Categories
ଆଞ୍ଚଳିକ

ଚଣ୍ଡେଶ୍ୱର: ଖରାପ ଅଟୋକୁ ସଜାଡୁଥିବା ବେଳେ ପିକ୍ ଅପ୍ ଭ୍ୟାନ୍ ଦେଲା ଧକ୍କା, ଚାଳକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଅଟୋ ରିକ୍ସା ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ସୁଦାମ ଚରଣ ଜାଲି (୩୫ ବର୍ଷ), ଘର ଚିଲିକା ବ୍ଲକ ଅନ୍ତର୍ଗତ ଅଠର ବାଟିଆ ବୋଲି ଜଣାପଡିଛି।

ଗତ କାଲି ବିଳମ୍ବିତ ରାତିରେ ସୁଦାମ ଅଟୋ ରିକ୍ସାରେ ଯାତ୍ରୀ ନେଇ ବାଲୁଗାଁ ଯାଉଥିଲେ। ତେବେ ହଠାତ୍ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଅଟୋ ରିକ୍ସା ଟି ଖରାପ ହୋଇ ଯାଇଥିଲା। ଚାଳକ ସୁଦାମ ଖରାପ ଅଟୋ ରିକ୍ସା କୁ ସଜାଡୁଥିବା ବେଳେ ପଛ ପଟୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବା ସହ ସୁଦାମଙ୍କ ଉପରେ ଚଢି ଯାଇଥିଲା। ଘଟଣା୍ ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଅଟୋ ରିକ୍ସା ଚାଳକଙ୍କ ମୃତ୍ୟୁ ଖବର ପାଇ ଡ୍ରାଇଭର ମହାସଂଘର ବହୁ ସଦସ୍ୟ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଛନ୍ତି। ଅଟୋ ରିକ୍ସା ଚାଳକଙ୍କ ପରିଵାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

Categories
ବିଶେଷ ଖବର

ଭୁବନେଶ୍ୱର ଠାରେ ୭୬୧ କୋଟି ବ୍ୟୟରେ ନିର୍ମିତ କାମାକ୍ଷାନଗର-ଡୁବୁରୀ ରାଜପଥରର ଲୋକାର୍ପଣ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର-ଡୁବୁରୀ ସେକ୍ସନର ୪ ଲେନ୍‌ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ଧାରା ୩୭୦ ଉଚ୍ଛେଦ ସହିତ କାଶ୍ମୀରକୁ ସବୁଦିନ ପାଇଁ ଭାରତ ସହିତ ଯୋଡ଼ିବା ପାଇଁ ପଦକ୍ଷେପ ନେଇଥିଲେ । ଆଜି କାଶ୍ମୀର କେବଳ ମୁଖ୍ୟଧାରାରେ ସାମିଲ ହୋଇନାହିଁ ବରଂ ଏଠାରେ ଶାନ୍ତି ଓ ବିକାଶ ପାଇଁ ବାଟ ଖୋଲିଛି।

ଅମିତ ଶାହ କହିଥିଲେ ଯେ, ଆଜି ଏଠାରେ କାମାକ୍ଷାନଗର-ଡୁବୁରୀ ସେକ୍ସନରେ ଚାରି ଲେନ୍‌ ବିଶିଷ୍ଟ ରାଜପଥ ପ୍ରଶସ୍ତିକରଣ କାମ ଲୋକାର୍ପଣ କରାଯାଇଛି । ୫୧ କିଲୋମିଟର ଲମ୍ବ ଏହି ସଡ଼କ ପାଇଁ ୭୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାଜପଥ ଓଡ଼ିଶାର ଖଣିଜ ସମୃଦ୍ଧ ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଅବଶିଷ୍ଟ ଭାଗ ସହିତ ଯୋଡ଼ିବ । ଏହାଛଡ଼ା ଜାତୀୟ ରାଜପଥ ମାଧ୍ୟମରେ ଦେଶର ଅବଶିଷ୍ଟ ଭାଗ ସହିତ ଦୁଇ ଜିଲ୍ଲାକୁ ଯୋଡ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ । ସେ କହିଥିଲେ ଯେ, ଦେଶର ଭାଗ୍ୟ, ବିକାଶ, ଅର୍ଥବ୍ୟବସ୍ଥାର ବିକାଶ ରାଜପଥ ସହ ଯୋଡ଼ି ହୋଇ ରହିଛି । ଶ୍ରୀ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ, ବିଗତ ୯ ବର୍ଷ ମଧ୍ୟରେ ରାଜପଥର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଆଜି କଳାହାଣ୍ଡିର ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ହୋଇ ଏକ ସଡ଼କର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାମ ମଧ୍ୟ ଆରମ୍ଭ ହୋଇଛି । ପାଖାପାଖି ୧୫ କିଲୋମିଟର ଲମ୍ବା ଏହି ରାଜପଥ ପ୍ରକଳ୍ପ ପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୯ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିପାଇଁ କୌଣସି ପ୍ରକାରରେ ବଜେଟ୍‌ର ଅଭାବ ରଖାଯାଇନାହିଁ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରରେ ଭିତ୍ତିଭୂମି ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ, ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ । ଶ୍ରୀ ଶାହ ଆହୁରି କହିଥିଲେ ଯେ ମୋଦୀ ସରକାର ଫାଷ୍ଟଟ୍ୟାଗ ଜରିଆରେ ଟୋଲ୍‌ ସଂଗ୍ରହକୁ ଦ୍ରୁତ କରିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଦକ୍ଷତା ଆସିଛି, ବିବାଦର ଶୀଘ୍ର ସମାଧାନ, ସୂଚନା ପ୍ରଯୁକ୍ତି ଉପରେ ଗୁରୁତ୍ୱ, ପାଣ୍ଠି ଯୋଗାଣର ବିକଳ୍ପ ଉପାୟ ଖୋଜିବା ଆଦି ବୈଜ୍ଞାନିକ ସମନ୍ୱୟ ଆଣି ରାଜପଥ ନିର୍ମାଣର ଗତିକୁ ତ୍ୱରାନ୍ୱିତ କରିଛନ୍ତି । ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ ।

ଶ୍ରୀ ଶାହ କହିଥିଲେ ଯେ ଓଡ଼ିଶା ପାଇଁ ମୋଦୀ ସରକାର ଅନେକ ବିକାଶ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହାଦ୍ୱାରା ରାଜ୍ୟର ଅର୍ଥବ୍ୟବସ୍ଥା ଗତିଶୀଳ ହୋଇଛି । ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ୨୦୧୪ରେ କହିଥିଲେ ଯେପର୍ଯ୍ୟନ୍ତ ଦେଶର ପୂର୍ବାଞ୍ଚଳର ବିକାଶ ହେବ ନାହିଁ, ସେପର୍ଯ୍ୟନ୍ତ ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ପୂର୍ବ ଭାରତକୁ ଗୁରୁତ୍ୱ ଦେଇ ଆସିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦେଶର ପୂର୍ବ ଓ ପଶ୍ଚିମ କ୍ଷେତ୍ରର ବିକାଶର ସ୍ତର ଏକସମାନ ହେଲେ ଦେଶର ବିକାଶ ହୋଇପାରିବ । ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ସବୁବେଳେ ପୂର୍ବ ଭାରତକୁ ଏବଂ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଇ ଆସିଛନ୍ତି । ଶ୍ରୀ ଶାହା କହିଥିଲେ, ଏକଦା ଏହି ସମ୍ପୂର୍ଣ୍ଣ କ୍ଷେତ୍ର ନକ୍ସଲ ପ୍ରଭାବିତ ଥିଲା, କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲବାଦ ଉପରେ ଅଙ୍କୁଶ ଲଗାଇବାକୁ ସଫଳ ପ୍ରୟାସ କରିଛନ୍ତି ଏବଂ ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଛି । ନକ୍ସଲବାଦ ଉପରେ ଅଙ୍କୁଶ ଲଗାଇବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛନ୍ତି । ମୋଦୀ ସରକାର ନକ୍ସଲବାଦ ବିରୋଧରେ ମଜବୁତ ଲଢ଼େଇ ପାଇଁ ସଂକଳ୍ପବଦ୍ଧ ଅଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେ କହିଥିଲେ ଯେ କେନ୍ଦ୍ରରେ ଥିବା ପୂର୍ବ ସରକାରଙ୍କ ସମୟରେ ହସ୍ତାନ୍ତରଣ ବା ଡିଭୋଲ୍ୟୁସନ୍‌ ଏବଂ ଗ୍ରାଣ୍ଟ ଇନ୍‌ ଏଡ୍‌ ବା ଅନୁଦାନ ଆକାରରେ ଓଡ଼ିଶାକୁ ୧,୧୪,୦୦୦ କୋଟି ଟଙ୍କା ମିଳିଥିଲା। ମୋଦୀ ସରକାର ଉଭୟ ଉତ୍ସରୁ ୪,୫୭,୦୦୦ କୋଟି ଟଙ୍କା ଦେଇଛନ୍ତି । ଏହା ବ୍ୟତୀତ ମୋଟ୍‌ ଆବଣ୍ଟନକୁ ୩ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି କରି ୧୮ ଲକ୍ଷ କୋଟି ଟଙ୍କା କରିବାର କାର୍ଯ୍ୟ ମୋଦୀ ସରକାର କରିଛନ୍ତି, ଯାହାକି ୬ ଗୁଣ ଠାରୁ ମଧ୍ୟ ଅଧିକ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳବାଇ ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି, ୮୦୦ କୋଟି ଟଙ୍କାରେ ଇଣ୍ଡିଆନ ଅଏଲ୍‌ ପାଇପଲାଇନ କାମ କରିଛନ୍ତି, ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ନିର୍ମାଣ କରିଛନ୍ତି । ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ମଧ୍ୟ ଏଠାରେ ଖୋଲାଯାଇଛି । ଭୁବନେଶ୍ୱର ଇଏସଆଇ ହସ୍ପିଟାଲର ଉନ୍ନତିକରଣ ଏବଂ ୧୫୦୦ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ଅମିତ ଶାହା କହିଥିଲେ ଯେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓଡ଼ିଶାର ବିକାଶରେ ଆଦୌ ହେଳା କରିବାକୁ ଚାହୁଁ ନାହିଁ ଏବଂ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ କହିଥିଲେ ଯେ କିଷାନ ସମ୍ମାନ ନିଧି ଯୋଜନା ଅଧୀରେ ରାଜ୍ୟର ୪୦ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି । ଜଳ ଜୀବନ ମିଶନ ଅଧୀନରେ ୫୪ ଲକ୍ଷ ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିଛି । ୯୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାସିକ ୫ କିଲୋଗ୍ରାମ ମାଗଣା ଚାଉଳ ମିଳୁଛି, ୬ ଲକ୍ଷ ଉଜ୍ଜ୍ୱଳା ସଂଯୋଗ ଦିଆଯାଇଛି ଏବଂ ୧୭ ଲକ୍ଷ ଗ୍ରାମୀଣ ପରିବାରକୁ ଆବାସ ଯୋଗାଣ ଭଳି କାମ ମୋଦୀ ସରକାର କରି ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ କିନ୍ତୁ ବିପର୍ଯ୍ୟୟ ପରିଚାଳନା ପାଇଁ ମୋଦୀ ସରକାରଙ୍କ ସବୁ ଯୋଜନାକୁ ଶ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି । ନିଜେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରି ସାରା ଦେଶକୁ ଦେଖାଇ ଦେଇଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ସାଥୀ ହୋଇ କାମ କଲେ ପ୍ରାକୃତିକ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ ।

ଶ୍ରୀ ଶାହ କହିଥିଲେ ଯେ, ୧୯୯୯ରେ ଓଡ଼ିଶାରେ ଆସିଥିବା ମହାବାତ୍ୟା ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ କିନ୍ତୁ ଆଜି ଯେତେବେଳେ ଓଡ଼ିଶାକୁ ବାତ୍ୟା ଆସୁଛି, ଏଠାରେ ଶୂନ୍ୟ ମୃତ୍ୟୁହାର ଦେଖିବାକୁ ମିଳୁଛି ଯାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଡିଆରଏଫ, ଏନଡିଏମଏ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନାକୁ ପ୍ରଶାସନର ସ୍ୱଭାବରେ ପରିଣତ କରିଛନ୍ତି ଏବଂ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ଆରମ୍ଭ

ଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀ ମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଉପଭୋକ୍ତା – ଅନୁକୂଳ ଆପ୍ ବର୍ତ୍ତମାନ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେଉଛି, ଯାହା  ଯାତ୍ରୀ ମାନଙ୍କୁ ଭାରତୀୟ ଜାତୀୟ ରାଜପଥ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଏକ ଦକ୍ଷ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରୁଛି । ଏହି ଆପ୍ ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ ହେଉଛି ।

‘ରାଜମାର୍ଗଯାତ୍ରା\’ ଆପର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ହେଉଛି :

ବିସ୍ତୃତ ରାଜପଥ ସୂଚନା :  ‘ରାଜମାର୍ଗଯାତ୍ରା’ ଜାତୀୟ ରାଜପଥ ବ୍ୟବହାରକାରୀ ମାନଙ୍କ ପାଇଁ ଅତ୍ୟାବଶ୍ୟକ ତଥ୍ୟର ଏକକ ସଂଗ୍ରହାଳୟ ଭାବରେ କାର୍ଯ୍ୟ କରେ ।  ବାସ୍ତବ ସମୟର ପାଣିପାଗ ଅବସ୍ଥା, ଠିକ୍ ସମୟରେ ପ୍ରସାରଣ ବିଜ୍ଞପ୍ତି, ଏବଂ ନିକଟସ୍ଥ ଟୋଲ୍ ପ୍ଲାଜା, ପେଟ୍ରୋଲ୍ ପମ୍ପ, ଡାକ୍ତରଖାନା, ହୋଟେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବିଷୟରେ ସବିଶେଷ ତଥ୍ୟ ପ୍ରାପ୍ତ କରିବାର ସୁଯୋଗ ପ୍ରଦାନ କରିଥାଏ, ଯାହା ଜାତୀୟ ରାଜପଥରେ ଏକ ନିରାପଦ ଏବଂ ସୁରକ୍ଷିତ ଯାତ୍ରା ନିଶ୍ଚିତ କରେ ।

ଚିନ୍ତା – ମୁକ୍ତ ଅଭିଯୋଗ ନିବାରଣ : ଏହି ଆପ୍ ଏକ ଅନ୍ତର୍ନିହିତ ଅଭିଯୋଗ ନିବାରଣ ଏବଂ ବୃଦ୍ଧି କୌଶଳ ସହିତ ସଜ୍ଜିତ । ଉପଭୋକ୍ତାମାନେ ଉତ୍ତମ ସ୍ୱଚ୍ଛତା ପାଇଁ ଜିଓ ଟ୍ୟାଗଡ୍ ଭିଡିଓ କିମ୍ବା ଫଟୋ ସଂଲଗ୍ନ କରି ସହଜରେ ରାଜପଥ ସମ୍ବନ୍ଧୀୟ ସମସ୍ୟା ଗୁଡିକର ରିପୋର୍ଟ କରି ପାରିବେ । ପଞ୍ଜୀକୃତ ଅଭିଯୋଗ ଗୁଡିକର ଏକ ସମୟସୀମା ମଧ୍ୟରେ ସମାଧାନ କରାଯିବ, ଯେକୌଣସି ବିଳମ୍ବ ହେଲେ ସିଷ୍ଟମ – ଜେନେରେଟେଡ୍ ମାମଲାକୁ  ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯିବ । ବ୍ୟବହାରକାରୀ ସମ୍ପର୍ଣ୍ଣ ସ୍ୱଚ୍ଛତା ପାଇଁ ନିଜର ଅଭିଯୋଗର ସ୍ଥିତିକୁ ମଧ୍ୟ ଟ୍ରାକ୍ କରି ପାରିବେ ।

ନିର୍ବାଧ ଫାଷ୍ଟଟ୍ୟାଗ୍ ସେବା : ‘ରାଜମାର୍ଗଯାତ୍ରା’ ଏହାର ସେବାକୁ ବିଭିନ୍ନ ବ୍ୟାଙ୍କ ପୋର୍ଟାଲ୍ ସହିତ ଏକୀଭୂତ କରେ, ଯାହା ବ୍ୟବହାରକାରୀ ମାନଙ୍କ ପାଇଁ ସେମାନଙ୍କର ଫାଷ୍ଟଟ୍ୟାଗ୍ ରିଚାର୍ଜ କରିବା, ମାସିକ ପାସ୍ ପାଇବା ଏବଂ ଅନ୍ୟାନ୍ୟ ଫାଷ୍ଟଟ୍ୟାଗ୍ ସମ୍ବନ୍ଧୀୟ ବ୍ୟାଙ୍କିଂ ସେବା ଗୁଡିକୁ ଗୋଟିଏ ପ୍ଲାଟଫର୍ମ ମଧ୍ୟରେ ବ୍ୟବହାର କରିଥାଏ ।

ଦାୟିତ୍ୱପୂର୍ଣ୍ଣ ଏବଂ ନିରାପଦ ଡ୍ରାଇଭିଂ ଆଚରଣକୁ ଉତ୍ସାହିତ କରିବା ପାଇଁ ଅତ୍ୟଧିକ ଗତି ସମ୍ପର୍କରେ ସୂଚନା ଦେବା ଏବଂ ସ୍ୱର – ସହାୟତା ମାଧ୍ୟମରେ ସତର୍କ କରିବା ।

ଏହି ଉନ୍ନତିଗୁଡିକ ସହିତ,  ‘ରାଜମାର୍ଗଯାତ୍ରା’ ରାଜପଥ ବ୍ୟବହାରକାରୀ ମାନଙ୍କ ପାଇଁ ଏକ ନିରବଚ୍ଛିନ୍ନ, ଉପଭୋକ୍ତା – ଅନୁକୂଳ ଅଭିଜ୍ଞତା ସୃଷ୍ଟି କରିବା, ଭାରତୀୟ ଜାତୀୟ ରାଜପଥରେ ଏକ ନିରାପଦ ତଥା ଅଧିକ ଉପଭୋଗ୍ୟ ଯାତ୍ରା ସୃଷ୍ଟି କରିବା  ପାଇଁ ଲକ୍ଷ୍ୟ ରଖିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ଯାତ୍ରୀବାହୀ ବସକୁ ଅଟକାଇ ଚୋରି ଉଦ୍ୟମ, ଜଣେ ଅଟକ

ନିରାକାରପୁର: ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଏକ ବସକୁ ଅଟକାଇ ଦୁଇ ଜଣ ଯୁବକ ଚୋରି ଉଦ୍ୟମ ସହିତ ବସରେ ଥିବା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଭୂବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ସିୟାରାମ ବସ ନଂ ଓଡି-୦୨ ଏଭି ୩୨୬୬ ନାମକ ଏକ ବସ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଗୋଡିପଡା ଛକ ଠାରୁ ଅନୁସରଣ କରି ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ।

ଏହା ସହିତ କେତେକ ମହିଳା ମାନଙ୍କୁ ମାଡମାରି ସୁନାଚେନ ଓ ଟଙ୍କା ଲୁଟପାଟ କରିଥିଲେ। ବସରେ ଥିବା ଯାତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିଲେ।କିଛିସମୟ ଧରି ବସ ଯାତ୍ରୀଙ୍କ ସହିତ ପାଟିତୁଣ୍ଡ ହେବା ସମୟରେ ବସରେ ଥିବା ଯାତ୍ରୀମାନେ ଲୁଟପାଟ କରୁଥିବା ଯୁବକ ଜଣଙ୍କୁ ଅଟକାଇ ନିରାକାରପୁର ପୋଲିସକୁ ସୂଚନା ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନେ ବ୍ୟବହାର କରିଥିବା ମୋଟର ସାଇକେଲ ଜବତ କରି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି।

ଘଟଣା ସଂମ୍ପର୍କରେ ବସ ଡ୍ରାଇଭର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଟକ ଯୁବକ ଜଣଙ୍କ ବଡପୋଖରୀଆ ଗ୍ରାମର ଜିତୁ ବଡଜେନା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜାତୀୟ ରାଜପଥରେ ଭୟାବହ ସଡକ ଦୁର୍ଘଟଣା, ୧୦ ରୁ ଅଧିକ ଗୋରୁ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଭୟାବହ ଦୁର୍ଘଟଣା ଘଟିଯାଇଛି। ଶୋଇଥିବା ବେଳେ ଗୋରୁ ପଲ ଉପରେ ଟ୍ରକ୍ ଚଢିଯାଇଛି। ଯାହା ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିବା ଜଣା ପଡିଛି।

ଗତ କାଲି ବିଳମ୍ବିତ ରାତିରେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଗୋରୁ ପଲ ଶୋଇଥିବା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ.ମାଲ ବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯାଇଥିଲା। ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିଲା ଏବଂ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହୀନୀ ସହ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଗୋମାତାଙ୍କୁ ଉଦ୍ଧାର କରିଥିଲେ। ଟାଙ୍ଗୀର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମଦର ଟେରେସା ସେବା ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ରାତି ପ୍ରାୟ ୧୨ ଟା ସମୟରୁ ରାତି ୨ ଟା ପର୍ଯ୍ୟନ୍ତ  ଊଦ୍ଧାର କାର୍ଯ୍ୟ ଚାଲିଥିଲା।

ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି।

Categories
ଆଜିର ଖବର ଜାତୀୟ ଖବର

କାର ଏବଂ ସ୍କୁଲ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ଜାତୀୟ ରାଜପଥରେ ଏକ ବସ୍ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍କୁଲ ବସରେ କୌଣସି ଛାତ୍ର ନଥିବା କୁହାଯାଉଛି। ବସଟି ଭୁଲ ଦିଗରୁ ଆସୁଥିଲା। ଏହି ପ୍ରସଙ୍ଗରେ ଟ୍ରାଫିକ ଅଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ସମାନ ଧରଣର ଲୁଟର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନ ଧରି ଏନଏଚ ୧୬ ରେ ଲୁଟ୍ ଆତଙ୍କ ମଚାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ଟାଙ୍ଗୀ ପୋଲିସ୍। ଏ ନେଇ ଟାଙ୍ଗୀ ଥାନାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ୍ ମିଟ୍ ଜରିଆରେ ସୁଚନା ଦେଇଛନ୍ତି। ଗତ କିଛି ଦିନ ଧରି ୧୬ ନଂ ଜାତୀୟ ରାଜପଥରେ ଯାଉଥିଵା ମହିଳାମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ୍ କରୁଥିଲେ।

ମହିଳାମାନଙ୍କ ଠାରୁ ବାଇକରେ ଆସି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେବା ସହ ସୁନା ହାର ଛିନତାଇ କରୁଥିଲେ। ଫଳରେ ମହିଳାମାନେ ସ୍କୁଟି ଏବଂ ବାଇକରୁ ପଡି ଗୁରୁତର ହୋଇଥିଲେ। ଗତ କିଛିଦିନ ତଳେ ଟାଙ୍ଗୀ ବାଇପାସ୍ ରେ ଦୁଇ ଜଣ ମହିଳାଙ୍କଠାରୁ ଝାମ୍ପି ନେବା ବେଳେ ୨ ଜଣ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଲୁଟର ଶୀକାର ହୋଇଥିବା ମହିଳାମାନଙ୍କ ଠାରୁ ଅଭିଯୋଗ ପାଇଵା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ୍।

ଏସପି ଶ୍ରୀ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଥାନା ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଥିଲା। ପୋଲିସ ନିରାକାରପୁର ଓ ଟାଙ୍ଗୀର ବିଭିନ୍ନ ଅଂଚଳରେ ଚଢାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି। ୩ ଜଣ ଜାତୀୟ ରାଜପଥ ଲୁଟେରା ହେଲେ ରାମେଶ୍ୱର ମଙ୍ଗଳାସାହିର କାଳିଆ ଓରଫ ଲଳିତ କୁମାର ପଣ୍ଡିତ( ୩୦ ), ନିରାକାରପୁର ଖଜୁରୀ ପଡାର ଡାକା ଓରଫ ଅନିଲ କୁମାର ସୁନ୍ଦରାୟ(୨୭) ଓ ରଣପୁର ଥାନା ଗୋପାଳପୁର ବଘେଇ ସାହିର ସାଗର ମହାପାତ୍ର( ୨୩)।

ଏହା ସହ ଚୋରା ସୁନା ଗହଣା କିଣିଥିବା ଅଭିଯୋଗରେ ଜଣେ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଚୋରା ବେପାରୀ ହେଲେ ପୁରୀ ଜିଲା ଗଡିଶାଗଦା ଥାନା ରାୟଗରପୁରର ବିଭୁତି ଭୁଷଣ ସାହୁ ଓରଫ ବିଭୁ। ଗିରଫ ଲୁଟେରାମାନଙ୍କ ଠାରୁ ୨ ଟି ସୁନା ଚେନ, ୧ ଟି ସୁନା ହାର, ୩ ଟି ସୁନା ମୁଦି, ୪ ଟି ମୋବାଇଲ ଫୋନ୍, ୨ ହଳ ସୁନା ଚୁଡି ଏବଂ ୩ ଟି ଭ୍ୟାନିଟ୍ ବ୍ୟାଗ୍ ଜବତ କରିଛି ପୋଲିସ୍। ଏହା ସହ ଲୁଟରେ ବ୍ୟବହାର ହୋଇଥିବା ୨ ଟି ସ୍ପିଡ୍ ବାଇକ ମଧ୍ୟ ଜବତ କରିଛି ପୋଲିସ।

ଉକ୍ତ ପ୍ରେସ ମିଟରେ ଏସପିଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କୁରୁକ୍ଷେତ୍ରରେ ଜାତୀୟ ରାଜପଥ ଅବରୋଧ କଲେ କୃଷକ, ରାକେଶ ଟିକାୟେତ କଲେ ଏହି ଦାବି

ନୂଆଦିଲ୍ଲୀ: ହରିୟାଣାର କୁରୁକ୍ଷେତ୍ରରେ କୃଷକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ଏମଏସପି ଦାବି କରି କୁରୁକ୍ଷେତ୍ରରେ ମହାପଞ୍ଚାୟତ ପରେ କୃଷକମାନେ ଚଣ୍ଡିଗଡ଼-ଦିଲ୍ଲୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହି ସମୟରେ କୃଷକ ନେତା ରାକେଶ ଟିକାୟେତ କହିଛନ୍ତି ଯେ, ଆମେ ରାଜପଥ ଅବରୋଧ କରିନାହୁଁ, ଆମେ କେବଳ ଏଠାରେ ବସିଛୁ। ଜାତୀୟ ରାଜପଥକୁ ଅବରୋଧ କରିବା ଠିକ୍ ନୁହେଁ।

ଟିକାୟେତ କହିଛନ୍ତି ଯେ, ଆମର କେବଳ ଦୁଇଟି ଦାବି ଅଛି, ହେପାଜତରେ ଥିବା ଚାଷୀଙ୍କୁ ମୁକ୍ତ କର ଏବଂ ଏମଏସପିରେ ସୂର୍ଯ୍ୟମୁଖୀ ମଞ୍ଜି କିଣିବା ଆରମ୍ଭ କର। ଆମେ ସରକାରଙ୍କ ସହ କଥା ହେବାକୁ ପ୍ରସ୍ତୁତ। ଚାଷୀମାନେ ସେମାନଙ୍କ ଦାବି ପାଇଁ କୁରୁକ୍ଷେତ୍ରରେ ଏକ ମହାପଞ୍ଚାୟତ ଆୟୋଜନ କରିବାକୁ ଏକାଠି ହୋଇଥିଲେ। ମହାପଞ୍ଚାୟତ ଶେଷ ହେବା ପରେ କୃଷକମାନେ ଦିଲ୍ଲୀ ମୁଲତାନ ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରାକ୍ଟର ଲଗାଇ ଚାଷୀମାନେ ଏଠାରେ ବସିଛନ୍ତି।

ହରିୟାଣାର ମୁଖ୍ୟମନ୍ତ୍ରୀ କ’ଣ କହିଲେ?:

କୃଷକଙ୍କ ପ୍ରଦର୍ଶନ ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ରାଜନୈତିକ ଲାଭ ପାଇଁ କିଛି ଲୋକ ଏହି ସମସ୍ୟାକୁ (ରେସଲରଙ୍କ ଧର୍ମଘଟ) ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି। ଏହାର ସମାଧାନ ପାଇଁ କେନ୍ଦ୍ର ନିରନ୍ତର ଚେଷ୍ଟା କରୁଛି। ବନ୍ଦ ହେବା ପୂର୍ବରୁ ବାର୍ତ୍ତାଳାପର ଉପାୟ ଖୋଲା ଅଛି।

ଏହାପୂର୍ବରୁ ମଙ୍ଗଳବାର ଦିନ କୃଷକମାନେ କୁରୁକ୍ଷେତ୍ରର ଚଣ୍ଡିଗଡ଼-ଦିଲ୍ଲୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହି ସମୟରେ ପୋଲିସ ଚାଷୀଙ୍କୁ ଘଉଡାଇବା ପାଇଁ ପାଣି କାନନ ବ୍ୟବହାର କରିଥିଲା। ଲାଟିଚାର୍ଜ ମଧ୍ୟ ଚାଷୀଙ୍କ ଉପରେ କରାଯାଇଥିଲା।

ଏହି ପ୍ରଦର୍ଶନ ପରେ ପୋଲିସ ଭାରତ କିସାନ ୟୁନିଅନର ସଭାପତି ଗୁରୁନାମ୍ ସିଂ ଚଡୁନିଙ୍କ ସମେତ ବହୁ ଚାଷୀଙ୍କୁ ଗିରଫ କରିଥିଲା। ଯେଉଁମାନେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ବିରୋଧ କରୁଥିବା କୃଷକମାନେ କହିଛନ୍ତି ଯେ, ସରକାର ଏମଏସପିରେ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ କରୁନାହାଁନ୍ତି। ଏହି କାରଣରୁ, କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ବେସରକାରୀ କ୍ରେତାଙ୍କୁ କ୍ୱିଣ୍ଟାଲ ପିଛା ୬,୪୦୦ ଟଙ୍କା ଏମଏସପି ବଦଳରେ ପ୍ରାୟ ୪,୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରିବାକୁ ପଡୁଛି।

Categories
ଆଞ୍ଚଳିକ

ଚିଲିକା: ସୋଲରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ଦୁଇ ଟ୍ରକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୋଲରି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବାଙ୍ଗାଲୋରରୁ କୋଲକାତା ଯାଉଥିବା ଏକ କୋରିଅର ଟ୍ରକ ସହ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପଣସ ବୋଝେଇ ଟ୍ରକ ସୋଲରି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ଉଭୟ ଗାଡ଼ି ଚାଳକ ଓ ସହଯୋଗୀ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଉଭୟ ଗାଡ଼ି ରାଜରାସ୍ତାରେ ଛିଡା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରୁ ଜୁନାଗଡ ତହସିଲ ଅଫିସ ଓ ରେଲୱେ ଷ୍ଟେସନ ରାସ୍ତା ଗାଏବ, ରାଜସ୍ଵ ବିଭାଗ ନୀରବ ଦ୍ରଷ୍ଟା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେନ୍ଦ୍ର ସ୍ଥଳ ଓ ପୁରାତନ ରାଜଧାନୀ ଭାବେ ଜଣାଶୁଣା ଜୁନାଗଡ ସହରରେ ଥିବା ଜାତୀୟ ରାଜପଥରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ଏବେ ଜନୈକ ପୁଞ୍ଜିପତି ପ୍ରଭାବଶାଳୀ ବ୍ୟବସାୟୀଙ୍କ ନାମରେ ଦରଜ କରାଯାଇଥିବା ଜଣାପଡିଛି। ଯାହାଫଳରେ ଏବେ ସରକାରଙ୍କ ଦଲିଲ ଦସ୍ତାବିଜ ୱେବ ସାଇଟ ଭୁଲେଖ ଏବଂ ଜୁନାଗଡ ମୌଜାର ସରକାରୀ ମେପ ରୁ ଉକ୍ତ ରାସ୍ତା ଗାଏବ ହୋଇ ଯାଇଥିବା ଦେଖା ଯାଉଛି।

ରାଜସ୍ବ ବିଭାଗର ଅମିନଙ୍କ ଦ୍ବାରା ପ୍ରସ୍ତୃତ ସ୍କେଚ ମେପ ଅନୁସାରେ ବିକ୍ରି ବଟା ହେବା ପରେ ଜୁନାଗଡ ସବ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଜୁନାଗଡ ତହସିଲଦାର ଙ୍କ ଦ୍ବାରା ରେଜିଷ୍ଟ୍ରେସନ ଗ୍ରହଣ ହେବା ସହ ଜୁନାଗଡ ତହସିଲଦାର ଙ୍କ ଦ୍ବାରା ମ୍ୟୁଟେସନ ମଞ୍ଜୁର କରାଯାଇ ଦାଖଲ ଖାରଜ କରାଯାଇଥିବା ପ୍ରକାଶ। ଯାହା ଫଳରେ ଉକ୍ତ ରାସ୍ତାଟି ବର୍ତ୍ତମାନ ସମ୍ପୃକ୍ତ ବ୍ୟବସାୟୀଙ୍କ ନାମରେ ରେକର୍ଡ ଦରଜ ଥିବା ଯୋଗୁଁ ଆଗାମୀ ଦିନରେ ଆଇନ ଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏପରିକି ସରଜମିନ ଉପରେ ଜାତୀୟ ରାଜପଥ ରେ ବର୍ତ୍ତମାନ ଥିବା ଛକ ରୁ ତେରଛା ଭାବେ ଆରଏମସି ସାପ୍ତାହିକ ବଜାର ମଧ୍ୟକୁ ଯାଇଥିବା ସରକାରୀ ରାସ୍ତାକୁ ମଧ୍ୟ ସେହି ପ୍ରଭାବଶାଳୀ ବ୍ୟବସାୟୀ କବଜା କରି ମାଡି ବସିଥିବା ଦେଖାଯାଉଛି।

ସୂଚନାରୁ ପ୍ରକାଶ ଯେ, ଜୁନାଗଡ ମୌଜାର ବର୍ତ୍ତମାନ ସରଜମିନ ଅନୁସାରେ ଜାତୀୟ ରାଜପଥ ଉପରେ ଥିବା ରେଲୱେ ଷ୍ଟେସନ ଛକ ଠାରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ରହିଛି। ରେକର୍ଡ ଅନୁସାରେ ଆରଏମସି ସାପ୍ତାହିକ ବଜାର ପ୍ଲଟ ନଂ ୯୯୯ ଓ ୯୯୮ ଉପରେ ଥିବା ବେଳେ ୧୦୦୦ ନମ୍ବର ପ୍ଲଟ ରେ ପଣ୍ୟାଗାର ନିଗମ ଗୋଦାମ ରହିଛି ଏବଂ ଏହାକୁ ଲାଗି କରି ସରଜମିନ ଉପରେ ଏହି ମୁଖ୍ୟ ରାସ୍ତା ରହିଛି କିନ୍ତୁ ସରକାରୀ ରେକର୍ଡ ରେ ଥିବା ମେପ ଓ ରେକର୍ଡ କୁ ଅନୁଧ୍ୟାନ କଲେ ପ୍ଲଟ ନଂ ୯୯୯ ଓ ୯୯୮ ଏବଂ ପ୍ଲଟ ନମ୍ବର ୧୦୦୦ ପାର୍ଶ୍ବରେ ପ୍ଲଟ ନଂ ୯୯୭ ରହିଛି। ଅନ୍ୟ ପକ୍ଷରେ ସରକାରୀ ରେକର୍ଡ କୁ ଅନୁଧ୍ୟାନ କଲେ ପ୍ଲଟ ନଂ ୯୯୭ ର ସମଗ୍ର ଅଂଶ ଟି ସନ୍ତୋଷ କୁମାର ସାହୁ ପିତା ଜୟରାମ ସାହୁ ଙ୍କ ନାମରେ ଦରଜ ରହିଛି।

ରେଜିଷ୍ଟ୍ରେସନ ଦଲିଲରେ ଜୁନାଗଡ ତହସିଲର ଅମିନଙ୍କ ଦ୍ବାରା ପ୍ରସ୍ତୃତ ଓ ସଂଲଗ୍ନ କରାଯାଇଥିବା ପ୍ଲଟ ନଂ ୯୯୭ ର ମେପ ଏବଂ ସରକାରୀ ରକର୍ଡ ରେ ଥିବା ପ୍ଲଟ ନଂ ୯୯୭ ର ମେପ ସମାନ ଥିବା ବେଳେ କିନ୍ତୁ ରେକର୍ଡ ରେ ସରକାରୀ ରାସ୍ତା ଗାଏବ ହୋଇଯିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଘଟଣା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି। ବାସ୍ତବ ପକ୍ଷରେ ସନ୍ତୋଷ କୁମାର ସାହୁ ଉକ୍ତ ଛକ ସ୍ଥାନରେ ଚାରିକୋଣିଆ ଭାବରେ ଜମି ଦାଖଲ କରି ନିଜର ବ୍ୟୟ ବହୁଳ ଦାମୀ ହୋଟେଲ ନିର୍ମାଣ କରିଥିବା ଦେଖାଯାଉଛି ଏବଂ ଏହାର ପଶ୍ଚିମ ପାର୍ଶ୍ବରେ ଜାତୀୟ ରାଜପଥରୁ ତହସିଲ ଅଫିସ କୁ ରାସ୍ତା ଯାଇଛି, ସେହି ରାସ୍ତାରେ ପ୍ରତ୍ୟହ ରାଜସ୍ବ ବିଭାଗର ଅମିନ ଠାରୁ ତହସିଲଦାର ପର୍ଯ୍ୟନ୍ତ ସମସ୍ତେ ଯାଆସ କରୁଥିବା ବେଳେ ସମ୍ପୃକ୍ତ ଅମିନ ସରଜମିନ ତଦନ୍ତ ନ କରି କିପରି ଭାବରେ ମେପ ପ୍ରସ୍ତୃତ କଲେ ଏବଂ ଜୁନାଗଡ ତହସିଲଦାର କିପରି ସବ ରେଜିଷ୍ଟ୍ରାର ପଦରେ ରେଜିଷ୍ଟ୍ରେସନ ଗ୍ରହଣ କଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଦାମୀ ମାଲିକଙ୍କ ସପକ୍ଷରେ ରେଜିଷ୍ଟ୍ରେଶନ ହୋଇଥିବାରୁ ମୋଟା ଅଙ୍କର ହାତ ଗୁଞ୍ଜା ର ଚାପରେ କୌଣସି ବିଷୟକୁ ବିଚାରକୁ ନିଆ ଯାଇ ନ ଥିବା ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୮୮୬ ବୋତଲ କଫ୍ ସିରଫ୍ ଜବତ, ବୋଲେର ସହ ୩ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: କଟକ ସମ୍ବଲପୁର ଜାତୀୟ ରାଜପଥ ରେଢ଼ାଖୋଲ ଦଳଖମନ ରାସ୍ତାରେ ରେଢ଼ାଖୋଲ ପୋଲିସ ରାସ୍ତାରେ ଯାଞ୍ଚ୍ କରୁଥିବା ସମୟରେ କଫ୍ ସିରଫ ସହ ତିନି ଜଣ ଚୋରାଚାଲାଣ କାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଅଇଁଠାପାଲି ଥାନା ଚମାର ପଡାର ନାଗେଶ୍ଵର ରୋହିଦାସ (୨୪), ଡେଙ୍ଗସରଗି ସୁଖାପଡା ଗାଁ ର ଦିପକ ଖଡିଆ, (୨୩)  ଓ ଦେବଗଡ଼ ଜିଲ୍ଲା କୁଣ୍ଡେଇ ଗଳା ଥାନା ଖଇର୍ ପାଲି ଗାଁ ର ଟିକୁନୁ ନାଏକ (୨୨) ବୋଲି ପୋଲିସ୍ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛି।

ଏହା ସହ କଫ୍ ସିରଫ୍ ଚାଲାଣ କରୁଥିବା ଏକ ବୋଲେରୋ ଗାଡ଼ି ଓ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ତିନୋଟି ମୋବାଇଲ୍ ଫୋନ୍ କୁ ମଧ୍ୟ ଜବତ୍ କରିବାରେ ସଫଳ ହୋଇଛି ପୋଲିସ୍।

ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ୫୫ନଂ ଜାତୀୟ ରାଜପଥର ଦଳଖମନ ରାସ୍ତାରେ ଗତ ୫ତାରିଖ ଦିନ ୧୧ ଟା ସମୟରେ ପୋଲିସ୍ ରାସ୍ତାରେ ଗାଡ଼ି ମୋଟର ଯାନ ଯାଞ୍ଚ୍ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିରୁ ଯାଞ୍ଚ କରି ୮୮୬ ବୋତଲ କଫ୍ ସିରଫ ଜବତ କରିଥିଲା। ଅନୁଗୁଳ ରୁ କଫ୍ ସିରଫ୍ ବୋହି ସମ୍ବଲପୁର କୁ ଯାଉଥିବା ( ଓଡି-୦୭-ଏଫ୍-୨୪୪୭ )ବୋଲେରୋ ରୁ ୧୦୦ ଏମ୍ ଏଲ୍ ବିଶିଷ୍ଟ ୮୮୬ ବୋତଲ କଫ୍ ସିରଫ୍ ଜବତ୍ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦିପକ ଖଡିଆ ଙ୍କ ନାରେ ଆଗରୁ ଅଇଁଠାପାଲି ଥାନା ରେ ଦୁଇଟି ମାମଲ ଥିବା ଜଣା ପଡ଼ିଛି। ଅଭିଯୁକ୍ତ ନାଗେଶ୍ଵର ରୋହିଦାସ ନାମରେ ଆଗରୁ ଅଇଁଠାପାଲି ଥାନା ରେ ତିନିଟି ମାମଲା ଓ କ୍ଷେତରାଜପୁର ଥାନାରେ ଗୋଟିଏ ମାମଲା ଥିବା ପୋଲିସ୍ ପ୍ରକାଶ କରିଛି।ରେଢ଼ାଖୋଲ ପୋଲିସ୍ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି।

Categories
ଆଞ୍ଚଳିକ

ଭାରସାମ୍ୟ ହରାଇ ଟ୍ରକ ପଛପଟକୁ ପିଟିଲା କାର, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଚାରମାଳ ଥାନା ପାଖରେ ଆଜି ସକାଳ ୭ଟା ସମୟରେ ଟ୍ରକ ପଛପଟେ ଏକ କାର୍ ଧକ୍କା ଦେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି।

ବିବରଣୀରୁ ପ୍ରକାଶ ଯେ, ଚାରମାଳ ଥାନା ନିକଟରେ ଟ୍ରକ ଟି ରାସ୍ତା ସାଇଟ ରେ ଠିଆ ହୋଇ ରହିଥିବା ବେଳେ ଏକ କାର ଭୁବନେଶ୍ୱର ରୁ ଝାରସୁଗୁଡା ଯାଉଥିବା ସମୟରେ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ କାର ଡ୍ରାଇଭର ସୁସ୍ଥ ଥିବାବେଳେ ଗାଡି ମାଲିକ ର ସାଙ୍ଗ ଶଙ୍କର ରାମା (୫୫ )ଗୁରୁତର ହୋଇଥିଲେ।

ଘଟଣା ସ୍ଥଳରେ ଚାରମାଳର କିଛି ଯୁବକ ଆସି ପହଞ୍ଚି ଚାରମାଳ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁଣି ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Categories
ଆଞ୍ଚଳିକ

ନାଚୁଣୀ କଉଡ଼ିଖଣି ଛକରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ସୂଚନା ମୁତାବକ ଏକ କୋବି ବୋଝେଇ ଆଇଚର ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଅନୁରୂପ ଭାବେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲେ।  ଫଳରେ କୋବି ବୋଝେଇ ଆଇଚରର ଚାଳକ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ନାଚୁଣୀ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ତେବେ ପୋଲିସ ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଥିବାର ଆଇଆଇସି ଚନ୍ଦ୍ରଶେଖର ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗତ ୯ ବର୍ଷରେ ଦେଢ ଗୁଣ ବୃଦ୍ଧି ପାଇଲା ଜାତୀୟ ରାଜପଥର ଦୈର୍ଘ୍ୟ, ନିର୍ମାଣ ହେଲା ଏତେ କିଲୋମିଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ଜାତୀୟ ରାଜପଥ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି ଏବଂ ସେଗୁଡିକ ରେକର୍ଡ ବେଗରେ ନିର୍ମାଣ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୫୦ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି।

ପରିସଂଖ୍ୟାନ ଅନୁଯାୟୀ, ୨୦୧୪-୧୫ ପର୍ଯ୍ୟନ୍ତ ଦେଶରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟ ୯୭,୮୩୦ କିଲୋମିଟର ଥିଲା। ଯାହା ମାର୍ଚ୍ଚ ୨୦୨୩ ରେ ୧,୪୫,୧୫୫ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୧୪-୧୫ ବର୍ଷରେ ଦୈନିକ ୧୨.୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ୨୦୨୧-୨୨ ମସିହାରେ ଦେଶରେ ସଡକ ନିର୍ମାଣର ଗତି ଦିନକୁ ୨୮.୬ କିଲୋମିଟରକୁ ବୃଦ୍ଧି ପାଇଛି।

ପ୍ରକାଶ ଥାଉ କି ଦେଶର ଅର୍ଥନୀତିରେ ରାସ୍ତା ଏବଂ ରାଜପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସଡକ ପରିବହନ କେବଳ ଅର୍ଥନୈତିକ ବିକାଶ ପାଇଁ ନୁହେଁ ବରଂ ସାମାଜିକ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ତଥା ଜୀବନର ମୌଳିକ ଜିନିଷଗୁଡ଼ିକର ପ୍ରବେଶ ପାଇଁ ମଧ୍ୟ ଆଧାର ଅଟେ। ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୮୫ ପ୍ରତିଶତ ଯାତ୍ରୀ ଯାତାୟାତ ଏବଂ ୭୦ ପ୍ରତିଶତ ସାମଗ୍ରୀ ସଡ଼କ ଦ୍ୱାରା ପରିବହନ କରାଯାଇଥାଏ। ଏହା ରାଜପଥଗୁଡ଼ିକର ମହତ୍ତ୍ୱ ଦର୍ଶାଏ।

ଭାରତର ଦ୍ୱିତୀୟ ବୃହତ୍ତମ ନେଟୱାର୍କ:

ଭାରତରେ ପ୍ରାୟ ୬୩.୭୩ ଲକ୍ଷ କିଲୋମିଟର ସଡକ ନେଟୱାର୍କ ଅଛି। ଯାହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଟେ। ଦେଶରେ ଜାତୀୟ ରାଜପଥ ଭିତ୍ତିଭୂମିର କ୍ଷମତା ବୃଦ୍ଧି ପାଇଁ ଭାରତ ସରକାର ଗତ ନଅ ବର୍ଷ ମଧ୍ୟରେ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ଭାରତମାଳା ପ୍ରକଳ୍ପ ଅଧୀନରେ ଦେଶର ସବୁଠାରୁ ବଡ ଏକ୍ସପ୍ରେସୱେ ୧,୩୮୬ କିଲୋମିଟର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେକୁ ବିକଶିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଦିଲ୍ଲୀ-ଦୌସା-ଲାଲସୋଟ ଖଣ୍ଡର ଉଦଘାଟନ କରିସାରିଛନ୍ତି।

ନୂତନ ରେକର୍ଡ ପ୍ରସ୍ତୁତ ହେବାକୁ ଯାଉଛି:

ପୂର୍ବରୁ ଖବର ଆସିଥିଲା ​​ଯେ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷରେ ସଡକ ନିର୍ମାଣର ଆଭ୍ୟନ୍ତରୀଣ ଲକ୍ଷ୍ୟ ସ୍ଥିର କରିଛି। ଏହା ହେଉଛି ସରକାରଙ୍କ ପ୍ରୟାସ ଯେ, ଚଳିତ ଆର୍ଥିକ ବର୍ଷରେ ହାରାହାରି ୪୫ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯିବା ଉଚିତ୍। ଯଦି ଏହି ବେଗରେ ରାସ୍ତା ନିର୍ମାଣ କରାଯାଏ, ତେବେ ଏପ୍ରିଲ ୨୦୨୩ ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଦେଶରେ ୧୬ ହଜାର କିଲୋମିଟରରୁ ଅଧିକ ଲମ୍ବା ରାସ୍ତା ପ୍ରସ୍ତୁତ ହୋଇଯିବ।

ଏହିପରି ରାସ୍ତା ନିର୍ମାଣ କରାଯାଉଛି:

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କ୍ରମାଗତ ଦୁଇ ଆର୍ଥିକ ବର୍ଷ ପାଇଁ ରାସ୍ତା ନିର୍ମାଣ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେଉଛି। ଏହାପୂର୍ବରୁ, ୨୦୨୦-୨୧ ଆର୍ଥିକ ବର୍ଷରେ, ଦ୍ରୁତ ଗତିରେ ରାସ୍ତା ତିଆରି କରିବାର ରେକର୍ଡ ପ୍ରତିଷ୍ଠା କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୧୩,୨୯୮ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିଲା। ଏହାର ଅର୍ଥ ହେଉଛି ପ୍ରତିଦିନ ୩୬.୪ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଜାତୀୟ ରାଜପଥ ୧୬ ପୋକଡିବନ୍ଧ ଛକରେ ସେହି ଅଞ୍ଚଳର ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ କୌଣସି ଏକ ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଏତିକି ବେଳେ ଗୋପାଳପୁର ଥାନା ପାଟ୍ରୋଲିଂ ସେହି ରାସ୍ତାରେ ଯାଉଥିବା ବେଳେ ଆହତ ଯୁବକଙ୍କୁ ଉଠାଇ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

କିନ୍ତୁ ଦାୟିତ୍ଵରେ ଥିବା ଡ଼ାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ସୌଭାଗ୍ୟ ସାହୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗ ଅନୁଯାୟୀ ଏତଲା ନଂ ୧୨୦/୨୩ ଅନୁଯାୟୀ ମାମଲା ରୁଜୁ କରି ଗୋପାଳପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୬ ନଂ ଜାତୀୟ ରାଜପଥ ରଣ୍ଢା ଛକରେ ଦୁର୍ଘଟଣା, ଦୁଇ ଆହତ

ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରଣ୍ଢା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାବେଟି ଅଞ୍ଚଳର ଟି ମୁରଲୀ ଓ କେ ପ୍ରେମା ବୋଲି ଜଣାପଡିଛି।

ଓଡି୨୨ ଇ୬୧୭୧ ବିଶିଷ୍ଟ ଏକ କାର୍ ରେ ଆହତ ଦୁଇ ଜଣ ନିଜ ଗ୍ରାମ କାବେଟି ରୁ ବ୍ରହ୍ମପୁର ଆସୁଥିବା ବେଳେ ରଣ୍ଢା ଛକରେ ଏକ ମୋଟରସାଇକେଲ ହଠାତ୍ ଆଗକୁ ପଳିଆସିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ରାସ୍ତା ମଧ୍ୟରେ ଥିବା ଏକ ଡିଭାଇଡର୍ କୁ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା କୁ ପଠାଇ ଥିଲେ ଓ ଘଟଣା ର ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଡ୍ରାଇଭର ମହାସଂଘର ଚକାଜାମ ଆନ୍ଦୋଳନ, ଜାତୀୟ ରାଜପଥରେ ଅଟକି ରହିଛି ଶତାଧିକ ଗାଡି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ/ଚିଲିକା: ଆଜି ରାଜ୍ୟ ବ୍ୟାପି ପରିବହନ ଚାଳକ ସଂଘ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟରେ ଅଲ ଓଡିଶା ପରିବହନ ସଂଘର ଶତାଧିକ ଡ୍ରାଇଭର ଯୋଗଦେଇଛନ୍ତି। ଅଲ ଓଡିଶା ପରିବହନ ଚାଳକ ସଂଘ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଟାଙ୍ଗୀ ବ୍ଲକ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସ ଏବଂ ସୁନେଇରୂପେଇ ଛକ ନିକଟରେ ଚକାଜାମ ଆନ୍ଦୋଳନ କରିଛି। ସକାଳ ୬ଟାରୁ ଶତାଧିକ ଡ୍ରାଇଭର ମାନେ ଆନ୍ଦୋଳରେ ସାମିଲ ହୋଇଛନ୍ତି।

ଡ୍ରାଇଭର ମାନଙ୍କ ସୁରକ୍ଷା, ସମ୍ମାନ, ଓ ଅଧିକାର ସମେତ ନଅ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ପରିବହନ ଚାଳକ ସଂଘ। ଡ୍ରାଇଭରମାନେ ଧର୍ମଘଟ କରିବାରୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି। ଡ୍ରାଇଭର ମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ମୁତୟନ ଅଛି।

Categories
ଆଞ୍ଚଳିକ

୧୬ନଂ ଜାତୀୟ ରାଜପଥରେ ଓଲଟିଲା ଆଳୁ ବୋଝେଇ ବୋଲେରୋ ପିକଅପ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରବିବାର ସନ୍ଧ୍ୟାରେ ୧୬ନଂ ଜାତୀୟ ରାଜପଥ ପାରିକଂସାରି ଓଭର ବ୍ରିଜ ଠାରେ ଏକ ଆଳୁ ବୋଝେଇ ବୋଲେରୋ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଛି।

ସୂଚନା ମୁତାବକ ଓଆର ୦୭ ଏଏ ୦୫୫୨ ଏକ ଆଳୁ ବୋଝେଇ ବୋଲେରୋ ପିକଅପ ବ୍ରହ୍ମପୁରରୁ ଭୁବନେଶ୍ୱର କଟକରୁ ଅଭିମୁଖେ ଯାଉଥିବା ବେଳେ ପାରିକଂସାରି ଓଭର ବ୍ରିଜ ଠାରେ ଅଚାନକ ପଛ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଘଟଣାସ୍ଥଳରେ ବଜରଙ୍ଗୀ ଦଳର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ଗାଡ଼ି ଚାଳକକୁ ଉଦ୍ଧାର କରିବା ସହ ରାସ୍ତାରେ ପଡିଥିବା ଆଳୁ ବସ୍ତା ଗୁଡିକୁ ରାସ୍ତା କଡ଼କୁ ଆଣିଥିଲେ। ସମ୍ପୃକ୍ତ ଗାଡି ଚଳକଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସହଯୋଗର ହାତ ବଢାଇଥିବା ବଜରଙ୍ଗୀ ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Categories
ଆଞ୍ଚଳିକ

ବାଲୁଗାଁ: ଭାରସାମ୍ୟ ହରାଇ ଲେଉଟିଲା ବାଲି ବୋଝେଇ ହାଇୱା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲି ଓଭରବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇୱା ଭରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡ଼ିଛି।

ଖବର ମୁତାବକ ହାଇୱା ଗାଡ଼ି ଟି କଟକରୁ ବାଲି ନେଇ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ଖଡ଼ିକାପଲ୍ଲି ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଲେଉଟି ପଡ଼ିଛି। ଉକ୍ତ ଦୁର୍ଘଟଣାରେ ହାଇୱା ଚାଳକ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ହାଇୱା ମଧ୍ୟରୁ ସମସ୍ତ ବାଲି ରୋଡରେ ପଡ଼ି ରହିଛି। ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ

ସୀତାରାମ ଅଗ୍ରୱାଲ

କୁହୁଡି: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥ ପଲା ଛକ ନିକଟ ରାସ୍ତା କଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନବଜାତ ଶିଶୁର ମୃତଦେହକୁ କୁହୁଡି ଫାଣ୍ଡି ପୋଲିସ୍ ଉଦ୍ଧାର କରିଛି।

ଆଜି ସକାଳ ସମୟରେ ଏକ ନଵ ଜାତକ ଶିଶୁ ପୁତ୍ର ଏକ ବ୍ୟାଗରେ ପଡି ଥିବାର ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ କୁହୁଡି ଫାଣ୍ଡି ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ କୁହୁଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଶିଶୁ ପୁତ୍ର ଥିବା ବ୍ୟାଗକୁ ଜବତ କରିଥିଲା। ନବଜାତ ଶିଶୁକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ।

ପୋଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଶିଶୁ ପୁତ୍ର ଉଦ୍ଧାର ହେବା ଏହା ଦ୍ୱୀତିୟ ଘଟଣା। ଗତ ୩ ମାସ ତଳେ ଏହି ସମାନ ଢଙ୍ଗରେ ପୁତ୍ର ଉଦ୍ଧାର ହୋଇଥିଲା। ତେଣୁ
ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୩ ଗୁରୁତର

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ଦୁହେଁ ଦମ୍ପତି ବାଇକ୍ ରେ ଚାନ୍ଦପୁରରୁ ବଜାର କାମ ସାରି ଗୌରଚନ୍ଦ୍ରପୁର ଘରକୁ ଫେରୁଥିଵା ବେଳେ ଏକ ଦୃତଗାମୀ ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଦମ୍ପତ୍ତି ଏବଂ ତାଙ୍କ ସାଥିରେ ଥିବା ନାବାଳକ ପୁତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଜଗଵନ୍ଧୁ ରାଉତ (୩୫) ପତ୍ନୀ ଟିକି ରାଉତ (୨୮) ପୁତ୍ର ଆୟୁଷ ରାଉତ (୧୦) ବୋଲି ଜଣାପଡିଛି।

ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେଁ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ।

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇ ଯାଇଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା୍ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।