Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ମଣିଷ ପାଇଁ ମୃତ୍ୟୁ ଅପେକ୍ଷା ଏଭଳି ପରିସ୍ଥିତି ଅଧିକ ଯନ୍ତ୍ରଣାଦାୟକ, ଏପରିକି ଦୂରେଇ ଯା’ନ୍ତି ନିଜର ଲୋକ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମାନବ ଜୀବନ ହେଉଛି ଆଶା ଏବଂ ନିରାଶାର ମିଶ୍ରଣ। ଦୁନିଆରେ ଏପରି ପାଞ୍ଚଟି ଜିନିଷ ଅଛି, ଯାହା ସମୟ ସମୟରେ ଜଣେ ବ୍ୟକ୍ତିଙ୍କୁ ଦୁଃଖ ଏବଂ ସୁଖ ଦେଇଥାଏ। ଏଗୁଡ଼ିକ ହେଉଛି ଧନ, ଶରୀର, ମନ, ବୁଦ୍ଧି ଏବଂ ଆଧ୍ୟାତ୍ମିକତା। ଆମେ କେଉଁ ଉପାୟ ଅବଲମ୍ବନ କରିବା ତାହା ଆମ ଉପରେ ନିର୍ଭର କରେ। ଏକ ସୁଖମୟ ଜୀବନ ହେଉଛି ସଫଳତାର ଚାବି, କିନ୍ତୁ ଯଦି ନିରାଶାର ଘୂର୍ଣ୍ଣିବାତ୍ୟାରେ ଫସି ରହିଥା’ନ୍ତି, ତେବେ ଆମେ ସଫଳ ହେବାରେ ସମର୍ଥ ହେବୁ କି ନାହିଁ ଚିନ୍ତା କରିବା ଆରମ୍ଭ କରିଦେଉ, ତେବେ ଜୀବନ ଅସୁବିଧାରେ ଗତି କରିବ। ଏକ ଶ୍ଳୋକ ମାଧ୍ୟମରେ ଚାଣକ୍ୟ ଏପରି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ମୃତ୍ୟୁ ଅପେକ୍ଷା ଅଧିକ ଯନ୍ତ୍ରଣା ଦେଇଥାଏ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଅପମାନ ଅପେକ୍ଷା ମୃତ୍ୟୁକୁ ଭଲ ଭାବରେ ବିବେଚନା କରାଯାଏ, ସେ କହିଛନ୍ତି ଯେ, ମୃତ୍ୟୁ କେବଳ କ୍ଷଣିକ ପାଇଁ କଷ୍ଟ ଦେଇଥାଏ। କିନ୍ତୁ ଅପମାନର ଜୀବନ ମଣିଷକୁ ହତ୍ୟା କରିଥାଏ। ଏହି ବିବୃତ୍ତି ସହିତ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ନିଜ ସମ୍ମାନରେ ଆପୋଷ ବୁଝାମଣା କରୁଛନ୍ତି ସେମାନଙ୍କୁ ପ୍ରତିଦିନ ଅପମାନିତ ହେବାକୁ ପଡିବ। ଏହିପରି ଲୋକମାନେ ଅପମାନର ପିତା ପିଇ ପିଇ ଜୀବନ ଅତିବାହିତ କରନ୍ତି, ବାରମ୍ବାର ଅପମାନର ଶିକାର ହେଉଥିବା ବ୍ୟକ୍ତିଙ୍କ ସ୍ଥିତି ମଧ୍ୟ ସମାଜରେ କମିଯାଏ, ଲୋକମାନେ ମଧ୍ୟ ସେହି ବ୍ୟକ୍ତିଙ୍କୁ ନାପସନ୍ଦ କରିବା ଆରମ୍ଭ କରନ୍ତି ଏବଂ ଏପରିକି ତାଙ୍କୁ ସେମାନଙ୍କ ସହିତ ଛାଡିଥା’ନ୍ତି।

ଏହିପରି ଅପମାନର ପ୍ରତିଶୋଧ ନିଅନ୍ତୁ:

ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଅପମାନ କରନ୍ତି, ତେବେ ଏହାକୁ ଥରେ ବହନ କରିବା ବୁଦ୍ଧିମାନ ଅଟେ। ଦ୍ୱିତୀୟ ଥର ପାଇଁ ଅପମାନକୁ ସହ୍ୟ କରିବା ସେହି ବ୍ୟକ୍ତିର ମହାନତାର ପରିଚୟ ଦେଇଥାଏ, କିନ୍ତୁ ଯଦି ତାଙ୍କୁ ତୃତୀୟ ଥର ପାଇଁ ଅପମାନ ବହନ କରିବାକୁ ପଡେ, ତେବେ ଏହାକୁ ବ୍ୟକ୍ତିର ମୂର୍ଖତା କୁହାଯାଏ। ଯେତେବେଳେ କେହି ଆପଣଙ୍କୁ ଅପମାନିତ କରେ, ତାଙ୍କୁ ତାଙ୍କ ଭାଷାରେ ଉତ୍ତର ଦିଅନ୍ତୁ ନାହିଁ, କାରଣ ପ୍ରତିପକ୍ଷ ତୁମର ପ୍ରତ୍ୟେକ ଆକ୍ରମଣ ପାଇଁ ପ୍ରସ୍ତୁତ। ଚାଣକ୍ୟ କହିଛନ୍ତି ଯେ, ଯଦି ଆପଣ ଅପମାନର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଶତ୍ରୁ ସାମ୍ନାରେ ଆପଣଙ୍କର ହସ। ହସ ଦ୍ୱାରା ଆପଣ ତାଙ୍କୁ ସ୍ପର୍ଶ ନକରି ମଧ୍ୟ ଗଭୀର ଆଘାତ ଦେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ଅଘଟଣ: ଜମିକୁ ଚାଷ କରିବାକୁ ଯାଇଥିବା ଯୁବକଙ୍କ ବଜ୍ରାଘାତରେ ହେଲା ମୃତ୍ୟୁ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁରରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମର ସଂଜିତ୍ ରଂଜନ ସେନାପତି ଚାଷ କାମ ପାଇଁ ନିଜ ଜମିକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ଜମିରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଅଭାବରୁ ୧୧ ଜଣ କରୋନା ଆକ୍ରାନ୍ତଙ୍କ ଚାଲିଗଲା ଜୀବନ

ତିରୁପତି: ଅମ୍ଳଜାନ ଅଭାବରୁ ଆନ୍ଧ୍ରପ୍ରଦେଶର ତିରୁପତି ସରକାରୀ ହସ୍ପିଟାଲରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଚିତ୍ତୁରର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତବକ,  ଏସଭିଆର ରୁଇୟା ହସ୍ପିଟାଲ ଆଇସିୟୁର ବିଳମ୍ବିତ ରାତ୍ରିରେ ଅମ୍ଳଜାନ ଅଭାବ ହୋଇଥିଲା। ସିଲିଣ୍ଡରରେ ପୁନଶ୍ଚ ଅମ୍ଳଜାନ ଭରିବାର ୫ ମିନିଟ ଭିତରେ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଅମ୍ଳଜାନ ଯୋଗାଣରେ ୨୦ ରୁ ୨୫ ମିନିଟ ବିଳମ୍ବ ହେବାରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ଵାଳ ମୃତ୍ୟୁ!

ଭୁବନେଶ୍ବର: ମାହାଙ୍ଗା ଡବଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ଵାଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରଫୁଲ୍ଲ ନିଜ ବାଇକରେ ଯାଉଥିବା ବେଳେ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଟାଙ୍ଗୀ ଗୋବିନ୍ଦପୁରରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବକୁ ଏସସିବି ପଠାଯାଇଛି। ଘଟଣାସ୍ଥଳରୁ ପୋଲିସ ତାଙ୍କର ବାଇକ ଏବଂ ମୋବାଇଲ ଜବତ କରିଛି। ହେଲେ ପ୍ରଫୁଲ୍ଲଙ୍କ ମୃତ୍ୟୁ ନେଇ ପୋଲିସ କିମ୍ବା ତାଙ୍କର ପରିବାର ଲୋକ ସ୍ପଷ୍ଟ କରିନାହାନ୍ତି। ହତ୍ୟାକାଣ୍ଡପରେ ଅଭିଯୁକ୍ତ ପ୍ରଫୁଲ୍ଲ ଫେରାର ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ କରୋନାରେ ମୃତ୍ୟୁବରଣ କଲେ ୩ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୩ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ବଲାଙ୍ଗିରିରୁ ଜଣେ ଆକ୍ରାନ୍ତ ଥିବା ବେଳେ, ଗଞ୍ଜାମରୁ ଜଣେ ଏବଂ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଲେ ଆଉ ୪ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୬୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, କଳାହାଣ୍ଡି, ନୂଆପଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ୪୫ ବର୍ଷୀୟା ମହିଳା, ନୂଆପଡ଼ାରୁ ୬୫ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋରଣରେ ପହଁରା ଅଭ୍ୟାସ କରୁଥିବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ଗଲା ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପହଁରା ଅଭ୍ୟାସ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନାଯୋଗ୍ୟ ଯେ, ସୋରଣ ଗ୍ରାମର ଅଶ୍ୱନୀ ବେହେରା (୧୮) ସୈନ୍ୟ ବାହୀନୀରେ ଭର୍ତ୍ତି ହେବା ପାଇଁ ଦିର୍ଘ ଦିନ ହେଲା ଅଭ୍ୟାସ କରି ଆସୁଥିଲେ। ପ୍ରତି ଦିନ ଭଳି ଆଜି ସକାଳେ ଅଶ୍ୱନୀ ଦୌଡା ଦୌଡି ଅଭ୍ୟାସ ସାରି ନିଜର ସାଥୀମାନଙ୍କ ସହ ସୋରଣ ଗ୍ରାମର କୋଇଲି ଖିଆ ପୋଖରୀରେ ପହଁରା  ଅଭ୍ୟାସ କରିଵା ପାଇଁ ପୋଖରୀକୁ ଯାଇଥିଲେ। ପହଁରିବା ସମୟରେ ତାଙ୍କର ଦୁଇ ସାଥି ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ଅତ୍ୟଧିକ ଥଣ୍ଡା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ତେବେ ଅଶ୍ୱନୀକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଟାଙ୍ଗୀ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୫୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି

ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ ୭୫ ବର୍ଷିୟା ମହିଳା ହୋଇଥିବା ବେଳେ ଆଉ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧାରୁ ଜଣେ ୫୯ ବର୍ଷିୟା ମହିଳା। ସେହିପରି ଢେଙ୍କାନାଳରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୨ ବର୍ଷିୟା ମହିଳା ଏବଂ ଜଣେ ୬୮  ବର୍ଷିୟା ମହିଳା। ନୂଆପଡାରୁ ଜଣେ ୬୯ ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ଜଣେ ୭୦ ବର୍ଷିୟା ମହିଳା, କଟକରୁ ଜଣେ ୪୫ ବର୍ଷୀୟ ପୁରୁଷ, ଜଗତସିଂହପୁରରୁ ଜଣେ ୮୨ ବର୍ଷୀୟ ପୁରୁଷ,  ଭଦ୍ରକରୁ ଜଣେ ୬୧ ବର୍ଷୀୟ ପୁରୁଷ, ବାଲେଶ୍ବରରୁ ଜଣେ ୬୮ ବର୍ଷୀୟ ପୁରୁଷ, କଳାହାଣ୍ଡିରୁ ଜଣେ, ୩୬ ବର୍ଷୀୟ ପୁରୁଷ, । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୩୫୨କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରରୁ ୩ ଜଣ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ଲକ୍ଷ ୮୨ ହଜାର ୬୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୭ ହଜାର ୨୮୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୨ ଲକ୍ଷ ୬୪ ହଜାର୧୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ: ୭୩୦ ଜଣ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୮୯କୁ ବୃଦ୍ଧି ହୋଇଛି।

ସେହିପରି ଗୋଟିଏ ଦିନରେ ୭୩୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ୫୮୬ ରେ ପହଞ୍ଚିଛି। ମୋଟ ମାମଲା ମଧ୍ୟରୁ ୮ ଲକ୍ଷ ୨୬ ହଜାର ୮୭୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ୬୩ ଲକ୍ଷ ୧ ହଜାର ୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ସୁସ୍ଥ ହାର ୮୭.୦୫ ପ୍ରତିଶତ ରହିଥିବାବେଳେ ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1006କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ତିନିଜଣ ରହିଛନ୍ତି । ଭୁବନେଶ୍ବରର ତିନି ମୃତକଙ୍କ ବୟସ ଯଥାକ୍ରମେ  62, 66, 78ପୁରୁଷ । ସେହିପରି ଖୋର୍ଦ୍ଧାର ଅନ୍ୟ ଦୁଇ ମୃତକ ହେଲେ 51 ଓ 62 ବର୍ଷୀୟ ପୁରୁଷ । କଟକ ଜିଲ୍ଲାର ଦୁଇ ମୃତକ ହେଲେ 35 ବର୍ଷୀୟ ପୁରୁଷ ଓ 70 ବର୍ଷୀୟ ପୁରୁଷ । ବାଲେଶ୍ବରରୁ 44 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରର 36 ବର୍ଷୀୟ ପୁରୁଷ, ଗଞ୍ଜାମର 61 ବର୍ଷୀୟା ପୁରୁଷ, ଯାଜପୁରରୁ 40 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାର 60 ବର୍ଷୀୟ ପୁରୁଷ, ମୟୂରଭଞ୍ଜର 37 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ 69 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 50 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 36 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ୍‌ ଟ୍ରାକ୍‌ରେ ଫସି ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ମରାମତି କାମ ତଦାରଖ କରୁଥିବାବେଳେ ଟ୍ରେନ୍‌ ଟ୍ରାକ୍‌ ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁହୋଇଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଟ୍ରେନ୍‌ ମଧ୍ୟରେ ଫସି ଟ୍ରାକ୍‌ ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ସୀତାବାଞ୍ଜି ଷ୍ଟେସନ ନିକଟରେ ୨ ଟ୍ରେନ୍‌ ମଧ୍ୟରେ ସୁପରଭାଇଜର୍‌ ଫସି ଯାଇଛନ୍ତି। ସୁପରଭାଇଜରଙ୍କୁ କିଛି ବାଟ ଟ୍ରେନ୍‌ ଘୋଷାଡି ନେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ହୋଇଛି ।

ବାଲେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 47 ଓ 62 ବର୍ଷ । ସେହିପରି ଢେଙ୍କାନାଳରେ ତିନି ମୃତକଙ୍କ ବୟସ ଯଥାକ୍ରମେ 36, 65, 61 ବର୍ଷ । ଖୋର୍ଦ୍ଧାରଦୁଇ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀ୍ର ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 85 ବର୍ଷୀୟ ପୁରୁଷ । ଜଗତସିଂହପୁରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 62 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ।

ସେହିପରି ଭଦ୍ରକରୁ 56 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 54 ବର୍ଷୀୟ ପୁରୁଷ, ଯାଜପୁରରୁ 57 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 56 ବର୍ଷୀୟ ପୁରୁଷ ଓ ନୟାଗଡରୁ 53 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 11 କରୋନା ଆକ୍ରାନ୍ତ ମୃତ୍ୟୁ : ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା 611କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗିର, କନ୍ଧମାଳ, ଯାଜପୁର, କେଉଁଝର, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

କଟକରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 66ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 88, 45 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 30 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 82 ବର୍ଷୀୟ ବ୍ୟକ୍ତି ।

ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ହୋଇଥିବାବେଳେ ଯାଜପୁରରୁ 48 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେଉଁଝରରୁ 75 ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ 64 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ନୟାଗଡରୁ 56 ବର୍ଷୀୟ ଆକ୍ରାନ୍ତ ଓ ରାୟଗଡାରୁ 63 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 616କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଓ ପରିଚାଳନାଗତ ବିଭ୍ରାନ୍ତି ପାଇଁ ରାଜ୍ୟ ସରକାର ଦାୟୀ: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଆରମ୍ଭ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରମୁହାଁ ହେଲେ। ସେମାନଙ୍କ କୌଣସି ରେଜିଷ୍ଟେସନ ହେଲା ନାହିଁ। ସେମାନଙ୍କ ରହିବା ଖାଇବା ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଆସିଲେ ଓ ଗଲେ ତା’ର ମଧ୍ୟ କୌଣସି ହିସାବ ରାଜ୍ୟ ସରାକର ପାଖରେ ନାହିଁ। ରାଜ୍ୟ ସରାକରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକମାନେ ଘରମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣ ହରାଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି, ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନ ଡ଼ରି ବଂଚିବା ଆଶାରେ ସୁରାଟ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି।

ଶନିବାର ଦିନ ଛତିଶଗଡ଼ ନିକଟରେ ଦୁର୍ଘଟଣାରେ ଗଂଜାମରୁ ଯାଉଥିବା ସାତଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ନବୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପୀତବାସ ପଣ୍ଡା ଦାୟୀ କରିଛନ୍ତି। ଗତ କିଛି ଦିନ ହେଲା ହଜାର ହଜାର ଶ୍ରମିକ ଗଂଜାମ ଜିଲ୍ଲାରୁ ବିପଦସଂକୁଳ ଅବସ୍ଥାରେ ବସ୍‌ଯାତ୍ରା କରି ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେମାନଙ୍କ ପଂଜିକରଣ ହେଉନାହିଁ। ୨୦ ବର୍ଷ ଶାସନ ମଧ୍ୟରେ ଗଂଜାମ ଜିଲ୍ଲାକୁ ଶିଳ୍ପ ବିହୀନ କରାଯାଇଛି। ଆସିକା ସୁତାକଳରେ ତାଲା ଝୁଲୁଛି, ଚିନି ଶିଳ୍ପ ରୁଗ୍‌ଣା ଅବସ୍ଥାରେ। କଂଗ୍ରେସ ଅମଳରେ କରାଯାଇଥିବା ଶିଳ୍ପାୟନଗୁଡ଼ିକ ଆନ୍ତରିକ ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନାହିଁ। ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ।

ନବୀନ ସରକାର ଜିଲ୍ଲାରେ ମଦକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଜିଲ୍ଲାର ଅର୍ଥନୀତିକୁ ଧ୍ୱଂସ କରି ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତି। ପ୍ରବାସୀ ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେଇ ପଂଜିକରଣ ବାଧ୍ୟତାମୂଳକ କରିବାକୁ ସଭାପତି ଶ୍ରୀ ପଣ୍ଡା କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 8ଜଣଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି

ଭୁବନେଶ୍ବର : ସେହିପରି ଆଜି ରାଜ୍ୟରୁ କରୋନା ଯୋଗୁଁ ଆଜି 8 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 166ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା 52କୁ ବୃଦ୍ଧି ହୋଇଥିବାବେଳେ କଟକରେ 19, ପୁରୀରେ 10 ଓ ଢେଙ୍କାନାଳରେ 2 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କେବଳ ଗୋଟିଏ ଭୁଲ୍‌ ପାଇଁ କାଳ ହେଲା କରୋନା : ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ କରୋନାରେ ମୃତ୍ୟୁ

ଝାଡଖଣ୍ଡ : ଝାଡଖଣ୍ଡର କୋଏଲା ନଗରୀ ଧନବାଦର ଏକ ପରିବାରର କରୋନା ସଂକ୍ରମଣ ତଥା ଏହି ମହମାରୀ କରୋନାର ଗାଇଡଲାଇନ୍‌କୁ ଅଣଦେଖା କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ପରିବାରର ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କତରାସର ଚୌଧୁରୀ ପରିବାରର ସବୁଠୁ ବୃଦ୍ଧା ମହିଳା ଜୁନ୍‌ 27 ତାରିଖରେ ଏକ ବିବାହ ସମାରୋହରେ ସାମିଲ୍‌ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଏହି 90 ବର୍ଷୀୟା ବୃଦ୍ଧାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ପରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତା ବୃଦ୍ଧାଙ୍କର ଜୁଲାଇ 4 ତାରିଖରେ ମୃତ୍ୟୁ ହୋଇଥିଲା ।  ଏହାପରେ ବୃଦ୍ଧାଙ୍କ ପୂରା ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ଦୁଇ ପୁତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଦୁଇ ପୁତ୍ର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହାପରେ ମହିଳାଙ୍କ ଆଉ ଦୁଇ ପୁତ୍ର ମଧ୍ୟ ଅସୁସ୍ଥ ହୋଇଥିଲେ । ଦୁହେଁ କରୋନା ଡର ଓ ଡିପ୍ରେସନ୍‌ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ମାତ୍ର 12 ଦିନ ଭିତରେ ଏହି ପରିବାରର ପାଞ୍ଚଜଣଙ୍କର କରୋନା ଭାଇରସ୍‌ଯ ଯୋଗୁଁ ଜୀବନ ଚାଲିଯାଇଛି । ବୃଦ୍ଧାଙ୍କ ପଞ୍ଚମ ପୁତ୍ର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ ରାଜଧାନୀ ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ଧାନବାଦଠାରେ ରହୁଥିବା ସମସ୍ତ ବୃଦ୍ଧ ଲୋକଙ୍କର ଯାଞ୍ଚ କରାଯାଇଛି । ତେବେ ବୃଦ୍ଧାଙ୍କ ଆଉ ଏକ ପୁତ୍ର ଦିଲ୍ଲୀରେ ରହୁଥିବାର ସୂଚନା ରହିଛି ।

ବୟସାଧିକ୍ୟ ହେବା ସତ୍ତ୍ବେ ବୃଦ୍ଧା ମହିଳା ଜଣକ ନିଜ ନାତିର ବାହାଘରରେ ସାମିଳ୍‌ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ପୁନଶ୍ଚ ତାଙ୍କର କରୋନା ଜନିତ ମୃତ୍ୟୁ ହେବା ପରେ ମଧ୍ୟ କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ ଅନ୍ତିମ ସଂସ୍କାର ନ କରି ସାଧାରଣ ଭାବରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯାହା ଫଳରେ କରୋନା ଅନ୍ୟମାନଙ୍କୁ ସଂକ୍ରମଣ ହୋଇଥିଲା । ଯାହାର ପରିଣତି ସ୍ବରୂପ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ କେନ୍ଦ୍ରରେ ମୃତ୍ୟୁ : ଚିକିତ୍ସା ଅବେହଳାରୁ ମୃତ୍ୟୁ ହୋଇଥିବାର ଅଭିଯୋଗ

ଭଞ୍ଜନଗର : ଅସ୍ଥାୟୀ କୋଭିଡ୍‌ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଛି । ବେଲଗୁଣ୍ଠା ଏନ୍‌ଏସି ନୋଡାଲ ଜିଟି ହାଇସ୍କୁଲ କୋଭିଡ୍‌ କେନ୍ଦ୍ରରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ । ଗତକାଲି ଲକ୍ଷଣ ଦେଖାଦେବାରୁ କୋଭିଡ୍‌ କେନ୍ଦ୍ରକୁ ଅଣାଯାଇଥିଲା  । ଆଜି ସକାଳେର ତାଙ୍କର ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ଏନେଇ ଖୋଳତାଡ ଆରମ୍ଭ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ କରୋନା ନେଲା 6 ଜୀବନ : ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଟି ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ, ରାୟଗଡାରୁ ଜଣେ ଓ କେନ୍ଦ୍ରାପଡାରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।

ଗଞ୍ଜାମରୁ ଆଜି କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ 56 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 64 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି ।  ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 55 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ରାୟଗଡା ଅଞ୍ଚଳରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 80 ବର୍ଷ ବୋଲି ସୂଚନା ରହିଛି । ସେହିପରି କେନ୍ଦ୍ରାପଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 49 ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ହୋଇଛି । ଗଞ୍ଜାମରେ ମୃତ୍ୟୁସଂଖ୍ୟା 27ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟାକୁ 8କୁ ବୃଦ୍ଧି  ହୋଇଛି । ସେହିପରି ଅନ୍ୟ 12ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍‌ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁହୋଇଛି । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 7, କଟକରୁ 4, ପୁରୀ ଓ ଅନୁଗୁଳ ଓବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିଲେ । ଏବେ ଦୁଇ ନୂଆ ଜିଲ୍ଲା ଅର୍ଥାତ୍‌ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଟିଏମ୍‌ସିରେ କାର୍ଯ୍ୟରତ ଥିବା କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତର ଭେଟିନାଥଦେବ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମ୍‌ସିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁସାରେ ଭେଟେଶ୍ବର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିବା ରମେଶ ଚନ୍ଦ୍ର ଭୋଳଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ହୃଦଘାତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଥିବାବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିଲେ ତାଙ୍କର ମୃତ୍ୟର କାରଣ ସ୍ପଷ୍ଟ ରୂପେ ଜଣାପଡିବ। ତେବେ ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି।

ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଶ୍ରୀ ଭୋଳ କରୋନା ଯୁଦ୍ଧରେ ସାମିଲ୍‌ ହୋଇଥିଲେ। ସ୍ଥାନୀୟ ଟିଏମ୍‌ସିରେ ସେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ମେଳାପୀ ତଥା ପରୋପକାରୀ ଶ୍ରୀ ଭୋଳଙ୍କ ଅଚାନକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ହୋଇଛି। ବାଁଳୋଇ ଗ୍ରାମ ନିବାସୀ ଶ୍ରୀଭୋଳଙ୍କ ଦୁଇ ପୁତ୍ର ସନ୍ତାନ ଓ ସ୍ତ୍ରୀ ରହିଛନ୍ତି। ତେବେ ସେ ବାଣପୁରର କରଞ୍ଜ ସାହି ନିକଟରେ ବହୁ ଦିନ ଧରି ଅବସ୍ଥାପନ କରୁଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ନେତା(ସଭାପତି) ଥିବା ଶ୍ରୀ ଭୋଳ ଶିକ୍ଷକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରି ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହେବା ସହ  ଆସିଷ୍ଟାଣ୍ଟ ଏନସିସି ଅଫିସର ରୂପେ ମଧ୍ୟ କାର୍ଯ୍ୟ କରୁଥିଲେ।