Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳ ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ କାହିଁକି ଭେଟିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦ ଙ୍କୁ ଆଜି ରାଜଭବନ ରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କେରଳ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ପ୍ରକାଶ କରିଥିଲେ କି କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ।

ଯେତେବେଳେ ସେ ରାଜ୍ୟରେ ଶକ୍ତି ମନ୍ତ୍ରୀ ଥିଲେ ବର୍ତ୍ତମାନର କେରଳ ରାଜ୍ୟପାଳ ଶ୍ରୀଯୁକ୍ତ ମହମ୍ମଦ ସେହି ସମୟରେ କେନ୍ଦ୍ର ରେ ଶକ୍ତି ମନ୍ତ୍ରୀ ଭାବେ ଥିଲେ ।ସେହି ଅନୁସାରେ ତାଙ୍କ ସହିତ ନିବିଡ଼ ସମ୍ପର୍କ ଗଢି ଉଠିଥିଲା ଓ ପରବର୍ତ୍ତୀ ସମୟରେ ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ।କେରଳ ରାଜ୍ୟପାଳ ଓଡିଶା ଗସ୍ତରେ ଆସିବା ଖବର ପାଇ ମୁଁ ତାଙ୍କୁ ଆଜି ଭେଟି ବହୁତ ଖୁସି ଅନୁଭବ କଲି।

ଦୀର୍ଘ ସମୟ ଧରି ଆମେ ଅନ୍ତରଙ୍ଗ ଆଳାପ ଆଲୋଚନା କଲୁ।ରାଜ୍ୟରେ ତାଙ୍କ ସମୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବହୁ ଗୁଡିଏ କାର୍ଯ୍ୟ ହୋଇଛି। କଣିହାଁ ସ୍ଥିତ ଏନ ଟି ପି ସି ଶକ୍ତି ଉତ୍ପାଦନ କେନ୍ଦ୍ର ଓଡିଶା ରାଜ୍ୟ ପାଇଁ ଶ୍ରୀଯୁକ୍ତ ମହମ୍ମଦ ଙ୍କ ଅବଦାନ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Byelection: କଂଗ୍ରେସ ଘୋଷଣା କଲା ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର: କଂଗ୍ରେସ ଘୋଷଣା କରିଛି ତାରକା ପ୍ରଚାରକ ତାଲିକା। ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଏଜ ୩୦ ଜଣିଆ ତାରକା ପ୍ରଚାରକ ତାଲିକା ଏଆଇସିସି ଅନୁମୋଦନ କରି ଘୋଷଣା କରିଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ପ୍ରକାଶିତ ତାଲିକାରେ ଓଡିଶା ପ୍ରଭାରୀ,ସାଂସଦ ଡ଼ ଏ ଚେଲ୍କା କୁମାର ଙ୍କ ସମେତ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ,ଜି ରୁଦ୍ରରାଜୁ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ରହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଥିବାବେଳେ ୩ ଜଣ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ,ପ୍ରସାଦ ହରିଚନ୍ଦନ ଏବଂ ପିସିସି କାଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ରହିଛନ୍ତି। ଅନୁରୂପ ଭାବେ ଉକ୍ତ ତାଲିକାରେ ପୂର୍ବତନ ସାଂସଦ ତଥା ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାଶ,ଏଆଇସିସି ସମ୍ପାଦକ ଶରତ ରାଉତ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲ୍ଲାକା ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ,ସନ୍ତୋଷ ସିଂ ସାଲୁଜା,ତାରା ପ୍ରସାଦ ବାହିନୀପତି,ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ,ଦାଶରଥି ଗମାଙ୍ଗୋ,ସି ଏସ ରାଜନ ଏକ୍କା ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା,ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ସୁଶୀଳା ତିରିଆ,ଅନନ୍ତ ସେଠି,ଅଖିଳ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା,ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଓଡିଶା ସେବାଦଳ ଅଧ୍ୟକ୍ଷ ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଯୁବ କଂଗ୍ରେସ ସଭାପତି ଶ୍ରୁତି ରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା:  ୨୬ ଟି ଜିଲ୍ଲାରେ ଚାଲିବେ ୨୨୫୦ କିଲୋମିଟର

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।

ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଯାତ୍ରା ରାଜ୍ୟର ୨୬ ଟି ଜିଲ୍ଲାର ୨୨୫୦ କି.ମି. ପଦଯାତ୍ରା ଏବଂ ପ୍ରତିଦିନ ୨୦ କି.ମି. ପଦଯାତ୍ରା ହେବ। ଏହି ପଦଯାତ୍ରା ୧୦୦ ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରୀ ୩୦ ତାରିଖରେ ଭୁବନେଶ୍ୱରରେ ସମାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ପଦଯାତ୍ରାର ସୁପରିଚାଳନା ପାଇଁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଏବଂ ପଂଚାୟତ ସଂଯୋଜକ, ବୁଥ ସଂଯୋଜକ, ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନ ମାନଙ୍କର ସଂଯୋଜକ ନିଯୁକ୍ତି ହୋଇଛନ୍ତି। ପଦଯାତ୍ରା ସମୟରେ ପଂଚାୟତ ସ୍ତରରୁ ସାଧାରଣ ଜନତା ଆସି କିପରି ଏହି ଯାତ୍ରାରେ ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି। ପଦଯାତ୍ରା ସମୟରେ ବ୍ୟାପକ ପରିମାଣରେ ପ୍ରଚାରପତ୍ର ଜନସଚେତନା ପାଇଁ ବଂଟନ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପଦଯାତ୍ରା ସମୟରେ ସେ ଅଂଚଳର ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରିବେ।

ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି ବିଭିନ୍ନ ପଦାଧିକାରୀ ମାନଙ୍କର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆରଓ ନିରୋଜ ଡାଙ୍ଗି, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଂଟିଆ, ଶ୍ରୀ ଶରତ ରାଉତ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ।

ସେହିପରି ଶ୍ରୀ ରମେଶ ଜେନା, ଶ୍ରୀ ରାଜନ ଏକା, ଶ୍ରୀ ଭୁଜବଳ ମାଝୀ, ଶ୍ରୀ ସୁରେଶ କୁମାର ମହାପାତ୍ର, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ସୁରେନ୍ଦ୍ର ସିଂ ଭୋଇ, ନବଜ୍ୟୋତି ପଟ୍ଟନାୟକ, ଅଭିଷେକ ମହାନନ୍ଦ, ଉମବଲ୍ଲଭ ରଥ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ରାଉତ, ସୁବ୍ରତ ମହାପାତ୍ର, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୈନନ୍ଦିନ ଖାଦ୍ୟ ଉପରେ ଜିଏଷ୍ଟି ଲଗାଇବା କେନ୍ଦ୍ର ସରକାରଙ୍କ ଗରିବଙ୍କୁ ନାତ-ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚୁଡା,ମୁଢି,ଉଖୁଡା, ଖଈ ଆଦି ଦ୍ରବ୍ୟ ଉପରେ ଜିଏଷ୍ଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିବା ସହ ଏହି ନିଷ୍ପତିର ଦୃଢ଼ ନିନ୍ଦା କରିଛନ୍ତି।ଜିଏଷ୍ଟି କାଉନସିଲ ଏଭଳି ନିଷ୍ପତ୍ତି ନେବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରତିବାଦ ନ କରିବା ଦୁଃଖ ଓ ପରିତାପ ବିଷୟ ବୋଲି ସେ କହିଛନ୍ତି।

ସେ ଉଭୟ ସରକାରଙ୍କୁ ତାଛଲ୍ୟ କହିଛନ୍ତି କି ଯଦି ସରକାରଙ୍କର ରାଜସ୍ୱ ନିଅଣ୍ଟ ହେଉଛି ,ସରକାର ଏତେ ବ୍ୟାକୁଳ ରାଜସ୍ୱ ବଢ଼େଇବା ପାଇଁ ତେବେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତଙ୍କ ଉପରେ ଏବଂ ଦେଉଥିବା ଦାନ ଉପରେ ମଧ୍ୟ ଜିଏଷ୍ଟି ଲଗେଇଦିଅନ୍ତୁ।ଯାହାଦ୍ୱାରା କି ସରକାରଙ୍କ ରାଜସ୍ବରେ ଉର୍ଣ୍ଣତି ଘଟିବ ଏବଂ ସରକାର ଲାଭବାନ ହୋଇପାରିବେ।

