Categories
ଆଞ୍ଚଳିକ

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଉଦଯାପିତ ଯାଇଛି। ଏହାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ରାଇପଡା ସରପଞ୍ଚ ବାସନ୍ତୀ ଦେଇ, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପଞ୍ଚ ସଖା ସେତୁର ଉପସଭାପତି ପ୍ରଫୁଲ କୁମାର ଦାଶ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, ପ୍ରଥମ ଓଡିଶା ଫାଉଣ୍ଡେସନର କାଞ୍ଚନ ଲେଙ୍କା, ଶକୁନ୍ତଳା ମାହଲ, ଶର୍ମିଲା ସାମଲ, ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ କ୍ଲଷ୍ଟରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଏହାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ନୟାଗଡ ଜିଲ୍ଲା ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, କେରଣ୍ଡାଟାଙ୍ଗୀ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ଶିକ୍ଷଣ ସାମଗ୍ରୀ ଅତ୍ୟନ୍ତ ସୁନ୍ଦର ଓ ଉନ୍ନତମାନର ଥିଲା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ବହି, ପେନସିଲ, ସ୍କେଲ, ରବର, ଖାତା ଆଦି ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ଲକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଭାପତି, ସଦସ୍ୟ ସଦସ୍ୟା ଓ ଅର୍ଜୁନପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମା’ ଅସୁରକୁମାରୀଙ୍କ ପୀଠରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ

ରଣପୁର: ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ରଣପୁର ବ୍ଲକ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀଙ୍କ ପୀଠ ଅନ୍ୟତମ। ଏହି ସ୍ଥାନର ବଣ ଜଙ୍ଗଲ ଭରପୁର ପ୍ରାକୃତିକ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଶବ୍ଦ ପର୍ଯ୍ୟଟକମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।  ଏହି ସ୍ଥାନରେ ବର୍ଷତମାମ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ।

ପ୍ରାଚୀନ ପ୍ଲାବିତ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଓ ସତ୍ୟଧର୍ମ ନୀତି ସଂସ୍ଥାପନ ଉଦ୍ଦେଶ୍ୟରେ ଏହି ପୀଠରେ ଚଳିତ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ବିଶ୍ଵଶାନ୍ତି ଗୀତ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ମା’ ଅସୁରକୁମାରୀ ଚାରିଟେବ୍ଲ ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବୃୟାରୀ ୨ ତାରିଖରେ ଅଙ୍କୁରପୋଣ ହୋଇଥିଲା ବେଳେ ଫେବୃୟାରୀ ୪ ତାରିଖରେ ଦେବଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭଗବତ ସଂକୀର୍ତ୍ତନର କାର୍ଯ୍ୟକ୍ରମ ରହିଥିଲା।

ସେହିପରି ଫେବୃୟାରୀ ୫ ତାରିଖରେ ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ବେଳେ ଫେବୃୟାରୀ ୬ ତାରିଖରେ ସୂର୍ଯ୍ୟପୂଜା, ପୂର୍ଣ୍ଣାହୁତି, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟସୂଚୀ ରହିଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏଥିରେ ଆଚାର୍ଯ୍ୟ ଭାବେ ଗୋପୀନାଥ ଦାସ ଯଜ୍ଞ କାର୍ଯ୍ୟ କରୁଥିବା ବେଳେ ବଜ୍ରକୋଟ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ବୈଷ୍ଣୋ ଦେବୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି। ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନୟାଗଡ଼ରୁ ଶରଣକୁଳ ଯିବା ପୂର୍ବରୁ ସୋଲପଟା ଛକର ଡାହାଣ ପାର୍ଶ୍ବରେ ମଗରବନ୍ଧ ପଞ୍ଚାୟତର ଫାଶୀପଲ୍ଲୀ ଗାଁ ଦେଇ ଗଲେ ପଡ଼ିବ ବୈଷ୍ଣୋ ଦେବୀ ମନ୍ଦିର।

ମା’ଙ୍କ ସ୍ବପ୍ନାଦେଶ ପରେ ଜାମୁକୋଣ ପାହାଡ଼ ଉପରେ ମନ୍ଦିର ଗଢ଼ା କାମ ଆରମ୍ଭ ହୋଇଥିଲା। ଓଡ଼ିଶାରେ ବୈଷ୍ଣବ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପ୍ରଥମ ଘଟଣା ବୋଲି ଭକ୍ତମାନେ କହିଛନ୍ତି। ମା’ଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ୫ ଦିନ ଧରି ଦେବୀଙ୍କ ନୀତିକାନ୍ତି ପାଳନ ହୋଇଥିବା ବେଳେ ପ୍ରଥମ ଦିନ ଅଙ୍କୁରାରୋପଣ ହୋଇ ଦ୍ବିତୀୟ ଦିନ କଳସ ଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ତୃତୀୟ ଦିନ ଗୁମ୍ଫା ସଂସ୍କାର ହୋଇ ଚଣ୍ତୀପାଠ ପରେ ଚତୁର୍ଥ ଦିନ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୀତିକାନ୍ତି ସଂପନ୍ନ ହୋଇ ମା’ଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା।

