Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମର ଆଉ ତିନି କରୋନା ଯୋଦ୍ଧାଙ୍କୁ କରୋନା

କୃଷ୍ଣଚନ୍ଦ୍ର ସୁଆଁସିଆ

ଗଞ୍ଜାମ : ଗଞ୍ଜାମରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଶେରଗଡ଼ର ଜଣେ,ଚିକିଟି ବ୍ଲକର ଦୁଇଜଣ ଏବଂ ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।ଏହା ପୂର୍ବରୁ ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ।କରୋନା ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ତତ୍ ସହିତ କରୋନା ଯୋଦ୍ଧା ଆକ୍ରାନ୍ତ ହେବାକୁ ଭୟଭୀତ ନହୋଇ ସାଧାରଣ ଜନସାଧାରଣଙ୍କ ସେବାରେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଓ ଏସପି ଆହ୍ବାନ କରିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଏକ ମୁଣ୍ଡ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ମୃତକଙ୍କ ବୟସ 55 ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ପଞ୍ଚମ ମୃତ୍ୟୁ ।

ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 9ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ 3 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

18ଟି ଜିଲ୍ଲାରୁ 138 ଆକ୍ରାନ୍ତ ଚିହ୍ନଟ : ଗଞ୍ଜାମରୁ ସର୍ବାଧିକ 33 ପଜିଟିଭ୍‌

ଭୁବନେଶ୍ବର : ରାଜ୍ୟର 18ଟି ଜିଲ୍ଲାରୁ 138 ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।  ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 33 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 15, ଖୋର୍ଦ୍ଧାରୁ 13 ଜଣ, ସୁନ୍ଦରଗଡରୁ 12, ଭଦ୍ରକ, 11, କେନ୍ଦୁଝର ଓ କନ୍ଧମାଳରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7, ମୟୂରଭଞ୍ଜ ଓ ଯାଜପୁରରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡ ଓ ଢେଙ୍କାନାଳରୁ ତିନି ଜଣ ଲେଖାଏଁ ରହିଥିବାବେଳେ କଳାହାଣ୍ଡିରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2,994ରେ ପହଞ୍ଚିଛି । ସେହିପରି 1089 ଟି ଆକ୍ଟିଭ୍‌ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1894ଜଣ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବାବେଳେ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

14 ଜିଲ୍ଲାରୁ 173 ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ 64

ଭୁବନେଶ୍ବର : ଆଜି ଚିହ୍ନଟ 173 ଜଣ ଆକ୍ରାନ୍ତ 14ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 64 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 19, କଟକ ଓ ମୟୂରଭଞ୍ଜରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଓ ବଲାଙ୍ଗିରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ 10, ଖୋର୍ଦ୍ଧାରୁ 9,   ନୂଆପଡାରୁ 8, ନୟାଗଡରୁ 7, ଭଦ୍ରକରୁ 4, କଳାହାଣ୍ଡିରୁ 2, ପୁରୀ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2781ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1604ଜଣ । ରାଜ୍ୟରେ 1167ଜଣ ସକ୍ରିୟ ମାମଲା ରହିଥିବାବେଳେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 597 389 205 3 0
ଯାଜପୁର 312 242 70 0 0
ଖୋର୍ଦ୍ଧା 226 87 134 4 1
ବାଲେଶ୍ବର 190 137 52 0 1
କଟକ 167 80 86 1 0
କେନ୍ଦ୍ରାପଡା 163 99 64 0 0
ଭଦ୍ରକ 140 106 34 0 0
ବଲାଙ୍ଗିର 116 38 78 0 0
ପୁରୀ 100 81 19 0 0
ଜଗତସିଂହପୁର 87 41 46 0 0
ନୟାଗଡ 83 48 35 0 0
ସୁନ୍ଦରଗଡ 81 40 41 0 0
ମୟୂରଭଞ୍ଜ 70 15 55 0 0
ନୂଆପଡା 68 14 54 0 0
ଗଜପତି 61 10 51 0 0
ବୌଦ୍ଧ 34 33 1 0 0
ଦେବଗଡ 33 24 9 0 0
ଢେଙ୍କାନାଳ 33 6 27 0 0
କେଉଁଝର 32 18 14 0 0
ଅନୁଗୁଳ 31 25 6 0 0
କଳହାଣ୍ଡି 27 15 12 0 0
ସୋନପୁର 26 3 23 0 0
କନ୍ଧମାଳ 25 13 12 0 0
ମାଲ୍‌କାନ୍‌ଗିରି 21 19 2 0 0
ବରଗଡ 16 2 14 0 0
ସମ୍ବଲପୁର 16 5 11 0 0
କୋରାପୁଟ 14 7 7 0 0
ଝାରସୁଗୁଡା 8 6 2 0 0
ନବରଙ୍ଗପୁର 2 1 1 0 0
ରାୟଗଡା 2 0 2 0 0
Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 173 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 173 କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂତନ 173 ଆକ୍ରାନ୍ତଙ୍କ ମଧ୍ୟରେ 150 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ରହିଥିବାବେଳେ ଲୋକାଲ୍‌ କେସ୍‌ 23 ରହିଛି । ରାଜରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2781କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ଗତକାଲି ରେକର୍ଡ ସଂଖ୍ୟକ 123ଜଣ ସୁସ୍ଥ ହୋଇଥିବାବେଳେ ଆଜି ରେକର୍ଡ ସଂଖ୍ୟକ 173 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛି ବୋଲି ସୂଚନା ରହିଛି । 14ଟି ଜିଲ୍ଲାରୁ 173ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

18ଟି ଜିଲ୍ଲାରୁ 141, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2245କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରେ ନୂତନ 141 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି 18ଟି ଜିଲ୍ଲାରୁ 141 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 27ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 26 ଜଣ,ନୂଆପଡାରୁ 19 ଜଣ, କେନ୍ଦ୍ରାପଡାରୁ 13, ଯାଜପୁରରୁ 10, ସୁନ୍ଦରଗଡରୁ 8, ବଲାଙ୍ଗିରରୁ 7, କଟକରୁ 6, ପୁରୀରୁ 5, ଜଗତସିଂହପୁର, ଗଜପତି, କେନ୍ଦୁଝରରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ ଢେଙ୍କାନାଳରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡ, ଅନୁଗୁଳ, ସମ୍ବଲପୁର ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ 110 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 31 ଜଣ ଲୋକାଲ୍‌ କେସ୍‌ ରହିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟରୋଗ)
ଗଞ୍ଜାମ 458 336 119 3 0
ଯାଜପୁର 290 239 51 0 0
ଖୋର୍ଦ୍ଧା 167 70 93 3 1
ବାଲେଶ୍ବର 154 127 26 0 1
କେନ୍ଦ୍ରାପଡା 152 69 83 0 0
କଟକ 126 49 76 1 0
ଭଦ୍ରକ 120 95 25 0 0
ପୁରୀ 96 48 48 0 0
ବଲାଙ୍ଗିର 89 8 81 0 0
ଜଗତସିଂହପୁର 86 30 56 0 0
ନୟାଗଡ 69 27 42 0 0
ସୁନ୍ଦରଗଡ 65 33 32 0 0
ନୂଆପଡା 52 0 52 0 0
ଗଜପତି 40 9 31 0 0
ବୌଦ୍ଧ 34 33 1 0 0
ଦେବଗଡ 32 2 30 0 0
କେଉଁଝର 30 8 22 0 0
ମୟୂରଭଞ୍ଜ 27 14 13 0 0
ଅନୁଗୁଳ 26 19 7 0 0
କନ୍ଧମାଳ 22 3 19 0 0
ଢେଙ୍କାନାଳ 21 2 19 0 0
ମାଲକାନଗିରି 21 3 18 0 0
କଳାହାଣ୍ଡି 20 13 7 0 0
ସମ୍ବଲପୁର 12 5 7 0 0
ବରଗଡ 11 0 11 0 0
କୋରାପୁଟ 8 1 7 0 0
ସୋନପୁର 8 0 8 0 0
ଝାରସୁଗୁଡା 7 2 5 0 0
ନବରଙ୍ଗପୁର 2 0 2 0 0
Categories
ଆଜିର ଖବର ରାଜ୍ୟ ଖବର

ନୂତନ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

ଭୁବନେଶ୍ବର :ଆଜି  96 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1819ରେ ପହଞ୍ଚିଛି । ଆଜି ଚିହ୍ନଟ 96 ଜଣ ଆକ୍ରାନ୍ତ 18ଟି ଜିଲ୍ଲାରୁ ରହିଛନ୍ତି । ସମସ୍ତ ଆକ୍ରାନ୍ତ  କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

