Categories
ଆଜିର ଖବର ଜାତୀୟ ଖବର

ଜାଣନ୍ତୁ କେତେ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର, ରହିବ କେତୋଟି ଗଂବୁଜ

ଅଯୋଧ୍ୟା (ଉତ୍ତର ପ୍ରଦେଶ), ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ଉଚ୍ଚତା 161 ଫୁଟ ରହିବ। ଏହାର ପାଞ୍ଚଟି ଗଂବୁଜ ରହିବ। ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ବସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ ଟ୍ରଷ୍ଟ ବୈଠକରେ ଏହା ନିଷ୍ପତ୍ତି ହୋଇଛି।

ଗତକାଲି ମହନ୍ତ ନୃତ୍ୟ ଗୋପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଟ୍ରଷ୍ଟର ସଦସ୍ୟ କାମେଶ୍ବର ଚୌପାଲ କହିଛନ୍ତି ମନ୍ଦିର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ଅଗଷ୍ଟ 3 କିମ୍ବା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିପାରନ୍ତି।

ମନ୍ଦିର ନିର୍ମଣ କିପରି ହେବ ଏହାର କଣ ଡିଜାଇନ ରହିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ ଦେଇଥିବା ନକସା ଆକାରରେ ମନ୍ଦିର ନିର୍ମାଣ ହେବ। କିନ୍ତୁ ଏହାର ଲମ୍ବା, ଚୌଡ଼ା, ଉଚ୍ଚତାରେ ବୃଦ୍ଧି କରାଯିବ। ମନ୍ଦିର ନିର୍ମାଣ ସାରିବା ପାଇଁ ପାଖାପାଖି ସାଢେ 3 ବର୍ଷ ଲାଗିଯିବ।

Categories
ଆଜିର ଖବର ଜାତୀୟ ଖବର

ଆତ୍ମନିର୍ଭରତାର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଦକ୍ଷତା

ନୂଆଦିଲ୍ଲୀ, ବିଶ୍ବବାସୀଙ୍କ ପାଇଁ କରୋନା ମହାମାରୀ ଆଣିଥିବା ନୂଆ ନୂଆ ଆହ୍ବାନର ମୁକାବିଲା ପାଇଁ ଦକ୍ଷତା ବଢାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।‘ୱାଲର୍ଡ ୟୋଥ୍ ସ୍କିଲ୍‌ସ୍‌ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍‌କ୍ଲେଭ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଲେ, ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ। ସହସ୍ରାବ୍ଦୀ ଯୁବାର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା। କୋଭିଡ୍-୧୯ କାର୍ଯ୍ୟର ସ୍ବରୂପ ବଦଳାଇ ଦେଇଛି। ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି। ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡ଼ିବ।

ଏହାକୁ ବୁଝାଇ ଦେଇ ସେ କହିଲେ, ତୁମ୍ଭମାନଙ୍କୁ ଦକ୍ଷତା ଶିକ୍ଷା କରିବାକୁ ପଡ଼େ। ଦୃଷ୍ଟାନ୍ତସ୍ବରୂପ ଖଣ୍ଡେ କାଠରୁ ଚେଆର୍‌ଟିଏ ଗଢ଼ିବା। ଅର୍ଥାତ୍ ଅଧିକ କିଛି ଆବଶ୍ୟକତା ଯୋଗ କରି ତୁମେ ସେ କାଠ ଖଣ୍ଡକର ମୂଲ୍ୟ ବଢ଼ାଇ ଦେଲ। ସମୟ ଉପଯୋଗୀ ରହିବା ପାଇଁ ତୁମକୁ ଯେଉଁ ଥିରେ ହେଉ ନା କାହିଁକି, କିଛି ନା କିଛି ଯୋଗ କରିବାକୁ ପଡ଼ିବ।

କିନ୍ତୁ, ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମର ଦକ୍ଷତାକୁ ଆହୁରି ପ୍ରଶସ୍ତ କରିବାକୁ ପଡ଼ିବ। ଏହା ହେଉଛି ଅତିରିକ୍ତ ଦକ୍ଷତା। ସେ ପୁଣି କହିଲେ କି, କେବଳ ଯୁବବର୍ଗ ନୁହନ୍ତି, ଯେକୌଣସି ବ୍ୟକ୍ତିବିଶେଷ ଏ ପଥରେ ଆଗେଇ ପାରିବେ। ନୂଆ ଜିନିଷ ଶିଖ ଓ ଦକ୍ଷତା ବଢ଼ାଇ ଚାଲ। ଏହା ଆମକୁ ଆତ୍ମନିର୍ଭର କରିବ।

Categories
ଆଜିର ଖବର ଜାତୀୟ ଖବର

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଦେଲେ ଅନେକ ପରାମର୍ଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଚ୍ଚସ୍ତରୀୟ ବୈଠକରେ ଦେଶର କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବ୍ୟକ୍ତିଗତ ଭାବେ ସଫାସୁତୁରା ରହିବା ସହ କରୋନା ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବା ଅତି ଜରୁରୀ ବୋଲି ସେ କହିଛନ୍ତି।

କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅଫିସରମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଦିନ 2.50ରେ ଭୁବନେଶ୍ବରରେ ପହଞ୍ଚିବେ

ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଆମ୍ଫାନ୍‌ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ମୋଦି । ପ୍ରଥମେ କୋଲକାତାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହା ପରେ ଓଡ଼ିଶା ଆସିବେ ମୋଦି । କୋଲକାତା ଏୟାରପୋର୍ଟରୁ ଅପରାହ୍ନ 1ଟା 45ରେ ବାହାରିବେ।  ଦିନ 2ଟା 50ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2ଟା 55ରୁ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକରେ ଯୋଗ ଦେବେ । ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

Categories
ଫଟୋ ଖବର

ଝାଡଖଣ୍ଡର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Prime Minister Narendra Modi addressing an election campaign rally for the BJP candidates from entire Kolhan seats for the forthcoming 2nd phase of Assembly Election-2019 in Jamshedpur, Jharkhand on Tuesday. UNI PHOTO-57U