ଏହା ପରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜମ୍ମୁକାଶ୍ମୀରରୁ ଆସିଥିବା ବୈଦିକ ପଣ୍ତିତ ୫ ଦିନ ଧରି ମା’ଙ୍କ ପୂଜାକାର୍ଯ୍ୟ କରିଥିଲେ।ଜମ୍ମୁକାଶ୍ମୀରରେ ଥିବା ବୈଷ୍ଣୋ ଦେବୀଙ୍କ ମନ୍ଦିର ଭଳି ଏଠାରେ ମଧ୍ୟ ସମାନ ଢଙ୍ଗରେ ମନ୍ଦିର ତୋଳା ଯାଇଛି। ମନ୍ଦିରର କାରୁକାର୍ଯ୍ୟ ପାଇଁ ନିପୁଣ କାରିଗରମାନଙ୍କୁ ନିୟୋଜିତ କରାଯାଇଥିଲା। ପାହାଡ଼ ମଧ୍ୟରେ ଆକର୍ଷଣୀୟ ମନ୍ଦିର ସାଙ୍ଗକୁ ସୁନ୍ଦର ପାର୍କ ମଧ୍ୟ ନିର୍ମାଣ କରାଯାଇଛି। ବାହାରେ ୧୮ କ୍ବିଣ୍ଟାଲ୍‌ ପିତ୍ତଳରେ ନିର୍ମିତ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ଗୁମ୍ଫା ଆଗରେ ଆଳତିମଣ୍ତପ କରାଯାଇ ଗଣେଶ ଓ ମାତାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ମନ୍ଦିର ମଧ୍ୟଭାଗରେ ହନୁମାନଙ୍କ ବିଗ୍ରହ ଓ ମା’ଙ୍କ ସମ୍ମୁଖ ବାମପାର୍ଶ୍ବରେ ଭୈରବ ମୂର୍ତ୍ତି ସ୍ଥାପନ କରାଯାଇଛି। ଯାହା ଭକ୍ତମାନଙ୍କୁ ବିମୋହିତ କରିଛି। ମନ୍ଦିର ସୁପରିଚାଳନା ପାଇଁ ଟ୍ରଷ୍ଟ ଗଠନ କରାଯାଇଛି।

ଯାତ୍ରୀମାନଙ୍କ ରହିବା ପାଇଁ ଘର ନିର୍ମାଣ ହୋଇଥିବା ବେଳେ ପୁଷ୍କରିଣୀ, ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୂରଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରୁ ଯାନବାହନ ବନ୍ଦ କରି ଦିଆଯାଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ଜନସାଧାରଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ସଚେତନତା ଶିବିର

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧନାରେ ଜିଲ୍ଲା କୋର୍ଟ ପରିସରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ କାର୍ଯ୍ୟକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ଆଇନ୍ ୨୦୧୩ ଅନୁସାରେ ଶରୀରିକ ସଂସ୍ପର୍ଶ ଏବଂ ଅଗ୍ରଗତି, ଯୌନ ଇଛା ସମ୍ପାଦିତ ପାଇଁ ଦାବି କରିବା, ଅନୁରୋଧ କିମ୍ବା ଯୌନ ସମ୍ପର୍କିତ ମନ୍ତବ୍ୟ କିମ୍ବା ଅଶ୍ଲିଳ ଚିତ୍ର ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ଅଶୋଭନୀୟ ଶାରୀରିକ, ମୌଖିକ କିମ୍ବା ଭାବଭଙ୍ଗୀ ଦ୍ଵାରା ଯୌନ ସମ୍ପର୍କିତ କାର୍ଯ୍ୟ ସମ୍ପାଦନ କରିବାକୁ ବୁଝାଏ।

ଏହି ଅଧିନିୟମ ଯେଉଁ ମହିଳାମାନେ କର୍ମକ୍ଷେତ୍ରରେ ନିୟୋଜିତ ଅଛନ୍ତି, ଯେଉଁ ମହିଳାମାନେ ଗ୍ରାହକ, ଶିକ୍ଷାର୍ଥୀ, ଦିନମଜୁରିଆ ଭାବେ କାର୍ଯ୍ୟକରନ୍ତି ଏମାନଙ୍କୁ ସୁରକ୍ଷା ଦିଏ। ଉପୀଡ଼ିତା ମହିଳା ଲିଖିତ ସମ୍ମତିପତ୍ର ସହ ଅଭିଯୋଗ କରିପାରିବେ। ଉପୀଡ଼ିତା ମହିଳାଙ୍କ ସମ୍ପର୍କୀୟ ସାଙ୍ଗସାଥୀ କିମ୍ବା ସହକର୍ମୀ ଜାତୀୟ/ରାଜ୍ୟ ମହିଳା ଅଧିକାରୀ ଘଟଣା ବିଷୟରେ ଅବଗତ ଥିବା ଯେକୌଣସି ବ୍ୟକ୍ତିବିଶେଷ ଅଭିଯୋଗ କରିପାରିବେ। ମାନସିକ ବିକାରଗ୍ରସ୍ତ ମହିଳାଙ୍କ କ୍ଷେତ୍ରରେ ବିଶେଷ ଶିକ୍ଷାବିତ୍ ଯୋଗ୍ୟ ମନସ୍ତତ୍ବବିତ୍ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କର ଆଇନଗତ ଉତ୍ତରାଧିକାରୀ ଅଭିଯୋଗ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ।

ଅନ୍ୟତମ ଅତିଥି ଭାବେ ପରିବାର କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ,ସିନିୟର ସିଭିଲ୍ ଜଜ୍ ସତ୍ୟବ୍ରତ ରଣା,ସିନିୟର ସିଭିଲ୍ ଜଜ୍ ( ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି)ରବିନାରାୟଣ ବେହେରା,ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟର ରେଜିଷ୍ଟ୍ରାର ସୋନାଲି ସରୀତା,ମହିଳା କୋର୍ଟ ବିଚାରପତି ସ୍ଵୟଂପ୍ରଭା ଆଚର୍ଯ୍ୟ,ନୟାଗଡ଼ ଏସ୍‌ଡିଜେଏମ୍ କୋର୍ଟର ବିଚାରପତି ସମାପିକା ସମଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଯୋଗଦେଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ

ଭୁବନେଶ୍ଵର: ଭାରତର ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଏକ ମହତ୍ତପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଆଜି ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ଅବସରରେ ନୟାଗଡ଼ ପୁଲିସ୍ ଟ୍ରେନିଙ୍ଗ୍ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲା ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଭାରତର ମୁକ୍ତି ଆନ୍ଦୋଳନରେ ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ଵପୂର୍ଣ୍ଣ ଅବଦାନ ପାଇଁ ଆମେ ଗୌରବାନ୍ନିତ ବୋଲି ସେ କହିଥିଲେ। ଜିଲାର ରଘୁନାଥ ମହାନ୍ତି, ଦିବାକର ପରିଡ଼ା, ଅର୍ଜୁନ ରାଉତ, କଷ୍ଟି ଡ଼ାକୁଆଙ୍କ ଭଳି ମହାନ୍ ସହୀଦ ମାନଙ୍କ ଆତ୍ମବଳିଦାନ ସେମାନଙ୍କୁ ଅମର କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ଏହି ଉତ୍ସବରେ ଜିଲା ପୁଲିସ, ଗୃହରକ୍ଷୀ ଏବଂ ସ୍କୁଲ ଓ କଲେଜର ୫୧ଟି ଗ୍ରୁପ୍ ପ୍ୟାରେଡ୍‌ ପ୍ରଦର୍ଶନ କରଥିଲା ବେଳେ ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ୭ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଏସ୍‌ପି ଏସ.ଶୁଶ୍ରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ଗାଁର ଶ୍ରୀରଘୁନାଥଜୀଉ ଏବଂ କଣ୍ଟିଲୋର ନୀଳମାଧବଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

ଭୁବନେଶ୍ଵର: ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାବେଳେ ପରମ୍ପରା ଅନୁସାରେ ବର୍ଷର ଏଇ ଗୋଟିଏ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶ୍ରୀରଘୁନାଥଜୀଉଙ୍କର ଦିବା ପହୁଡ଼ ପଡ଼ି ନଥାଏ। ମକର ସଂକ୍ରାନ୍ତି ଅବସରରେ ଦିନସାରା ପ୍ରଭୁଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳୁଥିବାରୁ ବହୁଦୂରରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।

ସୂର୍ଯ୍ୟଙ୍କ କିରଣକୁ ଆଡ଼ କରିବା ପାଇଁ ମନ୍ଦିରର ଚତୁଃପାର୍ଶ୍ବରେ ଛତି, ତ୍ରାସ ବନ୍ଧା ଯାଇଥିଲା। ଭୋର ସାଢେ ୪ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନର ସୁଯୋଗ ପାଇଥିଲେ। ମକର ପର୍ବ ନୀତି ଅନୁସାରେ ଭୋର ସାଢେ ୪ଟାରେ ଦ୍ବାର ଫିଟା ନୀତି ଆରମ୍ଭ ହୋଇ ୫ଟାରେ ମଙ୍ଗଳଆଳତୀ, ପଞ୍ଚାମୃତସ୍ନାନ, ମହାସ୍ନାନ, ତଡପଲାଗି, ମଇଲମ, ଖଟଣୀ ନୀତି କରାଯାଇ ଶ୍ରୀଜିଉମାନଙ୍କୁ ମଣ୍ଡମାଳ ଲାଗି କରାଯାଇ ମକର ବେଶରେ ସଜ୍ଜିତ କରାଯାଇଥିଲା।

ସକାଳ ୬ଟାରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଭାଗବତ ଜୀଉ ପୂଜା ପରେ ବଲ୍ଲଭ ନୀତି ଲାଗି ହୋଇଥିଲା। ପରେ ଖେଚୁଡି ଧୂପ, କପୂର ଆଳତୀ, ମହାଆଳତୀ, ଚାମର ସେବା ନୀତି ସମାପନ ହୋଇଥିଲା। ୩ଜଣ ପୂଜା ପଣ୍ଡା ନିଷ୍ଠାର ସହ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ମାଟିର ସରା ପାତ୍ରରେ ମକର, ସାକର, ଦହି ଓ ପାନକୁ ଯୋଡ ହସ୍ତରେ ଧରି ପାଟବସ୍ତ୍ର ଘୋଡାଇ ଏକ ସ୍ବତନ୍ତ୍ର ପଟୁଆରରେ ଘଣ୍ଟ, କାହାଳୀ, ତ୍ରାସ, ଛତି, ସଂକର୍ତନ ସହ ୩ ବେଢା ମନ୍ଦିର ପରିକ୍ରମା କରି ଶ୍ରୀଜିଉଙ୍କୁ ଲାଗି କରିଥିଲେ। ପାଳିଆ ପଣ୍ଡା, ମନ୍ଦିର ପରିଚାଳକ, ପୂଜ ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ନୀତିକାର୍ଯ୍ୟ ସମ୍ପାଦନ ହୋଇଥିଲା।

ସେହିଭଳି ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋରେ ବିଜେ କରିଥିବା ନୀଳମାଧବଙ୍କର ଆଜି ମକରସଂକ୍ରାନ୍ତି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଲେ ଶ୍ରୀ ନୀଳମାଧବ

ଭୁବନେଶ୍ଵର: ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ବିଜେ କରିଥିବା ନୀଳମାଧବଙ୍କର ଆଜି ପ୍ରସିଦ୍ଧ ସୁନାବେଶ ଅନୁଷ୍ଠିତ ହୋଇଛି।ଶ୍ରୀଜୀଉଙ୍କ ପହଡ଼ ଭଙ୍ଗ ଓ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ଓ ଅବକାଶ କରାଯାଇଥିଲା। ଏହାପରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ଭଅଣ୍ଡ ପୂଜା ଧୂପ ଓ ହୋମ ପୂର୍ବ ନିର୍ଘଣ୍ଟ ବିଧିବିଧାନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜୀଉଙ୍କୁ ସୁନାଗହଣା ପିନ୍ଧାଯାଇ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି।

ଏହି ଅବସରରେ ନୀଳମାଧଵଙ୍କୁ ସୁବର୍ଣ୍ଣ କିରଟି,ସ୍ବର୍ଣ୍ଣ ଶ୍ରୀପୟର,ଚିତା, କିଆଠିଆ, ମୁଖମଣ୍ଡଳ, ଆଭା, କର୍ଣ୍ଣକାପ, କୁଣ୍ଡଳ, ବକ୍ଷ,କବଚ, କଣ୍ଠିମାଳି, ସେବତୀ, ହରିଡ଼ା, ଅଁଳା ମାଳି, କମରପଟି, ଶ୍ରୀଭୁଜ, ଶଙ୍ଖ ସହିତ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଧାରଣ କରିଛନ୍ତି। ଶ୍ରୀ ଜୀଉଙ୍କର ସୁନାବେଶ ଉତ୍ସବ ନିମନ୍ତେ ଦେବୋତର ବିଭାଗ ତଥା ମନ୍ଦିର କତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ନିରାପତ୍ତା ଦୃଷ୍ଟିରୁ କୋଣରୁ ଶ୍ରୀ ଜୀଉଙ୍କର ସୁନା ଓ ରୂପା ଅଳଙ୍କାର ଗୁଡିକ ଖଣ୍ଡପଡା ସବ୍-ଟ୍ରେଜେରୀରେ ଗଚ୍ଛିତ କରାଯାଇଅଛି। ସୁନାବେଶ ଅବସରରେ ସେଠାରୁ ଏସବୁ ଅଳଙ୍କାର ଗୁଡିକ ଅଣାଯାଇ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଆଭୂଷଣ କରାଯାଇଥିଲା। ବର୍ଷକରେ ଥରେ ମାତ୍ର ପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା -୨୦୨୫ ପ୍ରକାଶନ

ଭୁବନେଶ୍ଵର: ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୫ ପ୍ରକାଶ ପାଇଛି।

ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା,ଉପଜିଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ,୨୦.୦୮.୨୦୨୪ ରିଖ ଠାରୁ ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଶେଷ ଅଭିଯାନ ଦିବସ ଭାବେ ନଭେମ୍ବର-୨, ୧୦ ଓ ୨୪ ତାରିଖରେ ନିଜ ଘର ପାଖ ବୁଥରେ ଭୋଟର ତାଲିକାରେ ନାମ ଯୋଗ ଓ ସଂଶୋଧନ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା।

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ସୁଦ୍ଧା ଜିଲ୍ଲାରେ ପୁରୁଷ ଭୋଟର ୪୨୫୦୫୨, ମହିଳା ଭୋଟର ୩୮୯୦୭୦ ଓ ତୃତୀୟ ଲିଙ୍ଗୀ ୪୩, ମୋଟ ୮୧୪୧୬୫ ଜଣ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ରଣପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ଓ ଆଦିତ୍ୟ ରଞ୍ଜନ ମହାନ୍ତି ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶିକ୍ଷକ କୈଳାଚନ୍ଦ୍ର ମାଝୀ, ରାମଚନ୍ଦ୍ର ବେହେରା, ଅଶୋକ କୁମାର ସାମନ୍ତରାୟ ଓ ସଞ୍ଜୟ କୁମାର ବରାଡ଼ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ପାଚିକା ଏବଂ ସହାୟିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଶେଷରେ ପାଚିକା ମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାପାଚିକା ଏବଂ ସହାୟିକାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରାଉନସୁଗାର ଜବତ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ରଣପୁର: ନୟାଗଡ଼ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ଜଣେ ବ୍ରାଉନସୁଗାର ବେପାରୀକୁ ବାନ୍ଧିବାରେ ସଫଳ ହୋଇଛି। ନୟାଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ସୁନାଖଳା ପାଖରେ ଥିବା ଖିଲାମୁଣ୍ଡା ମନ୍ଦୀର ପାଖରୁ ଜଣକୁ ଗିରଫ କରାଯାଇଛି। ତାଙ୍କ ଠାରୁ ୭ ଗ୍ରାମ ୫୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ନରେନ୍ଦ୍ରପୁର ଗ୍ରାମ (ମାଳିସାହି)ର କାଳିଆ ରାଉତଙ୍କୁ ପୁଲିସ ଗିରଫ କରିଛି। ଗିରଫ କାଳିଆ ଏହି ବ୍ରାଉନସୁଗାର ଖୋର୍ଦ୍ଧାରୁ ଶରଣକୁଳ ନେଉଥିଲେ ବୋଲି ଜଣାପଡିଛି। ରଣପୁର ଥାନାରେ ୪୧୩/୨୭ ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’ ପାଇଁ ସାମ୍ବାଦିକ ସମ୍ମିଳନୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୫ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖରୁ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ନୟାଗଡ଼ ଜିଲ୍ଲା ର ପ୍ରଥମ ମହୋତ୍ସବ ଭାବେ ରଣପୁର ମହୋତ୍ସବର ଓଡ଼ିଶାରେ ଅନେକ ସୁନାମ ରହିଛି। ୨୦୦୬ ମସିହାରେ ରଣପୁର ମହୋତ୍ସବ ର ପ୍ରତିଷ୍ଠାତା ଥିଲେ ତତ୍ କାଳୀନ ଓଡ଼ିଶାର ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ। କାଳର କରାଳ ଚକ୍ରରେ ଇତି ମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ୨୦୨୫ ମହୋତ୍ସବ ଅର୍ଜ୍ଜୁନ ର ମଙ୍ଗ ଧରିଛନ୍ତି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ। ତେଣୁ ମହୋତ୍ସବ କୁ ପ୍ରଚାର ପ୍ରସାର କରିବା ପାଇଁ ସୁରମା ପାଢୀ ଙ୍କ ଅଧ୍ୟକ୍ଷତା, ଅନୁପସ୍ଥିତିରେ ସମ୍ପାଦକ ସ୍ବରାଜ ମହାନ୍ତି ସହଭାଗିତା ରେ ରଣପୁର ମଣିନାଗ ପୀଠ କଲ୍ୟାଣ ମଣ୍ଡପ ରେ ଡିସେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଏକ ଗଣମାଧ୍ୟମ ବୈଠକ ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ଙ୍କ ଆବାହକତ୍ୱରେ ଏକ ମହୋତ୍ସବ ସଞ୍ଚାଳନ କମିଟି ଗଠନ ହୋଇ ଯାଇଛି। ରଣପୁର ମହୋତ୍ସବ ପାଇଁ ରଣପୁର ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି। ଯେଉଁଥିରେ ୪୦ ରୁ ଉର୍ଦ୍ଧ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ। ଆଗାମୀ ଦିନରେ ରଣପୁର ମହୋତ୍ସବ କୁ ଓଡ଼ିଆରେ ଏକ ନମ୍ବର ଭାବେ ପ୍ରଚାର ପ୍ରସାର କରିବା ପାଇଁ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓ ରଘୁନାଥ ନାୟକ ଙ୍କ ଦାୟିତ୍ଵ ରେ ବିଭିନ୍ନ ସବ କମିଟିରେ ସାମ୍ବାଦିକ ମାନଙ୍କ ପ୍ରତିନିଧି ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା।

