Categories
ଆଜିର ଖବର ଜାତୀୟ ଖବର

ଅଗ୍ନିକାଣ୍ଡ ଦୁର୍ଘଟଣା ଉପରେ ରେଲୱେ ସୁରକ୍ଷା ବଳ ଦ୍ଵାରା କଟକ ରେଲୱେ ଷ୍ଟେସନରେ ମକ୍ ଡ୍ରିଲ୍

କଟକ, ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ସୁରକ୍ଷା ବଳ (ଆରପିଏଫ୍) ଅଧିକାରୀମାନେ କଟକ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା ଉପରେ ଏକ ମକ୍ ଡ୍ରିଲ୍ ଆୟୋଜନ କରି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ପରି ଜରୁରୀକାଳୀନ ପରିସ୍ଥିତିରେ କର୍ମଚାରୀଙ୍କ ସତର୍କତା ଏବଂ ପ୍ରସ୍ତୁତି ଯାଞ୍ଚ କରିଥିଲେ।

ମକ୍ ଡ୍ରିଲ୍ ଅନୁଯାୟୀ, ୨୭.୧୨.୨୦୨୦ ତାରିଖ ପ୍ରାୟ ୧୧.୩୦ ଘଣ୍ଟା । କଟକ ରେଳ ଷ୍ଟେସନର ରୁଟ ରିଲେ ଇଣ୍ଟରଲକିଂ (ଆରଆରଆଇ) ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାର ଖବର ଆସିଥିଲା।

ସୂଚନା ପାଇବା ପରେ ଆରପିଏଫ ପୋଷ୍ଟର ଅଧିକାରୀ, ଶ୍ରୀ ପ୍ରବୀଣ କୁମାରଙ୍କ ତତ୍ତ୍ଵାବଧାନରେ କଟକ, ଇନ୍ସପେକ୍ଟର / ଆରପିଏଫ ନିଆଁ ଲିଭାଇବା ପାଇଁ ଉପଲବ୍ଧ ନିଆଁ ଲିଭା ବାଲ୍ଟି ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଘଟଣାକୁ ଅଗ୍ନିଶମ ବିଭାଗ କାର‌୍ୟ୍ୟା ଳୟକୁ ଜଣାଇ ଦିଆଯାଇଥିଲା। ତାପରେ ଆମ୍ବୁଲାନ୍ସ ସେବା, ଜିଆରପି ଏବଂ ଷ୍ଟେସନ୍ ମ୍ୟାନେଜର, କଟକଙ୍କୁ ମଧ୍ୟ ଖବର ଦିଆଗଲା ।

ଏହି ଅଗ୍ନିକାଣ୍ଡରେ ଆରଆରଆଇ ବିଲଡିଂ ଭିତରେ କାମ କରୁଥିବା ପ୍ରାୟ ୧୦ ରେଲୱେ କର୍ମଚାରୀ ଅଟକି ଯାଇ ଅଲଗା ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପର‌୍ୟ୍ୟରନ୍ତ, ଆରପିଏଫ୍ କର୍ମଚାରୀମାନେ ଦଉଡି ଏବଂ ବ୍ୟାରିକେଡ୍ ଦ୍ୱାରା ଏହି ଅଞ୍ଚଳକୁ କର୍ଡନ କରିଥିଲେ।

ଇତି ମଧ୍ୟରେ, ଅବନୀ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଦୁଇଟି ଏବଂ କଟକରୁ ଗୋଟିଏ ଟ୍ରୁପ୍ କ୍ୟାରିଅର୍ ଭ୍ୟାନ୍ ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ବିଲ୍ଡିଂରେ ବନ୍ଦୀ ଥିବା ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ।

କିଛି ସେକେଣ୍ଡ ମଧ୍ୟରେ ସମସ୍ତ ରେଳ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘଟଣାର ଖବର ବ୍ୟାପିଗଲା ଏବଂ ଦର୍ଶକ ଭିଡ଼ ଜମାଇଥିଲେ। ନିଆଁ ଲିଭାଇବା ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଇବା ପାଇଁ ଉଦ୍ଧାର କାର‌୍ୟ୍ୟର ଅଧ ଘଣ୍ଟା ସମୟ ନେଇଥିଲା।

ସମଗ୍ର ଅପରେସନ୍ ଶେଷ ହେବା ପରେ ଅଗ୍ନିଶମ ଅଧିକାରୀ, ଆଇଆଇସି, ଆରପିଏଫ୍, କଟକ ଆଇଆଇସି , ଜିଆରପି,କଟକ, ଷ୍ଟେସନ ମାନେଜର, କଟକ ଏବଂ କଟକ ରେଳ ଷ୍ଟେସନର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକତ୍ରିତ ହୋଇଥିଲେ ଏବଂ ସହକାରୀ ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ବାଇଁ ଦର୍ଶକଙ୍କୁ ସୂଚନା ଦେଇଥିଲେ ଯେ ଏହା ଏକ ପ୍ରକୃତ ଅଗ୍ନିକାଣ୍ଡ ଘଟଣା ନଥିଲା । କିନ୍ତୁ ରେଲୱେ କର୍ମଚାରୀ ଏବଂ ଯାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ଆରପିଏଫ୍ କର୍ମଚାରୀ, କଟକ ଦ୍ୱାରା ଆୟୋଜିତ ଅଗ୍ନିକାଣ୍ଡ ଦୁର୍ଘଟଣା ଉପରେ ଏହା ଏକ ମକ୍ ଡ୍ରିଲ୍ ଥିଲା ।

ପରେ, ରନ୍ଧନ ଗ୍ୟାସ୍ ଏବଂ ପାଟ୍ରୋଲିଂ ଅଗ୍ନିକାଣ୍ଡ ଯୋଗୁଁ ଅଗ୍ନିକାଣ୍ଡ ଘଟଣାରେ ସହଜ ପ୍ରଣାଳୀରେ କିପରି ନିଆଁ ଲିଭାଯିବ ସେ ସମ୍ବନ୍ଧରେ ଏକ ଡେମୋକୁ ଅଗ୍ନିଶମ ବିଭାଗର ଅଧିକାରୀମାନେ କଟକ ରେଳ ଷ୍ଟେସନରେ ଉପସ୍ଥିତ କର୍ମଚାରୀ, ଯାତ୍ରୀ ଏବଂ ଜନସାଧାରଣଙ୍କୁ ସୂଚନା ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଖୁ ଜମିରେ ଅଗ୍ନିକାଣ୍ଡ: ୬ ଏକରରୁ ଅଧିକ ଜମିରୁ ଫସଲ ନଷ୍ଟ

ପିଣ୍ଟୁ ବିଶୋୟି

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମରେ ନିଆଁ ଲାଗି ବ୍ୟାପକ ଆଖୁ ଫସଲ ନଷ୍ଟ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କୌଣସି କାରଣ ବଶତଃ କୁମ୍ଭାରଗାଁ ଗ୍ରାମରେ ଏକ ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ସେହି ନିଆଁ ନିକଟରେ ଥିବା ଆଖୁ ଜମିକୁ ସ୍ପର୍ଶ କରିବାରୁ ଜିତୁ ସ୍ଵାଇଁଙ୍କ ତିନି ଏକର, କିଶୋର ପାଢୀଙ୍କ ଦୁଇ ଏକର ଓ ଦେବରାଜ ଜେନାଙ୍କ ଏକ ଏକରର ଆଖୁ ବିଲକୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗ ଆସିବା ବେଳକୁ ଲୋକେ ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ ମଧ୍ୟ ବହୁ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି। କ୍ଷତିଗ୍ରସ୍ତ ଏହି ତିନି ଆଖୁ ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଖଜୁରିଆ ଗ୍ରାମରେ ଧାନଗଦାରେ ଅଗ୍ନିକାଣ୍ଡ: ପାଉଁଶ ହେଲା କଳେଇ ସହ ଧାନ ବସ୍ତା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଧାନ ବିଲରେ ନିଆଁ ଲାଗି ଧାନ କଳେଇ ସହ ପୋଡିଗଲା ଧାନ ବସ୍ତା। ସୂଚନା ଅନୁଯାୟୀ ଆଜି ଦିବା ୧୧ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଜୁରିଆ ଗ୍ରାମର ବେଣୁଧର ପ୍ରଧାନଙ୍କ  ୧ ଏକର ବିଲରୁ ଅମଳ କରି ବିଲରେ ରଖିଥିବା ଧାନ କଳେଇରେ ହଠାତ କୌଣସି କାରଣବଶତଃ  ନିଆଁ ଲାଗି ଯାଇ ନିମିଷକ ମଧ୍ୟରେ ନିଆଁ  ବିଲସାରା ଓ ନିକଟସ୍ଥ ଜମିକୁ ବ୍ୟାପି ଯାଇଥିଲା। ଯାହା ଫଳରେ ବେଣୁଧର ପ୍ରଧାନଙ୍କ ବିଲରେ ଥିବା ୧ଏକର ଅମଳ ଧାନ କଳେଇ ସହ ନିକଟସ୍ଥ ବିଲରେ ଥିବା ପ୍ରଦୀପ ବିଧାରଙ୍କ ୩ ବସ୍ତା ଅମଳ ଧାନ ଜଳି ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି।

