କଟକ: ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆହୁରି ବଢିବ। ସେଥିପାଇଁ କଟକ ଏସସିବି ମେଡିକାଲ କଲେଜରେ ଆଉ ଦୁଇଟି ଟୀକା କେନ୍ଦ୍ର ଖୋଲିବ। ଏସସିବିରେ ଏବେ ଦୈନିକ ୨୦୦୦ ଟୀକାଦାନ କରାଯାଉଛି। ଆଗକୁ ଟୀକାଦାନ ଆହୁରି ବଢୁଥିବାରୁ ଏସସିବିରେ ଆଉ ୨ ଟି କେନ୍ଦ୍ର ବଢାଇବା ପାଇଁ ଯୋଜନା ଚାଲିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏନେଇ ସୂଚନା ଦେଇଛନ୍ତି।
Tag: କଟକ
କଟକ: ମ୍ୟାନହୋଲରେ ଫସି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବ ଏବଂ ଦୁଇ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ ବିଭାଗ ସଚିବଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି।
ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନୋଟିସ୍ କରିଥିବା ବେଳେ କଟକ ଏବଂ ଭୁବନେଶ୍ଵର କମିଶନରଙ୍କୁ ମଧ୍ୟ ନୋଟିସ ହୋଇଛି। ସମସ୍ତଙ୍କୁ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ ସରାକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ। ଆଇନ ଆନୁସାରେ କ୍ଷତିପୂରଣ ବାବଦକୁ ତୁରନ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫୌଜଦାରି ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର, ମାତ୍ର 30 ମିନିଟ ଭିତରେ କଟକ ଭୁବନେଶ୍ବରୁ କରିଦେଲା ଛାରଖାର। ଆଜି ସଂଧ୍ୟାରେ ଦୁଇ ମହାନଗରରେ ହଠାତ ଆସିଥିଲା କାଳବୈଶାଖୀ। ଫଳରେ ଏହାର ପ୍ରଭାବରେ କଟକ ଓ ଭୁବନେଶ୍ବରରେ ପ୍ରବଳ ପବନ ସହିତ ବର୍ଷା ହୋଇଥିଲା। ପବନର ବେଗ ଏପରି ଥିଲା ଯେ, ଉଠା ଦୋକାନୀ ଏବଂ ବସ୍ତିର ଚାଳ ଛପର କୁଆଡେ ଉଡି ଯାଇଥିଲା। ପଲିଥିନ ତଳେ ବେପାର କରୁଥିବା ବ୍ୟବସାୟୀ ନିଜ ଜିନଷ ଭିତରକୁ ନେବା ଭିତରେ ପବନରେ ଅନେକ କିଛି କ୍ଷୟକ୍ଷତି କରିଦେଇଥିଲା।
ଆଜି ରାଜଧାନୀରେ ଅପରାହ୍ନ ପ୍ରାୟ ସାଢେ ପାଞ୍ଚଟା ପାଖାପାଖି ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଦେଇଥିଲା। ଚାରିଆଡେ ଅନ୍ଧାର ଘୋଟି ଆସିଥିଲା। ଚାହୁଁଚାହୁଁ ନିମିଷକ ମଧ୍ୟରେ ପବନ ପ୍ରବାହିତ ହେବାକୁ ଲାଗିଲା। ଧିରେଧିରେ ପବନ ବେଗ ବଢିବାରେ ଲାଗିଲେ। ଧୂଳିରେ ପରିପୂର୍ଣ୍ଣ ହୋଇଗଲା ରାସ୍ତାଘାଟ। ଗାଡି ଚଳେଇ ଯାଉଥିବା ଯାତ୍ରୀମାନେ ଆଗକୁ ଗାଡି ନେବାର ମଧ୍ୟ ଅସମ୍ଭବ ହୋଇ ପଡିଥିଲା।
ପବନର ପ୍ରକୋପରେ ବସ୍ତିଗୁଡିକରେ ଥିବା ଚାଳଛପର ଏପରିକି ଆଜବେଷ୍ଟ ମଧ୍ୟ ଉଡିଗଲା। କିଛି ସମୟ ପାଇଁ ପୁରା କଟକ ଭୁବନେଶ୍ବର ଅନ୍ଧକାର ପାଲଟିଗଲା। ପବନର ଉତପାତ୍ ପରେ ଆରମ୍ଭ ହୋଇଗଲା ପ୍ରବଳ ଘଡଘଡି, ବିଜୁଳି ସହିତ ବର୍ଷା। ପ୍ରାୟ 10 ମିନିଟ ଧରି ବର୍ଷା ଲାଗି ରହିଥିଲା। ଏହା ପରେ ଧିରେଧିରେ ପାଗ ସ୍ବାଭାବିକ ହୋଇଥିଲା।
କଟକ ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଆଗୁଆ ସୂଚନା ଦିଆଯାଇଥିଲା।
ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।
ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:
୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।
୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।
କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:
୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ
୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।
ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ
୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ
କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:
୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।
୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।
ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:
ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।
କଟକ: କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର ଉପର ମହଲାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ଲାଗି ପଡିଛି। ପାଖାପାଖି ଅପରାହ୍ନ ୧୨ ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ହସ୍ପିଟାଲରେ ଥିବା ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ସେହି ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହେଉଥିଲେ ଏବଂ କେତେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। କଟକ ଠାରେ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଟକର ଖାନନଗର ଠାରେ ଏହି ବସ୍ ଟର୍ମିନାଲ ନିର୍ମିତ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ଏହା ସହିତ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲଟି ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ।
ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସୂଚନା ବ୍ୟବସ୍ଥା ମଧ୍ୟ ରହିବ। ଏହି ନିର୍ମାଣ ପାଇଁ କଟରର ରିଂଗ୍ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି।
ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।
ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଘନକୁହୁଡି ଦେଖାଦେବ। ଏହି କୁହୁଡି ଶନିବାର ଏବଂ ରବିବାରରେ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ପରିଲକ୍ଷିତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହି ଅନୁସାରେ ସ୍ବାତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏହି ପାଞ୍ଚୋଟି ଜିଲ୍ଲାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ଦିନ ଯେଉଁ ଜିଲ୍ଲାଗୁଡିକରେ ଏହି ଘନ କୁହୁଡା ଦେଖାଦେବ ସେଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ରହିଛି। ସେହିପରି ରବିବାର ଦିନ ଜଗତସିଂହପୁର, ଭଦ୍ରକ, କଟକ ଏବଂ କେନ୍ଦ୍ରପଡା ଜିଲ୍ଲା। ଏହି ଜିଲ୍ଲାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ କରିବା ପାଇଁ କୁହାଯାଇଛି।
କଟକ : କଟକ ମହାନଗର ଅଞ୍ଚଳରେ ବି ଜିରୋ ନାଇଟ ସେଲିବ୍ରେସନ୍ ଉପରେ କଟକଣା ଜାରି କଲା ସିଏମ୍ସି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ହେବ ନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ସିଏମ୍ସି ବିଜ୍ଞପ୍ତି ଜାରି କରିଛି। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ।
ସୂଚନାଯୋଗ୍ୟ, ଚଳିତ ଥର ରାଜଧାନୀରେ ବି ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ୍ । ବିଏମ୍ସି ମଧ୍ୟ ଏନେଇ କଟକଣା ଜାରି କରିସାରିଛି ।
କଟକ: ଆଜିଠାରୁ ଓଡିଶା କ୍ରିକେଟ୍ ଲିଗ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି। ଏଥିରେ ଓଡ଼ିଶା ଲାୟନ୍ସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପ୍ୟୁମାସ୍ ନାମରେ ୬ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଉଦଘାଟନୀ ମ୍ୟାଚ୍ ରେ ଓଡ଼ିଶା ପାନ୍ଥର୍ସ-ଓଡ଼ିଶା ପ୍ୟୁମାସ୍ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାର ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।
ଜାନୁଆରୀ ୧୦ପର୍ଯ୍ୟନ୍ତ ଲିଗ୍ ପର୍ୟ୍ୟାୟ ଖେଳାଯିବାକୁ ଥିବା ବେଳେ ୧୪ରେ ଫାଇନାଲ୍ ମ୍ୟାଚ ହେବ। ଲିଗ୍ ପର୍ୟ୍ୟାୟରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ୧୭ ଦିନରେ ମୋଟ ୩୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଅପରାହ୍ଣ ୩.୩୦ରୁ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ରୁ ଫ୍ଲଡ୍ ଲାଇଟ୍ରେ ଖେଳାଯିବ।
ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ ଦେଖିପାରିଛନ୍ତି। ଜିଓଫାଇବର ତାହାର ସେବା ଦ୍ୱୈତ ମହାନଗରୀ ଭୁବନେଶ୍ୱର ଓ କଟକରେ ପ୍ରମୁଖ ଅଞ୍ଚଳଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରବା ସହିତ ଓଡ଼ିଶାର ୧୯ରୁ ଅଧିକ ସହର ଓ ନଗରାଂଚଳରେ ଏହାର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି। ଏହା ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ଇଂଟରନେଟରେ ସଂଯୋଗ ପ୍ରଦାନକରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ସହିତ ବିଶେଷକରି ଆଇଟି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ କାଯ୍ୟରତ ଶହ ଶହ ସଂଖ୍ୟାରେ ପ୍ରଫେସନାଲମାନଙ୍କୁ ରାଜ୍ୟକୁ ଫେରିଆସିବା ପରେ ନିଜ ଘରେ ରହି କାର୍ଯ୍ୟ ଅବ୍ୟାହତ ରଖିବାରେ ସମର୍ଥ କରାଇଛି।
ଜିଓଫାଇବର ଓଡ଼ିଶାରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହର ଓ ନଗରଗୁଡିକରେ ନିଜର ସେବାର ଦ୍ରୁତ ସଂପ୍ରସାରଣ ଜାରି ରଖିବା ସହିତ ସଂପ୍ରତି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନୁଗୁଳ, ପୁରୀ, ଭଦ୍ରକ ଏବଂ ଜଟଣି ଆଦି ୧୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି। ଏହି ସେବା ଆଗାମୀ କିଛି ସପ୍ତାହ ମଧ୍ୟରେ ତାଳଚେର, ବ୍ରହ୍ମପୁର, ଜୟପୁର ଏବଂ ବାଲେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି।
ଅନ୍ଲାଇନ ଶିକ୍ଷା ଏବଂ ୱାର୍କ ଫ୍ରମ ହୋମ୍ (ଘରେ ଥାଇ ଅଫିସ କାର୍ଯ୍ୟ କରିବା) ନିମନ୍ତେ ନିରନ୍ତର ହାଇ-ସ୍ପିଡ୍ ଇଂଟରନେଟର ଆବଶ୍ୟକତା ରହିଥିବାବେଳେ ଜିଓଫାଇବର ସେବା କାର୍ଯ୍ୟରତ ପ୍ରଫେସନାଲ, ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟଗୁଡିକ ସମେତ ସମାଜର ସମସ୍ତ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ଆଣିଦେଇଛି। ରାଜଧାନୀ ଭୁବନେଶ୍ୱର ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରାଂଚଳରେ ଥିବା ବହୁ କ୍ଷୁଦ୍ର ଉଦ୍ୟୋଗ ଏବଂ ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କର ବ୍ୟବସାୟିକ ଏବଂ ବୃତ୍ତିଗତ ଆବଶ୍ୟକତା ଅନୁଯାୟୀ ଅନାୟାସରେ ଡିଜିଟାଲ ପଦ୍ଧତିକୁ ରୂପାନ୍ତରିତ ହୋଇଛନ୍ତି।
ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଜଣେ ଶିକ୍ଷକ ଜିଓଫାଇବର ଦ୍ୱାରା ଯୋଗାଇ ଦିଆଯାଉଥିବା ସ୍ଥିର ହାଇସ୍ପିଡ ଇଂଟରନେଟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। କାରଣ ଏହାଦ୍ୱାରା ସେ ପ୍ରତିଦିନ କ୍ଲାସ ନେଇପାରୁଛନ୍ତି ଏବଂ ସଫଳତାର ସହିତ ଗତ ନଭେମ୍ବର ମାସରେ ଛାତ୍ରଛାତ୍ରୀଙ୍କର ଅନ୍ଲାଇନ ପରୀକ୍ଷା ମଧ୍ୟ ପରିଚାଳନା କରିପାରିଛନ୍ତି। ସ୍ଥାନୀୟ ଏକ ଆଇଟି କମ୍ପାନୀର ଜଣେ ବରିଷ୍ଠ ଏକ୍ଜିକ୍ୟୁଟିଭ ମଧ୍ୟ ସେହି ସମାନ ମତ ପୋଷଣ କରିଛନ୍ତି, କାରଣ ତାଙ୍କର ଟିମ୍ ମହାମାରୀ ସମୟରେ ଘରେ ରହି କାର୍ଯ୍ୟ ଜାରି ରଖିବା ସହିତ ସେମାନଙ୍କ ଗ୍ରାହକମାନଙ୍କୁ ନିରନ୍ତର ସେବା ଯୋଗାଇ ପାରିଛନ୍ତି। ତ୍ୱରିତ ବେଗରେ ଡିଜିଟାଲ ଦେଣନେଣ ଏବଂ ସେବା ଯୋଗାଣକୁ ରୂପାନ୍ତରିତ ହୋଇଥିବା କିଛି କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ଏବଂ ଉଦ୍ୟୋଗ ପାଇଁ ଜିଓଫାଇବର ନିଜର ସ୍ଥିର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଏବଂ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ସୁଲଭ ମୂଲ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି ବୋଲି ଭୁବନେଶ୍ୱର ଶହୀଦନଗର ଅଂଚଳର ଜଣେ କ୍ଷୁଦ୍ର ବ୍ୟବସାୟୀ ପ୍ରକାଶ କରିଛନ୍ତି।
ଜିଓଫାଇବର ସେବା ଭୁବନେଶ୍ୱର ଓ କଟକର ପ୍ରମୁଖ ଅଂଚଳକୁ ସମ୍ପ୍ରସାରିତ:
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ଭୁବନେଶ୍ୱର ମହାନଗରରେ ତାହାର ସେବାକୁ ଅଧିକ ସମ୍ପ୍ରସାରିତ କରି ସତ୍ୟନଗର, ଖାରବେଳନଗର, ୟୁନିଟ-୩, ଶହୀଦନଗର, ମାଷ୍ଟର କ୍ୟାଣ୍ଟିନ ଅଂଚଳ, ୟୁନିଟ-୯, ଭୋଇନଗର, ୟୁନିଟ୬, ସୂର୍ଯ୍ୟନଗର, ଗଙ୍ଗନଗର, ବିଜେବି ନଗର, ବ୍ରହ୍ମେଶ୍ୱର ପାଟଣା, ରତ୍ନାକର ବାଗ୍, ଗ୍ୟାରେଜ ଛକ, ବିଷ୍ଣୁ ନଗର, ଜୟଦେବ ବିହାର, ଆଇଆରସି ଭିଲେଜ, ନୟାପଲ୍ଲୀ, ନୟାପଲ୍ଲୀ ବ୍ରିଟ୍ କଲୋନି, ବେହେରା ସାହି, ଜଗନ୍ନାଥ ବିହାର, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ବରମୁଣ୍ଡା ବସଷ୍ଟାଣ୍ଡ ଅଂଚଳ, ଖଣ୍ଡଗିରି, ଆଇଗିଣିଆ, ଡୁମଡୁମା, କସ୍ମୋପଲିସ, ଡିଏନ୍ ଅକ୍ସି ପାର୍କ, ପଂଚସଖା ନଗର, ସତ୍ୟସାଇ ଏନ୍କ୍ଳେଭ, ଏଏମଆରଆଇ ହସପିଟାଲ ଅଂଚଳ, ଭକ୍ତମଧୁ ନଗର, ଗଣେଶ ନଗର, ଅନନ୍ତ ବିହାର ଫେଜ ୩ ଆଦି ସ୍ଥାନରେ ଉପଲବ୍ଧ କରାଉଛି। ସହରର ଚନ୍ଦ୍ରଶେଖରପୁର ଅଂଚଳରେ ଜିଓଫାଇବର ସେବା ମୈତ୍ରୀବିହାର, ଏଲଆଇସି କଲୋନି, ବିଡିଏ କଲୋନି, ନିଳାଦ୍ରିବିହାର, ଲୁମ୍ବିନି ବିହାର, ଡିଷ୍ଟ୍ରିକ୍ଟ ସେଂଟର, ବିଷ୍ଣୁ ନଗର, ପ୍ରଶାନ୍ତି ବିହାର, ଆର୍ଯ୍ୟ ପଲ୍ଲି, ଶିଖରଚଣ୍ଡି ବିହାର, ସମ୍ପର୍କ ବିହାର, ପ୍ରେସ ଛକ, ନିୟୁ ଗଭର୍ଣ୍ଣମେଣ୍ଟ କଲୋନି, ଶ୍ରୀ ବିହାର, କାନନ ବିହାର, ସାଇ ବିହାର, ତୁଳସୀ ବିହାର, ଶୈଳଶ୍ରୀ ବିହାର ଫେଜ-୭, ରଙ୍ଗେଶ୍ୱର ନଗର, କୋ-ଅପରେଟିଭ କଲୋନି, କନକଦୁର୍ଗା ନଗର, ପଦ୍ମାବତୀ ବିହାର ଆଦି ଅଂଚଳର ଉପଲବ୍ଧ ହେଉଛି। ଆଗାମୀ କିଛିମାସ ମଧ୍ୟରେ ସମଗ୍ର ସହରରେ ଉପଲବ୍ଧ ହେବା ଦିଗରେ ଦ୍ରୁତ ସମ୍ପ୍ରସାରିତ ହେଉଛି।
ଅନୁରୂପ ଭାବେ କଟକରେ ଜିଓଫାଇବର ସେବା ସଂପ୍ରତି ସିଡିଏ ସେକ୍ଟର ୬, ସେକ୍ଟର ୭, ସେକ୍ଟର ୮, ସେକ୍ଟର ୯, ଦରଘା ବଜାର, ରାଉସାପାଟଣା, ମେରିଆ ବଜାର, ସାମନ୍ତ ସାହି, ନିମଚଉଡି, ବାଲିପାଟଣା, କାଫଲା, ଜୋବ୍ରା, ସେଲ୍ଟର କଲୋନି, ବିଡାନାସି, ଚହଟା, ମହାନଦୀ ବିହାର, ଗଣ୍ଡରପୁର, ଅପର୍ଣ୍ଣା ନଗର, ଅପାଣିଆ, ଆନନ୍ଦ ବିହର ଏବଂ ନିଳାଦ୍ରି ବିହାର ଆଦି ସ୍ଥାନରେ ଉପଲବ୍ଧ ହେବା ସହିତ ରୌପ୍ୟ ନଗରୀର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ ଜାରି ରଖିଛିି।
କଟକ : କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ଆୟୋଜିତ ହେବ । କଟକରେ କାଳୀ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । କାଳୀ ପୂଜା ସମୟରେ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 50 ଅଫିସର ମୁତୟନ ହେବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ 11ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ । ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ହେବ ।
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ଓ ଭୁବନେଶ୍ବରରୁ ସର୍ବାଧିକ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ସୁବର୍ଣ୍ଣପୁର, ବଲାଙ୍ଗିର, ଝାରସୁଗୁଡା, ଜିଲ୍ଲାରୁ 2 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ, ବରଗଡ, ମୟୂରଭଞ୍ଜ, ଜଗତସିଂହପୁର ନୂଆପଡା ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1152କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବରର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 54,75 ଓ 65 । କଟକର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 60 41, 47 ବର୍ଷ ବୋଲି ସୂଚନା ରହିଛି ।
ସେହିପରି ସୁବର୍ଣ୍ଣପୁରରୁ ଜଣେ 64 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆନ୍ୟ ଜଣେ 71 ବର୍ଷୀୟ ପୁରୁଷଆକ୍ରାନ୍ତ ରହିଛନ୍ତି । ଝାରସୁଗୁଡାରୁ 54 ବର୍ଷ ଓ 52 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 70 ବର୍ଷ ଓ 55 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବୌଦ୍ଧରୁ 40 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବଳେ ବରଗଡରୁ 52 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 45 ବର୍ଷ ପୁରୁଷ, ନୂଆପଡାରୁ 82 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁରରୁ ଜଣେ 82 ବର୍ଷୀୟ ବୃଦ୍ଧ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର : ରାଜ୍ୟରେ ଆଉ 18 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାଜପୁର ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1040କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
କଟକଜିଲ୍ଲାର ଚାରି ମୃତକ ପୁରୁଷହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 55, 68, 53 ଓ 66 ବର୍ଷ । ବାଲେଶ୍ବରର ତିନି ମୃତକଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60 ଓ 64 ବର୍ଷ। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଜଣେ 40 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକ ଭୁବନେଶ୍ବରର । ଜଣେ 72 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ।
ସୁନ୍ଦରଗଡର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟ ପୁରୁଷ । ଯାଜପୁରୁର ଦୁଇ ମୃତକଙ୍କ ମଧ୍ୟରେ ଜଣେ 85 ବର୍ଷୀୟ ପୁରୁଷ ଅନ୍ୟ ଜଣେ 28 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ଜଗତସିଂହପୁରରୁ 85 ବର୍ଷୀୟା ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀରୁ 53 ବର୍ଷୀୟା ମହିଳା, ନବରଙ୍ଗପୁରରୁ 55 ବର୍ଷୀୟା ପୁରୁଷ ଓ ମୟୂରଭଞ୍ଜରୁ 80 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବରରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 3 ଓ କଟକ ଜିଲ୍ଲାରୁ 2 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ,. ନବରଙ୍ଗପୁର, ନୟାଗଡ, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି ହୋଇଛି ।
ବାଲେଶ୍ବରର 4 ମୃତକଙ୍କ ବୟସ ଯଥାକ୍ରମେ 32, 65, 56 ଓ 60 ବର୍ଷୀୟ ପୁରୁଷ । ସେହିପରି ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଜଣେ 70ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 55, 81 ବର୍ଷ । କଟକରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 62 ଓ 65 ବର୍ଷ । ଅନୁଗୁଳରୁ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 38 ବର୍ଷୀୟ ପୁରୁଷ ଆକ୍ରାନ୍ତ, ମୟୂରଭଞ୍ଜରୁ 62 ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ 65 ବର୍ଷୀୟ ପୁରୁଷ, ନୟାଗଡରୁ 75 ବର୍ଷୀୟ ପୁରୁଷ, ପୁରୀରୁ 77 ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବୌଦ୍ଧ ଓ ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି ହୋଇଛି ।
କଟକ ଜିଲ୍ଲାର 60 ଓ 38 ବର୍ଷୀୟ ମହିଳା ଓ 85 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀର ତିନି ମୃତକଙ୍କ ବୟସ ଯଥାକ୍ରମେ 75, 62 ଓ 40 ବର୍ଷୀୟ ପୁରୁଷ ରହିଛନ୍ତି । ବାଲେଶ୍ବରର ଦୁଇ ମୃତକ ହେଲେ 58 ଓ 25 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧର 64 ଓ 44 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାର ଦୁଇ ମୃତକ ଭୁବନେଶ୍ବରର ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 78 ଓ 60 ବର୍ଷୀୟ ପୁରୁଷ । ଅନୁଗୁଳରୁ 40 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ଓ କେନ୍ଦୁଝରର 45 ବର୍ଷୀୟ ପୁରୁଷ, ରାୟଗଡାରୁ 45 ବର୍ଷୀୟ ମହିଳା , ସୁନ୍ଦରଗଡର 67 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ, ଜଗତସିଂହପୁର ଓ ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 907କୁ ବୃଦ୍ଧି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 2 ଜଣ ଭୁବନେଶ୍ବରରେ ରହିଥିବାବେଳେ ଜଣେ 47 ବର୍ଷୀୟା ମହିଳା ଥିବାବେଳେ 63 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ 74 ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି ।
କଟକରୁ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60ଓ 70 ବର୍ଷ ବୋଲି ସୂଚନା ରହିଛି ।
ସେହିପରି କେନ୍ଦ୍ରାପଡା ଜିଲ୍ଲାର ଜଣେ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 85 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି ।
ସେହିପରି ବୌଦ୍ଧରୁ 71 ବର୍ଷୀୟ ଆକ୍ରାନ୍ତଙ୍କର ରହିଥିବାବେଳେ ଢେଙ୍କାନାଳରୁ 70 ବର୍ଷୀୟ ଆକ୍ରାନ୍ତ ଓ ସମ୍ବଲପୁରରୁ 73 ବର୍ଷୀୟ ମିହଳା ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁରୁର 48 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କୋରାପୁଟରୁ 55 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କେଉଁଝରରୁ 65 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ରୁ ହୋଇଛି । ସେହିପରି ମାଲକାନଗିରିରୁ 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । କଟକ ଓ ବାଲେଶ୍ବରରୁ 2 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 875ରେ ପହଞ୍ଚିଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 84 ବର୍ଷ ହୋଇଥିବାବେଳେ ଅନ୍ୟ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 75, 41, 46, 82, 67 ବର୍ଷ ।
ବାଲେଶ୍ବର ଜିଲ୍ଲାରୁ ଦୁଇ ମହିଳାଙ୍କର ମୃତ୍ୟୁହୋଇଥିବାବେଳେ ବୟସ ଯଥାକ୍ରମେ 60 ଓ 80ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ 47 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 32 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 67 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।
କଟକରୁ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 64 ଓ 57 ବର୍ଷ ବୋଲି ସୂଚନା ରହିଛି । ନୟାଗଡରୁ 62 ବର୍ଷୀୟ ପୁରୁଷ, 76 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 52 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 600କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2109ଜଣ ଚିହ୍ନଟ ହୋଇଥିବାବେଳେ 1491ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 26ହଜାର334କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 90 ହଜାର 80 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35ହଜାର326ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 859ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 766ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 100, ବାଲେଶ୍ବରରୁ 107, ବରଗଡରୁ 106, ଭଦ୍ରକରୁ 82, ବଲାଙ୍ଗିରରୁ 99, ବୌଦ୍ଧରୁ 47, କଟକରୁ 358, ଦେବଗଡରୁ 11, ଢେଙ୍କାନାଳରୁ 47, ଗଜପତିରୁ 19, ଗଞ୍ଜାମରୁ 31, ଜଗତସିଂହପୁରରୁ 73, ଯାଜପୁରରୁ 139, ଝାରସୁଗୁଡାରୁ 41, କଳାହାଣ୍ଡିରୁ 51, କନ୍ଧମାଳରୁ 97, କେନ୍ଦ୍ରାପଡାରୁ 129, କେଉଁଝରରୁ 106, କୋରାପୁଟରୁ 66, ମାଲକାନଗିରିରୁ 46, ମୟୂରଭଞ୍ଜରୁ 156, ନବରଙ୍ଗପୁରରୁ 116, ନୟାଗଡରୁ 74, ନୂଆପଡାରୁ 84, ପୁରୀରୁ 115, ରାୟଗଡାରୁ 32, ସମ୍ବଲପୁରରୁ 126, ସୋନପୁରରୁ 129, ସୁନ୍ଦରଗଡରୁ 89ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ 158ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକରୁ ସର୍ବାଧିକ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ, ସୁବର୍ଣ୍ଣପୁର, ଗଜପତି ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି
ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟର ଜଣେ 67 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରୁ ଜଣଷ 42 ବର୍ଷୀୟ ଓ ଅନ୍ୟ ଜଣେ 58 ବର୍ଷୀୟ ରହିଛନ୍ତି । ସେହିପରି କଟକରୁ ଆଜି 45 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 56 ଓ 42 ବର୍ଷ । ଯାଜପୁରରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି କେନ୍ଦ୍ରାପଡାରୁ ଜଣେ 35 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ବଲାଙ୍ଗିରରୁ 60 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ 45 ବର୍ଷୀୟ ବ୍ୟକ୍ତି, ସୁବର୍ଣ୍ଣପୁରରୁ 31 ବର୍ଷୀୟା ମହିଳା, ଗଜପତିରୁ 63 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।