ଏହି ବୈଠକ ରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ଙ୍କ ପ୍ରତିନିଧି ଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ,ଉପ ସଭାପତି ପରେଶ ମିଶ୍ର,ବିଜୟ ଜେନା,ରାଜ କିଶୋର ପଟ୍ଟନାୟକ,ଶିବ ପ୍ରସାଦ ମିଶ୍ର ଆଦି ଅନେକ କାର୍ଯ୍ୟ କାରିଣୀ ସଦସ୍ୟ ଯୋଗଦେଇଥିଲେ। ମହୋତ୍ସବ ସଞ୍ଚାଳନ ପାଇଁ ଏକ ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି।ଆଗାମୀ ଡିସେମ୍ବର ୨୭ ରେ ଏକ ସାଧାରଣ ବୈଠକ ହେବାପାଇଁ ସ୍ଥିରୀକୃତ ହୋଇଅଛି। ରଣପୁର ଜନ ସାଧାରଣ ଙ୍କ ସହଯୋଗ କାମନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ. ଦାଶରଥି ବିଶ୍ୱାଳ, ମୂଖ୍ୟ ବକ୍ତା ବାବେ ରାଜସୁନାଖଳା ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରଧ୍ୟାପକ ଭାଗିରଥି ପାଢୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକପ୍ରଶିକ୍ଷକ ଗୋବିନ୍ଦ ନାୟକ ପ୍ରମୂଖ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକା ତଥା ଗୁରୁ ଚାତ୍ରଛାତ୍ରୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂସ ଗ୍ରହଣ କରି ସାଫଲ୍ୟ ମଣ୍ଡିତ କରିଥିଲେ।

ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ପ୍ରତିଯୋଗିତାରେ ସଫଲ ହୋଇଥିବା କୃତି ଗୁରୁଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯ୍ଧବଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମନୋରଂଜନ ଦାଶ ମଂଚ ପରିଚାଳନା କରିଥିବା ବେଳେ ପ୍ରତାପ କୁମାର ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ମାନଓ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର, ଦୀପକ କୁମାର ପ୍ରଧାନ ଓ ବଟକୃଷ୍ଣ ସାହୁ ପ୍ରମୂଖ ପୁରସ୍କାର ବିତରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱରଂଜନ ପଟ୍ଟନାୟକ, ପ୍ରସନଜିତ୍ ବଳିଆରସିଂ, ପ୍ରିୟଙ୍କା ମାଝୀ ଓ କଳିଙ୍ଗ କୁମାର ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଶେଷରେ ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଫୁୁଡ କମିଶନ ବିଭାଗର ରଣପୁର ପରିଦର୍ଶନ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ରାଜ୍ୟ ଫୁୁଡ କମିଶନ ବିଭାଗ ପରିଦର୍ଶନ କରିଥିବା ଜଣାପଡିଛି। ରାଜ୍ୟ ଫୁୁଡ କମିଶନ ବିଭାଗର ସଦସ୍ୟ ପ୍ରିୟବ୍ରତ ସାମାନ୍ତରାୟ, ଜୁନିଅର ଏକଜୁଟିଭ୍ ଆସୁଷ୍ଟାଂଟ ପ୍ରଭାସ କୁମାର ନାୟକ ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଲୋଧାଚୁଆ ପଚାୟତ, ପାଟବେରେଣା ପ୍ରାଥମିକ ବିଦ୍ୟାଳୟ, ପାଟବେରେଣା ଅଙ୍ଗନବାଡି କେନ୍ଦ୍ର, କୋଇଲମା ଅଙ୍ଗନବାଡି କେନ୍ଦ୍ର, କୋଟଗଡ ଆଶ୍ରମ ବିଦ୍ୟାଳୟ, ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଧାଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଣପୁର ଛତୁଆ ପ୍ରସ୍ତୁତି କେନ୍ଦ୍ର ସହ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ।

ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟର ମାନ, କାଗଜପତ୍ର ଯାଂଚ କରିବା ସହ ପାଚକପାଚିକାମାନଙ୍କୁ ନିୟମିତ ଆପ୍ରନ, ଟୋପି ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ। ପଚାୟତ ଅଫିସ ପରିଦର୍ଶନ ସମୟରେ ଚାଉଳ ବସ୍ତାକୁ ଓଜନ କରି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଡିଓ ସୁଧୀର ନାୟକ, ନୟାଗଡ ଜିଲ୍ଲା ସହକାରୀ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ, ରଣପୁର ବ୍ଲକ ଶିକ୍ଷା ଅଧିକାରୀଣୀ ବନଲତା ବେହେରା, ଜିଲ୍ଲା ମଧ୍ୟାହ୍ନ ଭୋଜନ ସଂଯୋଜକ ମନୋଜ କୁମାର ସାହୁ, ସିଡିପିଓ ଗୀତାଞ୍ଜଳୀ ଦଲାଲ, ମଙ୍ଗଳ ସଂପ୍ରସାରଣ ଅଧିକାରୀଣୀ ଶୁଭଶ୍ରୀ ଶୁଭସ୍ମିତା, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି।

ଜୁନିଅର ବିଭାଗରୁ ଅମ୍ରିତ ପ୍ରଧାନଙ୍କ ସମେତ ଚିତ୍ତ ରଞ୍ଜନ ଦାସ, ସ୍ୱସ୍ତିକ ମହାପାତ୍ର, ଶଙ୍କର ମାହାତୋ, ଆୟସ୍କନ୍ତ ମହାପାତ୍ର ଏବଂ ସିନିଅର ବିଭାଗରୁ ଜିତେନ୍ଦ୍ରଙ୍କ ସମେତ ଜୟପ୍ରକାଶ ବଇରୀ ଗଞ୍ଜନ,ଦିବାକର ନାୟକ, ସ୍ୱୟଂ ପ୍ରକାଶ ସାହୁ ଏବଂ ପ୍ରକାଶ ନାରାୟଣ ଦାଶ ପ୍ରମୁଖ ପୁରସ୍କୃତ ହୋଉଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଚେସ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ କେସି କ୍ଳବ ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ତାପସ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ଉପସଭାପତି ବାଲାରସେନ ପାତ୍ର ଏବଂ ମିଡି଼ଆ ସଂଯୋଜକ ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଲା ବସ୍‌: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ 

ନୟାଗଡ଼: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ ୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏଣେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିଚୟ ମିଳିଛି। ସେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ବୀରେନ୍ ସାହାଣୀ। ଏଣେ ଗୁରୁତର ହେଲେ ହେଲପର୍ ଖଜୁରୀପଡ଼ାର ସିଲୁ ସାହାଣୀ। ଏହାଛଡ଼ା ଶିଶୁଆ ନାୟକ ନାମକ ଜଣେ ଯାତ୍ରୀ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ରାଇକିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ଚାଳକ ବାଟରେ ମଦ୍ୟପାନ କରିଥିଲେ। ଏଥିଲାଗି ସୋରଡା ଛକରେ ବସଟି ଭାରସାମ୍ୟ ଗଛରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଖବର ପାଇ ନୂଆଗାଁ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତକ ଓ ଗୁରତରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ସୋରଡ଼ା ଛକରେ ଭିଡ଼ ପରିଲକ୍ଷିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବୃଦ୍ଧା ମହିଳାଙ୍କ ଚକ୍ଷୁ ଦାନ

ଭୁବନେଶ୍ଵର: ସୋମବାର ଅପରାହ୍ନ ୪ ଘଟିକା ସମୟରେ ନୟାଗଡ ଜିଲ୍ଲା ଗୋପାଳପୁର ଛାମୁପାଟଣା ସାହିର ସ୍ବର୍ଗତ ରାମଚନ୍ଦ୍ର ପାତ୍ରଙ୍କ ଧର୍ମ ପତ୍ନୀ ଦମୟନ୍ତୀ ପାତ୍ରଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ପରେ ଚକ୍ଷୁଦାନ କରିବାର ଇଚ୍ଛାକୁ ପୂରଣ କରିବା ନିମନ୍ତେ ବୃଦ୍ଧାଙ୍କ ପୁତ୍ର ପ୍ରଦୀପ ପାତ୍ର ଏବଂ ପଡୋଶୀ ପଦ୍ମଚରଣ ପାତ୍ର ରୋଟାରୀ ଜିଲ୍ଲା ୩୨୬୨ର ଶରୀର ଓ ଅଙ୍ଗଦାନ କମିଟିର ଉପାଧ୍ୟକ୍ଷ ରୋଟାରୀଆନ ଧୀରେନ୍ଦ୍ରନାଥ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଭୂବନେଶ୍ବର ଚକ୍ଷୁ ବ୍ୟାଙ୍କର ଟେକନିସିଆନ ଗୋପାଳପୁରରେ ପହଞ୍ଚି ମହାଶୟାଙ୍କ ଚକ୍ଷୁର ଦୃଷ୍ଟି ପଟଳ ବା ରେଟିନା ସଂଗ୍ରହ କରି ନେଇଯାଇଛନ୍ତି।

ମହାଶୟାଙ୍କ ଚକ୍ଷୁ ଦାନ ଫଳରେ ଦୁଇଜଣ ଦୃଷ୍ଟି ପାଇପାରିବେ। ଏହି ମହତ୍ତ କାର୍ଯ୍ୟ ପାଇଁ ଅଞ୍ଚଳରେ ସମସ୍ତେ ମହାଶୟାଙ୍କ ପରିବାର ସଦସ୍ୟ ମାନଙ୍କର ପ୍ରଶଂସା କରିବା ସହିତ ଏହିଭଳି ମହତ କାର୍ଯ୍ୟ ସକାଶେ ସମସ୍ତେ ଆଗଭର ହେବା ଉଚିତ ବୋଲି କହୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାତୀପଲଙ୍କ ଉପଦ୍ରଵରେ ବ୍ୟାପକ ଧାନଫସଲ ନଷ୍ଟ, ହାତୀ ଘଉଡ଼ାଇବାରେ ବିଫଳ ବନ ବିଭାଗ

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ରେଞ୍ଜରେ ହାତୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାତୀପଲଙ୍କ ଉପଦ୍ରଵରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ସନ୍ଧ୍ୟା ହେଲେ ଅଞ୍ଚଳରେ ଭୟରର ବାତାବଣ ସୃଷ୍ଟି ହୋଇଛି। ଭୟଭୀତ ଅବସ୍ଥାରେ ଅଛନ୍ତି ଅଂଚଳବାସି।

ଗତ ଦୁଇରୁ ତିନିଦିନ ହେବ ସାନ ପଥୁରିଆ, ବଡ଼ ପଥୁରିଆ ଓ ଗୁଣ୍ଡୁରିଆ ଗାଁର ନିକଟସ୍ଥ ଜଙ୍ଗଲରେ ୧୮ ଟିକିଆ ହାତୀ ପଲ ରହି ଉତ୍ପାତ ଚଳାଇଥିବା ବେଳେ ଚାଷୀଙ୍କର ୧୦ ଏକରରୁ ଉର୍ଦ୍ଧ୍ଵ ଧାନଫସଲ ନଷ୍ଟ କରିଥିବା ଚାଷୀ କୂଳ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଆଖି ସାମ୍ନାରେ ବର୍ଷକର ଧାନ ଫସଲ ଉଜୁଡି ଯାଉଥିବା ବେଳେ ଉପାୟ ଶୂନ୍ୟହୋଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ।

ବର୍ଷତମାମ କେତେବେଳେ ହାତୀ ତ ଅଉ କେତେବେଳେ ବାରାହଙ୍କ ଉପଦ୍ରଵରେ ଚାଷୀଙ୍କ କଷ୍ଟ ଅର୍ଜିତ ଫସଲ ନଷ୍ଟ ହେଉଥିବା ବେଳେ ନିଦାବିଷ୍ଣୁ ସାଜିଛି ସ୍ଥାନୀୟ ବନବିଭାଗ। ଏହାର ସ୍ଥାୟୀ ସମାଧାନ କରିବା ସହ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳ ଚାଷୀ। ସେପଟେ ହାତୀଙ୍କୁ ଘଉଡ଼େଇବା ପାଇଁ ରଣପୁର ବନ ବିଭାଗ ଉଦ୍ୟମ ଚଳାଇଥିବା ଜଣା ପଡିଛି।

Categories
ଆଞ୍ଚଳିକ

ଆଦର୍ଶ ପ୍ରଧାନ ଶିକ୍ଷକ ବିଦାୟ ସମ୍ବର୍ଦ୍ଧନା ସଭା

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ଅଧିନସ୍ଥ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡଗାଁ ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସି.ସି.ଆର.ସି. ସୁଶୀଲ କୁମାର ରଣା, ଓଡିଶାର ପରିଚିତ ଶିକ୍ଷାବିତ ଗଦାଧର ବେହୁରା, ବରିଷ୍ଠ ଶିକ୍ଷକ ତଥା ରାମଚନ୍ଦ୍ରପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳକଣ୍ଠ ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି, ମୋ ସ୍କୁଲ ସଭାପତି ସୁଶୀଲ କୁମାର ମହାନ୍ତି, ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ପାମ୍ପଡା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ ସଭାପତି ସୁକାନ୍ତ କୁମାର ବେହେରା ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଶିକ୍ଷକ ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।  ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ ବିଦାୟୀ ସଙ୍ଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତ୍ତି, ସୁଷମା ପ୍ରଧାନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ଅତିଥିମାନେ ବିଦାୟୀ ପ୍ରଧାନ ଶିକ୍ଷକ ଜଣେ କର୍ମନିଷ୍ଠ, ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳ, ସ୍ନେହୀ, ପରୋପକାରୀ ଥିଲେ ବୋଲି ଅତିଥି ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ମତ ପ୍ରକାଶ କରିଥିଲେ।

ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀକୁ ୫ ଶହ ଟଙ୍କା ଅର୍ଥରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହା ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ୧୦ ହଜାର ଟଙ୍କା ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି।

ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକର ବହୁ ଶିକ୍ଷକଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ: ମୁକ୍ତ ମଞ୍ଚର ଉଦଘାଟନ କଲେ ବାଚସ୍ପତି

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ସହ ନବ ନିର୍ମିତ ଏକ ମୁକ୍ତ ମଞ୍ଚର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ନୟାଗଡ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନୟାଗଡ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସମାଜସେବୀ ବିଶ୍ୱବିହାରୀ ପଟ୍ଟନାୟକ, ଚାଟାଡ଼ ଆକାଉଣ୍ଟାଟ ମନୋଜ କୁମାର ମହାପାତ୍ର, ନାଲକୋ ପ୍ରାକ୍ତନ ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ଆୟକର ଅଧିକାରୀ ଭାଗିରଥି ସାହୁ, ପ୍ରତିଷ୍ଠାତା ସଦସ୍ୟ ନାରାୟଣ ପରିଡା, ଶିକ୍ଷବିତ ଉମାକାନ୍ତ ମହାପାତ୍ର, ଜୟନ୍ତ କୁମାର ପରିଡା, ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମେ ବାଚସ୍ପତିଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସମାଜସେବୀ ବିଶ୍ୱବିହାରୀ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ମୁକ୍ତ ମଞ୍ଚର ଉଦଘାଟନ ମାନ୍ୟବର ବାଚସ୍ପତିଙ୍କ କରକମଳରେ ଉଦଘାଟିତ ହୋଇଥିଲା। ଏହା ପରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା। ପ୍ରଥମେ ସମସ୍ତ ଅତିଥି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଓ ଧୂପ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।

ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ମଦନ ମୋହନ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରଧାନ କୃତି ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଣଜିତ ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ବାଚସ୍ପତି ନିଜ ବକ୍ତବ୍ୟରେ ପିଲାମାନଙ୍କୁ ବିଭିନ୍ନ ମହାପୁରୁଷ, ପୌରାଣିକ କଥାବସ୍ତୁ ମାଧ୍ୟମରେ ଉତ୍ତମ ଚରିତ୍ର ଗଠନ ନିମନ୍ତେ ପରାମର୍ଶ ଦେଇଥିଲେ। ଏହା ସହ ପରିବେଶ ସୁରକ୍ଷା ବିଷୟରେ ମଧ୍ୟ ପିଲାମାନଙ୍କୁ ବିଭିନ୍ନ କଥା ବୁଝାଇ ବିଶ୍ଵତାପନ ହ୍ରାସ ପାଇଁ ସଚେତନତା ସୃଷ୍ଟି କରିଥିଲେ।

ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା ଏବଂ ଗ୍ରାମର ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡି ନାବାଳକ ମୃତ

ରଣପୁର: ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ବାଳକର ନାମ ସୂର୍ଯ୍ୟ କାନ୍ତ ବେହେରା, ବୟସ ୮ ବର୍ଷ। ବାପାଙ୍କ ନାମ ସୁରେଶ ବେହେରା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ା ଝରି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ନାବାଳକ ଜଣକ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଗୋଡ଼ ଖସି ଯାଇଥିଲା ବୋଲି ଅନୁମାନ କରାଯାଉଛି। ଫଳରେ ନାବାଳକ ଜଣଙ୍କ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ। ପରେ ସ୍ଥାନୀୟ ଲୋକେ ନାବାଳକ କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳ କୁ ନାବାଳକର ମୃତ୍ୟୁ ହୋଇ ଯାଇଥିଲା।

Categories
ଆଞ୍ଚଳିକ

ରଣପୁର: ଜାତୀୟ ଶିକ୍ଷା ନୀତି -୨୦୨୦ ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ

ରଣପୁର: ଜାତୀୟ ଶିକ୍ଷା ନୀତି -୨୦୨୦ ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ଶିଷାନୁଷ୍ଠାନରେ ଶିଷା ସପ୍ତାହ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନକୁ ସ୍ଵତନ୍ତ୍ର ଭାବରେ ପାଳନ କରାଯିବ। ଏହି କ୍ରମରେ ପ୍ରଥମ ଦିନକୁ ଶିକ୍ଷଣ ସାମଗ୍ରୀ (ଟିଏଲଏମ୍) ଦିବସ ପାଳନ କରାଯାଇଛି।

ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରାଯାଇଛି। ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରିବାରେ ଉଦ୍ଦେଶ୍ୟ ହେଲା ବିଦ୍ୟାଥ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଆହୁରି ସହଜ କରିବା।

ଏହି ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଅଭିଭାବକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଶିକ୍ଷଣ ସାମଗ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକମାନେ ପୋଷ୍ଟର ପ୍ରସ୍ତୁତି, ପାଜ, ଥ୍ରୀ-ଡି ମଡେଲ, ୱାଲ ଚାଟ, ରିଡ଼ିଂ କ୍ଲବ୍ , କାଗଜରେ କଣ୍ଢେଇ ପ୍ରସ୍ତୁତ କରିବା, ଲୁଡୋ ଖେଳ ପ୍ରସ୍ତୁତି ଆଦି ବିଷୟବସ୍ତୁକୁ ନେଇ ନିଜ ପ୍ରତିଭା ଦେଖାଇବା ସହ ପିଲାମାନେ ଲେଖିଥିବା କବିତା ଓ କାହାଣୀକୁ ପ୍ରଦଶନ କରିଥିଲେ। ଏହି ଦିବସ ଛାତ୍ରଛାତ୍ରୀ, ଶିକ୍ଷକଶିକଷୟିତ୍ରୀ, ଅଭିଭାବକ ଓ ଗୋଷ୍ଠୀ ପାଇଁ ଏକ ସମ୍ବିଳିତ କାର୍ଯ୍ୟକ୍ରମ।

ଦ୍ଵିତୀୟ ଦିବସ ମଙ୍ଗଳବାର ଦିନ ମୌଳିକ ସାକ୍ଷରତା ଭାଷା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଯେପରିକି ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଗଳ୍ପ କଥନ, କବିତା ଆବୃତ୍ତି , ଗଣିତ ଧନ୍ଦା, କୁହୁକ ଧନ୍ଦା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି କଲେଜରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିଅଛି।

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁଙ୍କ ସହଯୋଗରେ ଏହି ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲୁଅଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ସହଯୋଗ କରୁଛନ୍ତି।

ସେହିପରି ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହରାଙ୍କ ତତ୍ୱାବଧାନରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳିତ ହେଉ ଅଛି। ବ୍ଲକ ଶିକ୍ଷା ବନଲତା ବେହେରା ବିଦ୍ୟାଳୟ ବୁଲି ପର୍ଯ୍ୟବେକ୍ଷଣ କରୁଛନ୍ତି।

ସେହିପରି ରଣପୁର ବ୍ଲକର ଅନ୍ୟ ୧୭ ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲୁଅଛି।