Categories
ଆଞ୍ଚଳିକ

ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ପଥର ବୋଝେଇ ଟ୍ରକ, ଯାତାୟାତ ବାଧାପ୍ରାପ୍ତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ କୟଥ ପଲା ଛକ ନିଜଟରେ ଭାରସାମ୍ୟ ହରାଇ ଓଲଟିଲା ପଥର ବୋଝେଇ ୪୦୭ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଚାଳକ। ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ବେଳେ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି।

ରାସ୍ତାର ଉଭୟ ପଟରେ ଲମ୍ବି ରହିଛି ଶହ ଶହ ଗାଡି। ପଥର ବୋଝେଇ ୪୦୭ ଟି ଟାଙ୍ଗୀରୁ ବାଲୁଗାଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ କ୍ଳିଅର କରୁଥିବା ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବଡ ପୋଖରିଆ ସୁନେଈ ରୁପେଇ ଛକ ନିକଟରେ ଆଜି ବଡି ଭୋରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ଆନ୍ଧ୍ରପ୍ରଦେଶ ବିଶାଖା ପାଟଣା ଅଂଚଳର ବୋଲି ଜଣା ପଡିଛି।

ଖବର ମୁତାବକ ବିଶାଖାପାଟଣା ଅଂଚଳର ୨ ଜଣ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଏକ କାର୍ ରେ ପୁରୀ ଯାଉଥିଲେ। ସୁନେଇ ରୁପେଇ ଛକ ନିକଟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଗୋଟିଏ ଟ୍ରକ୍ ପୁର୍ବରୁ ଉକ୍ତ ଛକରେ ଛିଡା ହୋଇ ରହିଥିଲା। ହେଲେ ଦ୍ରୁତ ଗତିରେ ଏହି କାର୍ ଟି ଆସୁଥିବାରୁ କାର୍ ଚାଳକ ଦୂରରୁ ଟ୍ରକ୍ କୁ ଦେଖି ପାରି ନଥିଲେ। ଫଳରେ ଟ୍ରକ୍ ପଛ ଭାଗରେ କାର୍ ଟି ପିଟି ହୋଇ ଯାଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ୪ ଜଣଙ୍କ ମ୍ରୁତ୍ୟୁ ହୋଇଥିଲା।

ଖବର ପାଇ ଜଙ୍କିଆ ଆଇଆଇସି ଅନିତା ସାହୁ ଦୁର୍ଘଟଣା ସ୍ଥଳରେ ପହଂଚି ସମସ୍ତ ମୃତଦେହକୁ ଜବତ ଜରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସଦର ମେଡିକାଲକୁ ପଠାଇଛନ୍ତି।  ତେବେ ମୃତକମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ପୋଲିସ ଟ୍ରକ ଏବଂ ଟ୍ରକ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାର କହିଛନ୍ତି ଆଇଆଇସି ଶ୍ରୀମତୀ ସାହୁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ୱର ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କଠୁ ସୁନା ଗହଣା ଲୁଟ୍: ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ପୁଣି ମାତିଲେ ଜାତୀୟ ରାଜପଥ ଲୁଟେର। ବାଇକ୍ ଆରୋହୀଙ୍କୁ ଟାର୍ଗେଟ୍ କରି ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ବାଇକ୍ ରୁ ପଡି ମହିଳା ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଟାଙ୍ଗୀ ଥାନା ହଂସରା ଡିହ ଗ୍ରାମର ରଞ୍ଜୁ ମହାରଣା (୫୦) ବୋଲି ଜଣା ପଡିଛି।

ରଞ୍ଜୁ ଓ ତାଙ୍କ ସ୍ୱାମୀ ରଘୁନାଥ ମହାରଣା ଟାଙ୍ଗୀ ଥାନା କୁହୁଡି ଗ୍ରାମରେ ଥିବା ଏକ ଅଳଙ୍କାର ଦୋକାନକୁ ନିଜ ପୁଅ ବାହାଘରର ଅଳଙ୍କାର କିଣିବା ପାଇଁ ଯାଇଥିଲେ। ତେବେ କିଣିଥିବା ସମସ୍ତ ସୁନା ଗହଣାକୁ ନିଜ ଭ୍ୟାନିଟ୍ ବ୍ୟାଗରେ ପୁରାଇ କୁହୁଡିରୁ ଏନଏଚ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ତାଙ୍କୁ ପିଛା କରି ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୁତ୍ତ ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଟାର୍ଗେଟ୍ କରିଥିଲେ। ଆଖି ପିଛୁଳାକେ ଭ୍ୟାନିଟ୍ ବ୍ୟାଗ୍ ସହ ସୁନା ଗହଣା ଝାମ୍ପି ଲୁଟେରା ଫେରାର ହୋଇ ଯାଇଥିଲେ।

ଫଳରେ ଭାରସାମ୍ୟ ହରାଇ ବାଇକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ରଞ୍ଜୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଜାତୀୟ ରାଜପଥରେ ପୋଲିସ୍ ପାଟ୍ରୋଲିଂ ବଢାଇବାକୁ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ବାଇପାସରେ ଓଲଟିଲା ଫ୍ଲିପକାର୍ଟ କୋରିଅର ଗାଡି, ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ଖଲିକୋଟରୁ ଫ୍ଲିପକାର୍ଟ କୋରିଅର ସମାନ ନେଇ ଏକ ଗାଡ଼ି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳକୁ ଯାଉଥିବା ବେଳେ ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡ଼ିହ ବାଇପାସରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା।

ଉକ୍ତ ଦୁର୍ଘଟଣାରେ କଟକ ସାଲେପୁର ଅଞ୍ଚଳର ଗାଡ଼ିଚାଳକ ସୁଶାନ୍ତ ଦାସ (୪୦) ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ନାଚୁଣୀ: ଜାତୀୟ ରାଜପଥରେ ଲେଉଟିଲା ପିଚୁ ଡ୍ରମ ବୋଝେଇ ଟ୍ରକ, ଚାଳକ ଗୁରୁତର

ନାଚୁଣୀ: ଜାତୀୟ ରାଜପଥରେ ପିଚୁ ଡ୍ରମ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାଳକ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପିଚୁ ଡ୍ରମ ବୋଝେଇ ଟ୍ରକଟି ବରଡ଼ି ଛକ ନିକଟରେ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଗାଡ଼ି ଚାଳକ ଛିଟିକି ପଡ଼ି ରୋଡରେ ପଡ଼ିଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଚାଳକକୁ ଉଦ୍ଧାର କରି ମେଡିକାଲ ପଠାଇଥିବାର ଜଣାପଡିଛି।

Categories
ଆଞ୍ଚଳିକ

ଚଣ୍ଡେଶ୍ୱର ଛକରେ ବାଇକ୍ କୁ ଧକ୍କା ଦେଲା ଅଟୋ ରିକ୍ସା, ମା’ ପୁଅ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକରେ ବାଇକ୍ କୁ ଏକ ଅଟୋ ରିକ୍ସା ଧକ୍କା ଦେବା ଫଳରେ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଛନ୍ତି ମା’ ଏବଂ ପୁଅ। ଗୁରୁତର ମା’ଙ୍କର ନାମ ମଂଜୁଲତା ନାୟକ (୪୫) ଏବଂ ପୁଅର ନାମ ତୋଫାନ ନାୟକ (୨୪) ବୋଲି ଜଣା ପଡିଛି। ଉଭୟଙ୍କ ଘର ବାଣପୁର ଥାନା ସଲପଡିହ ଗ୍ରାମରେ।

ଆଜି ପୂର୍ବାହ୍ନରେ ତୋଫାନ ଓ ତାଙ୍କ ମା’ ମଂଜୁଲତା ଏକ ବାଇକ୍ ଯୋଗେ ଚାନ୍ଦପୁର ଯାଉଥିବା ବେଳେ ଚଣ୍ଡେଶ୍ୱର ଛକରେ ଉକ୍ତ ବାଇକ୍ କୁ ଏକ ଅଟୋ ରିକ୍ସା ଧକ୍କା ଦେଇଥିଲା।  ଫଳରେ ମା’ ପୁଅ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିଲେ। ଶହ ଶହ ଦେଖଣାହାରୀ ଦୁର୍ଘଟଣାର ଦୃଶ୍ୟ ଦେଖୁଥିଲେ ହେଁ କେହି ଆହତଙ୍କୁ ଉଦ୍ଧାର କରିନଥିଲେ।

ସେପଟେ ସାମ୍ବାଦିକ ରାମଚନ୍ଦ୍ର ପରିଡା କୁହୁଡିରୁ ନିଜ କାର୍ ରେ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ମା’ ପୁଅଙ୍କୁ ଉଦ୍ଧାର କରି ନିଜ କାର୍ ରେ ଟାଙ୍ଗୀ ଆଣିଥିଲେ। ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସାମ୍ବାଦିକ ଶ୍ରୀ ପରିଡ଼ାଙ୍କର ଏଭଳି କାର୍ଯ୍ୟକୁ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡିକୁ ନୂତନ ଥାନା ମାନ୍ୟତା ମିଳିଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ।

ତେବେ ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ ୩୬ ଟି ଥାନା ପ୍ରତିଷ୍ଠା ହେଵା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ସୂଚନା ଥାଉକି ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ଏହା ବାଣପୁର ଥାନା ଅଧୀନରେ କାମ କରୁଛି।

Categories
ଆଜିର ଖବର ଜାତୀୟ ଖବର

ରହିବନି ଟୋଲ ପ୍ଲାଜା କି ଫାଷ୍ଟ ଟ୍ୟାଗ, ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟିବ ଟଙ୍କା: କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: କେବେ ଭାବିଛନ୍ତି କି ଆପଣଙ୍କ କାର ଜାତୀୟ ରାଜପଥରେ ଦୌଡୁଛି, କିନ୍ତୁ ଟୋଲ ଟ୍ୟାକ୍ସ ଦେବାକୁ ରହିବା ପାଇଁ ପଡିବ ନାହିଁ? ତେବେ ଆପଣ ଟୋଲ ଟ୍ୟାକ୍ସରୁ ଆଶ୍ଵସ୍ତି ତ ପାଇବେ ନାହିଁ, କିନ୍ତୁ ଟୋଲ ପ୍ଲାଜାରେ ରହିବାର ଅସୁବିଧାରୁ ଆପଣ ନିଶ୍ଚିତ ଭାବରେ ଆଶ୍ଵସ୍ତି ପାଇବେ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ସମସ୍ତ ଟୋଲ୍ ପ୍ଲାଜା ଏବଂ ଫାଷ୍ଟ ଟ୍ୟାଗ୍ ରଦ୍ଦ କରିବାକୁ ଯାଉଛି।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଅନୁଯାୟୀ ଭାରତର ଜାତୀୟ ରାଜପଥରେ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଟୋଲ୍ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବା। କ୍ୟାମେରାରୁ ଗାଡିର ନମ୍ବର ପ୍ଲେଟର ଫଟୋ କ୍ଲିକ୍ କରାଯିବା।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, “୨୦୧୯ ରେ ଆମେ ଏକ ନିୟମ କରିଥିଲୁ ଯେ କାରଗୁଡିକ କମ୍ପାନୀ-ଫିଟ୍ ନମ୍ବର ପ୍ଲେଟ ସହିତ ଆସିବ। ତେଣୁ ଗତ ଚାରି ବର୍ଷରେ ଆସିଥିବା ଗାଡିଗୁଡ଼ିକର ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ଅଛି। ” ସେ କହିଛନ୍ତି ଯେ, “ବର୍ତ୍ତମାନ ଟୋଲ ପ୍ଲାଜା ହଟାଇବା ଏବଂ କ୍ୟାମେରା ଲଗାଇବା ପାଇଁ ଯୋଜନା ଅଛି, ଯାହା ଏହି ନମ୍ବର ପ୍ଲେଟଗୁଡ଼ିକୁ ପଧିବେ ଏବଂ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ କାଟି ଦିଆଯିବ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଟୋଲ୍ ପ୍ଲାଜା ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ରିଡର୍ କ୍ୟାମେରା ଦ୍ୱାରା ବଦଳାଯାଉଛି, ଯାହା ଗାଡି ନମ୍ବର ପ୍ଲେଟ୍ ପଢିବେ ଏବଂ ଗାଡି ମାଲିକଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ୱୟଂଚାଳିତ ଭାବରେ ଟୋଲ୍ କଟିବ। ଏହି ଯୋଜନାର ପାଇଲଟ୍ ଚାଲିଛି ଏବଂ ଏହି ପରିବର୍ତ୍ତନକୁ ସହଜ କରିବା ପାଇଁ ଆଇନଗତ ସଂଶୋଧନ ମଧ୍ୟ କରାଯାଉଛି ବୋଲି କହିଛନ୍ତି। ଅଗଷ୍ଟ ୨୩ ତାରିଖ ୨୦୨୨ ରେ ନୂଆଦିଲ୍ଲୀର FICCI ଫେଡେରେସନ୍ ହାଉସରେ ସଡକ ଏବଂ ରାଜପଥ ସମ୍ମିଳନୀର ‘ସଡକ ଭିତ୍ତିଭୂମି ତ୍ୱରାନ୍ୱିତ: ନୂତନ ଭାରତ @୭୫’ ର ତୃତୀୟ ସଂସ୍କରଣ ସମୟରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଦ୍ଵାରା ସେୟାର କରାଯାଇଥିବା ସୂଚନା।

ବର୍ତ୍ତମାନ, ପ୍ରାୟ ୪୦ ହଜାର କୋଟି ଟଙ୍କାର ମୋଟ ଟୋଲ ସଂଗ୍ରହର ପ୍ରାୟ ୯୭ ପ୍ରତିଶତ FASTags ମାଧ୍ୟମରେ କରାଯାଇଛି। ଅବଶିଷ୍ଟ ୩% FASTag ବ୍ୟବହାର ନକରୁଥିବା ଯୋଗୁଁ ସାଧାରଣ ଟୋଲ୍ ହାରଠାରୁ ଅଧିକ ଦେୟ ଦିଅନ୍ତି। FASTag ରେ ଏକ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ଯାନ ପ୍ରତି ପ୍ରାୟ ୪୭ ସେକେଣ୍ଡ ସମୟ ଲାଗେ।

ଯଦି ଆମେ ସରକାରୀ ତଥ୍ୟକୁ ଦେଖିବା, ପ୍ରତି ଘଣ୍ଟାରେ ୧୧୨ ଟି ଯାନ ମାନୁଆଲ ଟୋଲ ସଂଗ୍ରହ ଗାଡ଼ି ଦେଇ ଯାଇଥାଏ। ଯେତେବେଳେ ଇଲେକ୍ଟ୍ରୋନିକ୍ ଟୋଲ୍ ଲେନ ଦେଇ ପ୍ରତି ଘଣ୍ଟାରେ ୨୬୦ ରୁ ଅଧିକ ଯାନ ଅତିକ୍ରମ କରନ୍ତି।

କିନ୍ତୁ ଟୋଲ୍ ଦୁନିଆରେ ଯେତେବେଳେ FASTag ର ବ୍ୟବହାର ଆରମ୍ଭ ହେଲା, ସେହି ଦିନଠାରୁ ଏହା ସାରା ଦେଶରେ ଟୋଲ୍ ପ୍ଲାଜାରେ ଟ୍ରାଫିକ୍ ସହଜ କରିଛି। କିନ୍ତୁ ଏହା ପରେ ମଧ୍ୟ ଟୋଲ ପ୍ଲାଜାରେ ସମସ୍ୟା ଦେଖାଦେଇଛି। ଏହାର କାରଣ ହେଉଛି ସେଠାରେ ଅନେକ ଟୋଲ୍ ଗେଟ୍ ଅଛି ଯାହା ଅତିକ୍ରମ କରିବାକୁ ଡ୍ରାଇଭରର ପ୍ରମାଣିକିକରଣ କିମ୍ବା ଯାଞ୍ଚ ଆବଶ୍ୟକ କରେ।

ଫାଷ୍ଟ ଟ୍ୟାଗ୍ ବ୍ୟବହାର କରିବାରେ ସମସ୍ୟା:

FASTag ସହିତ କିଛି ସମସ୍ୟା ଅଛି, ଯାହାକୁ ଫେବୃଆରୀ ୧୬ ତାରିଖ ୨୦୨୧ରୁ ବାଧ୍ୟତାମୂଳକ କରାଯାଇଛି। ଉଦାହରଣ ସ୍ୱରୂପ, ଏହି ଟ୍ୟାଗ୍ ବ୍ୟବହାର କରି କମ୍ ସନ୍ତୁଳନ ଥିବା ଲୋକମାନେ, ଯେତେବେଳେ ସେମାନେ ଫି ପ୍ଲାଜା ଲେନକୁ ଆସନ୍ତି, ସେତେବେଳେ ସେମାନେ ସେଠାରୁ ଯିବା ପାଇଁ ଅଧିକ ସମୟ ନେଇଥାନ୍ତି। ଏହା ସହିତ ସୁଦୂର ଟୋଲ୍ ପ୍ଲାଜାରେ ଇଣ୍ଟରନେଟ୍ ସଂଯୋଗର ସମସ୍ୟା ଆସେ। ଏହି ପ୍ଲାଜା ସର୍ଭର ଲୋ ବାଲାନ୍ସ FASTag କୁ ଆକ୍ଟିଭ୍ FASTag କୁ ସମୟ ସମୟରେ ଅପଡେଟ୍ କରିବାକୁ ସକ୍ଷମ ନୁହେଁ।

ନମ୍ବର ପ୍ଲେଟ୍ ରିଡର୍ ସୁବିଧା ହେବ:

କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଏହି ପାଇଲଟ୍ ପ୍ରୋଜେକ୍ଟ ଟୋଲ୍ ପ୍ଲାଜାରେ ଭିଡକୁ ହ୍ରାସ କରିବା ସହିତ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ଏବଂ ସହଜ କରିବ। ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର୍- ANPR କ୍ୟାମେରା କିମ୍ବା ନମ୍ବର ପ୍ଲେଟ୍ ରିଡର୍ କ୍ୟାମେରାର ବ୍ୟବହାର ଟୋଲ୍ ପ୍ଲାଜାରେ ଭିଡକୁ ଆହୁରି ହ୍ରାସ କରିବ ବୋଲି ଆଶା କରାଯାଉଛି। କିନ୍ତୁ ସିଷ୍ଟମର କାର୍ଯ୍ୟକାରିତା ଉପରେ ଅନେକ କିଛି ନିର୍ଭର କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରେ ଥିବା ଜାତୀୟ ରାଜପଥର ମାନ ଯାଞ୍ଚ ପାଇଁ ହେବ ଅଣବିଧ୍ୱଂସକାରୀ ପରୀକ୍ଷଣ

ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନୀରିକ୍ଷଣ ପାଇଁ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ (ଏମଆଇଭି) ମୁତୟନ କରାଯିବ। ବିଶ୍ୱ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ ମନ୍ତ୍ରାଳୟର ପ୍ରତିବଦ୍ଧତାର ଏକ ଅଂଶ।

ଏହି ଏମଆଇଭିଗୁଡିକର ବ୍ୟବହାର ଦ୍ୱାରା ଜାତୀୟ ରାଜପଥ ନିର୍ମାଣରେ ପ୍ରଚଳିତ ଗୁଣବତ୍ତା ନିୟନ୍ତ୍ରଣ ଓ ଗୁଣବତ୍ତା ଗ୍ରହଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବ। ସକ୍ରିୟ ଆଭିମୁଖ୍ୟ ଦ୍ୱାରା ଗୁଣବତ୍ତାରେ ଥିବା ସମସ୍ୟାଗୁଡିକ ଚିହ୍ନଟ ହୋଇପାରିବ।

ପ୍ରତ୍ୟେକ ରାଜ୍ୟରେ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ ସାହାଯ୍ୟରେ ତିନି ମାସରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ନୀରିକ୍ଷଣ ହେବ। ଏନଏଚଏଆଇ, ଏନଏଚଆଇଡିସିଏଲ, ରାଜ୍ୟ ପିଡବ୍ଲୁଡି ଓ ଅନ୍ୟ ଏମଓଆରଟିଏଚର ଅନ୍ୟ କାର୍ଯ୍ୟନିର୍ବାହୀ ଏଜେନ୍ସିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ନୀରିକ୍ଷଣ କରାଯିବ ।

ଗୁଜୁରାଟ ପାଇଁ ରାଜିନାମା ସ୍ୱାକ୍ଷର ହୋଇଛି। ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକ ସହ ଖୁବ ଶୀଘ୍ର ସ୍ୱାକ୍ଷର ହେବ। ଭବିଷ୍ୟତରେ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏପରି ଭ୍ୟାନ ନିୟୋଜିତ ହେବ।ଏହି ଏମଆଇଭି ମାଧ୍ୟମରେ ପରୀକ୍ଷଣ ଫଳାଫଳ ସୃଷ୍ଟି ହେବା ସହ ଅସମାନତା ଆଲର୍ଟ ଅଂଶୀଦାରମାନଙ୍କ ନିକଟରେ ରିଅଲ ଟାଇମ ଭିତ୍ତିରେ ଏକ ଗୁଣବତ୍ତା ନିୟନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ପହଞ୍ଚିବ। ଏହି ପୋର୍ଟାଲ ଏମଓଆରଟିଏଚଙ୍କ ଦ୍ୱାରା ବିକଶିତ ହେଉଛି ।

Categories
ଆଞ୍ଚଳିକ

ଟାଙ୍ଗୀ : ଅଜଣା ଗାଡ଼ି ଧକ୍କାରେ ୮ ଗୋରୁ ମୃତ

ଟାଙ୍ଗୀ : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଛକରେ ଅଜଣା ଗାଡି ଧକ୍କାରେ ୮ ଗୋରୁ ମୃତ। ଗତ କାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଗୋରୁ ଗୁଡିକୁ ଲୋକେ ଉଦା ଛାଡି ଦେଉଥିବାରୁ ଗୋରୁ ଗୁଡିକ ଜାତୀୟ ରାଜପଥରେ ଶୋଇ ରହିଥିଲେ। ଏହି ସମୟରେ କୌଣସି ଏକ ଭାରି ଯାନ ଦ୍ୱାରା ଘଟିଛି ଦୁର୍ଘଟଣା।

ଦୁର୍ଘଟଣା ସ୍ଥଳରେ ଗୋରୁ ଗୁଡିକ କ୍ଷତବିକ୍ଷତ ହୋଇ ରାସ୍ତାରେ ଛିଟିକି ମରି ପଡିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇ ଗାଡିଟି ଫେରାର ହୋଇଯାଇଛି।ଜାତୀୟ ରାଜପଥରେ ଗାଡି ଚାଳକମାନେ ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଘଟୁଛି ଦୁର୍ଘଟଣା। ଏ ନେଇ ଏନଏଚଏଆଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ, ହେଲପର ମୃତ, ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଟ୍ରକର ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଓଁ ଶାନ୍ତି ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ୍ ଟି ଆଜି ଭୁବେଶ୍ୱରରୁ ଭଞ୍ଜନଗର ଅଭିମୁଖେ ଯାଉଥିଳା। ହେଲେ ବରୁଣେଇ ଓଭର ବ୍ରିଜ ନିକଟରେ ବସ୍ ଟି ଅଜଣା ଟ୍ରକ୍ କୁ ପଛପଟୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ବାଲିଗଦାରେ ପସି ଯାଇଥିଲା। ବସରୁ ଛିଟିକି ଘଟଣା ସ୍ଥଳରେ ବସ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି।

ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ସିରିଜ ଦୁର୍ଘଟଣା: ଦୁଇ ମୃତ, ୯ ଆହତ

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକର ପରିଚୟ ମିଳିନାହିଁ। ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣାରୁ ଜଣାପଡିଛି ଗୋଟିଏ ବୋଲୋରୋ ଖୋର୍ଦ୍ଧା ପଟୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଇଣ୍ଡିକା କାରକୁ ଧକ୍କା ଦେଇଥିଲା। ଏହାପରେ ଇଣ୍ଡିକା କାରଟି ଆଗରେ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତିନୋଟି ଗାଡି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡି ଯାଇଥିଲା।

ଗାଡିରେ ଥିବା ଯାତ୍ରୀମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ପଠାଇଛନ୍ତି। ଦୁର୍ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ନେବା ବ୍ୟବସ୍ଥା କରିଛନ୍ତି।

ଜାତୀୟ ରାଜପଥ କାର୍ଯ୍ୟରେ ନିୟୋଜିତ ଏଆଇପିଏଲ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରାଯାଉଛି। ଆଜିର ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଶ୍ରମିକଙ୍କ କ୍ୟାମ୍ପ ଉପରକୁ ଚଢିଲା ବାଲି ବୋଝେଇ ହାଇୱା, ଦୁଇ ମୃତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ରମିକଙ୍କ କ୍ୟାମ୍ପ ଉପରକୁ ବାଲି ବୋଝେଇ ହାଇୱା ଚଢିଯାଇଛି। ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶ୍ରମିକ ଆହତ ହୋଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ନିକଟରେ ଏଭଳି ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଠିକା ସଂସ୍ଥାର ଶ୍ରମିକମାନେ କ୍ୟାମ୍ପରେ ଥିବା ବେଳେ ବାଲି ବୋଝେଇ ହାଇୱାଟି ନିୟନ୍ତ୍ରଣ ହରାଇ କ୍ୟାମ୍ପ ଉପରକୁ ଚଢାଇ ଦେଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇଥିଲା।

ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଦେଇଛି। ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିଚୟ ମିଳିଛି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ମୃତକ ବାଦଲ ପାହାଣ ଓ କନକ ପାହାଣ ବୋଲି ଜଣାପଡିଛି। ସେହିଭଳି ଆହତ ଶ୍ରମିକ ଦ୍ୱୟ ହେଲେ ପଶ୍ଚିମବଙ୍ଗ ମସିହାନୋଟାର ସାଗର ମଣ୍ଡଳ ଓ ଅସିମ ସରକାର।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥରେ ପାଟ୍ରୋଲିଂ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଘଟଣା ମୁତାବକ ଆଜି ଅପରାହ୍ନରେ ସୁବୁଦ୍ଧିପାଟଣା ଛକରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଛି। ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଗାଡିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗାଡ଼ିରୁ ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ କର୍ମଚାରୀ ଦ୍ବୟ ହେଲେ ଏସପିଓ ବିଶ୍ୱରଞ୍ଜନ ନାୟକ ଏବଂ ଡ୍ରାଇଭର ଭାଗିରଥି ସେଠି।

ସୂଚନା ଥାଉକି ଗାଡ଼ିରେ ଉକ୍ତ ଦୁଇ ଜଣଙ୍କ ସମେତ ହୋମଗାର୍ଡ ବିଦ୍ୟାଧର ସେଠି ମଧ୍ୟ ଉପସ୍ଥିତ ଥିବା ବେଳେ ତାଙ୍କର କିଛି କ୍ଷତି ହୋଇନାହିଁ।

ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବସ ଭ୍ୟାନଟିକୁ ଡାହାଣ ପାର୍ଶ୍ଵରୁ ଧକ୍କା ଦେଇଥିଲା। ଯାହାଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ଧକ୍କା ଦେଇଥିଲା। ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ବସଟିକୁ ପୋଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜାତୀୟ ରାଜପଥରେ ଥିବା ଦୋକାନ ଘର ଉଚ୍ଛେଦକୁ ବିରୋଧ: ବ୍ୟାପକ ପୋଲିସ ଫୋର୍ସ ମୁତୟନ

ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲ ଗୋଡିପଡା ନିକଟ ଜାତୀୟ ରାଜପଥର ଗୟାବନ୍ଧ ଛକରେ ଥିବା ଦୋକାନ ଘର ଉଚ୍ଛେଦକୁ ନେଇ ବିରୋଧ କରାଯାଉଛି। ଏହାକୁ ନେଇ ଘଟଣା ସ୍ଥଳରେ ବ୍ୟବସାୟୀ ଓ ଗ୍ରାମବାସୀଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେଣୁ ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଖୋର୍ଦ୍ଧା ଏସଡିପିଓ, ଖୋର୍ଦ୍ଧା ତହସିଲଦାର ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି।କିନ୍ତୁ ଭାଙ୍ଗିବାକୁ ଥିବା ଘରର ଛାତ ଉପରେ ମହିଳାମାନେ ଛିଡା ହୋଇ ପ୍ରଶାସନକୁ ବିରୋଧ କରୁଛନ୍ତି। ହେଲେ ପୋଲିସ ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଵେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସରେ ଛୁରା ମାଡ କରି ବ୍ୟବସାୟୀଙ୍କ ଠାରୁ ଲୁଟ୍: ଜଣେ ଲୁଟେରାକୁ ଧରିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଆଜି ମଧ୍ୟ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ରେ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ କିନ୍ତୁ ଲୁଟେରାମାନେ ସଫଳ ହୋଇପାରିନାହାନ୍ତି। ଜଣେ କାଜୁ ବ୍ୟବସାୟୀଙ୍କ ଠାରୁ ଲୁଟ୍ କରି ୩ ଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରୟାସ ଯୋଗୁଁ ଜଣେ ଲୁଟେରା ଧରାପଡିଛି।

ସୂଚନା ଅନୁଯାୟୀ, ଆଜି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ୍ ରେ ପିକ୍ ଅପ୍ ଭ୍ୟାନ ନେଇ ଯାଉଥିବା ଚାଳକଙ୍କୁ ପଲସର ବାଇକ୍ ରେ ଆସି ୩ ଜଣ ଲୁଟେରା ଅଟକାଇଥିଲେ। ଗାଡିଟି ଅଟକିବା ପରେ ସେହି ଗାଡିରେ ଥିବା କାଜୁ ବେପାରୀଙ୍କୁ ଲୁଟେରାମାନେ ଛୁରା ମାଡ କରିଥିଲେ। ଫଳରେ କାଜୁ ବେପାରୀଜଣଙ୍କ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କଠାରୁ ୫୦ ହଜାର ଟଙ୍କା ସହ ଫୋନ ଲୁଟି ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ।  ୩ ଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଢେଲା ପଥର ମାଡ କରିବାରୁ ଲୁଟେରାମାନେ ଗାଡିରୁ ପଡିଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଧରି ଟାଙ୍ଗୀ ପୋଲିସ୍ କୁ ଜିମା ଦେଇଥିଲେ। କିନ୍ତୁ ଜଙ୍ଗଲର ସୁଯୋଗ ନେଇ ୨ ଜଣ ଲୁଟେରା ୫୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଟାଙ୍ଗୀ ପୋଲିସ ଘଟଣା ସ୍ଥଳରୁ ଜଣେ ଲୁଟେରା ସହ ପଲସର ବାଇକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଆହତ କାଜୁ ବେପାରୀ ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: କହ୍ନେଇପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅସମର୍ଥିତ ସୂତ୍ର ମୁତାବକ ଆଜି ରାତିରେ ଚଣ୍ଡେଶ୍ୱର ଅଞ୍ଚଳର ଏକ ସ୍ବିଫ୍ଟ ଡ଼ିଜୟାର ଏବଂ ବେଲପଡା ଅଞ୍ଚଳର ଏକ ଇଣ୍ଡିଗୋ କାର ଉଭୟେ ଆଗ ପଛ ହୋଇ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଆସୁଥିଲେ। ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହ୍ନେଇପୁର ଛକରେ ହଠାତ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଇଣ୍ଡିଗୋ ଗାଡିଟି ଏକ ଦୋକନ ଭିତରେ ପଶି ବିଦ୍ୟୁତ ଖୁଣ୍ଟ ଭିତରେ ପିଟି ହୋଇଯାଇଥିଲା। ଏବଂ ଉଭୟ ଗାଡ଼ି ଛିଟିକି କରି ଦୂରରେ ପଡ଼ିଥିଲେ।

ସ୍ଥାନୀୟ ଜନସାଧାରଣ ଏବଂ ନାଚୁଣୀ ଫାଣ୍ଡି ପୋଲିସ ସାହାଯ୍ୟରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ମୃତକ ଜଣକ ଛେଡାପଦର ଗ୍ରାମର ଗାଡ଼ି ଚାଳକ ଭବାନୀ ଶଙ୍କର ଜାଲି ବୋଲି ଜଣାପଡିଛି। ବର୍ତ୍ତମାନ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ରାଜପଥ ଉପରେ ପଡିଛି ଚିତାବାଘର ମୃତ ଦେହ, ଲୋକେ ଦେଖି ଭୟଭିତ

ନୂଆଦିଲ୍ଲୀ: ଶନିବାର ଦିନ ଜାତୀୟ ରାଜପଥରେ ଏକ ଚିତାବାଘର ମୃତଦେହ ମିଳିଥଲା। ବନ ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଚିହ୍ନ ଥିବାରୁ ଚିତାବାଘଟି ଏକ ଅଜ୍ଞାତ ଗାଡି ଧକ୍କାରେ ମୃତ୍ୟୁ ହୋଇଛି। ଏହାର ନଖ ଓ ଦାନ୍ତ ଅକ୍ଷୁର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା। ଚାରି ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା ଯେଉଁଥିରେ କିଛି ଦିନ ପୂର୍ବରୁ ସେଓନିରେ ଗାଡି ଧକ୍କାରେ ଏକ ବାଘର ମୃତ୍ୟୁ ଘଟିଥିଲା।