ଉକ୍ତ ଘଟଣାର ଖବର ପାଇ ତୁରନ୍ତ  ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀ ତାଙ୍କର କ୍ଷତିପୂରଣ ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ତହସିଲଦାରଙ୍କୁ ନିବେଦନ କରିବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ରାଣୀପଡ଼ା ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ: ପାଉଁଶ ହେଲା ୫୦୦ ଧାନ କଳେଇ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଜଣେ ଚାଷୀଙ୍କ ଧାନ ବିଲରେ ନିଆଁ ଲାଗି ହଜାର ହଜାର ଟଙ୍କା ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଆଜି ଦିବା ୧୧ ଘଟିକାରେ ତାଙ୍କର ଦୁଇ ଏକର ବିଲର ପାଖାପାଖି ୫୦୦ କଳେଇ ଧାନ ରଖି ଘରକୁ ଖାଇବାକୁ ଯାଇଥିଲେ। ହଠାତ କୌଣସି କାରଣବଶତଃ ଧାନ କଳେଇ ଗଦାରେ ନିଆଁ ଲାଗିଯିବାରୁ ଗାଁ ଲୋକ ସଙ୍ଗେ ସଙ୍ଗେ ଏ ନେଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ୫୦୦ ଧାନ କଳେଇ ଜଳି ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଯାଇଥିବା ଧାନର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ରବୀନ୍ଦ୍ର ସୂଚନା ଦେବାସହ ସେ ଅତି ଗରିବ ହୋଇଥିବାରୁ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିଚୁ କାରଖାନାରେ ଅଗ୍ନିକାଣ୍ଡ : ଲକ୍ଷାଧିକ ସମ୍ପତ୍ତି ଜଳିପୋଡି ପାଉଁଶ

ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଚାରୋଟି ଦମକଳ ବାହିନୀ 4ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ୍ତ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପାଇପ୍‌ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବାର ସୂଚନା ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସର୍ଟସର୍କିଟରୁ ଦୋକାନରେ ଅଗ୍ନିକାଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସକାଳ ୬.୩୦ ସମୟରେ ବଡ଼ବଜାରରେ ଥବା ବୈକୁଣ୍ଣ ଭବନ ନିକଟସ୍ଥ ଶ୍ରୀରାମ ସିଜନ ଷ୍ଟୋରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଉକ୍ତ ଦୋକାନଟି ୩ ମହଲା ବିଶିଷ୍ଟ ହୋଇଥିବାବେଳେ ମଝି ମହଲାରେ ସକାଳୁ ଫ୍ୟାନରୁ ସର୍ଟସର୍କିଟ ହୋଇ ନିଆଁ ବାହାରି ଅନ୍ୟ ଆଡ଼କୁ ବ୍ୟାପିଥିଲା। ଫଳରେ ଦୋକାନ ମଧ୍ୟରେ ଥିବା ଦୁଇଜଣ କର୍ମଚାରୀ ପ୍ରାଣ ବିକଳରେ ବାହାରକୁ ବାହାରି ଆସିଥିଲେ।

ନିଆଁ ଲାଗିବା ବିଷୟ ମାଲିକ କେ. ପ୍ରଦୀପ କୁମାର ପାତ୍ର ଏବଂ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ତୁରନ୍ତ ଫାୟାର ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆହତ୍ତ କରିଥିଲେ। ଦୋକାନ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ସିଜନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ କାର୍ଯ୍ୟପନ୍ଥା ଯୋଗୁଁ ନିଆଁ କେଉଁଆଡ଼େ ବ୍ୟାପି ପାରିନଥିଲା ଏବଂ ବଡ଼ଧରଣର କ୍ଷୟକ୍ଷତିରୁ ରକ୍ଷା ପାଇଥିଲା। ନିଆଲିଭା ଟିମ୍‌ରେ ଅଗ୍ନିଶମ ବିଭାଗର ଅଧିକାରୀ ସନାତନ ମହାପାତ୍ରଙ୍କ ସହ ହାବିଲ୍‌ଦାର ପ୍ରଦୀପ୍ତ ମଲିକ, ଡ଼୍ରାଇଭର ଗୋପିନାଥ ନାୟକ, ରାଜେଶ ମଲିକ, ଗୁଲୁ ପାତ୍ର, ପ୍ରଦୀପ୍ତ ସ୍ୱାଇଁ, ଅଶୋକ ଭୋଳ, ଅରବିନ୍ଦ୍ର ପ୍ରଧାନ, ରଘୁନାଥ ସେଠୀ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ: ଗାଲୁଆ ପଞ୍ଚାୟତର ୪ଟି ଘର ସମ୍ପୂର୍ଣ୍ଣ ନଷ୍ଟ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସର୍ଟସର୍କିଟ୍‌ ଯୋଗୁଁ ୪ ବଖରା ଘର ନଷ୍ଟ ହେବା ସହିତ ଆସବାବପତ୍ର ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ୍‌ ଯୋଗୁଁ ଉକ୍ତ ଗ୍ରାମର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଛି। ଆଜି ସକାଳ ସମୟରେ ନିଆଁଲାଗିଥିବାବେଳେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇଟି ଦମକଳ ଗାଡି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବାବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୃକ୍ତ ପରିବାରଙ୍କ ୪ଟି ଆଜବେଷ୍ଟସ୍‌ ଘର ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଆସବାବପତ୍ର ନଷ୍ଟ ହୋଇଛି। ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହୋଇଛି।

ଘଟଣାସ୍ଥଳରେ ଗାଲୁଆ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ ଉପସ୍ଥିତ ରହିଥିବାବେଳେ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଗ୍ନିକାଣ୍ଡ ଜନିତ ରିପୋର୍ଟ ଆରଆଇଙ୍କଠାରୁ ସଂଗ୍ରହ କରି ତହସିଲଦାରଙ୍କ ନିକଟରେ ଲିଖିତାକାରରେ ସାହାଯ୍ୟ ଲାଗି ଦାବି ଜଣାଇବେ ବୋଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗ୍ବାଲିଅରଠାରେ ଭୀଷଣ ଅଗ୍ନିକାଣ୍ଡ : ଚାରି ମହିଳାଙ୍କ ସହ ତିନି ଶିଶୁଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟର୍‌ଠାରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଇନ୍ଦରଗଞ୍ଜ ଅଞ୍ଚଳରେ ସୋମବାର ଦିନ ଏକ କୋଠାରେ ନିଆଁ ଲାଗିଯାଇଥିବାର ସୂଚନା ରହିଛି। ଏହି ଘଟଣାରେ ତିନୋଟି ଶିଶୁ ଓ ଚାରି ମହିଳାଙ୍କ ମୃତ୍ୟୁ ହୋଇଛି ।

ଏକ ରଙ୍ଗ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟିବା ଫଳରେ ଦୋକାନର ଉପର ମହଲାରେ ରହୁଥିବା ଦୁଇଟି ପରିବାର ନିଆଁରେ ସମ୍ପୂର୍ଣ୍ଣ ରୂପେ ଫସି ଯାଇଥିଲେ। ପରିବାରକୁ ଉଦ୍ଧାର କରିବା ପାଇଁ ପୋଲିସ ତରଫରୁ ଅଭିଯାନ ଆରମ୍ଭ କରାଯାଇ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଛି।