Categories
ଆଜିର ଖବର ରାଜ୍ୟ ଖବର

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଜି ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। କୃଷି ଓ ସମାଜ ସୁଧାର କ୍ଷେତ୍ରରେ ସ୍ୱର୍ଗତାଃ ପୂଜାରୀଙ୍କ ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

ସ୍ୱର୍ଗତାଃ ପୂଜାରୀ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ ଧାନ ସଂରକ୍ଷଣ କରିବା ସହ ଜୈବିକ ଚାଷ କରି ଦେଶରେ ଉଦାହରଣ ସୃଷ୍ଟି କରିଥିଲେ। ସ୍ୱର୍ଗତାଃ ପୂଜାରୀଙ୍କ ପରଲୋକ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତାଃ ପୂଜାରୀଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସ୍ୱର୍ଗତାଃ ପୂଜାରୀଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ, ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ

ଭୁବନେଶ୍ବର: ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ। ସେ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହୁଥିବା ବେଳେ ଅନ୍ୟ ଜଣେ ରାଜନେତା ଉପାଧ୍ୟକ୍ଷ ହୋଇଥାନ୍ତି। ହେଲେ ନିୟମ ରହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସେ ଅଧ୍ୟକ୍ଷ ନ ରହି ଅନ୍ୟ ଜଣଙ୍କୁ ସେ ଦାୟିତ୍ବ ଦେଇପାରିବେ। ସେହି ଅନୁସାରେ ପ୍ରଥମ ଥର ପାଇଁ ମନମୋହନଙ୍କୁ ବୋର୍ଡର ଉପାଧ୍ୟକ୍ଷ ନୁହେଁ ଅଧ୍ୟକ୍ଷ କରାଯିବ।

ଏଥିରେ ମନମୋହନଙ୍କୁ କ୍ୟାବିନେଟ ପ୍ୟାହା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ। ଗତକାଲି ରାଜ୍ୟ ସରକାର ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହି ବୋର୍ଡରେ ଦୀର୍ଘ ବର୍ଷ ଧରି କେହି ହେଲେ ଉପାଧ୍ୟକ୍ଷ ନ ଥିଲେ। ଏପରିକି ବୋର୍ଡର ସଦସ୍ୟ ସଂଖ୍ୟା ମଧ୍ୟ ପୂରଣ କରାଯାଇ ନ ଥିଲା। ଶେଷ ଥର ପାଇଁ ସଂଜୟ ଦାସ ବର୍ମା ବୋର୍ଡର ଉପାଧ୍ୟକ୍ଷ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମହଲରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ନୂଆ ସରକାର ଗଠନ ହୋଇଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ପୂର୍ଣ୍ଣ ଗରିଷ୍ଠତା ସହ କ୍ଷମତାକୁ ଆସିଛି। ନିର୍ବାଚନ ପୂର୍ବରୁ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବା ଖବର ଚର୍ଚ୍ଚା ହେଉଥିବା ବେଳେ ଓଡିଶାର ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରତି ଅନିଚ୍ଛା ପ୍ରକାଶ କରିଥିଲେ।

ମେଣ୍ଟକୁ ସମର୍ଥନ ନକରି ବିଜେପି ରାଜ୍ୟରେ ଏକାକୀ ଲଢି ସରକାର ଗଠନ କରିପାରିବ ବୋଲି ଦାବି କରୁଥିଲେ। ହେଲେ ସେଥିପାଇଁ ତାଙ୍କୁ ବାରମ୍ବାର ଦିଲ୍ଲୀ ଡାକରା ମଧ୍ୟ ହେଉଥିଲା। କିନ୍ତୁ ଶେଷରେ ମନମୋହନଙ୍କ ନେତୃତ୍ଵରେ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢି ସଫଳତା ପାଇଲା। ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଲା।

କିନ୍ତୁ ବିଜେପିର ସଫଳତା ଯୋଗୁଁ ନିଜ ନିର୍ବାଚନ ମଣ୍ଡଳୀରୁ ମନମୋହନଙ୍କ ପରାଜୟର ଖବର ଉଭାନ ହୋଇଗଲା। ସମସ୍ତେ ମନମୋହନଙ୍କ ନେତୃତ୍ଵକୁ ପ୍ରଶଂସା କରିବା ଆରମ୍ଭ କଲେ। ମନମୋହନଙ୍କ ଯୋଗୁଁ ଓଡିଶାରେ ବିଜେପି କ୍ଷମତାକୁ ଆସିଲା ବୋଲି ଚର୍ଚ୍ଚା ହେଲା। ତେଣୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଲା।

ଏହିକ୍ରମରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଆୟୋଜକ ଶିକ୍ଷାବିତ୍, ଉଦ୍ୟୋଗପତି ଶ୍ରୀନିବାସ ପଟ୍ଟନାୟକ ସମେତ ସବୁ ବର୍ଗର ଦଳୀୟ କର୍ମୀ, ମିଡ଼ିଆ ବନ୍ଧୁ, ଚିକିତ୍ସାବିତ୍ , ଶିକ୍ଷାବିତ୍, କଳାକାର,ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଉଦ୍ୟୋଗପତି, ଶିଳ୍ପପତି ତଥା ଶୁଭେଚ୍ଛୁଙ୍କର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୫ ଶହ ଲୋକଙ୍କର ସମାଗମ ହୋଇଥିଲା। ସମସ୍ତେ ମନମୋହନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବନ୍ଦ ହୋଇ ନାହିଁ ବିଏସକେୱାଇ କାର୍ଡ, କୌଣସି ହସପିଟାଲ ଅବହେଳା କରିବା ଏକ ଅପରାଧ,ମନମୋହନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତିି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହାରିଲେ ବିଜେପି ସଭାପତି ମନମୋହନ ସାମଲ, ଜାଣନ୍ତୁ ଭୋଟ ବ୍ୟବଧାନ

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶେଷରେ ହାରିଯାଇଛନ୍ତି। ଭଦ୍ରକ ଚାନ୍ଦବାଲିରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ 83063 ଖଣ୍ଡ ଭୋଟ ହାସଲ କରିଛନ୍ତି।

ମନମୋହନ ବିଜେପି ବିଜେଡି ମେଣ୍ଟ ନ କରିବା ପାଇଁ ସେ ବହୁ ସଂର୍ଘର୍ଷ କରିଥିଲେ। ସେ ପ୍ରବଳ ବିରୋଧ କରିଥିଲେ। ଦାବୀ କରିଥିଲେ ଯେ, ଓଡିଶାରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର କରିବ। ତାଙ୍କ କଥା ଅନୁସାରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଛି ହେଲେ ସେ ହାରିଗଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେପି ନେତାଙ୍କୁ ଦଣ୍ଡ, ସଭାପତି ମନମୋହନ ଦଳରୁ କଲେ ବହିସ୍କାର

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପ୍ରଦୀପ ପତ୍ରୀ ଏବଂ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଯାଜ୍ଞସେନୀ ଜେନାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଏ ନେଇ ଦଳ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ତେବେ ଏହି ଦୁଇ ନେତା ବିଜେପିରୁ ବହିସ୍କୃତ ହେବା ପରେ ସେମାନେ ଅନ୍ୟ ଦଳରେ ମିଶିବେ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଏଥର ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବେ ବୋଲି ଜଣାପଡିଛି। ଏଥିସହିତ ବିଜେପିର ବାକିଥିବା ତିନୋଟି ଲୋକସଭା ଆସନ ନେଇ ମଧ୍ୟ ଆଜି ଚୁଡାନ୍ତ ହେବ।

ବର୍ତ୍ତମାନ ବିଜେଡି ପ୍ରଥମେ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା ଦଳ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଏହି ଘୋଷଣା କରିଛନ୍ତି। ଏହାପରେ ବିଜେପି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପାଇଁ ତତ୍ପତର ହୋଇଉଠିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମେଣ୍ଟ ଚର୍ଚ୍ଚା ସରିବା ପରେ ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଆଜି ପୁଣି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ସହିତ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଏହି ଦୁଇ ନେତା ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟ ବୈଠକରେ ଉଭୟ ଯୋଗ ଦେବେ।

ବର୍ତ୍ତମାନ ବିଜେପି ଲୋକସଭା ପାଇଁ ପରବର୍ତ୍ତି ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହି ପର୍ଯ୍ୟାୟରେ ଓଡିଶା ଆସନ ଘୋଷଣା ହେବାର ସମ୍ଭାବନା ରହିଛି। ସେଥିପାଇଁ ମନମୋହନ ସାମଲ ଏବଂ ମାନସ ମହାନ୍ତିଙ୍କୁ ଦିଲ୍ଲୀ ଯିବା ପାଇଁ ଡକରା ଆସିଛି। ଆଜି ସଂଧ୍ୟାରେ ବିଜେପିର ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ ବିଜେପି ସଭାପତି ମନମୋହନ, ଘୋଷଣା ହେବ ତୃତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଗତକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳର ନିର୍ବାଚନ କମିଟ ବୈଠକ ବସିଥିଲେ। ସେଥିରେ ବହୁ ପ୍ରାର୍ଥୀଙ୍କ ନାମ ରାଜ୍ୟ କମିଟ ବିଚାର କରିଛି। ସେସବୁ ଆଜି ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହିତ ମନମୋହନ ଆଲୋଚନା କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରୀୟ ବିଜେପି ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ଏବେ ତୃତୀୟ ପର୍ଯ୍ୟାୟ ତାଲିକ ଆଜି କିମ୍ବା କାଲି ଆସିବ ବୋଲି ସମ୍ଭାବନା ରହିଛି। ଏହି ପର୍ଯ୍ୟାୟରେ ଓଡିଶାର ନାମ ଘୋଷଣା ହେବ ବୋଲି ଜଣାପଡିଛି। ଏହି ତାଲିକାରୁ ରାଜ୍ୟରେ ମେଣ୍ଟ ହେବାର ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହାର ପୂର୍ଣ୍ଣାଙ୍ଗ ରୂପରେଖ ମିଳିପାରିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ବାଉଳା ହେଲେଣି ମନମୋହନ ସାମଲ, ପୁଣି ଦିଲ୍ଲୀ ଡକରା, କଥା ବଦଳାଇଲେ

ଭୁବନେଶ୍ବର: ବର୍ତ୍ତମାନ ମେଣ୍ଟକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରବଳ ଚାପରେ ରହିଛନ୍ତି। ସେ ଏହି ମେଣ୍ଟ ସଂପର୍କରେ କଣ କେତେବେଳେ କହୁଛନ୍ତି ତାହା ଜାଣିପାରୁ ନାହାଁନ୍ତି। ଆଜି ସକାଳେ ମନମୋହନ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଲାଣି। ଫଳରେ ଏହି ମେଣ୍ଟ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।

ସକାଳେ ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେପି ଏକକାକୀ ସରକାର ଗଠନ କରିବ। କାହା ସହିତ ମେଣ୍ଟ କରିବ ନାହିଁ। ବାରମ୍ବାର ମେଣ୍ଟ ସଂପର୍କରେ ପଚରାଯିବା ପରେ ସେ ଏହାର ଉତ୍ତର ଦେବାକୁ ଏଡାଇ ଯାଇଥିଲେ। ସେ ଗୋଟିଏ ଉତ୍ତର ଦେଇଥିଲେ ଯେ, ଓଡିଶାରେ ବିଜେପି ସରକାର କରିବ। ତାହାର ପକ୍ରିୟା ଚାଲିଛି।

ଏତିକି କହି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ ଟୁଇଟରରେ ଓଡିଶାର ବିଜେପି ସରକାର ଗଠନ କରିବ ବୋଲି ଉଲ୍ଲେଖ କରିଥିଲେ। ଏହାର କିଛି ସମୟ ପରେ ସେ ସେହି ଟୁଇଟକୁ ହଟାଇ ଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେ କଣ ଦିଲ୍ଲୀ ନେତୃତ୍ୟଙ୍କ ଚାପରେ ଟୁଇଟର ନିଜ ଲେଖା ହଟାଇ ଦେଲେ କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ଏବେ ପୁଣି ତାଙ୍କୁ ଦିଲ୍ଲୀ ଡକରା ଆସିଛି ବୋଲି କୁହାଯାଇଛି। ତା ପୂର୍ବରୁ ସେ ତାଙ୍କର ବୟାନରେ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ କଥା ଶୀର୍ଷ ନେତୃତ୍ବ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ। ଆମେ ସେ ସଂପର୍କରେ କିଛି କହିପାରିବୁ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଫଳରେ ମନମୋହନ ସାମଲ ଏହାକୁ ନେଇ ପୁରା ବାଉଳା ହୋଇଗଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସକାଳେ ଗୋଟେ କଥା କହୁଥିବା ବେଳେ ମଧ୍ୟାହ୍ନରେ ଆଉ ଏକ କଥା କହୁଛନ୍ତି।

ମନମୋହନଙ୍କ ଗତିବିଧିରୁ ସ୍ପଷ୍ଟ ଜଣାପଡିଛି ଯେ, ବିଜେପିର ଶୀର୍ଷ ନେତୃତ୍ବ ମେଣ୍ଟ କରିବାକୁ ଚାହୁଁଛନ୍ତି ହେଲେ ମନମୋହନ କୁଆଡେ ରାଜି ହେଉ ନାହାଁନ୍ତି। ତେଣୁ ହୁଏତ ଏପରି ପରିସ୍ଥିତିରେ ମନମୋହନଙ୍କ ଉପରେ ଦଳ କିଛି ବଡ ପଦକ୍ଷେପ ନେଇଯାଇପାରେ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରୁ ଫେରିଲେ ବିଜେପି ସଭାପତି ମନମୋହନ ସାମଲ, ଆଉ ପୂର୍ବ ଦମ୍ଭ ନାହିଁ

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀରେ ବୈଠକ ପରେ ସେ ଓଡିଶା ଫେରିଆସିଛନ୍ତି। ସେ କହିଛନ୍ତି ଯାହା ଚାଲିଛି ଠିକ ଚାଲିଛି। ବିଚାର ବିମର୍ଶ ଚାଲିଛି। ଆମର ପକ୍ରିୟା ଯେପରି ଚାଲିବା କଥା ତାହା ଚାଲିଛି। ହେଲେ ମେଣ୍ଟ ସଂପର୍କରେ କିଛି କହି ନ ଥିଲେ।

ତେବେ ତାଙ୍କ କଥାରୁ ଜଣାପଡିଛି ଯେ, ପୂର୍ବରୁ ସେ ଯେପରି ମେଣ୍ଟ ହେବ ନାହିଁ ବୋଲି କହୁଥିଲେ ସେ ଦମ୍ଭ ଆଉ ନାହିଁ। ତାଙ୍କର ମନ୍ତବ୍ୟ ମନ୍ଥର ହୋଇଯାଇଛି। ପୂର୍ବରୁ ସେ କହୁଥିଲେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବେ, ହେଲେ ଆଜି ସେ ନେଇ କିଛି ସ୍ପଷ୍ଟ କରି ନ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

BJD BJP Alliance: ବଢିଲା ମେଣ୍ଟ ଚର୍ଚ୍ଚା, ଜରୁରୀ ଦିଲ୍ଲୀ ଗସ୍ତରେ ବିଜେପିର ତିନି ନେତା

BJD BJP Alliance: ପୁଣି ଥରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ଅଳ୍ପ ସମୟ ପାଇଁ ନିରବତା ପରେ ତାହା ଏବେ ଭଙ୍ଗ ହୋଇଛି। ଏହାର କାରଣ ହେଲା ଆଜି ପୁଣି ଥରେ ନୂଆଦିଲ୍ଲୀକୁ ଜରୁରୀ ଗସ୍ତ କରିଛନ୍ତି ବିଜେପିର ତିନି ବରିଷ୍ଠ ନେତା।

ସେମାନେ ହେଲେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି। ନିକଟରେ ସେମାନେ ଆଲୋଚନା କରି ଆସିବା ପରେ ପୁଣି ଥରେ ଦିଲ୍ଲା ଡକରା ନେଇ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏଥିରେ ବିଜେଡିରୁ କେହି ଯାଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେଉଁଠାରୁ ଲଢିବେ? ଜାଣନ୍ତୁ ତାଙ୍କ ଉତ୍ତର

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ମେଣ୍ଟ ରାଜନୀତି ବେଶ ଜୋରଦାର ଚାଲିଛି। ବିଜେଡି ବିଜେପି ମେଣ୍ଟ କେବେ ହେବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ବାରମ୍ବାର କହିଆସିଛନ୍ତି। ତେବେ ସେ ନିଜେ କେଉଁ ଆସନରୁ ଲଢେଇ କରିବେ ତାହା ସ୍ପଷ୍ଟ କରିଛନ୍ତି ମନମୋହନ।

ଗତକାଲି ଚାନ୍ଦବାଲି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ କଣ ଚାନ୍ଦବାଲିରୁ ଲଢେଇ କରିବେ କି? ଏହାର ଉତ୍ତରରେ ମନମୋହନ କହିଛନ୍ତି ଯେ,ଦଳ ଚାହିଁଲେ ମୁଁ ଚାନ୍ଦବାଲିରୁ ଲଢିବାକୁ ଆଗ୍ରହୀ ଅଛି। ଚାନ୍ଦବାଲି ସହିତ ମୁଁ ଓତଃପ୍ରାତ ଭାବେ ଜଡିତ ଅଛି। ଚାନ୍ଦବାଲିରେ କେବଳ ପ୍ରଚାର ରାଜନୀତି ଚାଲିଛି। ହେଲେ ଯେପରି ବିକାଶ ହେବା କଥା ତାହା ହୋଇପାରି ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ଆମେ ଏକା ଲଢିବୁ

ଭୁବନେଶ୍ବର: ମେଣ୍ଟ ଘୋଷଣା ନେଇ ଆଜି ଯାହା ପ୍ରକାଶ ପାଇବା କଥା ସେଥିରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆଦିଲ୍ଲୀରୁ ବୈଠକ ସାରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଯାହା କହିଛନ୍ତି ଯାତା ଏକ ଚାଞ୍ଚଲ୍ୟକର ବୟାନ ବୋଲି କହିଲେ ଅତୁକ୍ତି ହେବ ନାହିଁ।

ସେ କହିଛନ୍ତି ଯେ, ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ତାହା ମନଗଢା କାହାଣୀ। ଏଥର ନିର୍ବାଚନରେ ବିଜେପି ଏକାକୀ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର କୌଣସି ନିଷ୍ପତି ହୋଇ ନାହିଁ। ତେବେ ଦିଲ୍ଲୀରେ ମେଣ୍ଟ ନେଇ କଣ ଆଲୋଚନା ହେଲା ବୋଲି ପଚାରିବାରୁ ସେ କହିଲେ ସେ ସଂପର୍କରେ କିଛି ଆଲୋଚନା ହୋଇ ନାହିଁ। ତେବେ ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ହେବ ନାହିଁ ବୋଲି କହିଲେ ବିଜେପି ସଭାପତି ମନମୋହନ ସାମଲ ଏବଂ ତୋମାର

ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ ନାହିଁ। ବିଜେପି ଓଡିଶାର 147 ବିଧାନସଭା ଏବଂ 21 ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରାଜ୍ୟରେ ମେଣ୍ଟ ହେବ ବୋଲି ଯାହା ପ୍ରଚାର ଚାଲିଛି ଚାହା କେବଳ ଗୁଜବ। ଏପରି ଗୁଜବକୁ କିଏ ସୃଷ୍ଟି କରୁଛି ଏବଂ କାହିଁକି କରୁଛି ତାହା ଜାଣି ହେଉ ନାହିଁ। ମନମୋହନ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ଦଳର ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ମେଣ୍ଟ ନେଇ ସେହି ବୈଠକରେ ଆଲୋଚନା ହୋଇଛି ଏବଂ ମନମୋହନ ଆସିଲେ ତାହା ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ତାହାକୁ ସ୍ପଷ୍ଟ କରିଛନ୍ତି।

ସେହିପରି ଓଡିଶା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି କଥା କହିଛନ୍ତି। ସେ ସିଧା କହିଛନ୍ତି ଯେ, ରାଜ୍ୟରେ ମେଣ୍ଟ ହେବ ବୋଲି ବିଜେଡି ପ୍ରଚାର କରିବାରେ ଲାଗିଛି। ସେ କହିଛନ୍ତି ଯେ, ମୁଁ ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହିତ କଥା ହୋଇଛି, ସେ ମେଣ୍ଟକୁ ସିଧା ମନା କଲେ। ଆଗାମୀ ନିର୍ବାଚନରେ ବିଜେପି ଓଡିଶାରେ ଏକାକୀ ଲଢେଇ କରିବ ବୋଲି ତୋମାର କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ପ୍ରାର୍ଥୀ ଖୋଜିବାକୁ ପ୍ରତି ନିର୍ବାଚନ ମଣ୍ଡଳିକୁ ଯିବେ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ୨୦୨୪ ନିର୍ବାଚନର ନିର୍ବାଚନ ପରିଚାଳନା ଓ ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ ଖସଡା ସଂପର୍କରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ। ଆସନ୍ତା ୧ ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ କରାଯିବ।

ଆସନ୍ତା ୨ତାରିଖ ଦିନ ୨୧ଟି ଲୋକସଭା ଏବଂ ୧୪୭ ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥାପିତ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା କରାଯିବ।

ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ନିର୍ବାଚନୀ ଇସ୍ତାହାର କମିଟି ମଧ୍ୟ ଗଠନ ହେବା ସହ ଆସନ୍ତା ୨୯ତାରିଖ ଦିନ ଭୁବନେଶ୍ୱରରେ ନିର୍ବାଚନୀ ଇସ୍ତାହାର କମିଟିର କାର୍ଯ୍ୟ ଶୁଭାରମ୍ଭ ହେବ। ଅଭିଯୋଗ ପତ୍ରରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅଭିଯୋଗ ପତ୍ର ସଂକଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି।

ନିର୍ବାଚନୀ ଇସ୍ତାହାର କମିଟି ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯିବ ଏବଂ ଉକ୍ତ ମତକୁ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯିବ। ଦଳର ନିର୍ବାଚନ ଇସ୍ତାହାର ତିଆରିରେ ସାଧାରଣ ଜନତାଙ୍କ ଭାଗିଦାରି ରହିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାଧାରଣ ଜନତାଙ୍କ ନିକଟରୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ଦଳ ମତାମତ ସଂଗ୍ରହ କରିବ। ଏଥିସହ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଗସ୍ତ କରିବା ସମ୍ଭାବନା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି।

ଫେବୃୟାରୀ ୭ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଏବଂ ଆଜି ୨୭ ଫେବୃୟାରୀରେ ୧୪୬ ବିଧାନସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି।

ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ଘୋଷଣା କଲା ବିଭିନ୍ନ ସେଲ୍ ର ସଂଯୋଜକଙ୍କ ନାମ, ଜାଣନ୍ତୁ କିଏ

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଭିନ୍ନ ପ୍ରକୋଷ୍ଠ ବା ସେଲ୍ ର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି । ସେମାନେ ହେଲେ

୦୧. ବୁଦ୍ଧିଜୀବୀ ପ୍ରକୋଷ୍ଠ – ଶ୍ରୀ ସୁଦର୍ଶନ ନାୟକ

୦୨. ଶିକ୍ଷକ ପ୍ରକୋଷ୍ଠ – ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର

୦୩. ଆଇନଜୀବି ପ୍ରକୋଷ୍ଠ – ଶ୍ରୀ ସୌର ଚନ୍ଦ୍ର ମହାପାତ୍ର

୦୪. ସମବାୟ ପ୍ରକୋଷ୍ଠ – ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ

୦୫. ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ – ଶ୍ରୀ ପ୍ରଭାତ କେଶରୀ ମିଶ୍ର

୦୬.ବ୍ୟବସାୟୀ ପ୍ରକୋଷ୍ଠ – ଶ୍ରୀ ଗୋବିନ୍ଦ ଅଗ୍ରୱାଲ

୦୭. ସି.ଏ ପ୍ରକୋଷ୍ଠ – ଶ୍ରୀ ମିହିର ସାହୁ

୦୮. ଅର୍ଥନୀତି ପ୍ରକୋଷ୍ଠ – ଡକ୍ଟର କେ.ସି ପାଣିଗ୍ରାହୀ

୦୯. ନଗରାଚଂଳ ପ୍ରକୋଷ୍ଠ – ଶ୍ରୀ ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ)

୧୦. ପଂଚାୟତିରାଜ ପ୍ରକୋଷ୍ଠ-ଶ୍ରୀ ଶଙ୍କର୍ଷଣ ପରିଡା

୧୧. ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ

୧୨. ଇ.ଡବ୍ଲ୍ୟୁ.ଏସ ପ୍ରକୋଷ୍ଠ-ଶ୍ରୀ କୁଳମଣି ମିଶ୍ର

୧୩. ମତ୍ସ୍ୟଜୀବୀ ପ୍ରକୋଷ୍ଠ -ଶ୍ରୀ ବିଜୟ ମଲ୍ଲିକ

୧୪. ସାଂସ୍କୃତିକ ପ୍ରକୋଷ୍ଠ-ଶ୍ରୀମତି ପିଙ୍କି ପ୍ରଧାନ

୧୫. ପୂର୍ବସୈନିକ ପ୍ରକୋଷ୍ଠ-କର୍ଣ୍ଣେଲ. ବିରେନ୍ଦ୍ର ବସ୍ତିଆ

୧୬. ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠ-ଶ୍ରୀ ଜ୍ୟୋତି ରଞ୍ଜନ ନାୟକ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ସରପଞ୍ଚ ଓ ଶତାଧିକ କର୍ମି

ଭୁବନେଶ୍ୱର: ଆଜି କଟକ ସଦର ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଶାଳଗାଁ ସରପଂଚ ପବିତ୍ର ମୋହନ ଉପାଧ୍ୟାୟ, ନଖରା ସରପଂଚ ମଧୁଛନ୍ଦା ଉପାଧ୍ୟାୟ ଓ ବରିଷ୍ଠ ନେତା ଜୟନ୍ତ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢ଼ୀ, ଯୁବମୋର୍ଜା ରାଜ୍ୟ ସମ୍ପାଦକ ଗଗନ ଓଝା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନଳିନୀ ରାୟ, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାମ: ଦେଖନ୍ତୁ ତାଲିକା

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ନିମ୍ନରେ ସେମାନଙ୍କର ନାମ ତାଲିକା ପ୍ରକାଶ କରାଗଲା…..

ଜିଲ୍ଲା ସଭାପତି:

ଅନୁଗୁଳ – ଦିଲେଶ୍ୱର ପ୍ରଧାନ,

ବାଲେଶ୍ୱର – ଉମାକାନ୍ତ ମହାପାତ୍ର,

ବରଗଡ – ଅଶି୍ୱନୀ କୁମାର ଷଡଙ୍ଗୀ,

ଭଦ୍ରକ – ହେମନ୍ତ ପାଢୀ,

ଭୁବନେଶ୍ୱର – ବାବୁ ସିଂ ,

ବଲାଙ୍ଗୀର – ଶିବାଜୀ ମହାନ୍ତି,

ବୌଦ୍ଧ – ବିପ୍ର ଚରଣ ମହାନ୍ତି,

କଟକ ନଗର – ଲଲାଟେନ୍ଦୁ ବଡୁ,

କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା,

ଦେବଗଡ – ଅରୁଣ କୁମାର ସାହୁ,

ଢେଙ୍କାନାଳ – ନରେଶ ମହାପାତ୍ର,

ଗଜପତି – ବିଧାୟକ କେ. ନାରାୟଣ ରାଓ,

ଗଂଜାମ – ଡ.ସୁବାଷ ସାହୁ, ଘୁ

ମୁସର – ଗୋକୁଳାନନ୍ଦ ମଲ୍ଲିକ,

ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର,

ଯାଜପୁର – ଗୌତମ ରାୟ,

ଝାରସୁଗୁଡା – ସୁନୀଲ ପଣ୍ଡା,

କଳାହାଣ୍ଡି – ଆର୍ତତ୍ରାଣ ମହାପାତ୍ର,

କନ୍ଧମାଳ – ଜଗନ୍ନାଥ ସାହୁ,

କେନ୍ଦ୍ରାପଡା – କିଶୋର ପଣ୍ଡା,

କେନ୍ଦୁଝର -ଅଂଶୁମାନ ସବୁଜ ମହନ୍ତ ବର୍ମା,

ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର,

କୋରାପୁଟ – ସୁମନ୍ତ ପ୍ରଧାନ,

ମାଲକାନଗିରି – ନିମାଇ ପାଲ୍‌,

ରାଇରଙ୍ଗପୁର – କୃପାସିନ୍ଧୁ ମହନ୍ତ,

ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ,

ନବରଙ୍ଗପୁର – ଜଗଦୀଶ ବିଶୋଇ,

ନୟାଗଡ -ତାପସ ରଞ୍ଜନ ମାର୍ଥା,

ନୂଆପଡା – ସୁବ୍ରତ ଠାକୁର,

ପୁରୀ – ଆଶ୍ରିତ ପଟ୍ଟନାୟକ,

ରାୟଗଡା – ଶିବ ପଟ୍ଟନାୟକ,

ସମ୍ବଲପୁର – ଗିରିଶ ପଟେଲ,

ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର,

ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ,

ସୁନ୍ଦରଗଡ (ବଣାଇ) – ଅନୀଲ ବାର୍ଲା,

ସୁନ୍ଦରଗଡ (ପାନପୋଷ) – ଲତିକା ପଟ୍ଟନାୟକ।

ଏନେଇ ରାଜ୍ୟ ବିଜେପି ସଭାପତି ପକ୍ଷରୁ ପ୍ରେସ୍ ବାର୍ତ୍ତା ଜରିଆରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କନ୍ଧମାଳ ଜିଲ୍ଲାରେ ବିଜେପି ସଭାପତି ମନମୋହନ ସାମଲ, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ

କନ୍ଧମାଳ/ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି।

ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ସହିଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି।

ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି। ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ। ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।

ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ, କନ୍ଧମାଳ ଜିଲ୍ଲା ଖଜୁରୀପଡା, ଦୁକ୍ତିମେଣ୍ଢୀ, ଫୁଲବାଣୀ, ଟିକାବାଲି ଠାରେ ସ୍ୱାଗତ କରାଯାଇଥିଲା। ଏହାପରେ ଶ୍ରୀ ସାମଲ ଶହୀଦ ସୁନାଶିର ମହାନ୍ତିଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ କଳସରେ ମାଟି ସଂଗ୍ରହ କରିଥିଲେ ଓ ରାଇକିଆ ବ୍ଲକ ବିଅରିପାଙ୍ଗା ଗାଁ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ପରିବାରଠାରୁ ମାଟି ସଂଗ୍ରହ କରିଛନ୍ତି। ଏହାପରେ ଫୁଲବାଣୀରେ ମଟୋର ସାଇକେଲ ରାଲି କରାଯାଇଥିଲା। ଫୁଲବାଣୀରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ଶ୍ରୀ ସାମଲ।

ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ଏହି ଅବସରରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ବନ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମନମୋହନଙ୍କୁ ଭଦ୍ରକ ବିକାଶର ଗୋଟି ଗୋଟି କରି ହିସାବ ରଖିଲେ ବିଧାୟକ ବ୍ୟୋମକେଶ

ଭୁବନେଶ୍ୱର : ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ବିକାଶ ନେଇ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ସେ ନିଜ ସାମାଜିକ ଗଣମାଧ୍ୟମରେ ମନମୋହନଙ୍କୁ ଜବାବ ଦେଇଛନ୍ତି।

ସେ କହିଛନ୍ତି ଯେ, ମନମୋହନ ବାବୁ, ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କଡା ଜବାବ ଦେଇ ଶ୍ରୀ ରାୟ କହିଛନ୍ତି ଯେ ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଣ୍ଟା ସମୟ ଲାଗୁଥିଲା। ଏବେ ମନ୍ତେଇ ସେତୁ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି। ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଇନଲାଣ୍ଡ ୱାଟର ୱେ ର ଯାହା ନିୟମ ରହିଛି ସେଥିରେ ସେତୁ କାମ ସମ୍ଭବ ହେଉନଥିଲା। ହେଲେ ସିଏମଓର ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ସମ୍ଭବ ହୋଇପାରିଥିଲା। ଭଦ୍ରକାଳୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ନେହେରୁ ଷ୍ଟାଡିୟମ ଉନ୍ନତିକରଣ ସାଙ୍ଗକୁ ସ୍ୱିମିଂ ପୁଲ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି। ମନ୍ଦିରର ବିକାଶ ସାଙ୍ଗକୁ ଭଦ୍ରକରେ ଚାଲୁଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆପଣ ବିରୋଧ କରୁଛନ୍ତି କାହିଁକି? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ବାବଦ ପଛର ଚିନ୍ତାଧାରା ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ବିସ୍ତୃତ ତଥ୍ୟ ବିଧାନସଭାର ପବିତ୍ର ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି।

ଯଦି ଆପଣଙ୍କ ପାଖରେ ଅଧିକ କିଛି ତଥ୍ୟ ଅଛି ତେବେ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ। ହେଲେ ଦୁର୍ଭାଗ୍ୟର କଥା ଆପଣ ଯେଉଁଭଳି ବିନା ତଥ୍ୟ ପ୍ରମାଣରେ ଭିତିହୀନ ଅଭିଯୋଗ ମାନ ଆଣୁଛନ୍ତି, ଲାଗୁଛି ଆପଣ ଜନତାଙ୍କ ସମସ୍ୟା ଦୂର ହେବା ଯୋଗୁଁ ଖୁସି ନାହାନ୍ତି। ଭଦ୍ରକବାସୀ ଏବଂ ଓଡିଶାବାସୀ ଖୁସିରେ ରହିଲେ ବୋଧେ ଆପଣଙ୍କୁ କଷ୍ଟ ହେଉଛି।

ମୁଖ୍ୟମନ୍ତ୍ରୀ ସେଥିପାଇଁ ସ୍ପଷ୍ଟ ଭାବେ କହିଛନ୍ତି, ଯିଏ ଜନତାଙ୍କ ବିକାଶକୁ ବିରୋଧ କରୁଛି ସେ ହେଉଛି ଜନବିରୋଧୀ। ଆଉ ଏଭଳି ଜନବିରୋଧୀ ନେତାଙ୍କୁ ଓଡିଶାବାସୀ ସବୁବେଳେ ଉଚିତ ଜବାବ ଦିଅନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।