ଏହି ଘଟଣାଟି ମଧ୍ୟ ପ୍ରଦେଶ ଇନ୍ଦୋରର ଭୈରବ ମନ୍ଦିର ନିକଟ ମନପୁର ଧାମନୋଡ ରୋଡରେ ଏନଏଚ 3 ରେ ଘଟିଛି। ଏହା ସକାଳ ପ୍ରାୟ 3.45 ସମୟରେ ଘଟିଥିବାର ଅନୁମାନ କରାଯାଉଛି। ଘଟଣାସ୍ଥନରେ ବନ ବିଭାଗର ଅଧିକାରୀମାନେ ପହଁଚି ମୃତ ଚିତାବାଘ ଜବତ କରିଛନ୍ତି। କେଉଁ କାରଣରୁ ମୃତ୍ୟୁ ହେଲା ତା ଯାଞ୍ଚ କରିବାକୁ ମୋହୋ ଏବଂ ମନପୁରର ପ୍ରାଣୀ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏବଂ ଜଙ୍ଗଲ ବିଭାଗର ଏକ ଟିମ୍ ମୃତ ଚିତାବାଘକୁ ଯାଞ୍ଚ କରିଥିଲେ ଏବଂ ଏହାର ମୁଣ୍ଡ ଓ ପାଟିରେ ଆଘାତ ଲାଗିଥିବା ଜଣାପଡିଛି। ଏହାର ବାମ ଆଗ ଗୋଡ ଏବଂ ପଛ ବାମ ଗୋଡ ଭାଙ୍ଗି ଯାଇଛି। ସେହିପରି ପିଠିର ଆଭ୍ୟନ୍ତରୀଣ ଏବଂ ବାହ୍ୟ କ୍ଷତ, ବାମ ଗୋଡ଼ରେ ଚର୍ମ କ୍ଷତ ଚିହ୍ନ ହୋଇଛି।  ଡାକ୍ତରୀ ଦଳ ଅନୁମାନ କହିଛନ୍ତି ଯେ ଏକ ସଡ଼କ ଦୁର୍ଘଟଣାରେ ଚିତାବାଘଟିର ମୃତ୍ୟୁ ଘଟିଛି।

ଫେବୃଆରୀରୁ ଏପ୍ରିଲର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମୋହୋ ଏବଂ ମନପୁର ଜଙ୍ଗଲ ଅଞ୍ଚଳରେ ଗତ 70 ଦିନ ମଧ୍ୟରେ ଏହା ହେଉଛି ଚତୁର୍ଥ ଚିତାବାଘ ମୃତ୍ୟୁ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଅଜଣା ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ, ମୃତକଙ୍କ ପରିଚୟ ଖୋଜୁଛି ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ଏହାର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ।

ମୃତ ବ୍ୟକ୍ତି ଜଣେ ପୁରୁଷ ହୋଇଥିବା ବେଳେ ରାତି ପ୍ରାୟ ୩ ଘଟିକାଟାରେ ଉକ୍ତ ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି। ଟାଙ୍ଗୀରୁ ବାଲୁଗାଁ ଯିବା ରାସ୍ତାରେ ଏହି ଦୁର୍ଘଟଣାଟି ହୋଇଛି।

ଜଣେ ୩୦ ରୁ ୩୫ ବର୍ଷ ବୟସ୍କ ଯୁବକ ଏକ ସ୍କୁଟିରେ ଟାଙ୍ଗୀରୁ ବାଲୁଗାଁ ଯାଉଥିବା ରାସ୍ତାରେ ଗୋଟିଏ ମାଲ ବୋଝେଇ ଟ୍ରକ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିବାର ଖବର ହସ୍ତଗତ ହୋଇଛି। ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ହୋଇଛି ଯେ, ସ୍କୁଟିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଏହା ସହ ସ୍କୁଟି ଚାଳକଙ୍କ ମୃତ ଶରୀର ସଂପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ତେଣୁ ମୃତ ବ୍ୟକ୍ତିଙ୍କୁ ଚିହ୍ନିବା ସମ୍ଭବ ହୋଇପାରି ନାହିଁ। ସ୍କୁଟି ନମ୍ବରରୁ ପୋଲିସ୍ ତାଙ୍କର ଅନୁସନ୍ଧାନ ଜରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ପ୍ରାଣହାନୀ

ଚାନ୍ଦପୁର: ନୟାଗଡ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଆନ୍ତର୍ଗତ ଚାନ୍ଦପୁର ବାଇପାସରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଅରୁଣ କୁମାର ସାହୁ (୪୦) ଆଜି ଅପରାହ୍ନରେ ଚାନ୍ଦପୁର ବଜାରରୁ ନିଜ ଗ୍ରାମକୁ ଫେରୁଥିଲେ। ତେବେ ଚାନ୍ଦପୁର ବାଇପାସରେ ତାଙ୍କୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ଆନ୍ଧ୍ର ଯାଉଥିବା ଏକ ମାଲ ବୋଝେଇ ଟ୍ରକଟି ଅରୁଣଙ୍କୁ ଧକ୍କା ଦେଇଥିଲା। ଏବଂ ଅରୁଣଙ୍କୁ ଟ୍ରକଟି କିଛି ବାଟ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଯାଇଥିଲା।

ହେଲେ ବର୍ତ୍ତମାନ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅନ୍ୟପକ୍ଷେ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।