ଓଡ଼ିଶାର ଜନସାଧାରଣଙ୍କ ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଭାବେ ମୁଢି,ଚୁଡା,ଉଖୁଡା,ଖଇ ଉପରେ ଜିଏଷ୍ଟି ଲାଗିବାକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ନ କରି ଚୁପ ରହିବା ରାଜ୍ୟ ଜନସାଧାରଣଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଭଲ ପାଇବା ଜଣାପଡୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଆଗରୁ କହି ଆସିଥିବା କଥା ପ୍ରମାଣିତ ହେଉଛି କି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।ରାଜ୍ୟ ରାଜଧାନୀରେ କଳି ଦେଶ ର ରାଜଧାନୀ ଦିଲ୍ଲୀ ରେ କୋଳାକୋଳି।ଉଭୟ ବିଜେଡି ଓ ବିଜେପି ଏକ ବୋଲି ଏକଥା ରାଜ୍ୟ ଜନ ସାଧାରଣ ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ଡ.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ରାମଜୀ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃଗଣ ଭୁବନେଶ୍ୱର ଏଜିଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ସଂଜୟ ମିଶ୍ର, କନକଲତା ମଲ୍ଲିକ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସୁବାଷ ପ୍ରଧାନ, ତାପସ ସେଠୀ, ଜମ୍ବେଶ୍ୱର ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ଦେବେନ୍ଦ୍ର ପ୍ରସାଦ ଦାସ, ସୂର୍ଯ୍ୟକାନ୍ତି ବାଗ, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ, ଉମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ନିରଞ୍ଜନ ପଟ୍ଟନାୟକ କହିଲେ ଏକ ବଡ କଥା

ଭୁବନେଶ୍ବର:  ରାଜ୍ୟରେ କଂଗ୍ରେସ ବାରମ୍ବାର ପରାଜିତ ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବକୁ ନେଇ ପ୍ରଶ୍ନ ଉଠିଛି। ସେ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଚାପା ଗୁଂଜରଣ ସୃଷ୍ଟି ହେଉଛି। ଦଳ ଚଳିତ ପୌର ନିର୍ବାଚନରେ ଭୁବନେଶ୍ବରରୁ ଗୋଟିଏ ବି ଆସନ ନେଇ ପାରିଲା ନାହିଁ, ଯାହାକୁ ନେଇ କଂଗ୍ରେସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ପରିସ୍ଥିତିରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ସଭାପତି ପଦରୁ କେବେଠାରୁ ଇସ୍ତଫା ଦେଇସାରିଛି। ଏହା ଏକ ଦଳୀୟ ବ୍ୟାପାର ହୋଇଥିବାରୁ ତାହା ବାହାରେ ପ୍ରକାଶ କରି ନ ଥିଲି। ହେଲେ ମୋର ଇସ୍ତପା ପତ୍ର ଏଆଇସିସିକୁ ପଠାଇଦେଇଛି। ସେମାନେ ଯାହା ବିଚାର କରିବେ।

ନିରଂଜନ ପୁଣି କହିଛନ୍ତି ଯେ, ମୁଁ ବହୁ ଦିନ ଧରି ସଭାପତି ରହି ଆସିଛି। ଯଦି ଏଆଇସିସି ଚାହିଁବ ତେବେ ଅନ୍ୟ କାହାକୁ ଏହି ଦାୟିତ୍ବ ଦେଇପାରନ୍ତି। କଂଗ୍ରେସରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ସେମାନଙ୍କର ଦଳକୁ ସମ୍ଭାଳି ପାରିବାର କ୍ଷମତା ମଧ୍ୟ ରହିଛି। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି। ମୋତେ ପରିବର୍ତ୍ତନ କଲେ ଏହା କୌଣସି ନୂଆ କଥା ନୁହଁ ବୋଲି ନିରଞ୍ଜନ କହିଛନ୍ତି।

ଏହାକୁ ନେଇ କଣ କହୁଛନ୍ତି ବିଧାୟକ ସୁରେଶ ରାଉତରାୟ

ଅନ୍ୟପକ୍ଷରେ ଏହାକୁ ନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ସଭାପତି ହେବା ପାଇଁ ୧୪ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନଙ୍କ ମଧ୍ୟରେ ବିଧାୟକ ଅଛନ୍ତି, ପୂର୍ବତ୍ତନ ପିସିସି ସଭାପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ହେଲେ ବର୍ତ୍ତମାନ ପରିସ୍ଥିତିରେ ଓଡିଶା କଂଗ୍ରେସକୁ ଆଗକୁ ନେବାକୁ ହେଲେ ଜଣେ ସୁଦୃଢ ନେତାଙ୍କର ଆବଶ୍ୟକତା ରହିଛି। ସେହି ନେତା ଜଣଙ୍କ କଂଗ୍ରେସ ସଂଗଠନରେ ରହିଥିବ ଏବଂ ଦକ୍ଷତା ରହିଥିବ। ସେପରି ଲୋକଙ୍କୁ ସଭାପତି ଦାୟିତ୍ବ ଦେଲେ ଭଲ ହୁଅନ୍ତା।

ସେହିପରି ଓଡିଶା ସଂଗଠନକୁ  ୪ ଭାଗରେ ବିଭକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ଏଆଇସିସି  ୪ ଜଣ କାର୍ଯ୍ୟକାରୀ ସଭାପତି,  ୮ ଜଣ ଉପସଭାପତି ଏବଂ ୨୦ ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ ଦିଅନ୍ତୁ। ସେମାନେ ବ୍ଲକ ୱାରୀ ବୁଲି ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଛି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ୱର: ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି ।

ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି ।

ପ୍ରଥମଥର ପାଇଁ ଭାରତ ବର୍ଷ ଏଭଳି ଏକ ପ୍ରଧାନମନ୍ତ୍ରୀ ପାଇଛି ଯାହାଙ୍କର ପ୍ରତିଦିନର ମୁଖ୍ୟ କାମ ହେଉଛି ମିଛ କହିବା ଏବଂ ମିଛକୁ ସତରେ ପରିଣତ କରିବା ପାଇଁ ଗଣମାଧ୍ୟମକୁ ଅସ୍ତ୍ରରୂପେ ବ୍ୟବହାର କରିବା । ଶ୍ରୀ ପଟ୍ଟନାୟକ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରି କଥା ଉଠାଇଲେ । ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତମାନର ବିଜେଡ଼ି ବିଧାୟକଙ୍କୁ ପଂଚାୟତକୁ ଆସିଥିବା ଅର୍ଥ ବାବଦରେ ପ୍ରଶ୍ନଟିଏ ପଚାରିଥିଲେ । ଏକ ପ୍ରଶ୍ନ ପଚାରିବା କ’ଣ ବଡ଼ ଅପରାଧକି? ଏଥିଯୋଗୁଁ ବିଜେଡ଼ି ବିଧାୟକ ପୂର୍ବତନ ବିଧାୟକଙ୍କୁ ମାରିବା ଓ ତାଙ୍କୁ ଅପମାନିତ କରିବା ଆମ ଗଣତନ୍ତ୍ର ପ୍ରତି ଉପହାସ କି ନାହିଁ?

ସୁବ୍ରତ ବାଗଚି ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ଶ୍ରୀ ପ୍ରଶଂସା କରି କହିଲେ ଯେ ସେମାନେ ତାଙ୍କଦ୍ୱାରା ଅର୍ଜିତ ଅର୍ଥକୁ କିଭଳି ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାପାଇଁ ସେ ଚେଷ୍ଟିତ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଯଦି ଏ ରାଜ୍ୟର ଶାସନ ବ୍ୟବସ୍ଥା ସ୍ୱଚ୍ଛ ତାହାହେଲ ଅଙ୍ଗନୱାଡ଼ି କର୍ମଚାରୀ, କନେଷ୍ଟବଳ, କିରାଣୀ ଓ ଏମାନଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତି ଆସୁଛି କେଉଁଠୁ? ଯଦି ଏମାନଙ୍କ ପାଖରୁ ଏତେ ଟଙ୍କା ବାହାରୁଛି ତାହାହେଲେ ୨୨ ବର୍ଷର ସରକାରଙ୍କର ଏମଏଲଏ, ମନ୍ତ୍ରୀ ଓ ଦଳର ବିଭିନ୍ନ ଛାମୁଆ ତଥା ବଡ଼ ବଡ଼ ବାବୁମାନଙ୍କ ପାଖରେ କେତେ ଶହ କୋଟି ଟଙ୍କା ଅଛି । ଏସବୁର ହିସାବ ନବୀନ ବାବୁ ୨୨ ବର୍ଷଭିତରେ ଥରୁଟିଏ ଦେଲେ ନାହିଁ ।

ପରିବର୍ତନ ଆପେ ଆପେ ଆସେ ନାହିଁ ଜନସାଧାରଣଙ୍କ ଦ୍ୱାରା ପରିବର୍ତନ ହିଁ ଆସେ। ତେଣୁ ଓଡ଼ିଶାର ଚାରି କୋଟି ୫୦ଲକ୍ଷ ଭାଗ୍ୟ ବିଧାତାଙ୍କୁ ମୋର ବିନମ୍ର ନିବେଦନ ଓ ଅନୁରୋଧ ଆପଣ ଏକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ଆସନ୍ତା ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ କରନ୍ତୁ । ଲୋକ ଅନୁଭବ କଲେଣି ପରିବର୍ତନ ଏକାନ୍ତ ଆବଶ୍ୟକ । ଆପଣମାନେ ପରିବର୍ତନର ବାହାକ ହୁଅନ୍ତୁ, ପରିବର୍ତନ ଅପରିହାର୍ଯ୍ୟ ।

ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ ଦୁର୍ନୀତି, ଭ୍ରଷ୍ଟାଚାର, ବାହୁବଳ ଓ ଅର୍ଥବଳ, ହିଂସା ଓ ନିର୍ଯ୍ୟାତନାକୁ ଯଦି ଆମେ ପୃଷ୍ଠପୋଷକତା କରିବୁ ଆମ ଗଣତନ୍ତ୍ର ନିଶ୍ଚୟ ଅଧିକରୁ ଅଧିକ ନିମ୍ନଗାମୀ ହେବ । ରାଜ୍ୟରେ ଓବିସିିସି ମାନଙ୍କୁ ନେଇ ଉଭୟ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କର ହକ୍‌କୁ ରାଜ୍ୟ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦେବାରେ ବିଫଳ ।

କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ୪୪.୭୮ ପ୍ରତିଶତ ଓବିସି ବର୍ଗରୁ ପ୍ରାର୍ଥୀ ଦେଇଛି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ରାଜନୀତି କରିବା ଉଚିତ ବୋଲି ଉପଦେଶ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ କଲା କଂଗ୍ରେସ, ଯୋଗଦେଲେ ଚେଲା କୁମାର

ଭୁବନେଶ୍ୱର: ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ୱାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି। ଏହାକୁ ସମର୍ଥନ କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ କଂଗ୍ରେସ ନେତୃବୃନ୍ଦ ଉକ୍ତ ଧାରଣାରେ ସାମିଲ ହୋଇଥିଲେ।

ଧାରଣାରେ ଯୋଗଦେଇ ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ ଗରିବ ଶ୍ରେଣୀୟ ଲୋକଙ୍କୁ କଂଗ୍ରେସ ଦଳ ସଦାସର୍ବଦା ସୁରକ୍ଷା ଦେଇ ଆସୁଛି। ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଠୁ ଆରମ୍ଭ କରି ରାଜୀବ ଗାନ୍ଧୀ, ଶ୍ ସିଂ ଙ୍କ ପର୍ଯ୍ୟନ୍ତ ଭୂମିହୀନଙ୍କୁ ଗୃହ ନିର୍ମାଣ ପାଇଁ ମାଗଣାରେ ଜମି ଏବଂ ପରବର୍ତି ସମୟରେ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ଯୋଜନା କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଯୋଜନା ଗୁଡ଼ିକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ନାମ ପରିବର୍ତ୍ତନ କରି ନିଜସ୍ୱ ଯୋଜନା ହିସାବରେ ଲୋକଙ୍କ ଆଖିରେ ଧୂଳି ଦେଇଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୂପ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବିରୋଧି ସରକାର। ଦରଦାମ ଠାରୁ ଆରମ୍ଭ କରି ସ୍ଥାୟୀତ୍ୱ ପର୍ଯ୍ୟନ୍ତ ସବୁଥିରେ ବିଫଳ। କଂଗ୍ରେସ କାଲି ମଧ୍ୟ ଗରିବ, ଦଳିତ ଓ ଅସହାୟଙ୍କ ସହ ଥିଲା ଆଗକୁ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରଭାବିତଙ୍କ ସାଙ୍ଗରେ ଠିଆ ହେବ। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଉପସଭାପତି ଶିବାନନ୍ଦ ରାୟ ବସ୍ତିବାସିନ୍ଦାଙ୍କୁ ଆସ୍ୱସନା ଦେଇ କହିଥିଲେ ପୋଲିସ, ପ୍ରଶାସନ କିମ୍ବା ସରକାର ବେଆଇନ ଭାବେ ବସ୍ତି ଉଚ୍ଛେଦ କରିପାରିବେ ନାହିଁ। ଯଦି ସେପରି କିଛି ପରିସ୍ଥିତି ଉପୁଜେ ତେବେ କଂଗ୍ରେସ ଦଳ ଆଗରେ ଠିଆହେବ।

ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ ପରିଶେଷରେ କହିଥିଲେ ଯଦି ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନମିଳେ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଓହ୍ଲାଇବ। ଏହି ଧାରଣା ସଭାକୁ ବସ୍ତି ସଭାପତି ପୁଷ୍କର ସୁବୁଦ୍ଧି ପରିଚାଳନା କରିଥିଲେ।

ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ସେକ ତାକୱିମ, ଆଶିଷ ମଲ୍ଲିକ, ବ୍ଲକ ସଭାପତି ସେକ ଆପତାବ ଅଲ୍ଲି, ଅଶୋକ ଦାସ, ଶ୍ରୀଧର ବଳିଆର ସିଂ, ପ୍ରଦୀପ ମହାପାତ୍ର, ଦୀପକ ମହାପାତ୍ର, ଇନ୍ଦ୍ରଜିତ ରାଉତ, ଗୋବିନ୍ଦ ସାହୁ, କୁସୁମ ପ୍ରଧାନ, ରୀନା ସାହୁ, ରବିନ୍ଦ୍ର ନାୟକ, ବିଚିତ୍ର ପାତ୍ର, ବିକ୍ରମ ସୁନ୍ଦରରାୟ, ନିଆଜୁଲ ଇସ୍‌ଲାମ, ଦେବାଶିଷ ଦାସ, ଶିବନ ମୁସରଫ, ସାଗର ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର : କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ର ଦକ୍ଷିଣବଡ଼ ପଞ୍ଚାୟତର ବିଶିଷ୍ଟ ବିଜେପି ନେତା ଶ୍ରୀ ସନ୍ତୋଷ କୁମାର ସାହୁ ଓ ବୁୟାଁ ବନାପୁର ପଞ୍ଚାୟତର ନିରୋଜ ଦ୍ୱିବେଦୀ ବିଜେପି ଦଳ ଛାଡ଼ି ସେମାନଙ୍କର ସମର୍ଥକମାନଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ଶ୍ରୀ ସାହୁ ଓ ଶ୍ରୀ ଦ୍ୱିବେଦୀ ପିସିିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଯୋଗଦାନ ଭଣ୍ଡାରୀପୋଖରୀରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ଡ. ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର ଆମ୍ବେଦକରଙ୍କର ଶ୍ରାଦ୍ଧଦିବସ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ଏଜି ଛକ ଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ ପିସିସି କାର୍ଯ୍ୟାଳୟ ଠାରେ ନେତୃବୃନ୍ଦ ଆମ୍ବେଦଙ୍କର ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ପଦ୍ମାକର ଗୁରୁ, ବିସ୍ମୟ ମହାପାତ୍ର, ହଳଧର ସେଠୀ, ଜ୍ୟୋତିଷ ସାହୁ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ସଂକୁନା କହଁର, ଅଜୟ ସାହୁ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଜିଲ୍ଲା ସଭାନେତ୍ରୀଙ୍କ ନାମ ଘୋଷଣା, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ୱର: ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ନେତା ଡି. ସୌଜା ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଏବଂ ୩୩ ସାଂଗଠନିକ ଜିଲ୍ଲା ସଭାନେତ୍ରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଏହି କମିଟିରେ ୭୦ ଜଣ ମହିଳା ବିଭିନ୍ନ ପଦଦପବୀରେ ସ୍ଥାନ ପାଇଥିବା ବେଳେ ୨୨ ଜଣଙ୍କୁ କାର୍ଯ୍ୟକାରୀଣି ସଭ୍ୟ ଭାବେ ଏବଂ ୧୫ ଜଣଙ୍କ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ରଖିଛନ୍ତି । ଶ୍ରୀମତୀ ନିର୍ମଳା ମଲ୍ଲିକ କୋଷାଧ୍ୟକ୍ଷ ଭାବେ ରହିଥିବା ବେଳେ ମୋତି କୈବର୍ତ, ଆଇସା ବାନୁ, କୁସୁମ ପ୍ରଧାନ, ସ୍ଵରୂପା ତ୍ରିପାଠୀ, କନକଲତା ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ଚାରୁଲତା ସାହୁ, ନିରୁପମା ଦାସ, ସବିତା ଧିର, ରୁପାଦିପ୍ତ ମହାପାତ୍ର ପ୍ରମୁଖ ୧୦ ଜଣଙ୍କୁ ଉପସଭାପତି ଭାବେ ନିଆଯାଇଛି ।

ସେହିପରି ଶ୍ରୀୟା ସମ୍ବେଦନା, ସବିତା ଆପଟ, ରୀନା ସ୍ଵାଇଁ, ଏମ୍ ଏ ପରବିନ୍, ମୁନି ଥାପା, ସରୋଜିନୀ ବାଙ୍କ୍ରା, ବୈତାଳୀ ପଟ୍ଟନାୟକ, ବିଶ୍ଵକଲ୍ୟାଣୀ କର, ଅନ୍ନପୂର୍ଣ୍ଣା ସାହୁ, ଏଲ୍‌ ମାଣିକ ପ୍ରଭା ଓ ଦୀପ୍ତିରାଣୀ ପ୍ରଧାନ ପ୍ରମୁଖ ୧୧ ଜଣଙ୍କୁ ସାଧାରଣ ସଂପାଦିକା ଭାବେ ଦାୟୀତ୍ବ ଦିଆଯାଇଥିବା ବେଳେ ସୁନନ୍ଦା ସାହୁ, ବୈଶାଳୀ ବେହେରା, କିରଣବାଳା ମହାନ୍ତି, ହେଲେନା ବାଘେ, ସୁଜ୍ଞାନୀ ପଟ୍ଟନାୟକ, କଲ୍ୟାଣୀ ପୃଷ୍ଟି, କୁନି ହରିଚନ୍ଦନ, ମାଣିକ ସୁନା, ସାଇବାଣି କହଁର, ସ୍ଵର୍ଷଲତା ବାନାରା, ଶ୍ରୀୟାସ୍ମିତା ପଣ୍ଡା, ଅନିତା ମଲ୍ଲିକ, ମୋନାଲିସା ଦାସ, ଆସା ମିଞ୍ଜ୍, ଫିଲିସିଟା ଚେରୁଆ, ରାଧା ବରୁଆ, ଅନ୍ନପୂର୍ଣ୍ଣା ଦାସ, ମମତା ନାୟକ, ଗାୟତ୍ରୀ ଶର୍ମା, ରୂପାଲି ଭୋଇ, ଶ୍ରଦ୍ଧାଞ୍ଜଳି ଚୈତନ୍ୟ, ଦେବେ ମାଢ଼ୀ, ଗୀତାରାଣୀ ସାମନ୍ତ, ମମତା ମହାପାତ୍ର, ସଂଯୁକ୍ତା ମହାପାତ୍ର, ରେଣୁବାଳା ରାଉତ, ସରିତା ରଥ, ବିନ୍ଧାବିନୀ ସାହୁ, ରଞ୍ଜିତା ହେମ୍ବ୍ରମ, ଅନିତା ନାୟକ, ଇସ୍ରତ ଜବାର, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ସିଲି ସେଠୀ, ଉର୍ବଶୀ ମିଶ୍ର, ବିଷ୍ଣୁପ୍ରିୟା ଚାନ୍ଦ, ଶୁଭଦ୍ରା ମିଶ୍ର, ଲତା ନାୟକ, ଅଙ୍ଗରି ବେଗମ୍, ସରସ୍ଵତୀ ପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ମଂଜୁଲତା ବାରିକ, ବନ୍ଦିତା ପଟ୍ଟନାୟକ, କାଜଲ ସାହୁ, ସ୍ନେହଲତା ନାଗ, ସୁପ୍ରଭା ଦାସ, ପ୍ରିୟମ୍ବଦା ସ୍ବାଇଁ, ଲିଜାରାଣୀ ରାଉତ ପ୍ରମୁଖ ୪୮ ଜଣଙ୍କୁ ସଂପାଦିକା ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି ।

ଏହି କମିଟିରେ କାର୍ଯ୍ୟକାରିଣୀ ସଭ୍ୟl ଭାବେ ପ୍ରତିମା କର, ନଳିନୀପ୍ରଭା ଉଦ୍‌ଗାତା, ସ୍ବାତୀ ଦାସ, ଶତାବ୍ଦୀ ସୂର୍ଯ୍ୟକାନ୍ତି, ଶୋଭାରାଣୀ ଦାସ, ଦେବୀଦାସୀ ମହାତି, ମଧୁସ୍ମିତା ସେଠୀ, ଆରତୀ ସ୍ବାଇଁ, ଶୁଭଶ୍ରୀ ପଣ୍ଡା, ପ୍ରଭାବତି ପଟ୍ଟନାୟକ, ରଞ୍ଜିତା ରାଉତ, ରଶ୍ମି ମହାପାତ୍ର, ବିଣାପାଣି ସାମଲ, ସଂଗିତା ସିଂ, ଶୁଭାସୀନ ମହାକୁଡ଼, ପ୍ରଭାତି ମିଶ୍ର, ମମତା ମଞ୍ଜରି ଦେବୀ, ପ୍ରତିମା ମଲ୍ଲିକ, ଅର୍ଚ୍ଚନା ନନ୍ଦୀ, ଲଳିତା ସାହୁ, ସୁଲୋଚନା ନାୟକ, ମମତା କୁଣ୍ଡୁ ପ୍ରମୁଖ ୨୨ ଜଣଙ୍କୁ ନିଆଯାଇଥିବା ବେଳେ ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟା ଭାବେ ଯେଉଁ ୧୫ ଜଣଙ୍କୁ ନିଆଯାଇଛି ସେମାନେ ହେଲେ ଜୟନ୍ତୀ ପଟ୍ଟନାୟକ, ସୁଶିଳା ତିରିଆ, ଉମାରାଣି ପାତ୍ର, ସରସ୍ଵତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ପରମା ପୂଜାରୀ, ସସ୍ମିତା ବେହେରା, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା, ଅଜୟନ୍ତୀ ପ୍ରଧାନ, ରତ୍ନମଣୀ ଉଲ୍ଲାକା,ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଣତୀ ମିଶ୍ର ଓ ସ୍ଵାଧୀନବାଳା ଦାସ।

ଅନୁରୂପ ଭାବେ ନିତା ଡି. ସୌଜା ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ସେମାନଙ୍କ ନାମ ନିମ୍ନରେ ପ୍ରଦତ କରାଗଲା । ଅନୁଗୁଳ – ତପସ୍ବିନୀ ବିଶ୍ବାଳ, ଅନୁଗୁଳ ସହର- କଶିଦ ବିବି, ବାଲେଶ୍ବର- ପ୍ରଜ୍ଞା ପରମିତା ମହାନ୍ତି, ବଲାଙ୍ଗୀର – ମିଲନି ସାହୁ, ବରଗଡ଼ – ପିକେଶ୍ଵର ଛତର, ଭଦ୍ରକ – ସବିତା ଚାନ୍ଦ, ଭୁବନେଶ୍ବର- ଗୀତାଞ୍ଜଳି ମହାନ୍ତି, ବୌଦ୍ଧ-କବିତା ମହାକୁଡ଼, କଟକ ସହର- ଶୈଳବାଳା ଜେନା, କଟକ- ଶୋଭାମୟୀ ସିଂ, ଢେଙ୍କାନାଳ- ମମତାଞ୍ଜଳି ବେହେରା, ଦେଓଗଡ଼ ମଞ୍ଜୁଲତା ନାୟକ, ଗଜପତି – ସସ୍ମିତା ରାଇକା, ଗଞ୍ଜାମ- ବନଜା ପଣ୍ଡା, ଯାଜପୁର- ରିତାଶ୍ରୀ ମହାନ୍ତି, ଜଗତସିଂହପୁର- ସୁଚିତ୍ରା ବେଉରା, ଝାରସୁଗୁଡ଼ା- ପ୍ରଦୀପ୍ତl ପାତ୍ର, କନ୍ଧମାଳ-ରୁଦା ମଲ୍ଲିକ, କୋରାପୁଟ- ନଳିନୀ ରଥ, କଳାହାଣ୍ଡି-ମାହେନନ୍ଦ୍ରୀ ସାହୁ, କେନ୍ଦ୍ରାପଡ଼ା- ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା- ଜ୍ୟୋର୍ତିମୟୀ ଛୋଟରାୟ, ମୟୁରଭଞ୍ଜ- ସୁସ୍ମିତା ଘୋଷାଲ, ନୟାଗଡ଼– ପ୍ରତିମା ଜେନା, ନୂଆପଡ଼ା- ଉଷା ଚନ୍ଦ୍ରକାର, ପୁରୀ- ନିରୁପମା ପାତ୍ର, ରାଉରକେଲା- ନିରୁପମା ବଳିଆର ସିଂ, ରାୟଗଡ଼ା- ଇପିଲି ନାଗଲକ୍ଷ୍ମୀ, ନବରଙ୍ଗପୁର- ପି ନାଗରତ୍ନମ, ସୁନ୍ଦରଗଡ଼-ସବିତା ଟପୋ, ସମ୍ବଲପୁର- ସୁତପା ମିତ୍ର, ସୋନପୁର- ସୂର୍ଯ୍ୟକାନ୍ତ ବାଗ ଏବଂ ମାଲାକାନାଗିରି- କମଳା ବରାଳଙ୍କୁ ନିଯୁକ୍ତି କରାଯାଇଛି ।

ରାଜ୍ୟ ମହିଳା କଂଗ୍ରେସ କମିଟି ଅନୁମୋଦନ ପାଇଥିବାରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କଂଗ୍ରେସ ସଭାନେତ୍ରୀ ଶ୍ରୀମତା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ଅଞ୍ଚଳ ଭାରତ ମିହଳା କଂଗ୍ରେସ କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ଡି ମୌକା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ । ଉକ୍ତ ଘଟଣାରେ ସ୍କୁଲର ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଫେରାର ହେବା ଓ ପୁଣି ଗିରଫ ହେବା, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତି ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଇଛି ।

ଏ ସଂପର୍କରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶରେ ପିସିସି ପକ୍ଷରୁ ପିସିସି ଉପସଭାପତି ତଥା କଂଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଠାରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏବଂ ପ୍ରଶାସନର ଚାପ ଏଡାଇବା ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ କରାଯିବାକୁ କଂଗ୍ରେସ ଦଳ ଦାବି କରିଛି ।

ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲେ ପୀଡ଼ିତା ପରିବାର ନ୍ୟାୟ ପାଇପାରିବେ ବୋଲି ମାନ୍ୟବ ର ରାଜ୍ୟପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପ୍ରତିନିଧି ଦଳ ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ଏହି କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପଂଚାନନ କାନୁନଗୋ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ସତ୍ୟ ପ୍ରକାଶ ନାୟକ, ୟାସିର ନୱାଜ, ଦୀପକ କୁମାର ମହାପାତ୍ର ଓ ପ୍ରତିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ହତ୍ୟା ପ୍ରତିବାଦରେ ପିସିସି ପକ୍ଷରୁ ମୌନବ୍ରତ କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ତିନିଗୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ବିକ୍ଷୋଭ କରୁଥିବା ଚାଷୀମାନଙ୍କୁ ଗାଡ଼ି ଚପାଇ ବର୍ବରୋଚିତ ଭାବେ ହତ୍ୟା କରିବା ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୌନବ୍ରତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ରାଜଭବନ ଛକ ଠାରେ ଏହି ମୌନବ୍ରତ ପ୍ରତିବାଦ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଂଟା ଠାରୁ ୧ ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ମୌନ ରହି ଘଟଣାର ପ୍ରତିବାଦ କରିଥିଲେ।

କାର୍ଯ୍ୟକ୍ରମ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। ଏହି ଅନ୍ନଦାତାମାନଙ୍କୁ ଯେଭଳି ନିଷ୍ଠୁର ଭାବରେ ହତ୍ୟା କରାଗଲା ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ। ଏହି ଘଟଣାରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। କଂଗ୍ରେସ ଦଳ ସର୍ବଦା ଅନ୍ନଦାତା ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଓ ଆଜି ମଧ୍ୟ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହୋଇଛି। ଯେପର୍ଯ୍ୟନ୍ତ ଏହି ଆଇନ ସରକାର ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ତାର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ନକୁଳ ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କିଶୋର ଜେନା, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅନୁଲେଖା ବୋଷା, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଅମିୟ କୁମାର ପଟ୍ଟନାୟକ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ନାରାୟଣ ଜେନା, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ୟାସିର ନୱାଜ, ଲିଙ୍ଗରାଜ ସାହୁ, ସୁରେନ୍ଦ୍ର ନାଥ କର, ବିସ୍ମୟ ମହାପାତ୍ର, ପ୍ରଶାନ୍ତ ଶତପଥି, ଅମିୟ ପାଣ୍ଡବ, ନାସିର ଅହମ୍ମଦ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ପ୍ରଣତୀ ମିଶ୍ର, ଶ୍ରୀୟାସ୍ମତା ପଣ୍ଡା, ସଂକୁନା କହଁର, କୁସୁମ ପ୍ରଧାନ, ମୋହନ ଜେନା, ସମ୍ଭୁ ପାଣିଗ୍ରାହୀ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ଦେବୀପ୍ରସାଦ ବାହାଲିଆ, ରାଜୀବ ମହାପାତ୍ର, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ଆଲୋକ ଲେଙ୍କା, ବଟକୃଷ୍ଣ ରାଉତରାୟ, ଶୈଳେନ୍ଦୁ ମଜୁମଦାର, ବ୍ରହ୍ମାନନ୍ଦ ସାହୁ, ଗିତାଞ୍ଜଳି ମହାନ୍ତି, ଅଭିଶେକ ରାଉତ, ଇନ୍ଦ୍ରଜିତ ପରିଡ଼ା, ସନ୍ତୋଷ ନନ୍ଦ, ମନୋଜ ସାହୁ, ସୁନାକର ମହାରଣା, ନିମାଇ ରାଉତରାୟ, ସଂଜୀବ ମହାନ୍ତି, ସାଗର ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ମହମ୍ମଦ ସାହାଦୁଲ୍ଲା, ତାପସ ସେଠୀ, ବାବୁ ଜେନା, ବିଶ୍ୱଭୂଷଣ ମହାପାତ୍ର, ବୁନା ମହାନ୍ତି, ମଂଟୁ ମଲ୍ଲିକ, ଦେବରାଜ ମିଶ୍ର, ସୁବ୍ରତ ସେନାପତି, ଆଶିଷ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସକାଳେ ଭୁବେନଶ୍ୱର ଗୋପବନ୍ଧୁ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ବାର୍ତାରେ କହିଥିଲେ ଯେ ଗୋପବନ୍ଧୁ ତ୍ୟାଗ, ଜନସେବା ଓ ଆଦର୍ଶର ମୂର୍ତିମନ୍ତ ପ୍ରତୀକଥିଲେ । ଆଜିର ଏହି ପବିତ୍ର ଦିବସରେ ଆମ୍ଭେମାନେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାହାହିଁ ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାଶ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ମନୋରଞ୍ଜନ ରାଉତରାୟ, ସଂକୁନା କହଁର, ଭାସ୍କର ସେଠୀ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସାଗର ପରିଡ଼ା, ଖଗେଶ୍ୱର ମଲ୍ଲିକ, ରଞ୍ଜିତ ପାତ୍ର, ମନୋଜ ସାହୁ, ଦେବରାଜ ମିଶ୍ର, ଶ୍ରୀଧର ବଳିଆର ସିଂ, ଶୁଭ୍ରଜ୍ୟୋତି ଲେଙ୍କା, ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ୭ଟି ଦଳର ରାଜ୍ୟସ୍ତରୀୟ ମିଳିତ ଗଣଧାରଣା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ୧୭ଦଫା ଦାବିରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ୭ଟି ଦଳର ରାଜ୍ୟସ୍ତରୀ ମିଳିତ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ଏଠାରେ ଆୟୋଜିତ ପ୍ରତିବାଦ ସଭାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସିପିଆଇଏମର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସମାଜବାଦୀପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ସିପିଆଇ ଏମଏଲ (ରେଡଫ୍ଲାଗ)ର ନେତ୍ରୀ ପ୍ରମିଳା ବେହେରା ଏବଂ ଏନ୍‌ସିପି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ସ୍ୱାଇଁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳି ପରିଚାଳନା କରିଥିଲେ ।

କଂଗ୍ରେସ ନେତା ଯଜ୍ଞେଶ୍ୱର ପ୍ରତିବାଦ ଧାରଣା ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରର ବିନାଶକାରୀ ନୀତିର କଠୋର ସମାଲୋଚନା କରି ଗତ ୭୦ ବର୍ଷରେ ଏ ଦେଶରେ ନିର୍ମିତ ହୋଇଥିବା ସରକାରୀ ସଂପତି ଓ ସଂସ୍ଥାନ ଗୁଡିକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଶାଗମାଛ ମୂଲ୍ୟରେ ବିକିଦେବା ବିରୋଧରେ ସମସ୍ତ ଗଣତନ୍ତ୍ର ଓ ଦେଶପ୍ରେମୀ ରାଜନୈତିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସରକାର ମଧ୍ୟ ମୋଦି ସରକାରର ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧି ନୀତିଗୁଡ଼ିକୁ ନିସର୍ତ ସମର୍ଥନ ଜ୍ଞାପନ କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ଜନସ୍ୱାର୍ଥ ନୀତି ପ୍ରଚଳନ କରୁଥିବାର ଏହା ବିରୋଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ଜରୁରୀ ବୋଲି କହିଥିଲେ । କଳାକୃଷି ଆଇନ ବିରୋଧରେ ଦେଶତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ନିବେଦନ କରିଥିଲେ ।

ଏଆଇସିସି ସଂପାଦକ ରୁଦ୍ର ରାଜୁ ମଧ୍ୟ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟୀକ ଦଳଗୁଡ଼ିକର ଗୁପ୍ତ ଏଜେଣ୍ଡା ପ୍ରତି ସର୍ତକ କରିବା ସହ ମିଳିତ ଏବଂ ଐକ୍ୟବଦ୍ଧ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇ ଏମଏଲ (ରେର୍ଡଷ୍ଟାର) ନେତ୍ରୀ ହେନା ବାରିକ ଏବଂ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ସମାଲୋଚନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାର ପେଗାସସ୍ ଧ୍ୟାନ ଏଡ଼ାଇବାକୁ ଧ୍ୟନଚାନ୍ଦ କାର୍ଡ ଖେଳିବା ଦୁର୍ଭାଗ୍ୟଜନ : ନିରଞ୍ଜନ

ଭୁବନେଶ୍ୱର, କେନ୍ଦ୍ର ସରକାର ପେଗାସସ୍ କେଳେଙ୍କାରୀରୁ ଦୃଷ୍ଟି ଏଡ଼ାଇବା ଲକ୍ଷ୍ୟରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ପୁନଃନାମକରଣ ନିଷ୍ପତି ନେଇଛନ୍ତି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାରୁ ନୁହେଁ ରାଜୀବ ଗାନ୍ଧୀଙ୍କ ପ୍ରତି ଅଶ୍ରଦ୍ଧାରୁ ଏହି ନିଷ୍ପତି ।

ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ହକି ରତ୍ନଙ୍କ ନାମରେ ଆଉ ଏକ ପୁରସ୍କାର ଘୋଷଣା କରିବାରେ ଅସୁବିଧା ନଥିଲା । ରୁଗ୍‌ଣ ମାନସିକତା ଓ ଅସହିଷ୍ଣୁତାର ଉର୍ଦ୍ଧକୁ ଉଠିବା ଦରକାର । ଧ୍ୟାନଚାନ୍ଦ କେବଳ ହକି ପ୍ରେମୀ ନୁହନ୍ତି ସମସ୍ତ ଭାରତବାସୀଙ୍କ ପାଇଁ ଗର୍ବ ତାଙ୍କ ପାଇଁ ବିଶ୍ୱ ଅଲମ୍ପିକ୍‌ରେ ଭାରତ ୧୯୩୨ ଓ ୧୯୩୬ ରେ ଇତିହାସ ରଚିଥିଲା । ତାଙ୍କୁ ମରୋଣତର ଭାରତରତ୍ନ ଦେବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ ଆନ୍ଦୋଳନ ବ୍ୟାପକ ହେଲେ ସମାଜରୁ କୁସଂସ୍କାର ହଟିବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ରୋଟାରିଆନ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସମାଜସେବା କ୍ଷେତ୍ରରେ ସାରା ବିଶ୍ୱରେ ରୋଟାରୀ ଅନୁଷ୍ଠାନ ଯଥେଷ୍ଟ ସୁନାମ ଅର୍ଜନ କରିଛି। ପୋଲିଓ ଭଳି ଏକ ରୋଗ ବିରୁଦ୍ଧରେ ରୋଟାରୀ ଯେଉଁ ସଂକଳ୍ପ ନେଇ କାର୍ଯ୍ୟ କଲା ତାହା ସାରା ବିଶ୍ୱ ଜାଣିଛି । ବର୍ତ୍ତମାନ ସମୟ ଆସିଛି, କୁସଂସ୍କାର ବିରୁଦ୍ଧରେ ରୋଟାରିଆନମାନେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା, ଭାରତବର୍ଷର ଅନନ୍ୟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ସେବା ଏକ ଅନ୍ତର୍ନହିତ ଇଚ୍ଛାଶକ୍ତିର ପରିପ୍ରକାଶ। ରୋଟାରୀରେ କାର୍ଯ୍ୟ କରୁଥିବା ସଦସ୍ୟ ସଦସ୍ୟା ମାନଙ୍କର ନିସ୍ୱାର୍ଥପର ସେବାର ସେ ବହୁ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଦିବ୍ୟଜୀବନ ସଂଘର ସନ୍ଥ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପୂର୍ବ ପ୍ରଶାସକ ତଥା ପୂର୍ବ ଜିଲ୍ଲା ଗଭର୍ଣ୍ଣର ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଯେ, ସେବାର, କିଛି ପ୍ରକାର ଭେଦ ନାହିଁ । ମନୋବୃତ୍ତି ଉପରେ ନିର୍ଭର କରେ। ତୁଷାର୍ତ୍ତକୁ ଜଳ ଦେବା ଯେପରି ସେବା, ରୋଗୀର ସୁସ୍ଥ କଥା ବୁଝିବା ମଧ୍ୟ ସେବା।

ଆଜିର ଅଧିଷ୍ଠାନ ଉତ୍ସବରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସଭାପତି ଦାୟିତ୍ୱ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ୨୦୨୧-୨୨ ବର୍ଷ ପାଇଁ ଅର୍ପଣ କରିଥିଲେ। ରୋଟାରୀ ଏଡିଜି ସୁବ୍ରତ କୁମାର ମିଶ୍ର, ନୂତନ ସଦସ୍ୟା ଭାବେ, ଚଳଚ୍ଚିତ୍ର ତଥା ନାଟ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀଙ୍କୁ ଗ୍ରହଣ କରାଗଲା ବୋଲି ଘୋଷଣା କରିବା ପରେ ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ତ୍ରିପାଠୀଙ୍କୁ ରୋଟାରୀ ପଦକ ପ୍ରଦାନ କରିଥିଲେ। ନିର୍ବାଚିତ ସଭାପତି ଡଃ ସøରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ, ପୂର୍ବତନ ସମ୍ପାଦକ ଶେଖର ସାମନ୍ତରାୟ ବିବରଣୀ ପାଠ ଓ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ନମିତା ମହାପାତ୍ର, ମିତ୍ରା ରାୟ, ସ୍ୱାଗତ ରାଉତରାୟ, ପୂର୍ବତନ ଆଇ.ଜି. ଅରୁଣ କୁମାର ଉପାଧ୍ୟାୟ, ପଣ୍ଡିତ ବିନୋଦ ବିହାରୀ ଦାସ, ମନୋଜ ରଥ ଓ ଡଃ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତୈଳଦର ବୃଦ୍ଧି ପ୍ରତିବାଦରେ ଥାଳି ଖଞ୍ଜଣି ବଜାଇ ପ୍ରତିବାଦ କରିବ ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉ ନାହିଁ। ଏପରି ସମୟରେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିଛନ୍ତି। ଫଳରେ ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ଏହାର ପ୍ରତିବାଦରେ କଂଗ୍ରେସ ଆସନ୍ତା  ଜୁଲାଇ ୭ ତାରିଖ ବୁଧବାର ୧୦ଟାରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି,ଖଞ୍ଜଣି ବଜେଇ, ପ୍ଲାକାର୍ଡ଼, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ ବିକ୍ଷୋଭ କରିବ।

ଏଆଇସିସି ନିର୍ଦେଶ ମୁତାବକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ମାସ ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର‌୍ୟ୍ୟନ୍ତ ରାଜ୍ୟ ବ୍ୟାପି ବିଭିନ୍ନ କାର‌୍ୟ୍ୟକ୍ରମ ଜରିଆରେ ଆନ୍ଦୋଳନ କରିବାପାଇଁ ନିଷ୍ପତି କରାଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

୯ ତାରିଖ ଶୁକ୍ରବାର ଦିନ ୧୦ଟାରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲା ଅନ୍ତର୍ଗତ ପୌରପରିଷଦ, ଏନ୍‌.ଏ.ସିରେ ସମସ୍ତ ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ, ବିଧାୟକ, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଦୁରଦର୍ଶୀ ନିଷ୍ପତିକୁ କଡ଼ା ବିରୋଧ କରି ସରକାରଙ୍କ ଜନମାରଣ ନୀତିକୁ ଜନସାଧାରଣଙ୍କୁ ଅବଗତ କରାଇବା ନିମେନ୍ତ ସାଇକେଲରେ ପ୍ଲାକାର୍ଡ଼ ଓ ପତକା ଲଗାଇ ଅନ୍ୟୁନ ୫ କିଲୋମିଟର ସମୁହ ଯାତ୍ରା କରିବାକୁ ପଟ୍ଟନାୟକ ନିବେଦନ କରିଛନ୍ତି ।

ସେହିପରି ପିସିସି ପକ୍ଷରୁ ଜୁଲାଇ ୧୪ ତାରିଖ ବୁଧବାର ଦିବା ୧୦ ଘଟିକାରୁ ଏକ ସାଇକେଲ ଯାତ୍ରା ଭୁବନେଶ୍ୱରସ୍ଥ କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥ ନିବାସ, କଳ୍ପନା ଛକ, ରାଜମହଲ, ବିମାନ ବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସପିଟାଲ ପର‌୍ୟ୍ୟନ୍ତ ଯିବ । ଏହି ଅବସରରେ ଦଳର କାର‌୍ୟ୍ୟକାରୀ ସଭାପତିଗଣ, ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତୃମଣ୍ଡଳୀ, ପିସିସି ଓ ଏଆଇସିସି ସଭ୍ୟଗଣ, ପିସିସିର ପ୍ରାକ୍ତନ ପଦାଧିକାରୀଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକେଷ୍ଠାର ମୁଖ୍ୟ ଓ କର୍ମକର୍ତାମାନଙ୍କୁ ସାଇକେଲ ଯାତ୍ରାରେ ନିଜକୁ ସାମିଲ ହୋଇ ଉଭୟ ସରକାରଙ୍କର ଜନମାରଣ ନୀତିକୁ ପର୍ଦ୍ଦାଫାଶ କରିବାକୁ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କ ତୈଳ ଦରର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆସନ୍ତା ଜୁଲାଇ ୧୭ ତାରିଖ ଶନିବାର ତୃଣମୂଳ ସ୍ତରର କାର‌୍ୟ୍ୟକର୍ତାଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀଙ୍କ ପର‌୍ୟ୍ୟନ୍ତ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠର ନେତା ଓ କର୍ମୀମାନେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ପ୍ରାତଃ ୯ ଘଟିକାରୁ ଦିବା ୧୧ଟା ୩୦ ମି. ପର‌୍ୟ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିବାକୁ ସଭାପତି ଅନୁରୋଧ କରିଛନ୍ତି । ଉପରୋକ୍ତ ସମସ୍ତ କାର‌୍ୟ୍ୟକ୍ରମକୁ କୋଭିଡ-୧୯ର ନୀତିନିୟମକୁ ପାଳନ କରି ସମସ୍ତ କାର‌୍ୟ୍ୟକ୍ରମକୁ ସଫଳ କରିବାକୁ ସଭାପତି ବିଶେଷ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତୈଳଦର ଏବଂ ଗ୍ୟାସ ଦର ବୃଦ୍ଧିର କାରଣ କଣ ଶୀତ ଦିନ?: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ। ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ ତଥା ଗ୍ୟାସର ଚାହିଦା ବୃଦ୍ଧିଯୋଗୁଁ ଏବଂ ଅର୍ନ୍ତଦେଶୀୟ ବଜାରରେ କଂଚା ତୈଳ ବା ଗ୍ୟାସଲୋନିର ଦର ବୃଦ୍ଧି ଯୋଗୁଁ ଏ ବୃଦ୍ଧି ଘଟୁଛି।

କିନ୍ତୁ ଏହି ତିନୋଟି ଯାକ କାରଣ ସଂପୂଣ୍ଣରୂପେ ଅସତ୍ୟ ଉପରେ ପର୍ଯ୍ୟବେସିତ ଏବଂ ଏହା ଏକ ମନଗଢ଼ା କାହାଣୀ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି। ୨୦୧୭ ମସିହା ଠାରୁ କ୍ରମାଗତ ଭାବରେ ଅର୍ନ୍ତଦେଶୀୟ ବଜାରରେ ଗ୍ୟାସୋଲେିନ ବା କଂଚା ତୈଳର ଦାମ ବହୁ ମାତ୍ରାରେ କମିଯାଇଛି। ଯଦି ଶୀତଦିନ ଯୋଗୁଁ ତୈଳ ଏବଂ ଜାଳେଣିଗ୍ୟାସର ଦର ବହୁମାତ୍ରାରେ ବୃଦ୍ଧି ଘଟିଛି ତାହେଲେ ୨୦୧୭, ୧୮ ଏବଂ ୧୯ ମସିହାର ଶୀତଦିନରେ ଯେତେବେଳେ ଅର୍ନ୍ତଦେଶୀୟ ବଜାର ଆଜିର ଦର ଠାରୁ କଂଚା ତୈଳ ବ୍ୟାରେଲ ବହୁ ଅଧିକ ଥିଲା, ସେତେବେଳେ କାହିଁକି ଓ କିପରି ପେଟ୍ରୋଲ, ଡିଜେଲ ଏବଂ ଜ୍ୟାଳେଣି ଗ୍ୟାସର ଦାମ ଆଜି ଦିନଠାରୁ କମ୍‌ରେ ମିଳୁଥିଲା ?

ତେଣୁ ଶୀତଦିନର ବାହାନା ନକରି ସତ୍ୟକହିବା ଉଚିତ୍। ୨୦୧୩-୧୪ ମସିହାରେ ହାରାହାରି କଂଚା ତୈଳର ଦର ପାଖାପାଖି ଡଲାର ୧୦୭ ରୁ ୧୪୧ ଡଲାର ପର୍ଯ୍ୟନ୍ତ ପ୍ରତି ବ୍ୟାରେଲ ବୃଦ୍ଧି ପାଇଥିଲା। ଭାରତବର୍ଷ ସାଧାରଣତଃ ବ୍ରେଣ୍ଟ କ୍ରୁଡ କ୍ରୟ ମାଧ୍ୟମରେ ବିଦେଶରୁ ଆମଦାନି କରିଥାଏ। ଇରାକ, ଇରାନ ଓ ସାଉଦିଆରବରେ ଏବଂ ୟୁନାଟେଡ ଆରବ ଏମିରେଟସ୍ ଦେଶ ଗୁଡ଼ିକ ଭାରତକୁ କଂଚା ତୈଳ ବା ଗ୍ୟାସୋଲିନ୍ ଯୋଗାଇଥାନ୍ତି।

୨୦୨୦ ମସିହା କୋଭିଡ-୧୯ ଲକ୍ ଡାଉନ୍ ସମୟରେ କଂଚା ତୈଳ ଦର ବିଶ୍ୱବଜାରରେ ସବୁଠାରୁ ନ୍ୟୁନତମ ସ୍ତର ଡଲାର-୨୦ ପର ବ୍ୟାରେଲକୁ ଖସିଗଲା। ଏହା ପାଖାପାଖି ଦୀର୍ଘ ସମୟ ଧରି ଏହି ଦାମ ରହିଲା। ୨୦୨୦ ମସିହା ମାର୍ଚ୍ଚମାସ ସାରା ବିଶ୍ୱରେ ଲକଡାଉନ ହେବା ଯୋଗୁଁ ପାଖାପାଖି ୯ ମାସରୁ ଅଧିକ ହାରାହାରୀ ଡଲାର ୩୫ ରୁ କମ ପ୍ରତି ବ୍ୟାରେଲ ରହିଲା।

କିନ୍ତୁ ଏହି ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ କେନ୍ଦ୍ର ସରକାର ଅଧିକରୁ ଅଧିକ କର ବୃଦ୍ଧିକଲେ। ଏପରିକି ମହାମାରୀ ସମୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ୧୬ଟଙ୍କା ଓ ତେର ଟଙ୍କା ଅଧିକ କର ବୃଦ୍ଧିକଲେ। ଲୋକ ରୋଜଗାର ଶୂନ୍ୟ, ବେରୋଜଗାରୀ ୪୫ ବର୍ଷର ରେକର୍ଡ ଭାଙ୍ଗି ସାରିଛି, ସେହି ସମୟରେ ଗୋଟିଏ ଲିଟର ପେଟ୍ରୋଲର ମୂଳ ମୂଲ୍ୟ ପାଖାପାଖି ୩୪ ଟଙ୍କା ଥିଲା ବେଳେ କେବଳ କର ବୋଝ ୫୩.୫୧ ଟଙ୍କା ଦେବାକୁ ପଡ଼ୁଛି।

ଏହି ୫୩.୫୧ ପଇସା ଭିତରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ରାଜ୍ୟ ସରକାର ପାଖାପାଖି ୧୬ଟଙ୍କା ୬୦ ପଇସା ପ୍ରତି ଲିଟର ନେଇଥାନ୍ତି। ଠିକ୍‌ ସେହିଭଳି ଭାବରେ କେନ୍ଦ୍ର ସରକାର ଗୋଟେ ଲିଟର ଡିଜେଲରୁ ୩୧ଟଙ୍କା ୮୩ ପାଇସା ଏକ୍‌ସାଇଜ ଡ୍ୟୁଟି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ୩୪ ପଇସା ଭାଟ ବାବଦରେ ଆଦାୟ କରୁଛନ୍ତି।

ଏହାର ମୁଳ କାରଣ କ୍ରମାଗତ ଭାବରେ ୨୦୧୬ ମସିହା ପରଠାରୁ କେନ୍ଦ୍ର ସରକାରଙ୍କର ରାଜସ୍ୱ ଆୟ କମିଚାଲିଛି ଏବଂ ସବୁଠାରୁ ବଡ଼କଥା ହେଲା ୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କର ଜିଏସଟି ଆୟ, ପୁଞ୍ଜି ପ୍ରତ୍ୟାହାର କରି ନପାରିବା, କର୍ପୋରେଟ ଟ୍ୟାକ୍ସର ଦ୍ରୁତ ହ୍ରାସ ଯୋଗୁଁ ରାଜସ୍ୱ ବୃଦ୍ଧି କରିବା ପାଇଁ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ବୃଦ୍ଧି କରିବା ଛଡ଼ା ଅନ୍ୟକିଛି ବିକଳ୍ପ ତାଙ୍କ ପାଖରେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ସୀମା ସୁରକ୍ଷାରେ ସରକାର ବିଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି । ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଆଜି ଏ ସଂକ୍ରାନ୍ତରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ ସରକାର ଯେତେବେଳେ କୋଟିଆ ର ୨୨ଟି ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ସରକାର ଏବଂ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏଭଳି ବିଷ୍ପୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁ ଗୁଡ଼ିକୁ ଖସି ଯିବାକୁ ଯାଉଛି । ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର ସୀମାବର୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକର ବିଫଳ ହୋଇଛି ଏବଂ ତାର ସୁଯୋଗ ନେଉଛନ୍ତି ପଡୋଶୀ ରାଜ୍ୟମାନେ । କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ , ଆମର ଭାଷା ଉପରେ ମଧ୍ୟ ଅକ୍‌ତିଆର ଜାହିର କରୁଛନ୍ତି । ପଡୋଶୀ ରାଜ୍ୟମାନେ। ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଶା ଶିକ୍ଷକ ନାହାନ୍ତି । ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି ପଡ଼ୋଶୀ ରାଜ୍ୟ।ଏଥିପ୍ରତି ସରକାରଙ୍କର ନିଘା ନାହିଁ । ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି । ସରକାର ନିରବ କେମିତି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତି ଥିଲେ ।