ନୂତନ ନିୟମ ସହିତ ବର୍ତ୍ତମାନ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ମଧ୍ୟ ଆୟୋଜିତ ହେଉଛି । ବିଶ୍ବର ପ୍ରଥମ ଅଫିସିଆଲ୍‌ ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ଦଳର ନେତୃତ୍ବ ନେଇଥିଲେ ଜେମ୍‌ସ ଲିଲିହ୍ବାଇଟ୍‌ । ବିଶ୍ବର ଏହି ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ 45 ରନ୍‌ରେ ପରାଜିତ ହୋଇଥିଲା ।

ଐତିହାସିକ ଇଡେନ୍‌ ଟେଷ୍ଟ : ଏହି ଦିନରେ ଆଉ ଏକ ଐତିହାସିକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । 2001 ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଐତିହାସିକ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ଇନିଂସରେ ପଛୁଆ ରହି ବିଜୟୀ ହେବାର ଇତିହାସ ରଚିଥିଲା ଭାରତ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 445 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ ମାତ୍ର 171 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଭାରତର ସ୍କୋର 4/232 ରହିଥିବା ବେଳେ ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ପଞ୍ଚମ ଓ୍ବିକେଟ୍‌ରେ 376 ରନ୍‌ର ଭାଗିଦାରୀ ହୋଇଥିଲା । ଲକ୍ଷ୍ମଣ 281 ଏବଂ ଦ୍ରାବିଡ୍‌ 172 ରନ୍‌ର ଐତିହାସିକ ଇନିଂସ ଖେଳିଥିଲେ । ପଞ୍ଚମ ଦିବସରେ ଅଷ୍ଟ୍ରେଲିଆ ସମ୍ମୁଖରେ 384 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ହରଭଜନ୍‌ ସିଂ ହ୍ୟାଟ୍ରିକ୍‌ ସମେତ 6 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଭାରତ ଐତିହାସିକ ବିଜୟ ହାସଲ କରିଥିଲା । (ଏଜେନ୍ସି)

testcricket
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026

ବାଲୁଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ

August 14, 2026
Latest News

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲୋକସଭା ବିଶେଷାଧିକାର କମିଟିର ନୋଟିସ: ଜାଣନ୍ତୁ କାରଣ

August 14, 2026

ଗତ ଦଶନ୍ଧିରେ ଦେଶ ଦ୍ରୁତ ପ୍ରଗତି କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.