Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟା

ଯାଜପୁର : ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟା କରାଯାଇଥିବାର ସୂଚନା ରହିଛି । ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି ଦୁର୍ବୃତ୍ତ । ଯାଜପୁର ରୋଡ୍‌ ଥାନା ରାଛିପୁର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଆଉ ଜଣେ ଶିକ୍ଷକଙ୍କ ସହ ଯାଉଥିବାବେଳେ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶିକ୍ଷୟିତ୍ରୀ ଜଣକ ନିକଟରେ ଥିବା ଏକ ସ୍କୁଲରେ ନିଯୁକ୍ତ ଥିଲେ । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଝିଅର ତଣ୍ଟି ଚିପି ମାରିଲା ବାପା

କେନ୍ଦୁଝର : ଜଣେ ଶିଶୁ ନିଜ ପିତାମାତାଙ୍କ ପାଖରେ ସୁରକ୍ଷିତ ରହିଥାଏ ।  ସନ୍ତାନକୁ ସମସ୍ତ ବିପଦରୁ ତା’ର ପିତା ତାକୁ ରକ୍ଷା କରିଥାଏ । କିନ୍ତୁ ରକ୍ଷକ ଏବେ ଭକ୍ଷକ ସାଜିଛି । ଜଣେ ଶିଶୁ କନ୍ୟାର ସୁରକ୍ଷା ଢାଲ ହୋଇଥାଏ ତା’ର ପିତା । କିନ୍ତୁ ସେହି ପିତା ଆଜି ନିରୀହ ଶିଶୁର ହତ୍ୟା କରିବାକୁ ବି ପଛଉ ନାହିଁ । ଏହିପରି ଏକ ଘଟଣା କେନ୍ଦୁଝର ଘଟଣାକୁ ଦେଖିବାକୁ ମିଳିଛି ।

8 ବର୍ଷ ଝିଅର ତଣ୍ଟି ଚିପି ବାପା ହତ୍ୟା କରିଥିବାର ଅଭିଯୋଗ ହୋଇଛି । ରାଙ୍କି ମୁଣ୍ଡାସାହି ନିକଟ ପଡିଆରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ବାପା ଶିଶୁ କନ୍ୟାଟିର ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ମାମୁଁ। ଅଭିଯୋଗ ପରେ ଶିଶୁ କନ୍ୟାର ବାପାକୁ ଟାଉନ୍‌ ଥାନାରେ ଅଟକ ରଖାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କାଠଫାଳିଆରେ ମା’କୁ ପିଟି ପିଟି ହତ୍ୟା କଲା ପୁଅ

ବିନିକା : ନିଜ ଜନ୍ମକଲା ମା’କୁ ପିଟି ପିଟି ହତ୍ୟା କରିଛି ପୁଅ । କାଠ ଫାଳିଆରେ ନିଜ ମା’କୁ ପିଟି ପିଟି ମାରି ଦେଇଛି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଅଭିଯୁକ୍ତ ପୁତ୍ରଙ୍କ ବୟସ 28ବର୍ଷ ହୋଇଥିବାବେଳେ ସେ ତାଙ୍କ ବୃଦ୍ଧା ମା’ଙ୍କୁ କାଠ ଫାଳିଆରେ ତାଙ୍କ ମୁଣ୍ଡ ଏକାଧିକ ପ୍ରହାର କରିଥିଲେ । ଯାହାଫଳରେ ବୃଦ୍ଧା ମା’ଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବୃଦ୍ଧାଙ୍କ ବୟସ 62 ବର୍ଷ ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଗିରଫ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଗରାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳିରୁ ବିଭତ୍ସ ହତ୍ୟାକାଣ୍ଡ ହୋଇଥିବାର ସୂଚନା ରହିଛି । ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ସ୍ବାମୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷ ପିଇଛି ସ୍ବାମୀ । ଗୁରୁତର ଅବସ୍ଥାରେ ସ୍ବାମୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଅକୁ ହତ୍ୟା କରି ପୋତିଲା ପିଶାଚ ବାପା ! ଘର ପଛପଟ ବାଡିରୁ ମୃତଦେହ ଉଦ୍ଧାର

ଆଠଗଡ: ପୁଅକୁ ହତ୍ୟା କରି ଘର ପଛପଟରେ ଥିବା ବାଡ଼ିରେ ମୃତଦେହକୁ ପୋତିଦେଇଛି ବାପା। କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଥାନା ଅଂଚଳରେ ଏଭଳି ଘଟଣା ଘଟିଥିବାର ଚର୍ଚ୍ଚା ହେଉଛି। ପୁଅକୁ ଜଘନ୍ୟ ହତ୍ୟା କରିବା ପରେ ଉପାୟ ନ ପାଇ ବାପା ଗାତ ଖୋଳି ପୋତିଦେଇଥିବା ଅଭିଯୋଗ ହୋଇଛି ।

ସପ୍ତାହ ତଳେ ୩୦ ବର୍ଷୀୟ ପୁଅକୁ ହତ୍ୟା କରାଯାଇଥିବା କୁହାଯାଉଛି । ସଂପୃକ୍ତ ଯୁବକଙ୍କୁ ଗାଁ ଲୋକେ ୭ ଦିନ ପର୍ଯ୍ୟନ୍ତ ଦେଖି ନଥିବାରୁ ସନ୍ଦେହ କରିଥିଲେ। ଏନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପୋଲିସ ପୁତ୍ରହନ୍ତା ବାପାକୁ ଜେରା କରିବା ସମୟରେ ଘଟଣା ପଦାକୁ ଆସିଛି। ଏଥି ସହିତ ଘର ପଛରେ ଥିବା ବାଡ଼ିରୁ ପୁଅର ମୃତଦେହ ଠାବ ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

କ୍ରିକେଟ୍‌ ପାଇଁ ଗଲା ଜୀବନ: ବ୍ୟାଟ୍‌ରେ ପିଟି ନାବାଳକର ଜୀବନ ନେଲା ଆଉ ଜଣେ ନାବାଳକ

ବ୍ରହ୍ମପୁର: ଖେଳକୁ ନେଇ ଜଣେ ନାବାଳକ ଆଉ ଜଣେ ନାବାଳକର ହତ୍ୟା କରିଛି। ବ୍ୟାଟ୍‌ରେ ପିଟି ଜଣେ ନାବାଳକୁ ଆଉ ଜଣେ ନାବାଳାକ ପିଟି ମାରିଦେଇଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ୍‌ ଖେଳିବା ବେଳେ ଦୁଇ ନାବାଳାକ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏପରି ଅଘଟଣ ଘଟିଥିବାର ସୂଚନା ମିଳିଛି। ହିଞ୍ଜିଳି ଥାନା ଖରିଡା ଗ୍ରାମରେ କ୍ରିକେଟ୍‌ ଖେଳ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି କେଶବ ସେଠୀଙ୍କର ୧୩ ବର୍ଷୀୟ ପୁତ୍ର। ଆକ୍ରମଣକାରୀ ନାବାଳକକୁ ଥାନାରେ ପୋଲିସ ଅଟକ ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବାପରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଯୁବକ

ଚଣ୍ଡିଗଡ଼: ହରିୟାଣାର ପାନିପାତ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୩୬ ବର୍ଷୀୟ ଗ୍ରୋସରୀ ବିକ୍ରେତା ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେହି ଯୁବକ ବନ୍ଧୁକ ମାଧ୍ୟମରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକଜଣକ ନିଜ ପତ୍ନୀଙ୍କ ସମେତ ତାଙ୍କର ଆଠ ବର୍ଷର ଝିଅ ଏବଂ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିଥିଲେ। ଏହି ଘଟଣା ରାଜ ନଗର ଅଞ୍ଚଳରେ ଘଟିଛି। ପାରିବାରିକ କଳହ ଏହି ଅପରାଧର କାରଣ ବୋଲି ପୋଲିସ ସନ୍ଦେହ କରୁଛି। (ଏଜେନ୍ସି)