Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବିଜେପି ସଭାପତି ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି, ଏମିତି କାହିଁକି କହିଲା ବିଜେଡି

ଭୁବନେଶ୍ବର: ଆଜି ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଜେଡି କଡା ସମାଲୋଚନା କରିଛି। ଗତକାଲି ମନମୋହନ ବିଜେଡିର ବହୁ ନେତା ବିଜେପିରେ ଯୋଗଦେବେ ଏବଂ ବିଜେଡି ଖାଲି ହୋଇଯିବ ବୋଲି କହିବା ପରେ ବିଜେଡି ଏହି ପ୍ରତିକ୍ରିୟା ଦେଇଛି। ଆଜି ଶଙ୍ଖ ଭବନରେ ଦଳର ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସେ ମନମୋହନଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ମନମୋହନ ଆମ ବିଜେଡିର ଜଣେ ଯୁବ ନେତାଙ୍କଠାରୁ ହାରିଛନ୍ତି। ପୂର୍ବରୁ ମଧ୍ୟମ ଆମର ସେହି ଯୁବ ନେତା ତାଙ୍କୁ ହରାଇଛନ୍ତି। ତେଣୁ ତାଙ୍କର କିଛି ଖାତା ଖତିୟାନ ନାହିଁ। ଏପରିକି ତାଙ୍କ ଦଳରେ ମଧ୍ୟ ତାଙ୍କର ଆଉ ଖାତିରି ନାହିଁ। ଫଳରେ ମନମୋହନ ଏବେ ଖାଲି ମିଛ ବୟାନ ବାଜି ଦେବାରେ ଲାଗିଛନ୍ତି ବୋଲି ଲେନିନ କହିଛନ୍ତି।

ସେ କହିଛନ୍ତି ଗତକାଲି ଗାନ୍ଧୀ ଜୟନ୍ତୀରେ ବିଜେଡି ତାହାର ପଦଯାତ୍ରା ଆରମ୍ଭ କରିଛି। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ସେଠାରେ ଲୋକମାନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଭଲ ପାଇବା ତାହା ବିଜେପି ଦେହରେ ଯାଇ ନାହିଁ। ଏହି ପଦଯାତ୍ରା ପରେ ପରେ ବିଜେପିର ଦୁଇ ଜଣ ମୁଖପାତ୍ର କିଛି ସମୟ ବ୍ୟବଧାନରେ ଦୁଇ ଥର ସାମ୍ବାଦିକ ସମ୍ମିଳନୀ କଲେ। ସେଥିରେ ମଧ୍ୟ ସନ୍ତୁଷ୍ଠ ହେଲା ନାହିଁ। ପୁଣି ଖୋଦ ସଭାପତି ଶ୍ରୀ ସାମଲ ଗଣମାଧ୍ୟମ ଆଗକୁ ଆସିଲେ।

ସଭାପତି କହିଲେ ଯେ, ବିଜେଡିର ବହୁ ନେତା ବିଜେପିରେ ସାମିଲ ହେବେ ବୋଲି କୁଆଡେ ଆବେଦନ କରିଛନ୍ତି। ବିଜେଡି ଖାଲି ହୋଇଯିବ ବୋଲି କହୁଛନ୍ତି। ମନମୋହନ ଦୁଇ ଜଣ ରାଜ୍ୟସଭା ସାଂସଦକୁ ନେଇ ଗଲେ ବୋଲି ଭାବିଛନ୍ତି ସମସ୍ତେ ପଳେଇବେ। ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି। ସେଥିପାଇଁ ସେ ଭାବିଛନ୍ତି ବିଜେଡିରୁ କାହାକୁ ଝାମ୍ପି ନେବେ। ହେଲେ ସେ ଚଞ୍ଚକତା ଆଉ ସାମଲବାବୁ କରନ୍ତୁ ନାହିଁ ବୋଲି ଲେନିନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଖାଲି ହୋଇଯିବା ପ୍ରସଂଗ, ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ବଦ୍ରି ପାତ୍ର

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲ ଗତକାଲି ଦେଇଥିବା ବୟାନକୁ ନେଇ ଓଡିଶା ରଜାନୀତିର ବେଶ ଚର୍ଚ୍ଚା ଚାଲିଛି। ମନମୋହନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, ବିଜେଡି ଖାଲି ହୋଇଯିବ। ଜଣ ଜଣକରି ନେତା ବିଜେପିରେ ସାମିଲ ହେବେ। ଏହାକୁ ନେଇ ଆରମ୍ଭ ହୋଇଯାଇଛି ତୁମ୍ବିତୋଫାନ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।

ବିଜେଡି ବିଧାୟକ ବଦ୍ରିପାତ୍ର ମନମୋହନଙ୍କ ଏହି ବୟାନ ଉପରେ ଚ୍ୟାଲେଞ୍ଜ କରିଛନ୍ତି। ସେ ମନମୋହନଙ୍କୁ କହିଛନ୍ତି, ଯଦି ତାକତ ଅଛି ତେବେ ବିଜେଡି ଖାଲି କରି ଦେଖାଅ। କେବଳ ବୟାନବାଜି କରି କିଛି ଲାଭ ନାହିଁ। ବିଜେଡି ହେଉଛି ଦେଶର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡି ଖାଲି କରିବାର ତାକତ କାହାର ନାହିଁ ବୋଲି ବଦ୍ରି ପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ କି ବାତ୍ ରେ ଓଡିଶାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଦେଲେ ମନମୋହନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆଜି ୧୦ ବର୍ଷ ପୂରଣ କରିଛି। ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି। ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ତାଙ୍କ ୧୧୪ ତମ “ମନ୍ କି ବାତ” ସଂସ୍କରଣରେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମଜିତ୍ ଟୁଡୁଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ବଦ୍ଧପରିକର ବୋଲି କହିଛନ୍ତି। ଭୁବନେଶ୍ୱରସ୍ଥିତ ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଶୁଣିଥିଲେ।

“ମାଁ ପାଇଁ ଗଛଟିଏ” ଅଭିଯାନ ପରିପ୍ରେକ୍ଷୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ରାଜ୍ୟ ମୁଖପାତ୍ର ଡ.ତପନ ଚାନ୍ଦଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଦେଶ ତଥା ଆମ ରାଜ୍ୟର ଐତିହ୍ୟ, ସଂସ୍କୃତି, ପରମ୍ପରା, ଅସ୍ମିତା ବିଶ୍ୱ ଦରବାରରେ ପହଁଚିବାରେ ସହାୟକ ହୋଇଛି । ଏହା ଲୋକଙ୍କ ମନରେ ଅଧିକ ଆତ୍ମବିଶ୍ୱାସ ଆଣିଦେଇଛି।

ମୋଦିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆଜି ଜନଆନ୍ଦୋଳନରେ ପରିଣତ ହୋଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଏନେଇ ସଚେତନତା ସୃଷ୍ଟି ହୋଇଛି। ଆମେରିକାରୁ ୩୦୦ ପ୍ରାଚୀନ ଓ ଦୁର୍ଲଭ କଳାକୃତି ଫେରାଇ ଆଣିବା ଆମ ସମସ୍ତଙ୍କ ପାଇଁ ଖୁସି ଓ ଗର୍ବର ବିଷୟ। ଶ୍ରୀ ସାମଲ ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି।

ଆଜି ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ବୁଥ୍‌ରେ ଦଳର ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ଏହି “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଥିଲେ। ଏଥି ସହ ପାର୍ଟିର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ସାମିଲ ହୋଇ ନୂତନ ସଦସ୍ୟ ସଂଗ୍ରହ ଓ ପଂଜୀକରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୁବ ଶିଘ୍ର ବଣ୍ଟାଯିବ ନିଗମ ମୁଆଁ, ବିଜେପି ସଭାପତି ମନମୋହନ ସାମଲ କଲେ ସ୍ପଷ୍ଟ

ଭୁବନେଶ୍ବର: ବର୍ତ୍ତମାନ ବିଜେପି ସରକାରର ଯେଉଁ ବଡ କାମଟି ବାକି ରହିଛି ତାହା ହେଲା ନିଗମ ଅଧ୍ୟକ୍ଷ। ଏହି ପଦବୀ ହାସଲ କରିବା ପାଇଁ ବହୁ ନେତା ଅପେକ୍ଷା କରି ରହିଛନ୍ତି। ସେମାନେ ବିଧାୟକ ହୋଇପାରିଲେ ନାହିଁ ହେଲେ ନିଗମ ଅଧ୍ୟକ୍ଷଟିଏ ହେବା ପାଇଁ ଆଶା ବାନ୍ଧିଛନ୍ତି। ତେବେ ଏହି ମୁଆଁ ଖୁବ ଶିଘ୍ର ବଣ୍ଟାଯିବ ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।

ଆଜି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଦଳର ସଦସ୍ୟତା ଅଭିଯାନ ଚାଲିଛି। ଏହା ଶେଷ ହେବା ପରେ ନିଗମ ଅଧ୍ୟକ୍ଷ ପ୍ରସଂଗ ବିଚାର କରାଯିବ। ଏହି ପଦବୀ ଯୋଗ୍ୟ ବ୍ୟକ୍ତି ତଥା ଅବସାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମନମୋହନ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କାଲି ମୋହନ ସରକାରଙ୍କୁ ପୁରିବ ୧୦୦ ଦିନ, ଏହାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ…

ଭୁବନେଶ୍ବର: ଆସନ୍ତାକାଲି ଗୁରୁବାରରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡିଶାରେ ପ୍ରଥମ ଥର ବିଜେପି ସରକାରର ୧୦୦ ଦିନ ପୁର୍ତି କରିବ। ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଓଡିଶାବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।

କେନ୍ଦ୍ର ସରକାରଙ୍କ ସଫଳତା

ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଗତ ୧୦ ବର୍ଷରେ ଗରୀବ ବାସହୀନଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ, ବିଜୁଳି, ୫ କିଲୋ ଚାଉଳ ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଦୀନଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସଂଗଠିତ କରାଯିବା ସହିତ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଦୁତ ସାଜିଛନ୍ତି । ଏଥି ସହ ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଶ୍ୱକର୍ମା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି ।

ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ଏବଂ ଏଥିରେ ଆସନ୍ତା ୫ ବର୍ଷରେ ୪.୧୦ କୋଟି ଯୁବକ ଉପକୃତ ହେବେ । ଗତ ୧୦ବର୍ଷରେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୯.୫ କୋଟି କୃଷକଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା ୧୨.୩୩ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି ।

ବାସୁମତି ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟକୁ ହଟାଇ ଦିଆଯାଇଛି। ପିଆଜ ଉପରେ ରପ୍ତାନୀ ଶୁଳ୍କ ୪୦ ରୁ ୨୦ ପ୍ରତିଶତକୁ କମାଇ ଦିଆଯାଇଛି। ଖରିଫ ଫସଲର ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ମକାରୁ ଇଥାନଲ ପ୍ରସ୍ତୁତ ପାଇଁ ସମବାୟ ଚିନିକଳ ଗୁଡିକ ଆଧୁନିକିକରଣ କରାଯାଇଛି। “ଏଗ୍ରି ସେୟାର” ନାମରେ ମୋଦିଜୀ ଏକ ନୂତନ ପାଣ୍ଠି ଆରମ୍ଭ କରିଛନ୍ତି।

ସେହିପରି ମଧ୍ୟମ ବର୍ଗଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ମୁକ୍ତ କରାଯାଇଛି। ୱାନ୍ ର‌୍ୟାଙ୍କ୍‌, ୱାନ୍ ପେନସନର ତୃତୀୟ ସଂସ୍କରଣ ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ ନିର୍ମାଣ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି। ସେ ମଧ୍ୟରୁ ୧ କୋଟି ସହରାଂଚଳ ଏବଂ ୨ କୋଟି ଗ୍ରାମାଂଚଳରେ ନିର୍ମାଣ କରାଯିବ।

ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୨.୫ ଲକ୍ଷ ଘରେ ସୋଲାର ସିଷ୍ଟମ ସ୍ଥାପିତ କରାଯିବ। ୩୪୦୦ କୋଟି ଟଙ୍କାର ପିଏମ୍ – ବସ ସେବା ଯୋଜନା ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା ଆଜି ଦେଶର ଅନେକ ଲୋକଙ୍କ ଜୀବନ ଆଧାର ସାଜିଛି। ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ବହନ କରୁଛି। ନିର୍ବାଚନ ପ୍ରତିଶୃତି ଅନୁଯାୟୀ ୭୦ ବର୍ଷ ଏବଂ ତଦୁର୍ଦ୍ଧ ନାଗରିକଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବେ ମୋଦି ସରକାର।

ଏହା ଦ୍ୱାରା ଦେଶର ୬ କୋଟି ଲୋକ ଉପକୃତ ହେବେ। ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବିଦେଶୀ ନିର୍ଭରତାକୁ ମୋଦିଜୀ ଶେଷ କରିଦେଇଛନ୍ତି। ମୋଦି ସରକାରଙ୍କ ପାଇଁ ଦେଶରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ। ମୋଦିଜୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।

ଗତ ୧୦୦ ଦିନରେ ୧୪ ଗୋଟି ଶ୍ରେଣୀ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଯୋଜନା ଶୁଭାରମ୍ଭ କରାଯାଇଛି। ବିଶେଷ ଭାବେ ଭିତିଭୂମି କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ବଧବାନଠାରେ ୭୬ ହଜାର କୋଟି ଟଙ୍କା ପୁଂଜି ବିନିମୟରେ ଏକ ମେଗା ପୋର୍ଟ ନିର୍ମାଣ କରାଯିବ। ଏହା ବିଶ୍ୱର ୧୦ଟି ପ୍ରମୁଖ ବନ୍ଦର ଭିତରେ ସାମିଲ ହେବ । ୪୯ ହଜାର କୋଟି ଟଙ୍କା ପୁଂଜି ବିନିମୟରେ ୨୫ ହଜାର ଗ୍ରାମକୁ ପକ୍କା ସଡକ ଦ୍ୱାରା ସଂଲଗ୍ନ କରାଯିବ।

୧୦୦ ଜଣ ବାସ କରୁଥିବା ଗ୍ରାମଗୁଡିକୁ ଏହି ଯୋଜନାରେ ସାମିଲ କରାଯିବ। ୫୦୬୦୦ କୋଟି ଟଙ୍କା ବିନିମୟରେ ବଡ ବଡ ସଡକଗୁଡିକୁ ଓସାର କରାଯିବ। ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ କରାଯିବ ଏବଂ ଓଡିଶାକୁ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଗ୍ରାଧିକାର ଦିଆଯାଇଛି। ଦେଶର ଅନେକ ସହରାଂଚଳରେ ନୂତନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

ଅନ୍ତରୀକ୍ଷ ଷ୍ଟାର୍ଟ ଅପ୍ ଯୋଜନାରେ ୧୦୦୦ କୋଟି ଟଙ୍କାର ଉଦ୍ୟମ ପୁଂଜି (ଭେଂଚର କ୍ୟାପିଟାଲ) ବ୍ୟବସ୍ଥା କରାଯାଇଛି। ସେମି କଣ୍ଡକ୍ଟର ୟୁନିଟ ମଧ୍ୟ ସ୍ଥାପନା କରାଯାଇଛି ଏବଂ ଆଗାମୀ ୧୦ ବର୍ଷରେ ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବ। ସେହିପରି ବିପର୍ଯ୍ୟୟ ପ୍ରଶମନ ଓ ସାଇବର ଅପରାଧ ରୋକିବା କ୍ଷେତ୍ରରେ ଲୋକସଭାରେ ବିପର୍ଯ୍ୟୟ ପ୍ରଶମନ ଅଧିନିୟମ – ୨୦୨୪ କୁ ଉପସ୍ଥାପନ କରାଯାଇଛି। ଏହି ବାବଦରେ ୧୨ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର ଗମନାଗମନ କ୍ଷେତ୍ରରେ ୧୫ ହଜାର କୋଟି ଟଙ୍କାର ୪ଟି ବୃହତ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି। ୬ ଲେନ ବିଶିଷ୍ଟ ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ପାଇଁ ୧୮ଶହ କୋଟି ଟଙ୍କା, ଚଣ୍ଡିଖୋଲ-ବଡବିଲ ଜାତୀୟ ରାଜପଥ ପାଇଁ ୧୦ ହଜାର କୋଟି, ୪ ଲେନ ବିଶିଷ୍ଟ ଖୋର୍ଦ୍ଧା-ନୟାଗଡ ଜାତୀୟ ରାଜପଥ ପାଇଁ ୧୧ ଶହ କୋଟି ଏବଂ ୪ ଲେନ ବିଶିଷ୍ଟ କେସିଙ୍ଗା – ଜୁନାଗଡ ଜାତୀୟ ରାଜପଥ ପାଇଁ ୧ ହଜାର କୋଟି ଟଙ୍କାକୁ ଅନୁମୋଦନ ମିଳିଛି।

ଏଥି ସହ ୨ ଲେନ ବିଶିଷ୍ଟ କୋରାପୁଟ-ପୋଡାମାରି ପ୍ରକଳ୍ପ ପାଇଁ ୨୫୦୦ କୋଟି ଟଙ୍କା, ସେତୁବନ୍ଧ ଯୋଜନାରେ ୨୫୦ କୋଟି, କେନ୍ଦ୍ରୀୟ ସଡକ ଓ ଭିତିଭୁମି ପାଣ୍ଠି ଅଧିନରେ ୫୦୦ କୋଟି ଏବଂ ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କା ମଂଜୁରୀ ମିଳିଛି।

ଆଗାମୀ ଦିନରେ ମୋଟୁ – ତିରିଙ୍ଗି ମଧ୍ୟରେ ଅଟଳ ଏକ୍ସପ୍ରେସ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ସମେତ ଝାରସୁଗୁଡା – ବାଲେଶ୍ୱର, ନୂଆପଡା – ଅସ୍ତରଙ୍ଗ, ବୃନ୍ଦାବାହା – ଗୋପାଳପୁର, ସମ୍ବଲପୁର – ସାତଭାୟା ଜାତୀୟ ରାଜପଥ, ବ୍ରହ୍ମପୁର – ଜୟପୁର, ଜୟପୁର – ରାଉରକେଲା, ରାଉରକେଲା – ଜଳେଶ୍ୱର, ଜଳେଶ୍ୱର – ବ୍ରହ୍ମପୁର ଗ୍ରାଣ୍ଡ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଏହା ଏକ ଐତିହାସିକ ନିଷ୍ପତି ବୋଲି ଶ୍ରୀ ସାମଲ କହିଛନ୍ତି।

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି। ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୮୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଆର୍ଥୀକ ଅନୁଦାନ । ରାଜ୍ୟରେ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତ୍‌କରଣ ହୋଇସାରିଛି। ଆଉ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯିବ। ବିଶେଷ ଭାବେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ସହାୟତା ଦିଆଯିବାର ଚଳିତ ବଜେଟରେ ଘୋଷଣା କରାଯାଇଛି। ସେହିପରି କୃଷି, ଶକ୍ତି, ଟେକ୍ନୋଲୋଜି, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ।

ମୋଦି ଗ୍ୟାରେଂଟିକୁ ଓଡିଶା ସମେତ ସମଗ୍ର ଦେଶବାସୀ ଦେଖିଛନ୍ତି। ଓଡିଶାରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର। ଓଡିଶାକୁ ସୁନାର ଓଡିଶା ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର। ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟ ସରକାରଙ୍କ ସଫଳତା

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା, ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି।ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୪ ରୁ ୬ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ ରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

୮୦ ବର୍ଷ ବୟସ୍କ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନସନ ବ୍ୟବସ୍ଥା କରିସାରିଛୁ। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି ।

ଲୋକସେବା ଭବନ ଏବଂ ବିଧାନସଭାକୁ ସାମ୍ବାଦିକଙ୍କ ପ୍ରବେଶ ପାଇଁ ନିଷ୍ପତି ନିଆଯାଇଛି । “ଆମ ସରକାର – ଲୋକଙ୍କ ସରକାର” ଜନଶୁଣାଣୀକୁ ଅଗ୍ରାଧିକାର ଦେଇଛି । କୃଷି କ୍ଷେତ୍ରରେ ଚଳିତ ବଜେଟ୍‌ରେ “ସିଏମ କିଶାନ ସମ୍ମାନ ଯୋଜନା”ରେ ୪୬ ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ ନିଷ୍ପତି ହୋଇସାରିଛି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ।

ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର କରାଯିବ। ଖାଲି ପଡିଥିବା ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି। ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶକୁ ଗୁରତ୍ୱ ଦିଆଯାଇଛି। ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାକୁ ଗତ କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଶୁଭାରମ୍ଭ କରିଛନ୍ତି ଏବଂ ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବ।

୧୦୦ ଦିନର ସଂକଳ୍ପ ପତ୍ରରେ ଯେଉଁ ଯେଉଁ ନିଷ୍ପତି ନିଆଯାଇଛି ସେ ସବୁର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇସାରିଛି । କେନ୍ଦ୍ରସରକାରଙ୍କ ଅନୁଦାନକୁ ସଠିକ୍ ଭାବେ ବିନିଯୋଗ କରି ଦେଶ ଓ ରଜ୍ୟର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ସତ୍ୟବ୍ରତ ପଣ୍ଡା, ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ତାଗିଦ କଲେ ସଭାପତି ମନମୋହନ, କହିଲେ ଆଚରଣ ଓ ଉଚ୍ଚାରଣ ଠିକ୍ କରନ୍ତୁ

ଭୁବନେଶ୍ୱର: ନିର୍ବାଚନ ଏବଂ ନିର୍ବାଚନ ପରବର୍ତ୍ତି ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ରବିବାରରେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ ଆଚରଣ ଓ ଉଚାରଣକୁ ସଠିକ ରଖିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି ସମସ୍ତ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ବିଚାର କରାଯାଇ ବିହୀତ ପଦକ୍ଷେପ ନେବା ପାଇଁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି।

କମିଟିର ଅଧ୍ୟକ୍ଷ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମହାନ୍ତି, କମିଟିର ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ପୂର୍ବତନ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ନମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଦର୍ଶନ ନାୟକଙ୍କୁ କମିଟିର ଆବାହକ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନମୋହନ ସାମଲଙ୍କ ପାଇଁ କାହିଁକି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ?

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କାରଣ ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଥଇଥାନ ହୋଇପାରୁ ନାହିଁ। ସେ ନିର୍ବାଚନରେ ନିଜେ ସିନା ହାରିଗଲେ ହେଲେ ଦଳକୁ ଜିତାଇ ସରକାର କରିବାରେ ସକ୍ଷମ ହେଲେ। ଏପରି ପରିସ୍ଥିତିରେ ତାଙ୍କୁ କେନ୍ଦ୍ର ବିଜେପି କୌଣସି ସ୍ଥାନରେ ଥଇଥାନ କରିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରୁ ନାହିଁ।

ମନ୍ତ୍ରୀ ମଣ୍ଡଳ ଗଠନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଲା। ଏପରିକି ଦିଲ୍ଲୀ ସୁତ୍ରରୁ ମଧ୍ୟ ଜଣାପଡିଲା ଯେ, ତାଙ୍କୁ ଅଧ୍ୟକ୍ଷ କରାଯାଉଛି। ହେଲେ କଣ ହେଲା କେଜାଣି ତାହା ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ମମତା ମହାନ୍ତ ରାଜ୍ୟସଭା ଛାଡିବା ପରେ ମନମୋହନଙ୍କୁ ନିଆଯିବ ବୋଲି ଶୁଣାଗଲା। ହେଲେ ତାହା ମଧ୍ୟ ହେଲା ନାହିଁ।

ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପଛରେ ତାଙ୍କ ସମର୍ଥକଙ୍କର ରହିଛି ଭିନ୍ନ ମତ। ତାହା ହେଲା ଯେ, ତାଙ୍କ ପଛରେ କୁଆଡେ ଏକ ଶକ୍ତିଶାଳି ଗୋଷ୍ଠୀ ଲାଗିରହିଛନ୍ତି। ମନମୋହନ ଯେପରି କୌଣସି ସ୍ଥାନରେ ଥଇଥାନ ନ ହେବେ ସେ ନେଇ ସେମାନେ କୁଆଡେ ଚକ୍ରାନ୍ତ କରିବାରେ ଲାଗିଛନ୍ତି। ଫଳରେ ତାଙ୍କର ଏ ପର୍ଯ୍ୟନ୍ତ କିଛି ହୋଇପାରୁ ନାହିଁ। ତେବେ ରାଜ୍ୟସଭା ନିର୍ବାଚନ ପରେ ତାଙ୍କ କଥା ବୁଝାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ କିଏ ଯିବ ରାଜ୍ୟସଭା, ଏହାକୁ ନେଇ ଆରମ୍ଭ ହେଲା କଳ୍ପନା ଜଳ୍ପନା

ଭୁବନେଶ୍ବର: ଓଡିଶାର ଖାଲିପଡିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇସାରିଛି। ସେହି ଅନୁସାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖ ଉପନିର୍ବାଚନ ହେବ। ଏଥିପାଇଁ ଅଗଷ୍ଟ ୧୪ରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ।

ବିଜେଡି ନେତ୍ରୀ ମମତା ମହାନ୍ତ ହଠାତ ରାଜ୍ୟସଭା ସାଂସଦ ପଦରୁ ଏବଂ ଦଳରୁ ଇସ୍ତଫା ପ୍ରଦାନ କରି ବିଜେପିରେ ସାମିଲ ହୋଇଛନ୍ତି। ସେ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡିଛି। ତେବେ ବର୍ତ୍ତମାନ ଏହାର ଉପନିର୍ବାଚନ ହେଲେ ବିଜେପି ପ୍ରାର୍ଥୀ ଜିତିବା ନିଶ୍ଚିତ। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ପୁଣି ଥରେ ମମତା ମହାନ୍ତ ବିଜେପି ପ୍ରାର୍ଥୀ ହେବେ। ସେଥିପାଇଁ କୁଆଡେ ତାଙ୍କୁ ପ୍ରତିଶୃତି ଦିଆଯାଇଛି ବୋଲି କୁହାଯାଉଛି। ସେ ବିଜେପିର ସାଂସଦ ଭାବେ କାର୍ଯ୍ୟ କରିବେ। ତେବେ ଅନ୍ୟ ଏକ ସୁତ୍ର ଅନୁସାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ସର୍ବାଗ୍ରେ ରହିଛି। ତାଙ୍କ ନେତୃତ୍ବରେ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିଛି। ସେଥିପାଇଁ ତାଙ୍କୁ ରାଜ୍ୟସଭା ପଠାଯାଇ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।

ତେବେ ଏହି ଦୁଇ ଜଣ ପରେ ଆଉ ଯାହା ନାମ ଆସୁଛି ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଶେଶ୍ବର ଟୁଡୁ। କାରଣ ହେଲା ଦଳ ଏଥର ବିଶେଶ୍ବରଙ୍କୁ ଟିକେଟ ଦେଲା ନାହିଁ। ତଥାପି ସେ ଦଳତ୍ୟାଗ ନ କରି ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି। ସେଥିପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟସଭାକୁ ପଠାଯିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ତେବେ ଭିତିରଆ ସୁତ୍ର ଅନୁସାରେ ମନମୋହନ ସାମଲଙ୍କୁ ଦିଲ୍ଲୀର ଏକ ଶକ୍ତିଶାଳି ଗୋଷ୍ଟୀ ପ୍ରବଳ ବିରୋଧ କରୁଛନ୍ତି। ସେ ଯେପରି କେନ୍ଦ୍ର ରାଜନୀତିକୁ ନ ଆସନ୍ତୁ ସେଥିପାଇଁ ସବୁପ୍ରକାରର ପ୍ରଚେଷ୍ଠା ଜାରୀ ରହିଛି। ଏହି ଗୋଷ୍ଠୀ ଯଦି ସଫଳ ହୁଅନ୍ତି ତେବେ ମନମୋହନଙ୍କ ରାଜ୍ୟସଭା ସାଂସଦ ଆଶା ମଉଳିଯିବ। ଶେଷରେ ସେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୯ ରୁ ଓଡିଶା ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା’ ଯାତ୍ରା, ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ‘ହର ଘର ତ୍ରିିରଙ୍ଗା’,‘ତ୍ରିରଙ୍ଗା ଯାତ୍ରା’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରି ଆସୁଛନ୍ତି।

ସେହି କ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲିମାନ ଅନୁଷ୍ଠିତ ହେବ।ଏ ନେଇ ସୂଚନା ଦେଇଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ।

ଅଗଷ୍ଟ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ୧୧ ରୁ ୧୪ ପର୍ଯ୍ୟନ୍ତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ; ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।

ସେହିପରି ୧୪ ଅଗଷ୍ଟ ୧୯୪୭ରେ ଭାରତର ବିଭାଜନ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା ଓ ବିସ୍ଥାପନର ହୋଇଥିଲା। ଦେଶ ବିଭାଜନ ନିଷ୍ପତି ଭୁଲ ଥିଲା। ଏହି ଯନ୍ତ୍ରଣାଦାୟକ ଦିନକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ସନ୍ଧ୍ୟାରେ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହେବ।

ଅଗଷ୍ଟ ୧୬ ତାରିଖ ଦିନ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ପାଳନ କରାଯିବା ସହିତ ୧୯ ଅଗଷ୍ଟରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରାଯିବ। ଏ ସମସ୍ତ କାର୍ଯ୍ୟକ୍ରମ ମଣ୍ଡଳସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ପାର୍ଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତା, ଜନପ୍ରତିନିଧି ଏଥିରେ ସାମିଲ ହେବେ। ସାଧାରଣ ଜନତା ମଧ୍ୟ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରତ୍ୟେକ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ତ୍ରିପାଠୀ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ସୀମାଂଚଳ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଜି ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। କୃଷି ଓ ସମାଜ ସୁଧାର କ୍ଷେତ୍ରରେ ସ୍ୱର୍ଗତାଃ ପୂଜାରୀଙ୍କ ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

ସ୍ୱର୍ଗତାଃ ପୂଜାରୀ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ ଧାନ ସଂରକ୍ଷଣ କରିବା ସହ ଜୈବିକ ଚାଷ କରି ଦେଶରେ ଉଦାହରଣ ସୃଷ୍ଟି କରିଥିଲେ। ସ୍ୱର୍ଗତାଃ ପୂଜାରୀଙ୍କ ପରଲୋକ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତାଃ ପୂଜାରୀଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସ୍ୱର୍ଗତାଃ ପୂଜାରୀଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ, ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ

ଭୁବନେଶ୍ବର: ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ। ସେ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହୁଥିବା ବେଳେ ଅନ୍ୟ ଜଣେ ରାଜନେତା ଉପାଧ୍ୟକ୍ଷ ହୋଇଥାନ୍ତି। ହେଲେ ନିୟମ ରହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସେ ଅଧ୍ୟକ୍ଷ ନ ରହି ଅନ୍ୟ ଜଣଙ୍କୁ ସେ ଦାୟିତ୍ବ ଦେଇପାରିବେ। ସେହି ଅନୁସାରେ ପ୍ରଥମ ଥର ପାଇଁ ମନମୋହନଙ୍କୁ ବୋର୍ଡର ଉପାଧ୍ୟକ୍ଷ ନୁହେଁ ଅଧ୍ୟକ୍ଷ କରାଯିବ।

ଏଥିରେ ମନମୋହନଙ୍କୁ କ୍ୟାବିନେଟ ପ୍ୟାହା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ। ଗତକାଲି ରାଜ୍ୟ ସରକାର ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହି ବୋର୍ଡରେ ଦୀର୍ଘ ବର୍ଷ ଧରି କେହି ହେଲେ ଉପାଧ୍ୟକ୍ଷ ନ ଥିଲେ। ଏପରିକି ବୋର୍ଡର ସଦସ୍ୟ ସଂଖ୍ୟା ମଧ୍ୟ ପୂରଣ କରାଯାଇ ନ ଥିଲା। ଶେଷ ଥର ପାଇଁ ସଂଜୟ ଦାସ ବର୍ମା ବୋର୍ଡର ଉପାଧ୍ୟକ୍ଷ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମହଲରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ନୂଆ ସରକାର ଗଠନ ହୋଇଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ପୂର୍ଣ୍ଣ ଗରିଷ୍ଠତା ସହ କ୍ଷମତାକୁ ଆସିଛି। ନିର୍ବାଚନ ପୂର୍ବରୁ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବା ଖବର ଚର୍ଚ୍ଚା ହେଉଥିବା ବେଳେ ଓଡିଶାର ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରତି ଅନିଚ୍ଛା ପ୍ରକାଶ କରିଥିଲେ।

ମେଣ୍ଟକୁ ସମର୍ଥନ ନକରି ବିଜେପି ରାଜ୍ୟରେ ଏକାକୀ ଲଢି ସରକାର ଗଠନ କରିପାରିବ ବୋଲି ଦାବି କରୁଥିଲେ। ହେଲେ ସେଥିପାଇଁ ତାଙ୍କୁ ବାରମ୍ବାର ଦିଲ୍ଲୀ ଡାକରା ମଧ୍ୟ ହେଉଥିଲା। କିନ୍ତୁ ଶେଷରେ ମନମୋହନଙ୍କ ନେତୃତ୍ଵରେ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢି ସଫଳତା ପାଇଲା। ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଲା।

କିନ୍ତୁ ବିଜେପିର ସଫଳତା ଯୋଗୁଁ ନିଜ ନିର୍ବାଚନ ମଣ୍ଡଳୀରୁ ମନମୋହନଙ୍କ ପରାଜୟର ଖବର ଉଭାନ ହୋଇଗଲା। ସମସ୍ତେ ମନମୋହନଙ୍କ ନେତୃତ୍ଵକୁ ପ୍ରଶଂସା କରିବା ଆରମ୍ଭ କଲେ। ମନମୋହନଙ୍କ ଯୋଗୁଁ ଓଡିଶାରେ ବିଜେପି କ୍ଷମତାକୁ ଆସିଲା ବୋଲି ଚର୍ଚ୍ଚା ହେଲା। ତେଣୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଲା।

ଏହିକ୍ରମରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଆୟୋଜକ ଶିକ୍ଷାବିତ୍, ଉଦ୍ୟୋଗପତି ଶ୍ରୀନିବାସ ପଟ୍ଟନାୟକ ସମେତ ସବୁ ବର୍ଗର ଦଳୀୟ କର୍ମୀ, ମିଡ଼ିଆ ବନ୍ଧୁ, ଚିକିତ୍ସାବିତ୍ , ଶିକ୍ଷାବିତ୍, କଳାକାର,ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଉଦ୍ୟୋଗପତି, ଶିଳ୍ପପତି ତଥା ଶୁଭେଚ୍ଛୁଙ୍କର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୫ ଶହ ଲୋକଙ୍କର ସମାଗମ ହୋଇଥିଲା। ସମସ୍ତେ ମନମୋହନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବନ୍ଦ ହୋଇ ନାହିଁ ବିଏସକେୱାଇ କାର୍ଡ, କୌଣସି ହସପିଟାଲ ଅବହେଳା କରିବା ଏକ ଅପରାଧ,ମନମୋହନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତିି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହାରିଲେ ବିଜେପି ସଭାପତି ମନମୋହନ ସାମଲ, ଜାଣନ୍ତୁ ଭୋଟ ବ୍ୟବଧାନ

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶେଷରେ ହାରିଯାଇଛନ୍ତି। ଭଦ୍ରକ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ 83063 ଖଣ୍ଡ ଭୋଟ ହାସଲ କରିଛନ୍ତି।

ମନମୋହନ ବିଜେପି ବିଜେଡି ମେଣ୍ଟ ନ କରିବା ପାଇଁ ସେ ବହୁ ସଂର୍ଘର୍ଷ କରିଥିଲେ। ସେ ପ୍ରବଳ ବିରୋଧ କରିଥିଲେ। ଦାବୀ କରିଥିଲେ ଯେ, ଓଡିଶାରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର କରିବ। ତାଙ୍କ କଥା ଅନୁସାରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଛି ହେଲେ ସେ ହାରିଗଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେପି ନେତାଙ୍କୁ ଦଣ୍ଡ, ସଭାପତି ମନମୋହନ ଦଳରୁ କଲେ ବହିସ୍କାର

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପ୍ରଦୀପ ପତ୍ରୀ ଏବଂ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଯାଜ୍ଞସେନୀ ଜେନାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଏ ନେଇ ଦଳ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ତେବେ ଏହି ଦୁଇ ନେତା ବିଜେପିରୁ ବହିସ୍କୃତ ହେବା ପରେ ସେମାନେ ଅନ୍ୟ ଦଳରେ ମିଶିବେ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଏଥର ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବେ ବୋଲି ଜଣାପଡିଛି। ଏଥିସହିତ ବିଜେପିର ବାକିଥିବା ତିନୋଟି ଲୋକସଭା ଆସନ ନେଇ ମଧ୍ୟ ଆଜି ଚୁଡାନ୍ତ ହେବ।

ବର୍ତ୍ତମାନ ବିଜେଡି ପ୍ରଥମେ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା ଦଳ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଏହି ଘୋଷଣା କରିଛନ୍ତି। ଏହାପରେ ବିଜେପି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପାଇଁ ତତ୍ପତର ହୋଇଉଠିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମେଣ୍ଟ ଚର୍ଚ୍ଚା ସରିବା ପରେ ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଆଜି ପୁଣି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଏହି ଦୁଇ ନେତା ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟ ବୈଠକରେ ଉଭୟ ଯୋଗ ଦେବେ।

ବର୍ତ୍ତମାନ ବିଜେପି ଲୋକସଭା ପାଇଁ ପରବର୍ତ୍ତି ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହି ପର୍ଯ୍ୟାୟରେ ଓଡିଶା ଆସନ ଘୋଷଣା ହେବାର ସମ୍ଭାବନା ରହିଛି। ସେଥିପାଇଁ ମନମୋହନ ସାମଲ ଏବଂ ମାନସ ମହାନ୍ତିଙ୍କୁ ଦିଲ୍ଲୀ ଯିବା ପାଇଁ ଡକରା ଆସିଛି। ଆଜି ସଂଧ୍ୟାରେ ବିଜେପିର ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ, ଘୋଷଣା ହେବ ତୃତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଗତକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳର ନିର୍ବାଚନ କମିଟ ବୈଠକ ବସିଥିଲେ। ସେଥିରେ ବହୁ ପ୍ରାର୍ଥୀଙ୍କ ନାମ ରାଜ୍ୟ କମିଟ ବିଚାର କରିଛି। ସେସବୁ ଆଜି ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହିତ ମନମୋହନ ଆଲୋଚନା କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରୀୟ ବିଜେପି ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ଏବେ ତୃତୀୟ ପର୍ଯ୍ୟାୟ ତାଲିକ ଆଜି କିମ୍ବା କାଲି ଆସିବ ବୋଲି ସମ୍ଭାବନା ରହିଛି। ଏହି ପର୍ଯ୍ୟାୟରେ ଓଡିଶାର ନାମ ଘୋଷଣା ହେବ ବୋଲି ଜଣାପଡିଛି। ଏହି ତାଲିକାରୁ ରାଜ୍ୟରେ ମେଣ୍ଟ ହେବାର ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହାର ପୂର୍ଣ୍ଣାଙ୍ଗ ରୂପରେଖ ମିଳିପାରିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ବାଉଳା ହେଲେଣି ମନମୋହନ ସାମଲ, ପୁଣି ଦିଲ୍ଲୀ ଡକରା, କଥା ବଦଳାଇଲେ

ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି।

ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି ସମୟ ପରେ ସେ ସେହି ଟୁଇଟକୁ ହଟାଇ ଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେ କଣ ଦିଲ୍ଲୀ ନେତୃତ୍ୟଙ୍କ ଚାପରେ ଟୁଇଟର ନିଜ ଲେଖା ହଟାଇ ଦେଲେ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ଏବେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଛି ବୋଲି କୁହାଯାଇଛି। ତା ପୂର୍ବରୁ ସେ ତାଙ୍କର ବୟାନରେ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ କଥା ଶୀର୍ଷ ନେତୃତ୍ବ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ। ଆମେ ସେ ସଂପର୍କରେ କିଛି କହିପାରିବୁ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଫଳରେ ମନମୋହନ ସାମଲ ଏହାକୁ ନେଇ ପୁରା ବାଉଳା ହୋଇଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସକାଳେ ଗୋଟେ କଥା କହୁଥିବା ବେଳେ ମଧ୍ୟାହ୍ନରେ ଆଉ ଏକ କଥା କହୁଛନ୍ତି।

ମନମୋହନଙ୍କ ଗତିବିଧିରୁ ସ୍ପଷ୍ଟ ଜଣାପଡିଛି ଯେ, ବିଜେପିର ଶୀର୍ଷ ନେତୃତ୍ବ ମେଣ୍ଟ କରିବାକୁ ଚାହୁଁଛନ୍ତି ହେଲେ ମନମୋହନ କୁଆଡେ ରାଜି ହେଉ ନାହାଁନ୍ତି। ତେଣୁ ହୁଏତ ଏପରି ପରିସ୍ଥିତିରେ ମନମୋହନଙ୍କ ଉପରେ ଦଳ କିଛି ବଡ ପଦକ୍ଷେପ ନେଇଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରୁ ଫେରିଲେ ବିଜେପି ସଭାପତି ମନମୋହନ ସାମଲ, ଆଉ ପୂର୍ବ ଦମ୍ଭ ନାହିଁ

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀରେ ବୈଠକ ପରେ ସେ ଓଡିଶା ଫେରିଆସିଛନ୍ତି। ସେ କହିଛନ୍ତି ଯାହା ଚାଲିଛି ଠିକ ଚାଲିଛି। ବିଚାର ବିମର୍ଶ ଚାଲିଛି। ଆମର ପକ୍ରିୟା ଯେପରି ଚାଲିବା କଥା ତାହା ଚାଲିଛି। ହେଲେ ମେଣ୍ଟ ସଂପର୍କରେ କିଛି କହି ନ ଥିଲେ।

ତେବେ ତାଙ୍କ କଥାରୁ ଜଣାପଡିଛି ଯେ, ପୂର୍ବରୁ ସେ ଯେପରି ମେଣ୍ଟ ହେବ ନାହିଁ ବୋଲି କହୁଥିଲେ ସେ ଦମ୍ଭ ଆଉ ନାହିଁ। ତାଙ୍କର ମନ୍ତବ୍ୟ ମନ୍ଥର ହୋଇଯାଇଛି। ପୂର୍ବରୁ ସେ କହୁଥିଲେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବେ, ହେଲେ ଆଜି ସେ ନେଇ କିଛି ସ୍ପଷ୍ଟ କରି ନ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

BJD BJP Alliance: ବଢିଲା ମେଣ୍ଟ ଚର୍ଚ୍ଚା, ଜରୁରୀ ଦିଲ୍ଲୀ ଗସ୍ତରେ ବିଜେପିର ତିନି ନେତା

BJD BJP Alliance: ପୁଣି ଥରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ଅଳ୍ପ ସମୟ ପାଇଁ ନିରବତା ପରେ ତାହା ଏବେ ଭଙ୍ଗ ହୋଇଛି। ଏହାର କାରଣ ହେଲା ଆଜି ପୁଣି ଥରେ ନୂଆଦିଲ୍ଲୀକୁ ଜରୁରୀ ଗସ୍ତ କରିଛନ୍ତି ବିଜେପିର ତିନି ବରିଷ୍ଠ ନେତା।

ସେମାନେ ହେଲେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି। ନିକଟରେ ସେମାନେ ଆଲୋଚନା କରି ଆସିବା ପରେ ପୁଣି ଥରେ ଦିଲ୍ଲା ଡକରା ନେଇ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏଥିରେ ବିଜେଡିରୁ କେହି ଯାଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।