Tag: କଟକ
ଭୁବନେଶ୍ବର : ରାଜ୍ୟରେ ଆଜି 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଜଣେ ଏନ୍ଡିଆରଏଫ୍ କର୍ମଚାରୀ ରହିଛନ୍ତି । ଆଜି 19ଟି ଜିଲ୍ଲାରୁ 251 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 102 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ 32, ଖୋର୍ଦ୍ଧା ଜିଲ୍ଲାରୁ 26, ନୟାଗଡରୁ 14 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ଓ ବରଗଡରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 10, ସୁନ୍ଦରଗଡରୁ 7, ଗଜପତିରୁ 6, ଝାରସୁଗୁଡା ଓ ମୟୂରଭଞ୍ଜରୁ 5, ବାଲାଙ୍ଗିର, ଦେବଗଡ ଓ କେନ୍ଦ୍ରାପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ବାଲେଶ୍ବରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ସୋନପୁର, ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ 2 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡଙ୍ଗୀ । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା । ନର୍ସ ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ହସ୍ପିଟାଲର 52 ଜଣ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବାବେଳେ 2ଜଣଙ୍କର ପଜିଟିଭ୍ ଆସିଥିବାବେଳେ 50 ଜଣଙ୍କର ନେଗେଟିଭ୍ ଆସିଛି । ପଜିଟିଭ୍ ଜଣାପଡିବା ପରେ ଦୁଇ ନର୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ହସ୍ପିଟାଲରେ ନୂତନ ରୋଗୀଙ୍କ ଆଡ୍ମିସନ୍କୁ ରଦ୍ଦ କରାଯାଇଥିବାବେଳେ ଓପିଡିରେ ପରୀକ୍ଷା ପରେ କେବଳ ଗୁରୁତର ରୋଗୀଙ୍କ ଭର୍ତ୍ତି କରାଯିବ ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ।
କଟକ : କଟକ ସହରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ଜଣାପଡିଛି । 46 ବର୍ଷୀୟ ବ୍ୟକ୍ତି ଜଣକ ସିଡିଏର ସେକ୍ଟର 9ରୁ ଜଣାପଡିଛି । ସେ ଜଣେ କୋଭିଡ୍ ଯୋଦ୍ଧା ବୋଲି ସୂଚନା ରହିଛି । ସେହିପରି ଆଜି କଟକରୁ ଜଣକର କରୋନା ଯୋଗୁଁ ମୃତ୍ୟୁ ମଧ୍ୟ ହୋଇଛି । ମୃତକ ଜଣକ କ୍ୟାଣ୍ଟନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଜୁନ୍21ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ସଂକ୍ରମିତ ମାମଲା 35ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 22 ସେହିପରି ଦୁଇଜଣଙ୍କର ମୃତ୍ୟୁ ହୋଇଥିବବେଳେ ଏବେ ସୁଦ୍ଧା 11ଟି ସକ୍ରିୟ ମାମଲା ରହିଛି ।
କଟକ : କଟକ ସହରରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମ୍ସି ପକ୍ଷରୁ ସୂଚନା ରହିଛି । ଆକ୍ରାନ୍ତ ଜଣକ ବାଦାମବାଡି ପରିଡା ସାହିର 25 ବର୍ଷୀୟ ଯୁବକ ବୋଲି ଜଣାପଡିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ସେହିପରି ଜଣକର ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା କଟକ ସହରରେ 11ଟି ଆକ୍ଟିଭ୍ କେସ୍ ରହିଛି ।
କଟକ : ରାଜ୍ୟରେ ଏବେ କୋରୋନା ଯୋଦ୍ଧାମାନେ କୋରୋନରେ ଆକ୍ରାନ୍ତ ହେଉଥିବା ବେଳେ ଏବେ କ୍ୟାନ୍ସର ହସ୍ପିଟାଲରେ କରୋନା ପହଞ୍ଚିଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଛି କୋରୋନା। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ସେ ଗତ 19 ତାରିଖରେ ଚିକିତ୍ସା ପାଇଁ ଏଠାରେ ଭର୍ତି ହୋଇଥିଲେ। ସମ୍ପୃକ୍ତ ରୋଗୀଙ୍କର କେମୋ ଚାଲିଥିଲା ଏବଂ ସେ ରହିଥିବା ୱାର୍ଡରେ ଅନ୍ୟ 2 ଜଣ ରୋଗୀ ମଧ୍ୟ ଥିଲେ ବୋଲି ସେ କହିଛନ୍ତି। ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଯିବା ସହ ୱାର୍ଡ ସିଲ୍ କରାଯିବ ସହ ସାନିଟାଇଜ କରାଯାଉଛି।
ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍ଙ୍କୁ ଆଇସୋଲେସନରେ ପଠାଯିବ ଏବଂ ଆସନ୍ତାକାଲି ସେମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ସୂଚନାଯୋଗ୍ୟ ଆଜି କଟକ ଜିଲ୍ଲାରୁ 4ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ : ଆଜି କଟକ ସହରରୁ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଲୋକାଲ୍ କେସ୍ ବୋଲି ଜଣାପଡିଛି । କ୍ୟାଣ୍ଟନମେଣ୍ଟ ରୋଡ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 34 ବର୍ଷ ବୋଲି ଜଣାପଡିଛି । ସେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ରାଣୀହାଟର । ରାଣୀହାଟରୁ ଚିହ୍ନଟ 33 ବର୍ଷୀୟ ଯୁବକ ଜଣକ ମଧ୍ୟ ପୂର୍ବରୁ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ଦେଇଛି ସିଏମ୍ସି ।
ଆଜି ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 32ରେ ପହଞ୍ଚିଛି । ତେବେ କଟକ ସହରରୁ ଜଣକର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ସହରରେ 10ଟି ଆକ୍ଟିଭ୍ କେସ୍ ରହିଛି ।
କଟକ : ଆଜି କଟକ ସହରରୁ ଜଣେ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଜଣକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ହୋଇଥିବାବେଳେ ସେ ନିକଟରୁ ଚେନ୍ନାଇରୁ ଫେରିଥିଲେ । ଆକ୍ରାନ୍ତ ଜଣକ ବୟସ 23 ବର୍ଷ ହୋଇଥିବାବେଳେ ସେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ସିଏମ୍ସି ସୂଚନା ଦେଇଛି । ସେହିପରି ଆଜି କଟକ ସହରରୁ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକ ଜଣକ ମହାନଦୀ ବିହାରର ବୋଲି ସୂଚନା ରହିଛି । ସେ ଜୁନ୍ 16 ତାରିଖରେ କରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା । ଏହା ସହିତ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେ କରୋନା ଯୋଗୁଁ ନୁହେଁ ବରଂ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କଟକ : ଆଜି କଟକ ସହରରୁ ତିନି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ପେଡ୍ କ୍ବାରେଣ୍ଟିନ୍ କେନ୍ଦ୍ରର ହୋଇଥିବାବେଳେ ଗୋଟିଏଲ ଲୋକାଲ୍ କେସ୍ ରହିଛି। କ୍ବାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟଙ୍କ ମଧ୍ୟରୁ ଜଣେ 42 ବର୍ଷୀୟ ପୁରୁଷ ଓ 31 ବର୍ଷୀୟ ମହିଳା ରହିଥିବାର ସୂଚନା ରହିଛି। ଉଭୟଙ୍କର ଟ୍ରାଭେଲ୍ ହିଷ୍ଟ୍ରି ମୁମ୍ବାଇ ରହିଥିବା ସୂଚନା ରହିଛି । ସେହିପରି ଲୋକାଲ୍ କେସ୍ଟି କ୍ୟାଣ୍ଟନମେଣ୍ଟ ରୋଡ୍ର 65 ବର୍ଷୀୟ ବୟସ୍କ ବ୍ୟକ୍ତି ହୋଇଥିବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ସିଏମସି।
ନୂତନ ତିନି ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 29ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 21 ଜଣ। ଏବେ ସକ୍ରିୟ ରହିଛନ୍ତି 8ଜଣ।
କଟକ : ଡ୍ରେନ୍ ସଫା ବେଳେ ଘର ଭୁଶୁଡି ପଡ଼ିଥିବାର ସୂଚନା ମିଳିଛି । ଜାଇକା ପକ୍ଷରୁ କଟକରେ ଡ୍ରେନ୍ ସଫା ବେଳେଏଭଳି ଏକ ଅଘଟଣ ଘଟିଛି ।ମିଳିଥିବା ସୂଚନା ଅନୁସାରେ ବଜ୍ରକବାଟି ଛତ୍ରବାଜର ମୁଖ୍ୟ ଡ୍ରେନ୍ରେ କାମ ବେଳେ ଏହି ଅଘଟଣ ଘଟିଛି । ଡ୍ରେନ୍ ସଫା କଲାବେଳେ ଏକ ଘରର ଆଗପଟ ଭୁଶୁଡି ପଡିଛି । ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କେହି ମୃତାହତ ହୋଇନଥିବାର ସୂଚନା ରହିଛି ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଖବର ଆସିଲା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍ର ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଜି କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକକୁ ସଂପୂର୍ଣ୍ଣ ସଟ ଡାଉନ୍ର ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ ଜାରି ରହିବ।
ସୂଚନା ଅନୁଯାୟୀ କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିବାର ଖବର ମିଳିଛି। ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ସମ୍ପର୍କରେ ଜଣାପଡିନାହିଁ ।
ସମୀକ୍ଷା ବ୍ୟୁରୋ
କଟକ: ୩/୧୨: କଟକ ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ମ୍ୟାଚ୍ରେ ହେବାକୁ ନେଇ ଟିକେଟ ବୁକିଂ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ଲାଇନ୍ ଟିକେଟ ବୁକିଂର ଅବଧି ଡିସେମ୍ବର ୫ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। ପେଟିଏମ୍ ଓ ଇନ୍ସାଇଡର୍ ଡଟ୍ କମ୍ ଜରିଆରେ ଏହି ଅନ୍ଲାଇନ୍ ଟିକେଟ ବୁକିଂ କରାଯାଇପାରିବ। କଟକର କେମ୍ପ୍ରିଜ୍ ସ୍କୁଲ ପାଖରେ ଆସନ୍ତା ଡିସେମ୍ବର ୧୯, ୨୦ଓ ୨୧ ତାରିଖରେ ଏହି ଅନ୍ଲାଇନ୍ ଟିକେଟ ସଂଗ୍ରହ କରାଯିବ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ବେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।
ଅନ୍ଲାଇନ୍ ଟିକେଟ ସବିଶେଷ ତଥ୍ୟ
୧. ଗ୍ୟାଲେରୀ ନଂ -୨ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବା ବେଳେ ପ୍ରତି ଟିକେଟର ୫୦୦ଟଙ୍କା + ଜିଏସ୍ଟି ୧୮% ରହିଛି।
୨. ଗ୍ୟାଲେରୀ ନଂ ୪ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକଟର ମୂଲ୍ୟ ୫୦୦ ଟଙ୍କା + ଜିଏସ୍ଟି ୧୮% ରହିଛି।
୩. ଗ୍ୟାଲେରୀ ନଂ – ୬ରେ ୧୫୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୪୦୦ଟଙ୍କା ରହିଛି।
୪. ନ୍ୟୁ ପାଭିଲିୟନ୍ ଫାଷ୍ଟ ଫ୍ଲୋର୍ ରେ ମାତ୍ର ୫୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ ଟଙ୍କା + ଜିଏସ୍ଟି ୧୮% ରହିଛି।
୫. ସ୍ପେଶିଆଲ୍ ଏନ୍କ୍ଲୋଜର୍ – ଏରେ ୫୦୦ ଖଣ୍ଡ ଟିକେଟ୍ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୩୦୦୦ ଟଙ୍କା +ଜିଏସ୍ଟି ୧୮% ରହିଛି।
୬. ଏସି ବକ୍ସ ଗ୍ୟାଲେରୀ ନଂ ୪ରେ ୧୦୦ ଖଣ୍ଡ ଟିକେଟ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ଟଙ୍କା + ଜିଏସ୍ଟି ୧୮% ରହିଛି। (ଏଜେନ୍ସି)