ଏଯାବତ୍‌ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 977 ଜଣ ସୁସ୍ଥ ହୋଇଥିବାବେଳେ 833 ଜଣ ଚିକିତ୍ସାଧୀନ ଅଛନ୍ତି। 7 ଜଣଙ୍କର ମୃତ୍ୟୁ ଘଟିଛି।  ତେବେ ବାଲେଶ୍ବରରୁ 72 ବର୍ଷୀୟ ଜଣେ ବୃଦ୍ଧ ଓ ଖୋର୍ଦ୍ଧାର 42 ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ତେବେ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 404 317 84 3
ଯାଜପୁର 259 173 86 0
ବାଲେଶ୍ବର 146 120 25 0
ଖୋର୍ଦ୍ଧା 131 60 67 3
ଭଦ୍ରକ 113 95 18 0
କଟକ 95 26 68 1
ପୁରୀ 87 33 54 0
କେନ୍ଦ୍ରାପଡା 71 30 41 0
ବଲାଙ୍ଗିର 69 6 63 0
ଜଗତସିଂହପୁର 66 28 38 0
ନୟାଗଡ 65 10 55 0
ସୁନ୍ଦରଗଡ 48 27 21 0
ବୌଦ୍ଧ 33 5 28 0
ଦେବଗଡ 28 2 26 0
ଅନୁଗୁଳ 25 15 10 0
କେଉଁଝର 22 8 14 0
ଗଜପତି 20 0 20 0
କଳାହାଣ୍ଡି 20 2 18 0
ମାଲ୍‌କାନଗିରି 19 0 19 0
ଢେଙ୍କାନାଳ 18 1 17 0
ନୂଆପଡା 18 0 18 0
ମୟୂରଭଞ୍ଜ 17 11 6 0
କନ୍ଧମାଳ 13 2 11 0
କୋରାପୁଟ 8 1 7 0
ସମ୍ବଲପୁର 8 3 5 0
ଝାରସୁଗୁଡା 7 2 5 0
ସୋନପୁର 5 0 5 0
ବରଗଡ 2 0 2 0
ନବରଙ୍ଗପୁର 2 0 2 0

 

Categories
ଆଜିର ଖବର ରାଜ୍ୟ ଖବର

10ଟି ଜିଲ୍ଲାରୁ ଚିହ୍ନଟ ହେଲେ 67 କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 67ଙ୍କ ମଧ୍ୟରେ 10ଟି ଜିଲ୍ଲାରୁ ଆକ୍ରାନ୍ତ ରହିଛନ୍ତି । ଏହି ନୂତନ 67 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 26 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ ଖୋର୍ଦ୍ଧାରୁ 11 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ 7, ସୋନପୁରରୁ 4,  ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1660କୁ  ବୃଦ୍ଧି ହୋଇଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 394 283 108 3
ଯାଜପୁର 253 126 127 0
ବାଲେଶ୍ବର 139 119 20 0
ଖୋର୍ଦ୍ଧା 110 57 50 3
ଭଦ୍ରକ 106 74 32 0
କଟକ 86 14 71 1
ପୁରୀ 85 25 60 0
କେନ୍ଦ୍ରାପଡା 61 27 34 0
ନୟାଗଡ 57 6 51 0
ବଲାଙ୍ଗିର 56 4 52 0
ଜଗତସିଂହପୁର 49 5 44 0
ସୁନ୍ଦରଗଡ 39 27 12 0
ବୌଦ୍ଧ 33 4 29 0
ଅନୁଗୁଳ 25 15 10 0
ଦେବଗଡ 24 2 22 0
କେଉଁଝର 21 7 14 0
ମାଲକାନ୍‌ଗିରି 19 0 19 0
ମୟୂରଭଞ୍ଜ 16 11 5 0
କଳାହାଣ୍ଡି 15 2 13 0
ନୂଆପଡା 14 0 14 0
କନ୍ଧମାଳ 13 0 13 0
ଗଜପତି 10 0 10 0
ଢେଙ୍କାନାଳ 7 1 6 0
କୋରାପୁଟ 7 1 6 0
ସମ୍ବଲପୁର 7 0 7 0
ଝାରସୁଗୁଡା 6 2 4 0
ସୋନପୁର 5 0 5 0
ବରଗଡ 2 0 2 0
ନବରଙ୍ଗପୁର 1 0 1 0
Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହେଲେ ଆଉ 84 ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥ ହେଲେ 733 ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 84 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 84 ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 24 ଜଣ, ଯାଜପୁରର 18 ଜଣ, ବାଲେଶ୍ବରରୁ 11 ଜଣ, କଟକରୁ 7 ଜଣ, ଭଦ୍ରକରୁ 6 ଜଣ, କେନ୍ଦ୍ରାପଡାରୁ 5ଜଣ, ଖୋର୍ଦ୍ଧା ଓ ପୁରୀରୁ 4 ଜଣ ଲେଖାଏଁ ରହିଥିବାବେଳେ ନୟାଗଡ ଓ ମୟୂରଭଞ୍ଜରୁ ଦୁଇଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଜଣେ ସୁସ୍ଥ  ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 733ରେ ପହଞ୍ଚିଛି। ଆଜି ରାଜ୍ୟରେ 79 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1513ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 103 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 103 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦେବଗଡ ଜିଲ୍ଲାରୁ ସର୍ବାଧିକ 22 ଜଣ ରହିଥିବାବେଳେ କେନ୍ଦ୍ରାପଡା 15, ଜଗତସିଂହପୁରରୁ 10, ମାଲକାନଗିରିରୁ 9,  ଭଦ୍ରକ ଓ ବଲାଙ୍ଗିରରୁ 8 ଜଣ ଲେଖାଏଁ, କୋରାପୁଟ ଓ ଗଜପତିରୁ 6 ଜଣ ଲେଖାଏଁ, ଖୋର୍ଦ୍ଧା ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ଥିବାବେଳେ ଗଞ୍ଜାମରୁ ଚାରି ଜଣ ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1438କୁ ବୃଦ୍ଧି ହୋଇଛି।  ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 881 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 550ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍‌ ରାଜ୍ୟର 28ଟି ଜିଲ୍ଲାରୁ କରୋନା ବ୍ୟାପିଥିବାବେଳେ ଆଜି  16ଟି ଜିଲ୍ଲାରୁ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 103ଜଣଙ୍କ ମଧ୍ୟରୁ 96 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ 7 ଜଣ ଲୋକାଲ୍‌ କେସ୍‌ ବୋଲି ସୂଚନା ରହିଛି।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 353 233 117 3
ଯାଜପୁର 240 90 150 0
ବାଲେଶ୍ବର 133 57 76 0
ଭଦ୍ରକ 106 31 75 0
ଖୋର୍ଦ୍ଧା 82 51 28 3
ପୁରୀ 81 4 77 0
କଟକ 59 3 55 1
କେନ୍ଦ୍ରାପଡା 55 9 46 0
ନୟାଗଡ 45 1 44 0
ଜଗତସିଂହପୁର 41 5 36 0
ସୁନ୍ଦରଗଡ 37 25 12 0
ବୌଦ୍ଧ 33 4 29 0
ଅନୁଗୁଳ 24 15 9 0
ବଲାଙ୍ଗିର 24 2 22 0
ଦେବଗଡ 24 1 23 0
ମାଲକାନଗିରି 19 0 19 0
କଳାହାଣ୍ଡି 15 2 13 0
ମୟୂରଭଞ୍ଜ 15 9 6 0
କେଉଁଝର 12 4 8 0
ଗଜପତି 10 0 10 0
କୋରାପୁଟ 7 1 6 0
କନ୍ଧମାଳ 6 0 6 0
ଝାରସୁଗୁଡା 5 2 3 0
ସମ୍ବଲପୁର 5 0 5 0
ଢେଙ୍କାନାଳ 4 1 3 0
ବରଗଡ 1 0 1 0
ନବରଙ୍ଗପୁର 1 0 1 0
ନୂଆପଡା 1 0 1 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 67 ପଜିଟିଭ୍‌ ଚିହ୍ନଟ : ପ୍ରଥମ ଥର ପାଇଁ ନୂଆପଡା ଛୁଇଁଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 67 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।  ଏହି ନୂତନ 67ଙ୍କ ମଧ୍ୟରେ  ପୁରୀ ଜିଲ୍ଲାରୁ ସର୍ବାଧିକ 16, ନୟାଗଡରୁ 13, ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ 7 ଜଣ ଲେଖାଏଁ, ଅନୁଗୁଳରୁ 6, ସୁନ୍ଦରଗଡ ଓ କଳାହାଣ୍ଡିରୁ 4 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ ତିନି, କଟକ ଓ ମାଲକାନଗିରିରୁ ଦୁଇଜଣ ରହିଛନ୍ତି । ଆଜି ପ୍ରଥମଥର ପାଇଁ  ବରଗଡ ଓ ନୂଆପଡା ଛୁଇଁଛି କରୋନା। ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ଆକ୍ରାନ୍ତଙ୍କ ମିଶାଇଲେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 833 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 497। ଏହି ନୂତନ 67 ମଧ୍ୟରୁ 60 କ୍ବାରେଣ୍ଟିନ୍‌ କେନ୍ଦ୍ରର ରହିଥିବାବେଳେ, ଚାରିଜଣ ହୋମ୍‌ କ୍ବାରେଣ୍ଟିନ୍‌ର ରହିଥିବାବେଳେ ତିନି ଜଣ ଲୋକାଲ୍‌ କେସ୍‌ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 51 ନୂଆ ପଜିଟିଭ୍‌ ଚିହ୍ନଟ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1100 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ 51ଟି ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତରଫରୁ ସୂଚନା ମିଳିଛି । ନୂତନ 51ଙ୍କ ମଧ୍ୟରେ ଗଞ୍ଜାମରୁ ଚାରି, ଯାଜପୁରରୁ 5, କଟକରୁ 9, ଜଗତସିଂହପୁରରୁ 2, ପୁରୀରୁ ଜଣେ, ନୟାଗଡରୁ 11,ଅନୁଗୁଳରେ 2,  ସମ୍ବଲପୁରରେ 2, ମାଲକାନଗିରିରୁ 1, କଳାହାଣ୍ଡିରେ 11 ଓ ମୟୂରଭଞ୍ଜରୁ 3 ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ସେହିପରି ଆଜି ଜଣକର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।

ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେଲେ ଆକ୍ରାନ୍ତ

ଗଞ୍ଜାମ-  317

ଯାଜପୁର – 179

କଟକ- 45

ଜଗତସିଂହପୁର -30

ନୟାଗଡରେ 21

ଅନୁଗୁଳ – 19

ସମ୍ବଲପୁର – 5

ମାଲକାନଗିରି – 3

କଳାହାଣ୍ଡି -13

ମୟୂରଭଞ୍ଜ – 14

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ  30 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସୁସ୍ଥ ହୋଇଥିବା 30 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20 ଜଣ  ରହିଥିବାବେଳେ କେନ୍ଦ୍ରାପଡାରୁ ପାଞ୍ଚଜଣ, ନୟାଗଡରୁ ଜଣେ  ଏବଂ ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।  ସୂଚନାଯୋଗ୍ୟ ଗଞ୍ଜାମରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଥିବାବେଳେ ଗତ 24 ଘଣ୍ଟାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିବାସ୍ଥଳେ ଆଜି 20 ଜଣ ସୁସ୍ଥ ହୋଇ ଜିଲ୍ଲା ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 303କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978 ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ 48 ଆକ୍ରାନ୍ତଙ୍କ ମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର, ଆଉ ଜଣେ ଗିରଫ ଅଭିଯୁକ୍ତ

ଆଜି ଚିହ୍ନଟ 48 ଜଣଙ୍କମଧ୍ୟରୁ  47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର ଓ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଉ ଜଣେ ଆକ୍ରାନ୍ତ ପୁରୀର ହୋଇଥିବାବେଳେ ସେ ଜେଲ୍‌ରେ ରହିଥିଲେ ।

ଯାଜପୁରର ସମସ୍ତ 16 ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା। 7 ଜଣ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଜଣେ ତେଲେଙ୍ଗାନା, ଚାରି ଜଣ ଆନ୍ଧ୍ର, ଚାରି ଜଣ ଅହମ୍ମଦାବାଦ ଫେରନ୍ତା। ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ ହୋଇଥିବା 15 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ସୁରତ ଫେରନ୍ତା ଓ ଜଣେ ବେଙ୍ଗାଲୁରୁ ଫେରନ୍ତା।

କେନ୍ଦ୍ରାପଡାରୁ ସମସ୍ତ ତିନି ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ନୟାଗଡର ସମସ୍ତ ତିନି ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା, ବଲାଙ୍ଗିରର ଦୁଇ ଆକ୍ରାନ୍ତ ସୁରତ ଫେରନ୍ତା, କନ୍ଧମାଳର ଦୁଇ ଫେରନ୍ତା ତାମିଲନାଡୁ ଫେରନ୍ତା।  ବୌଦ୍ଧ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। କଟକ ଚିହ୍ନଟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା।

ପୁରୀର ଚିହ୍ନଟ ଚାରି ଆକ୍ରାନ୍ତ ମଧ୍ୟରୁ ଦୁଇ ଜଣ ତାମିଲନାଡୁରୁ ଫେରିଥିବାବେଳେ ଜଣେ ଆନ୍ଧ୍ର ଓ ଜଣେ ସ୍ଥାନୀୟ ଯୁବକ ରହିଛନ୍ତି।   ସେ ଜେଲ୍‌ରେ ରହିଥିଲେ। ପୁରୀ କୁମ୍ଭାରପଡା ଥାନାରେ ଏହି ଅଭିଯୁକ୍ତ ଜଣକ ରହିଥିବାବେଳେ ଏବେ ସମ୍ପୃକ୍ତ ଥାନାକୁ ସାନିଟାଇଜ୍‌ କରାଯିବା ସହିତ କୁମ୍ଭାରପଡା ଥାନା ଅଧିକାରୀଙ୍କ ସମେତ 30 ଜଣ କର୍ମଚାରୀ ଏବେ କ୍ବାରେଣ୍ଟିନ୍‌ରେ ପଠାଯାଇଛି। ଛିନତାଇ ଅଭିଯୋଗରେ  ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯାଇଥିଲା । ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

ଭୁବନେଶ୍ବର :  ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‌। ଆଜି ରାଜ୍ୟରେ 73 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୩ ଆକ୍ରାନ୍ତ, ଯାଜପୁର ଜିଲ୍ଲାରେ ପୁଣି ୧୭ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଭଦ୍ରକରୁ ୯ ଜଣ ଓ ସୁନ୍ଦରଗଡ଼ରୁ ଆଜି ପୁଣି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନ୍ତି ।

ରାଜ୍ୟର ମୋଟ୍‌ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ ଆସନ୍ତୁ ନଜର ପକାଇବା ଜିଲ୍ଲାର ଆକ୍ରାନ୍ତଙ୍କ ଉପରେ :-

  • ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା  53କୁ ବୃଦ୍ଧି ହୋଇଥିବାବେଳେ 45 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 6ଟି ମାମଲା ଆକ୍ଟିଭ୍‌ ରହିଥିବାବେଳେ ଦୁଇଜଣକର ମୃତ୍ୟୁ ଘଟିଛି ।
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 252 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ 249ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି।
  • ବାଲେଶ୍ବର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ 90 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 20 ଜଣ ସୁସ୍ଥ ହୋଇଛନ୍ତି। 70 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି।
  • ଯାଜପୁରରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 88 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 33 ଜଣ। ଏବେ ଜିଲ୍ଲାରେ ଆଉ 55ଟି ଆକ୍ଟିଭ୍‌ କେସ୍‌ ରହିଛି।
  • ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଥିବାବେଳେ ଏଠାରେ 19 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ 21ଟି ଆକ୍ଟିଭ୍‌ କେସ୍‌ ରହିଛି।
  • ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଥିବାବେଳେ 12 ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ଆକ୍ଟିଭ୍‌ କେସ ରହିଛି 13ଟି।
  • ଅନୁଗୁଳରେ 15ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 12 ଜଣ ସୁସ୍ଥ ହୋଇଛନ୍ତି । ଏବେ 13ଟି ଆକ୍ଟିଭ୍‌ କେସ ରହିଛି।
  • କେନ୍ଦ୍ରାପଡାରୁ 9ଜଣ ଆକ୍ରାନ୍ତ ରହିଥିବାବେଳେ 2 ଜଣ ସୁସ୍ଥ ହୋଇଛନ୍ତି। ଆଉ 7 ଟି ଆକ୍ଟିଭ କେସ ରହିଛି ।
  • ମୟୂରଭଞ୍ଜରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି । ସେହିପରି ଜଗତସିଂପୁରରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ କେହି ସୁସ୍ଥ ହୋଇନାହାନ୍ତି ।
  • ବୌଦ୍ଧରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି । କେଉଁଝର, ପୁରୀରୁ ମଧ୍ୟ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହି ଦୁଇ ଜିଲ୍ଲାରେ ଏବେ 3ଟି ଲେଖାଏଁ ଆକ୍ଟିଭ୍‌ କେସ୍‌ ରହିଛି ।
  • କଟକରୁ ତିନି ଜଣ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । କଟକରେ ଏବେ 2 ଟି ଆକ୍ଟିଭ କେସ ରହିଛି ।
  • ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡିରୁ 2ଟି ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥଳେ ଝାରସୁଗୁଡା ଓ କଳାହାଣ୍ଡିର ଚାରି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେବଳ ବଲାଙ୍ଗିରରେ କେହି ସୁସ୍ଥ ହୋଇନାହାନ୍ତି ।
  • ସେହିପରି ଦେବଗଡ, ଢେଙ୍କାନାଳ, କୋରାପୁଟ, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ କେବଳ ନୟାଗଡ ଆକ୍ରାନ୍ତଙ୍କୁ ଛାଡି ଅନ୍ୟ ତିନୋଟି ଜିଲ୍ଲାର ଆକ୍ରାନ୍ତ ମାନେ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 611 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 143 ଜଣ । ସେହିପରି ଏବେ ରାଜ୍ୟରେ 465ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାହକଙ୍କ ଠିକଣା ନ ରଖିଲେ ହଜାର ଟଙ୍କାର ଫାଇନ୍‌ ଗଣିବେ ଦୋକାନୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଥିବା ସମସ୍ତ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ଗ୍ରାହକଙ୍କ ଠିକଣା ନ ରଖିଲେ ହଜାରଟଙ୍କାର ଫାଇନ୍‌ ଗଣିବା ନେଇ ନିର୍ଦ୍ଦେଶ ରହିଛି । ଦୋକାନୀ ଗ୍ରାହକଙ୍କ ଠିକଣା ଲେଖି ରଖିବେ, ନ ହେଲେ ଦୋକାନ ସିଲ୍‌ ହେବ। ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନୀ ମାଲିକ ହଜାରେ ଟଙ୍କା ଫାଇନ୍‌ ଦେବେ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଦୋକାନୀମାନେ ଗ୍ରାହକଙ୍କ ଫୋନ୍‌ ନମ୍ବର ସହ ସବିଶେଷ ତଥ୍ୟ ରଖିବେ ଦୋକାନୀ।

ସମସ୍ତ ଦୋକାନୀ ସାମାଜିକ ଦୂରତ୍ବା ବଜାୟ ରଖିବା ସହ ମାସ୍କ ଏବଂ ଗ୍ଲୋଭସ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର୍‌ ରଖିବା ବାଧ୍ୟତାମୂଳକ ହୋଇଥିବାବେଳେ ଦୋକାନ ପାଖରେ ଗ୍ରାହକଙ୍କ ଛିଡା ହେବା ପାଇଁ ଦୁଇ ମିଟର ଦୂରତାରେ ଗୋଲ୍‌ ବୁଲାଇବା ପାଇଁ କୁହାଯାଇଛି । ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ସାମଗ୍ରୀ ଦିଆଯିବ ନାହିଁ।

ସୂଚନାଯାଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 538ରେ ପହଞ୍ଚିଥିବାବେଳେ ଗଞ୍ଜାମରେ 200 ପାର୍‌ କରିଛି। ସେହିପରି ଗଞ୍ଜାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

101 ଜଣଙ୍କ ତଥ୍ୟ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆଜି ଚିହ୍ନଟ 101 ଜଣଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର। କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 90, କଣ୍ଟେନମେଣ୍ଟ ଜୋନ୍‌ରୁ 8 ଓ ଅନ୍ୟାନ୍ୟ 3 ଜଣ ରହିଛନ୍ତି ବୋଲି ସୂଚନା ରହିଛି। ବାଲେଶ୍ବରର 33 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁରତ୍‌ ଫେରନ୍ତା, ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଦୁଇଜଣ ବେଙ୍ଗାଲୁରୁ ଫେରନ୍ତା, ତିନିଜଣ ଲୋକାଲ୍‌ ଥିବାବେଳେ ଜଣେ କଣ୍ଟେନମେଣ୍ଟ ଜୋନ୍‌ରୁ ବୋଲି ସୂଚନା ରହିଛି। ସୁନ୍ଦରଗଡରୁ ଚିହ୍ନଟ 7 ପଜିଟିଭ୍‌ଙ୍କ ମଧ୍ୟରୁ ସମସତ ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି। ଯାଜପୁରରୁ 7 ପଜିଟିଭ୍‌ ମଧ୍ୟରୁ 5 ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି। ଯାଜପୁରରୁ ଅନ୍ୟ ଜଣେ ପଜିଟିଭ୍‌ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ 52 ଓ କେନ୍ଦୁଝରରୁ 2 ଜଣ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

500 ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ 101 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 101 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଗଞ୍ଜାମରୁ ସର୍ବାଧିକ 52, ବାଲେଶ୍ବରରୁ 33, ଯାଜପୁରରୁ 7, ସୁନ୍ଦରଗଡରୁ 7, କେନ୍ଦୁଝରର 2ଜଣ ଆକ୍ରାନ୍ତ ରହିଚନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 538ରେ ପହଞ୍ଚିଛି । ସେହିପରି କରୋନା ସଂକ୍ରମଣରୁ ଭଲ ହୋଇଛନ୍ତି 116ଜଣ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ 419 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି ।

ସେହିପରି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 210ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90ରେ ପହଞ୍ଚିଛି ।  ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଛି ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଓ କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

46 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 38 ଜଣ ସୁରତ ଫେରନ୍ତା

ଭୁବନେଶ୍ବର : ସୁରତ୍‌ ଫେରନ୍ତାଙ୍କୁ ନେଇ ଚିନ୍ତା ବଢୁଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡିଛି ।କାଲିଠୁ ଏଯାବତ ଚିହ୍ନଟ 46 ଜଣ ଆକ୍ରାନ୍ତଙ୍କ  ତଥ୍ୟ ଦେଲେ ସରକାର। ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ ସେଣ୍ଟରରେ 42 ଜଣ, କଣ୍ଟେନମେଣ୍ଟ ଜୋନ୍‌ର 2 ଜଣ ଓ ଅନ୍ୟ ସ୍ଥାନରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି। 46ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 38 ଜଣ ସୁରତ ଫେରନ୍ତା ରହିଛନ୍ତି ବୋଲି ସୂଚନା ରହିଛି। ସେହିପରି ଗଞ୍ଜାମରୁ ସର୍ବାଧିକ 21 ଆକ୍ରାନ୍ତ ସୁରତ ଫେରନ୍ତା। ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ  ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ଆଜି ଚିହ୍ନଟ ବାଲେଶ୍ବରର 15 ଆକ୍ରାନ୍ତଙ୍କ ମଧ୍ୟରୁ 13 ଜଣ ସୁରତ ଫେରନ୍ତା ରହିଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ଯାଜପୁରର ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ପଶ୍ଚିମବଙ୍ଗ ଫେରନ୍ତା। ରାଉରକେଲାରୁ ଚିହ୍ନଟ ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ବାଲେଶ୍ବରରୁ ସର୍ବାଧିକ 15ଜଣ ଚିହ୍ନଟ ହୋଇଥିବାବେଳେ  ଗଞ୍ଜାମ ଓ ଯାଜପୁରରୁ ତିନିଜଣ ଲେଖାଏଁ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏବେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ହୋଇଛି ।

ଗତକାଲି37 ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 23 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ଏହା 57କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ପୁରୀ ଓ ବୌଦ୍ଧରେ ଯଥାକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା 4 ଓ 5କୁ ବୃଦ୍ଧି ହୋଇଛି ।

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ କୋଡିଏ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଓଡ଼ିଶାରୁ ଚିହ୍ନଟ ହେଲେ ଆଉ 20 ଜଣ ପଜିଟିଭ୍‌  । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 17, ସୁନ୍ଦରଗଡରୁ ଦୁଇ, ବୌଦ୍ଧରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 400 ଟପିଛି ।  ଆଜି ଗୋଟିଏ ଦିନରେ 37 ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖା 414ରେ ପହଞ୍ଚିଛି ।

ସେହିପରି ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି ହୋଇଥିବାବେଳେ  ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆଜି 17 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ୍‌ 85 ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଆଜି 7ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 6 ରହିଛି । ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 326 ରହିଥିବାବେଳେ ମୃତ୍ୟ ସଂଖ୍ୟା 3 ରହିଛି ।