Categories
ଆଜିର ଖବର ରାଜ୍ୟ ଖବର

ସୁର ରାଉତରାୟଙ୍କ ବଢିଲା ଚିନ୍ତା, ସାନ ପୁଅଙ୍କ ପରେ ବଡପୁଅ କହିଲେ ମୁଁ ମଧ୍ୟ ଛିଡା ହେବି

ଭୁବନେଶ୍ବର: ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ଏକ ପାରିବାରିକ ବିବାଦ ଭିତରେ ଛନ୍ଦି ହେବାକୁ ଯାଉଛନ୍ତି। କାରଣ ତାଙ୍କର ଦୁଇ ପୁଅ ମଧ୍ୟରୁ କିଏ ହେବ ଉତ୍ତରାଧିକାରୀ ସେ ନେଇ ବିବାଦ ସୃଷ୍ଟି ହୋଇଛି।

ଆଜି ସକାଳେ ସୁର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଲେ ଯେ ମୋ ସାନପୁଅ ମନ୍ନଥ ରାଉତରାୟ ଜଟଣୀରୁ ଛିଡା ହେବ। ମୋର ବୟସ ହୋଇଗଲାଣି ଆଉ ମୁଁ ନିର୍ବାଚନ ଲଢେଇ କରିବି ନାହିଁ। ମୁଁ କଂଗ୍ରେସରେ ଅଛି , ମୋ ସାନ ପୁଅ ମଧ୍ୟ ସେହି କଂଗ୍ରେସରୁ ଜଟଣୀ ଆସନରେ ଛିଡା ହେବ।

ଏହି କଥା ଭୁବନେଶ୍ବରରେ ସେ କହିବା ପରେ ତାଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଘୋଷଣା କଲେ ଯେ, ମୁଁ ମଧ୍ୟ ନିର୍ବାଚନରେ ଲଢେଇ କରିବି। ଆସନ୍ତା ବିଧାନସଭାରେ ପ୍ରାର୍ଥୀ ହେବି। ହେଲେ ସେ କେଉଁ ଦଳରୁ ଛିଡା ହେବେ ଏବଂ କେଉଁଠାରୁ ଛିଡା ହେବେ ସେ ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନାହିଁନ୍ତି।

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ହେଉଛନ୍ତି ସିଦ୍ଧାର୍ଥ ରାଉତରାୟ। ସେ ହେଉଛନ୍ତି ଏଭେରେଷ୍ଟ ଆରୋହୀ। ସେହିପରି ସାନ ପୁଅ ମନ୍ନଥ ରାଉତରାୟ ହେଉଛନ୍ତି ଜଣେ ପାଇଲଟ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଧାୟକ ସୁର ରାଉତରାୟ, କଲେ ବଡ ଘୋଷଣା

ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହି ଫଟୋରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭେ କେ ପାଣ୍ଡିଆନଙ୍କ ସହିତ ସେ ଆଲୋଚନା କରୁଛନ୍ତି। କେବଳ ସୁର ନୁହଁନ୍ତି, ତାଙ୍କ ସହିତ ତାଙ୍କର ସାନ ପୁଅ ମନ୍ନଥ ରାଉତରାୟ ମଧ୍ୟ ଅଛନ୍ତି।

ଏହି ଫଟୋକୁ ନେଇ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଅନେକ ଟିପଣୀ ଦେଇଛନ୍ତି ଯେ, ସୁର ରାଉତରାୟ ଏଥର ବିଜେଡିରୁ ଛିଡା ହେବେ। ଆଉ କେତେକ ସେ ନୁହଁନ୍ତି ତାଙ୍କ ପୁଅ ଜଟଣୀରୁ ବିଜେଡିରୁ ଛିଡା ହେବେ। ଏହି ଆଲୋଚନା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଗଲା। ଘଟଣା ଏପରି ହେଲା ଯେ, ସୁର ରାଉତରାୟ ବାଧ୍ୟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟି କରଣ ଦେଲେ।

ଫଟୋକୁ ନେଇ ଦଳ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ଫୋନ କରିବାରୁ ସେ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ। ସେ କହିଲେ ଯେ ମୁଁ ସାରା ଜୀବନ କଂଗ୍ରେସରେ ରହି ସେବା କରିଛି। ନିଜ ସ୍ବାର୍ଥ ପାଇଁ ମୁଁ କେବେ ବି କଂଗ୍ରେସରୁ ସୂତା ଖିଅଟିଏ ପରି ଘୁଞ୍ଚି ନାହିଁ। ମୁଁ ରୋକଠୋକ ଲୋକ। ମୁଁ କେଉଁଠି କି କାହା ପାଖରେ ଲଟର ପଟର ହୋଇ ଦଳ ଡେଇଁବାର ନାହିଁ। ମୋର ଜନ୍ମ କଂଗ୍ରେସରେ ଏବଂ ମରଣ ମଧ୍ୟ ସେହି କଂଗ୍ରେସରେ।

ତେବେ ଆପଣ କଣ ପାଇଁ ପୁଅଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବୋଲି ପ୍ରଶ୍ନ କରିବାରୁ ସେ କହିଲେ ଯେ, ତାହା ଥିଲା ସୌଜନ୍ୟ ସାକ୍ଷାତ। ତେବେ ମୁଁ ଆପଣଙ୍କ ସମ୍ମୁଖରେ ଘୋଷଣା କରି କହୁଛି ଯେ, ମୁଁ କଂଗ୍ରେସରୁ କେବେ କୁଆଡେ ଯିବି ନାହିଁ। ହେଲେ ଏଣିକି ଆଉ ମୁଁ ନିର୍ବାଚନରେ ଲଢିବା ନାହିଁ। ମୋର ବୟସ ଅଶି ପାଖାପାଖି ହେଲାଣି। ଆଉ ଏତେ କାମ କରିବା ସମ୍ଭବ ନୁହେଁ।

ତେବେ ଜଟଣୀରୁ କିଏ ଛିଡା ହେବ ବୋଲି ପଚରାଯିବାରୁ ସୁର କହିଲେ ଯେ, ମୋ ସାନପୁଅ ମନ୍ନଥ ରାଉତରାୟ ଜଟଣୀରୁ ଛିଡା ହେବ। ସାମ୍ବାଦିକମାନେ ପୁଣି ପଚାରିଲେ, ସେ ବିଜେଡିରୁ ଛିଡା ହେବେ କି ? ସୁର ତୁରନ୍ତ ନା ନା ବୋଲି କହିଲେ। ସେ ସ୍ପଷ୍ଟ ଉତ୍ତର ଦେଲେ ଯେ , ଜଟଣୀରୁ ମୋ ପୁଅ କଂଗ୍ରେସରୁ ହିଁ ଛିଡା ହେବ। ସେ ପୁଣି ଦୋହରାଇ କହିଲେ ମନ୍ନଥ କଂଗ୍ରେସରୁ ଛିଡା ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ସଭାପତି କିଏ ହେବ ସେ ନେଇ ବିଜେଡି ନେତାଙ୍କ ମତ ନେଲେ ରାହୁଳ ଗାନ୍ଧୀ

ଭୁବନେଶ୍ବର: ଓଡିଶା କଂଗ୍ରେସର ସଭାପତି କିଏ ହେବ, ସେ ନେଇ ଚାଲିଛି ଘଣ୍ଟାଚକଟା। ହେଲେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା କିଏ କଂଗ୍ରେସ ସଭାପତି  ହେବ, ସେ ନେଇ ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ଲୋଡିଛନ୍ତି। ଏହା କୈଣସି ମିଛ କିମ୍ବା ଉଡା କଥା ନୁହେଁ। ଏ କଥା କହିଛନ୍ତ ଖୋଦ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ରାହୁଳ ଗାନ୍ଧୀଙ୍କୁ ଭେଟିବା ପାଇଁ ପୁରା ଓଡିଶା କଂଗ୍ରେସ ଟିମ ଦିଲ୍ଲୀ ଯାଇଥିଲେ। ସେଠାରୁ ଫେରିବା ପରେ ସୁର ରାଉତରାୟ ଏହି ବିସ୍ପୋରକ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ କେତେକ ବିଶିଷ୍ଠ ଲୋକଙ୍କ ମତ ନେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ବର୍ତ୍ତମାନ ଏବଂ ପୂର୍ବତନର ବିଜେଡି ନେତା।

ସୁର ରାଉତରାୟଙ୍କ କହିବା କଥା ହେଲା ରାହୁଳ ଗାନ୍ଧୀ ଓଡିଶାର ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେଥିପାଇଁ ସେମାନଙ୍କ ମତ ନେଇଛନ୍ତି। ସେ କହିଛନ୍ତି ଯେ, ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମତ ନେଇଛନ୍ତି। ତେବେ କଂଗ୍ରେସ ସଭାପତି ପାଇଁ ବିଜେଡି ନେତାଙ୍କ ମତ କଣ ଆବଶ୍ୟକ ବୋଲି ପଚାରିବାରୁ ସେ କିଛି କହି ନ ଥିଲେ।

ତେବେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ତେବେ କଂଗ୍ରେସ ଦଳ କଣ ବିଜେଡି ନିୟନ୍ତ୍ରଣରେ ରହିଛି କି ? ପୂର୍ବରୁ ସୁର ରାଉତରାୟ କହିଥିଲେ ଯେ, କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିର୍ଦ୍ଧାରଣ କରନ୍ତି। ଏହି କଥାକୁ ନେଇ ସେତେବେଳେ ବେଶ୍ ହଇଚଇ ସୃଷ୍ଟି ହୋଇଥିଲା।

ସେତିକି ନୁହେଁ ସୁର ରାଉତରାୟ ବିଜେଡି ନେତାଙ୍କ ସହିତ ଆଉ କେତେକ ଅଣ କଂଗ୍ରେସ ନେତାଙ୍କ ନାମ ମଧ୍ୟ କହିଲେ। ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ଏବଂ ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଦୁଇଜଣଙ୍କର ମଧ୍ୟ କଂଗ୍ରେସ ସଭାପତି କିଏ ହେବ ସେ ନେଇ ମତ ନିଆଯାଇଥିଲା।

ଏଥିରୁ ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ନିଜ ସଭାପତି ନିଜେ ବାଛିବାର କ୍ଷମତା ନାହିଁ। ଫଳରେ ରାହୁଳ ଗାନ୍ଧୀ ଅନ୍ୟ ନେତାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେଡି ଶିବିରରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ନବୀନବାବୁ ବାଛନ୍ତି ବୋଲି ମନ୍ତବ୍ୟକୁ ନେଇ ସୁର ରାଉତରାୟଙ୍କୁ ମିଳିଲା ନୋଟିସ

ଭୁବନେଶ୍ବର: ଶେଷରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି କାରଣ ଦର୍ଶା ନୋଟିସ। ଏହା ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଗଣମାଧ୍ୟମରେ ସେ ଏକ ବିବୃତି ଦେଇଥିଲେ। ତାହା ଥିଲା ନବୀନ ପଟ୍ଟନାୟକ କଂଗ୍ରେସ ସଭାପତି କିଏ ହେବ ତାହା ବାଛନ୍ତି।

ଏପରି ମନ୍ତବ୍ୟ ପ୍ରଦେଶ କଂଗ୍ରେସ ପାଇଁ ବହୁ କ୍ଷତିଦାୟକ ଏବଂ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଆପଣଙ୍କ ପରି ଜଣେ ବରିଷ୍ଠ ନେତାଙ୍କଠାରୁ ଏପରି ମନ୍ତବ୍ୟ ଶୋଭା ପାଉ ନାହିଁ। ଆପଣ କେଉଁ ପରିସ୍ଥିତିରେ ଏପରି ମନ୍ତବ୍ୟ ଦେଲେ ତାହାର ସ୍ପଷ୍ଟି କରଣ ଦିଅନ୍ତି ବୋଲି ନିରଞ୍ଜନ ନୋଟିସରେ ଉଲ୍ଲେଖ କରିଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆପଣଙ୍କ ଉତ୍ତର ମିଳିବା ପରେ ତାହା ଏଆଇସିସି କୁ ଅବଗତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜୀବନୀ ଉପରେ ଲୋକାର୍ପଣ ହେଲା ପୁସ୍ତକ ‘ମାଡିଚାଲ’

ଭୁବନେଶ୍ବର, ଜଟଣୀ ବିଧାୟକ ସୁରେଶ ରାଉତରାୟ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେହି ଉପଲକ୍ଷେ ତାଙ୍କ ଉପରେ ଏକ ପୁସ୍ତକ ଲୋକାର୍ପଣ ହୋଇଛି। ଯାହାର ନାମ ରହିଛି ‘ମାଡିଚାଲ’। ଭୁବନେଶ୍ବରର ଇଡକଲ ହଲରେଏକ ଉତ୍ସବରେ ଏହି ପୁସ୍ତକକୁ ଲୋକାର୍ପଣ କରାଯାଇଛି। ସୁର ରାଉତରାୟଙ୍କ ଲୋକପ୍ରିୟ ବୋଲି ମାଡିଚାଲ କୁ ନେଇ ଏହି ପୁସ୍ତକର ନାମକରଣ କରାଯାଇଛି।

ଶ୍ରୀ ରାଉତରାୟଙ୍କର ଦୀର୍ଘ ଛଅ ଦଶନ୍ଦିର ରାଜନୈତିକ ଜୀବନ, ଛାତ୍ର ରାଜନୀତି, ସମାଜସେବା ଓ ଘଟଣା ବହୁଳ ଜୀବନ ଉପରେ ଆଧାରିତ ହୋଇଛି “ମାଡ଼ିଚାଲ” ପୁସ୍ତକ। ଏହି ଲୋକାର୍ପଣ ଉତ୍ସବରେ ପଦ୍ମଶ୍ରୀ କବି ହଳଧର ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଦଉଡ଼ରାଣୀ ଦୂତି ଚାନ୍ଦ, ପଦ୍ମଶ୍ରୀ ଦେବୀପ୍ରଶନ୍ନ ପଟ୍ଟନାୟକ, ଶିଳ୍ପୀ ସୁଦର୍ଶନ ସାହୁ, ଶିଳ୍ପୀ ପ୍ରଭାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତରାୟଙ୍କର ଘଟଣାବହୁଳ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ

ଭୁବନେଶ୍ୱର, ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ 78 ତମ ଜନ୍ମଦିବସ ପାଳିତ । ଆଜି ଜନ୍ନଦିନରେ ଶ୍ରୀ ରାଉତରାୟ ଲିଙ୍ଗରାଜ ମନ୍ଦିର, ଦକ୍ଷୀଣଚଣ୍ଡି ମନ୍ଦିର, ସୁନ୍ଦରପଦା ମସ୍‌ଜିଦ ଓ ସତ୍ୟନଗର ଚର୍ଚ୍ଚଠାରେ ପୂଜାର୍ଚ୍ଚନା କରିଥିଲେ ।

ଏହାପରେ ପୁରୁଣା ଭୁବନେଶ୍ୱର ଏବଂ ଜଟଣୀ ସ୍ଥିତ ଡାକ୍ତରଖାନାରେ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବସ୍ତ୍ରଦାନ କରାଯାଇଥିଲା । ମାଉସୀମା ଛକଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶ୍ରୀ ରାଉତରାୟଙ୍କ ବାସଭବରେ ଜୟନ୍ତୀ କମିଟି ପକ୍ଷରୁ ମିଷ୍ଟାନ୍ନ ବଂଟନ ଏବଂ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା ।

ଏହାପରେ ୮ନମ୍ବରରେ କେବିଏନ ଗ୍ରୁପ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେୃତ୍ୱରେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳିତ ହୋଇଥିଲା । ଏହି କାଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଉତରାୟ ଛାତ୍ର ଓ ଯୁବକମାନଙ୍କୁ କହିଥିଲେ ଯେ ସମାଜସେବାକୁ ଜୀବନର ପରମ ଧର୍ମ ଭାବରେ ଗ୍ରହଣ କର । ଦୟାନଦୀ କୂଳ ଧଉଳି ପାହାଡ଼ ନିକଟସ୍ଥ ଲିଙ୍ଗିପୁର ଠାରେ ବୃକ୍ଷରୋପଣ କାଯ୍ୟକ୍ରମ ହୋଇଥିଲା ଏବଂ ପରିଶେଷରେ ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରେ ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳନ କରିଥିଲେ ।

କେଦାର ଗୌରୀ ନିକଟସ୍ଥ ଗୁଆଝର ଠାରେ ଗୁଆଝର ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ରାଉତରାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ବିଭିନ୍ନ ଦଳର ରାଜନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସମାଜସେବୀ, ଲେଖକ, କବି, ଛାତ୍ର ନେତା, ଯୁବ ନେତା, ନାରୀ ନେତ୍ରୀ, ବୁଦ୍ଧିଜିବୀ ଓ ଶ୍ରମିକ ନେତା ପ୍ରମୁଖ ସୁରେଶ କୁମାର ରାଉତରାୟଙ୍କ ବାସସ୍ଥାନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗୃହରେ ଉଠିଲା ଟ୍ଵିନ୍ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ: ଉତ୍ତର ରଖିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ଵର:ଆଜି ବିଧାନସଭାରେ ଟ୍ଵିନ୍ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଗୃହରେ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ ରଖିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ମଧ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର-କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ପ୍ରସ୍ତାବ ନାହିଁ। ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ ହୋଇଥିଲା। ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ। ଏଥିରେ ଵାଲାଜି କମ୍ପାନୀକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା।

ଜନସଂଖ୍ୟା ଆଧାରରେ ଫିଜିବିଲିଟି ନଥିବାରୁ ମେଟ୍ରୋ ଟ୍ରେନ୍ ଚଳାଚଳ ହେବ ନାହିଁ। ମେଟ୍ରୋ ଟ୍ରେନ୍ ଚଳାଚଳ ୨୦୪୧ ଯାଏଁ ହୋଇପାରିବ ନାହିଁ ବୋଲି ସର୍ଭେରୁ ଜଣାପଡିଛି। କମ୍ପାନୀକୁ ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ଲକ୍ଷ ୬୧ ହଜାର ଦେଇଥିବା ବେଳେ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନରେ ହାରିବା ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ସୁର ରାଉତରାୟ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ବର : ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍‌ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଉଭୟ ଆସନରେ ହାରିଲା ବୋଲି କହିଛନ୍ତି ସୁର ରାଉତରାୟ ।
ତେବେ ଏହି ଦୁଇ ଉପନିର୍ବାଚନରେ ଅର୍ଥ ମୁଖ୍ୟ ଫ୍ୟାକ୍ଟର ହେଲା ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡି ଓ ବିଜେପି ପ୍ରବଳ ଖର୍ଚ୍ଚ କଲେ । ସେହିପରି ବାଲେଶ୍ବରରେ ଠିକ୍‌ ଭାବେ ପ୍ରଚାର ନକରି ହୋଟେଲରେ ଶୋଇଲେ। ଏହା ସହିତ ତିର୍ତ୍ତୋଲରେ ବି ଅଧିକ ଭଲ ହୋଇଥାନ୍ତା। କିଛି କର୍ମୀ କାମ ଠିକ୍‌ରେ କଲେନି। ନିରଞ୍ଜନଙ୍କ ସଭାପତି ପଦରୁ ହଟାଇବାକୁ ଚାହୁଁଥିବାରୁ କାମ ଠିକ୍‌ କଲେ ନାହିଁ। ବିଜେଡି ଭଲ ନିର୍ବାଚନ ପରିଚାଳନା କରୁଛି। ସେଥିପାଇଁ ଜିତୁଛି। ହାରିବାର ସମୀକ୍ଷା ହେବ। କିନ୍ତୁ ଆକ୍ସନ ହେବ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ।