Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ କରୋନା ନେଲା 6 ଜୀବନ : ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଟି ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ, ରାୟଗଡାରୁ ଜଣେ ଓ କେନ୍ଦ୍ରାପଡାରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।

ଗଞ୍ଜାମରୁ ଆଜି କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ 56 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 64 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି ।  ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 55 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ରାୟଗଡା ଅଞ୍ଚଳରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 80 ବର୍ଷ ବୋଲି ସୂଚନା ରହିଛି । ସେହିପରି କେନ୍ଦ୍ରାପଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 49 ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ହୋଇଛି । ଗଞ୍ଜାମରେ ମୃତ୍ୟୁସଂଖ୍ୟା 27ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟାକୁ 8କୁ ବୃଦ୍ଧି  ହୋଇଛି । ସେହିପରି ଅନ୍ୟ 12ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍‌ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁହୋଇଛି । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 7, କଟକରୁ 4, ପୁରୀ ଓ ଅନୁଗୁଳ ଓବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିଲେ । ଏବେ ଦୁଇ ନୂଆ ଜିଲ୍ଲା ଅର୍ଥାତ୍‌ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଟିଏମ୍‌ସିରେ କାର୍ଯ୍ୟରତ ଥିବା କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତର ଭେଟିନାଥଦେବ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମ୍‌ସିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁସାରେ ଭେଟେଶ୍ବର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିବା ରମେଶ ଚନ୍ଦ୍ର ଭୋଳଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ହୃଦଘାତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଥିବାବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିଲେ ତାଙ୍କର ମୃତ୍ୟର କାରଣ ସ୍ପଷ୍ଟ ରୂପେ ଜଣାପଡିବ। ତେବେ ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି।

ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଶ୍ରୀ ଭୋଳ କରୋନା ଯୁଦ୍ଧରେ ସାମିଲ୍‌ ହୋଇଥିଲେ। ସ୍ଥାନୀୟ ଟିଏମ୍‌ସିରେ ସେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ମେଳାପୀ ତଥା ପରୋପକାରୀ ଶ୍ରୀ ଭୋଳଙ୍କ ଅଚାନକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ହୋଇଛି। ବାଁଳୋଇ ଗ୍ରାମ ନିବାସୀ ଶ୍ରୀଭୋଳଙ୍କ ଦୁଇ ପୁତ୍ର ସନ୍ତାନ ଓ ସ୍ତ୍ରୀ ରହିଛନ୍ତି। ତେବେ ସେ ବାଣପୁରର କରଞ୍ଜ ସାହି ନିକଟରେ ବହୁ ଦିନ ଧରି ଅବସ୍ଥାପନ କରୁଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ନେତା(ସଭାପତି) ଥିବା ଶ୍ରୀ ଭୋଳ ଶିକ୍ଷକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରି ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହେବା ସହ  ଆସିଷ୍ଟାଣ୍ଟ ଏନସିସି ଅଫିସର ରୂପେ ମଧ୍ୟ କାର୍ଯ୍ୟ କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଜେଲରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ

ବାଲେଶ୍ବର : ନୀଳଗିରି ଉପକାରାଗାରରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାମ ରାଜୁ ସିଂହ ବୋଲି ଜଣାଯାଇଛି । ତାଙ୍କର ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ପ୍ରତାପପୁର ଗ୍ରାମରେ ବୋଲି ସୂଚନା ରହିଛି । ସେ ଏକ ଚୋରି ମାମଲାରେ ଧରାପଡି ନୀଳଗିରି ଜେଲ୍‌ରେ ରହିଥିଲେ । ଗତ କୋଡିଏ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

Categories
ଆଞ୍ଚଳିକ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଧାୟିକା

ପିଣ୍ଟୁ ବିଶୋୟୀ

କୋଦଳା: କୋଦଳା ଥାନା ଅନ୍ତର୍ଗତ ଦଶ ନଂ ୱାର୍ଡ ବିଷୋୟୀ ସାହିର ଶ୍ରୀ ନିବାସ ପଣ୍ଡା କିଛି ଦିନ ତଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉକ୍ତ ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା। ତେବେ ୧୧ କେଭି ବିଦ୍ୟୁତ ତାର ଉକ୍ତ ବ୍ୟକ୍ତିଙ୍କ ଛାତ ଉପର ଦେଇଯାଇଥିବା ଖବର ବିଧାୟିକା ଜାଣିବା ପରେ ସେହି ଦିନହିଁ ବିଧାୟିକା ହସ୍ତକ୍ଷେପ କରି ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିଦ୍ୟୁତ ତାର ହସ୍ତାନ୍ତର କାର୍ଯ୍ୟ ଆରମ୍ବ ହୋଇଥିବା ବେଳେ ସପ୍ତାହ ଭିତରେ କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ବିଧାୟିକା ଆଶା ବ୍ୟକ୍ତ କରିଛନ୍ତି।

ସୂଚନା ଥାଉକି ଶ୍ରୀ ପଣ୍ଡା ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ମୃତ୍ୟୁ ବରଣ କରିଥିଲେ। ତେବେ ସ୍ଥାନୀୟ ବାସିନ୍ଦା ଉକ୍ତ ବିଦ୍ୟୁତ ତାର ହଟାଇବା ପାଇଁ ବିଦ୍ୟୁତ ବିଭାଗ କତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇପାରିନଥିଲା କିନ୍ତୁ ବିଧାୟିକାଙ୍କ ହସ୍ତକ୍ଷେପ ପରେ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିବା ଯୁବକ ମୃତ

ସୋର : କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିବା ଯୁବକଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଛି। ଖଇରା ଜଳଦା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମରେ ବୋଲି ଜଣାପଡିଛି । ସେ ମୁମ୍ବାଇର ଫେରିଥିବାବେଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପରିବାରର 5 ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଝାରସୁଗୁଡା : ଝାରସୁଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଗୋଟିଏ ପରିବାରର 5 ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଦୁର୍ଘଟଣାରେ ଗୁରୁତର ହୋଇ ଘରର ବଡ ପୁଅ ଦୁଇ ବର୍ଷ ହେବ ଘରେ ଶଯ୍ୟାଶାୟୀ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ଭାଙ୍ଗିପଡିଥିଲେ ପରିବାରର 5 ଜଣ ସଦସ୍ୟ । ଆତ୍ମହତ୍ୟାର ନିଷ୍ପତ୍ତି ନେଇ ମା’, ତିନିଝିଅ ଓ ଜଣେ ପୁଅ ଫିନାଇଲ୍‌ ପିଇ ଦେଇଥିଲେ । ପୁଅର ମୃତ୍ୟୁରେ ମୃତ୍ୟୁରେ ମ୍ରିୟମାଣ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

19 ଜିଲ୍ଲାରୁ 129 , ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1900 ଟପିଲା

ଭୁବନେଶ୍ବର :ଆଜି ରାଜ୍ୟରେ ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ସର୍ବାଧିକ 18ଜଣ ଆକ୍ରାନ୍ତ ହୋଇଥିବାବେଳେ ଗଜପତିରୁ 16, ନୂଆପଡାରୁ 12  ଓ ବଲାଙ୍ଗିରରୁ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ଗଞ୍ଜାମ ଓ ଯାଜପୁରରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 7 ଜଣ ଚିହ୍ନଟ ହୋଇଛନ୍ତି ।  ବାଲେଶ୍ବର,ସୁନ୍ଦରଗଡ, ମୟୂରଭଞ୍ଜ ଓ ବରଗଡରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ 5, ଦେବଗଡରୁ 4, କେନ୍ଦୁଝରରୁ 3, ଜଗତସିଂହପୁରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରି, ସମ୍ବଲପୁର, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 119 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ଓ 10 ଜଣ ଲୋକାଲ୍‌ କେସ ରହିଛି ବୋଲି ଜଣାପଡିଛି ।

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

Positive Cases
ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ ରୋଗ)
ଗଞ୍ଜାମ 414 318 93 3 0
ଯାଜପୁର 269 174 95 0 0
ବାଲେଶ୍ବର 152 121 30 0 1
ଖୋର୍ଦ୍ଧା 138 67 67 3 1
ଭଦ୍ରକ 113 95 18 0 0
କଟକ 100 35 64 1 0
ପୁରୀ 91 44 47 0 0
କେନ୍ଦ୍ରାପଡା 89 40 49 0 0
ବଲାଙ୍ଗିର 80 6 74 0 0
ଜଗତସିଂହପୁର 68 28 40 0 0
ନୟାଗଡ 65 10 55 0 0
ସୁନ୍ଦରଗଡ 54 27 27 0 0
ଗଜପତି 36 0 36 0 0
ବୌଦ୍ଧ 33 33 0 0 0
ଦେବଗଡ 32 2 30 0 0
ନୂଆପଡା 30 0 30 0 0
ଅନୁଗୁଳ 25 17 8 0 0
କେଉଁଝର 25 8 17 0 0
ମୟୂରଭଞ୍ଜ 23 11 12 0 0
କଳାହାଣ୍ଡି 20 2 18 0 0
ମାଲକାନଗିରି 20 2 18 0 0
ଢେଙ୍କାନାଳ 19 1 18 0 0
କନ୍ଧମାଳ 13 3 10 0 0
ସମ୍ବଲପୁର 9 3 6 0 0
ବରଗଡ 8 0 8 0 0
କୋରାପୁଟ 8 1 7 0 0
ଝାରସୁଗୁଡା 7 2 5 0 0
ସୋନପୁର 5 0 5 0 0
ନବରଙ୍ଗପୁର 2 0 2 0 0
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାସ୍ତାରେ ଟଳି ପଡିଲେ ପ୍ରବାସୀ

ସୋର : ଘରକୁ ବାହୁଡ଼ି ପାରିଲେନି । ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ। ସୋର ଉତ୍ତରେଶ୍ବର ଛକ ପାଖରେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରିବା ବାଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକପଶ୍ଚିମବଙ୍ଗ ବୀରଭୂମି ଭବାନୀପୁର ଅଞ୍ଚଳର ଆୟାର ମହମ୍ମଦ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରବାସୀ ଜଣକ ନିଜ ପୁତୁରା ସହ ହାଇଦ୍ରାବାଦରୁ ଚାଲି ଚାଲି କୋଲକତା ଆସୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ଗତରାତିରେ ଆୟାର ଅସୁସ୍ଥ ଅନୁଭବ କରିବାରୁ ଉଭୟ ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବରଫକଳ ଛକ ଠାରେ ରହି ଯାଇଥିଲେ। ତେବେ ଆଜି ସକାଳୁ ଆୟାରଙ୍କୁ ତାଙ୍କ ପୁତୁରା ଡାକିବାରୁ ସେ ଉଠି ନ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ 24 ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ 7466 ନୂଆ ଆକ୍ରାନ୍ତ ଚିହ୍ନଟ, 175ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 65 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 4 ହଜାର 7 ଶହ ଟପିଲାଣି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 7466ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 175ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଦେଶରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 65 ହଜାର 799ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ 4 ହଜାର 706 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 71,106ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 89,987 ସକ୍ରିୟ ଅଛନ୍ତି। ଏବେ 89 ହଜାର 987 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 59 ହଜାର 546 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି 1982 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 960, ମଧ୍ୟପ୍ରଦେଶରେ 321 ଓ ପଶ୍ଚିମବଙ୍ଗରେ 295 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ରାଜସ୍ଥାନରେ 180, ଦିଲ୍ଲୀରେ 316 ଓ ତାମିଲନାଡୁରେ 145 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବାରିପଦାଠାରେ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ

ବାରିପଦା : ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବେତନଟୀ ବ୍ଲକ ନହଣ୍ଡାଶୋଳ ଭାଲୁବସାଗାଁରେ ପଡି ରହିଛି ମୃତ ଦେହ । ସୁରତରୁ ଫେରି କ୍ବାରେଣ୍ଟିନ୍‌ରେ ଥିବାରୁ କେହି ମୃତଦେହ ପାଖ ମାଡୁନାହାନ୍ତି । ସେ ସୁରତରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ସେ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ । ଆଜି ସକାଳୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଘରୁ ବାହାରକୁ ଆସିଥିଲେ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ଦେହକୁ କେହିଁ ଛୁଇଁ ନାହାନ୍ତି । ଗ୍ରାମବାସୀମାନେ କରୋନା ଭୟରେ ମୃତଦେହକୁ ଛୁଉଁ ନାହାନ୍ତି । ସେହିପରି ମୃତକଙ୍କ ଏକମାତ୍ର ପୁତ୍ର ସୁରତରେ ରହିଥିବାର ସୂଚନା ରହିଛି । ତେବେ ଏନେଇ ପୋଲିସ୍‌କୁ ଖବର ଦିଆଯାଇଛି ।  ମେଡିକାଲ୍‌ କର୍ମଚାରୀ ଆସିବା ପରେ ତାଙ୍କ ସ୍ବାବ୍‌ ନିଆଯିବ । ପରେ ନିୟମ ଅନୁଯାୟୀ ତାଙ୍କର  ଶବ ସତ୍କାର କରାଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ : କରୋନା ଭୂତାଣୁକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢୁଥିବାବେଳେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି।  ମିଳିଥିବା ସୂଚନା ଅନୁସାରେ ଭଣ୍ଡାରୀପୋଖରୀ ବୟାବନାପୁରା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ମୃତ୍ୟୁ ହୋଇଛି ।  କ୍ବାରେଣ୍ଟିନ୍‌ କେନ୍ଦ୍ରରେ 72 ବର୍ଷୀୟ ବୃଦ୍ଧଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବାର ସୂଚନା ରହିଛି । କୋଲକାତାରୁ ଫେରି କ୍ବାରେଣ୍ଟିନ୍‌ କେନ୍ଦ୍ରରେ ରହିଥିଲେ ବୃଦ୍ଧ ଜଣକ। ଶୋଇଥିବା ଅବସ୍ଥାରେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଙ୍କ ମୃତ ଘୋଷଣା କରିଛନ୍ତି। ବୃଦ୍ଧ ଜଣକ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବାର କହିଛନ୍ତି ଡାକ୍ତର। ପୂର୍ବରୁ ଗଞ୍ଜାମର ଏକ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ  ଜଣକର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଶାଖାପାଟନମ୍‌ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ : ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ଠାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଜଣେ ଶିଶୁଙ୍କ ସମେତ 9ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେହିପରି ଶତାଧିକ ଅସୁସ୍ଥ ହୋଇଛନ୍ତି । ଜୀବନ ବିକଳରେ କିଛି ଲୋକେ କୂଅକୁ ଡେଇଁ ପଡିଥିବାର ସୂଚନା ରହିଛି । ଗ୍ୟାସ୍‌ ଲିକ୍‌ ହେବାର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯିବେ ବୋଲି ସୂଚନା ରହିଛି । ଗୁରୁବାର ଭୋରରୁ ବିଶାଖାପଟନମ୍‌ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଏହି ଲିକ୍‌ ଯୋଗୁଁ ପାଞ୍ଚୋଟି ଗ୍ରାମକୁ ଖାଲି କରି ଦିଆଯାଇଛି ।