ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଲେ ଇର୍ଫାନ୍‌ : ରିଲିଜ୍‌ ହେଲା କୋବ୍ରାର ଫାଷ୍ଟଲୁକ୍‌

Published: Oct 28, 2020, 3:23 pm IST

ଚେନ୍ନାଇ : ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଇର୍ଫାନ ପଠାନ ସିଲଭର ସ୍କ୍ରିନରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ତାମିଲ ଫିଲ୍ମ କୋବ୍ରା ଜରିଆରେ ଇର୍ଫାନ ପଦାର୍ପଣ କରିବାକୁ ଯାଉଥିବା ବେଳେ ଗତକାଲି ଇର୍ଫାନଙ୍କ ଜନ୍ମଦିନରେ ଫିଲ୍ମର ଫାଷ୍ଟଲୁକ ରିଲିଜ କରିଛନ୍ତି ନିଦେ୍ର୍ଧଶକ ଅଜୟ ଗନମୁଥୁ । ଏହି ଫିଲ୍ମରେ ଚିୟାନ ବିକ୍ରମ ମୁଖ୍ୟ ଭୂମିକାରେ ରହିଥିବା ବେଳେ ଇର୍ଫାନ ଜଣେ ଫ୍ରେଞ୍ଚ ଇଣ୍ଟରପୋଲ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ଇର୍ଫାନଙ୍କ ଚରିତ୍ରର ନାମ ଅସଲନ ଇଲମା ରହିଥିବା ବେଳେ ପୋଲିସ ୟୁନିଫର୍ମରେ ନଜର ଆସିଛନ୍ତି ଇର୍ଫାନ । ଫାଷ୍ଟଲୁକ ଲଞ୍ଚ କରିବା ସହିତ ଇର୍ଫାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଇର୍ଫାନ । ପୂର୍ବରୁ କ୍ରିକେଟର ଭାବରେ ଟିନୁ ୟୋହନାନ, ଅଜୟ ଜାଡେଜା ଏବଂ  ଏସ. ଶ୍ରୀସନ୍ଥ ମଧ୍ୟ ରୂପେଲି ପରଦାରେ ନଜର ଆସିଥିଲେ ।

Related posts