Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟାହାର ହେଲା ବିଜେଡି ନେତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ସଭାପତି ଜଣେ ନେତାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରି ନେଇଛନ୍ତି। ସେ ହେଉଛନ୍ତି କୋରାପୁଟ ଲମତାପୁଟର ନେତା ରଘୁରାମ ମଚ୍ଚା।

ଆଜି ବିଜେଡି ତରଫରୁ ଏକ ବିଜ୍ଞପ୍ତି ଜାରୀ କରି ଏହି ନିଳମ୍ବନ ଆଦେଶ ପ୍ରତ୍ୟାହାର ହେଲା ବୋଲି ଘୋଷଣା କରାଯାଇଛି। ରଘୁନାଥ 2014 ନିର୍ବାଚନରେ ସେ କୋରାପୁଟରୁ ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପିଡିଏସ ସାମଗ୍ରୀର ଚୋରା ଚାଲାଣ ଘଟଣା: ସରପଞ୍ଚଙ୍କ ବିରୋଧରେ ବ୍ଲକ ଘେରାଉ କଲା ବିଜେଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ପିଡିଏସ ସାମଗ୍ରୀର ଚୋରୀ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବିଜେଡ଼ିର ଶତାଧିକ କର୍ମୀ ପ୍ରତିବାଦ କରିବା ସହ ଆଜି ବ୍ଲକ ଘେରାଉ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭେଟେଶ୍ୱର ଅଞ୍ଚଳରୁ କିଛି ଦିନ ତଳେ ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ସନ୍ଦେହରେ ଏକ ଟାଟାଏସି ଗାଡିକୁ ପୋଲିସ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ବାଣପୁର ଥାନାରେ ଏତଲା ଦିଆଯାଇଥିଲା। ତଥାପି ଉକ୍ତ ଘଟଣାରେ ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ଆଜି ବିଜେଡିର ଶତାଧିକ କର୍ମୀମାନେ ବାଣପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବିଜେଡି କର୍ମୀମାନେ ବାଣପୁର କୋର୍ଟ ନିକଟରୁ ବିଭିନ୍ନ ପ୍ଲାକାର୍ଡ ଧରି, ସରପଞ୍ଚଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରା କରିଥିଲେ। ଉକ୍ତ ରାଲିଟି ବାଣପୁର ବ୍ଲକ ସମ୍ମୁଖରେ ସମାପ୍ତ ହେବାପରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସରପଞ୍ଚଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଉକ୍ତ ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ବସିରହିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମାଲୋଚନାକୁ କଡା ଜବାବ ଦେଲା ବିଜେଡି, କହିଲା ଏମିତି କଥା

ଭୁବନେଶ୍ୱର : ଗତକାଲି ସଂଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜୟଦେବ ବିହାରରେ ମହିଳାମାନେ ଘେରାଉ କରିଥିଲେ। ତାଙ୍କ ଆଞ୍ଚଳର ବସ୍ତିର କିଛି ଉନ୍ନତି ହୋଇ ନାହିଁ ବୋଲି ଦାବୀ କରିଥିଲେ। ଦୀର୍ଘ ସମୟଧରି ସାଂସଦଙ୍କୁ ଘେରାଉ କରିବା ସହିତ ଠେଲାପେଲା କରିଥିଲେ ବୋଲି ସାଂସଦ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ସାଂସଦ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନିଜେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି, ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବୀ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ଦଳ ପାଲଟା ସାଂସଦଙ୍କୁ ଦୋଷାରୋପ କରିଛି। ବିଜେଡି କହିଛି ଯେ, ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ୱାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ବୋଲି ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ବାହିନୀ ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି । ଏଥିରୁ ଗୋଟିଏ ଘଟଣା ଗତକାଲି ଘଟିଛି ଏବଂ ଏ ନେଇ ଥାନାରେ ମାମଲା ବି ହୋଇଛି । ଏମାନେ ଏମିତି ଉତ୍ପାତ କଲେଣି ଯେ ତାଙ୍କ ଦଳର ନେତାଙ୍କୁ ବି ଆଉ ଛାଡିବେନି।

ତେଣୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମୁଖିଆ ହିସାବରେ ସାଂସଦଙ୍କ ଏଭଳି ଆସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ବିଜେପି ନାହିଁ: ବିଜେଡି

ଭୁବନେଶ୍ୱର: ଯାହା ହୃଦ୍‍ବୋଧ ଓଡିଶା ବିଜେପି ଏବଂ ଏହାର ରାଜ୍ୟ ସଭାପତି ସମୀର ମହାନ୍ତି ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ନାହାନ୍ତି। କାରଣ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ମାସ ପାଇଁ ବଢାଇବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିଠି ଲେଖିଛନ୍ତି, ତାହା ଉପରେ ସେ ଆପତ୍ତି ଉଠାଇ ନଥାନ୍ତେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ କୋଭିଡ ମହାମାରୀ ଯୋଗୁଁ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଆଠ ମାସର ମାଗଣା ଚାଉଳ ଯୋଗାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ବିଜେପି ଦ୍ୱାରା ସମର୍ଥନ କରାଯିବା ଉଚିତ୍‍।

ଏଥିରୁ ଜଣାପଡୁଛି ଯେ ଓଡିଶା ବିଜେପି ଆଉ ଓଡିଶାର ଗରିବ ଏବଂ ମଧ୍ୟବିତ୍ତତ୍ତଶ୍ରେଣୀ ପାଇଁ ଲଢୁ ନାହିଁ। ଶ୍ରୀ ସମୀର ମହାନ୍ତିଙ୍କ ଦଳ ଗତ ସାତ ବର୍ଷ ମଧ୍ୟରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛି ଯାହା ଗରିବ ଏବଂ ମଧ୍ୟବିତ୍ତତ୍ତଶ୍ରେଣୀର ଲୋକଙ୍କୁ ଗୁରୁତର ଭାବେ ବାଧୁଛି। ଏହି ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ସେମାନେ ପିଏମଜିକେଏୱାଇ ଅଧୀନରେ ଆଠ ମାସ ପାଇଁ ମାଗଣା ଚାଉଳ ଯୋଗାଣ ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସହ ଏକମତ ହେବା ଉଚିତ।

କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡିଶାର ଚାଷୀଙ୍କ ଠାରୁ ଚାଉଳ କିଣା ଯାଉନଥିବା ବେଳେ ଓଡିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ। ଇନ୍ଧନ ଏବଂ ଗ୍ୟାସ ଦର ବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି, ଏହା କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି। ଓଡିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ ବିରୋଧୀ ତଥା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଓଡିଶା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ଚିଲିକାରେ ବିଜେଡିର ଗଣଧାରଣା

ସୀତାରାମ ଅଗ୍ରୱାଲ

ଚିଲିକା: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଛି ବିଜେଡି। ପୂର୍ବ ଘୋଷଣା ମୁତାବକ ଆଜିଠାରୁ ଆସନ୍ତା ତିନି ଦିନ ଧରି ରାଜ୍ୟର ସମସ୍ତ ଆରଡ଼ିସି ଜୋନ ଏବଂ ଏହା ଅନ୍ତର୍ଗତ ବ୍ଲକଗୁଡ଼ିକ ସମ୍ମୁଖରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ଶହ ଶହ କର୍ମକର୍ତ୍ତା ମାନେ ସାମିଲ ହେବା ସହ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ଦର ହ୍ରାସ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀ ମାନେ ଚେତାବନୀ ଦେଇଥିଲେ।

ଅନୁରୂପଭାବେ ଚିଲିକା ବ୍ଲକ ସମ୍ମୁଖରେ ବିଜେଡ଼ିର ଶତାଧିକ କର୍ମୀ ଧାରଣାରେ ବସିଛନ୍ତି। ସାଢେ ତିନି ବର୍ଷରେ ଯେଉଁଭଳି ଭାବେ ଗ୍ୟାସ ଦର ବୃଦ୍ଧି ପାଇଛି, ତାହାକୁ ନେଇ ବିଜେଡ଼ି ପକ୍ଷରୁ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଉଛି। ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରକୁ ବିଜେଡ଼ି ଟାର୍ଗେଟ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ହରତାଳ ସଂପୂର୍ଣ୍ଣ ବିଫଳ, ଏହା ଉଭୟ ବିରୋଧୀ ଦଳ ପାଇଁ ସତର୍କ ଘଣ୍ଟି; ବିଜେଡି

ଭୁବନେଶ୍ୱର : ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

କଂଗ୍ରେସର ହରତାଳକୁ ଜବାବ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ପୀଡିତାଙ୍କ ପିତା ହାତ ଯୋଡି ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଏବଂ ସେମାନଙ୍କ ଘରକୁ ନଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ଏହାକୁ ସମ୍ମାନ ଦେଇନାହାନ୍ତି । ଯଦି ଏହି ରାଜନୈତିକ ଦଳ ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଇ ଏହାକୁ ଦାଖଲ କରନ୍ତୁ ଏବଂ ଆଇନ୍‍ ତାହା ଉପରେ ନିଷ୍ପତ୍ତି ନେବ।

କଂଗ୍ରେସ ଦଳର କାଁ ଭାଁ କର୍ମୀ ଆଜିର ହରତାଳ ପାଇଁ ବାହାରକୁ ଆସିଥିଲେ । ଏଥିରୁ ଜଣାପଡୁଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କିମ୍ବା ହରତାଳରେ ଖୁସି ନାହାନ୍ତି । କଂଗ୍ରେସ ଏଥିରୁ କୌଣସି ଶିକ୍ଷା ଗ୍ରହଣ କରି ନାହିଁ ଏବଂ ମହିଳାଙ୍କ ସହ ଜଡିତ ଜଘନ୍ୟ ଅପରାଧ ଉପରେ ରାଜନୀତି ଜାରି ରଖିଛି । ଏଥିପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ନାପସନ୍ଦ କରିବା ସହିତ ଲଗାତାର ଭାବେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଛନ୍ତି।

ଓଡିଶାବାସୀ ବିଜେପି ପ୍ରାୟୋଜିତ ଓଡିଶା କଂଗ୍ରେସର ହରତାଳକୁ ସମର୍ଥନ କରିନାହାଁନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହା ଦେଖା ଯାଇଛି ଯେ ଓଡିଶା କଂଗ୍ରେସର ସ୍ଥିତି ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କାରଣ ଏହା ଲୋକମାନଙ୍କ ସମସ୍ୟାକୁ ନେଇ ନୁହେଁ ବରଂ ବିଜେପିର ବି-ଟିମ୍ ଭାବରେ କାର୍ଯ୍ୟ କରୁଛି । ୧୩୬ ବର୍ଷର ପୁରୁଣା କଂଗ୍ରେସ ଦଳ ଏତେ ତଳକୁ ଖସିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଏହା ଉଭୟ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ପାଇଁ ଏକ ସତର୍କ ଘଣ୍ଟି ହୋଇଛି ଯେ ଯଦି ଆପଣ ମହିଳାଙ୍କ ସହ ଜଡିତ ସମ୍ବେଦନଶୀଳ ଅପରାଧ ଘଟଣାକୁ ନେଇ ରାଜନୀତି ଜାରି ରଖନ୍ତି, ତେବେ ଓଡିଶାର ଲୋକମାନେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବେ । ଯେତେବେଳେ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀର ସମଗ୍ର କଂଗ୍ରେସ ନେତୃତ୍ୱ ଇନ୍ଧନ ମୂଲ୍ୟ ବୃଦ୍ଧି, ଏଲ୍‌ପିଜି ରନ୍ଧନ ଗ୍ୟାସ, କୃଷକ ପ୍ରସଙ୍ଗ ଆଦି ଉପରେ ଚିତ୍କାର କରୁଛନ୍ତି, ସେତେବେଳେ ଓଡିଶା ବିଜେପି ପ୍ରାୟୋଜକ ଥିବାରୁ ଓଡିଶା କଂଗ୍ରେସ କିନ୍ତୁ ଏହି ସବୁ ପ୍ରସଙ୍ଗରେ ନିରବ ଥିବା ଜଣାପଡୁଛି ।

ଆଜି ହରତାଳର ବିଫଳତା ପ୍ରମାଣ କରିଛି ଯେ ଓଡିଶା କଂଗ୍ରେସ ଓଡିଶା ଲୋକଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡିଛି । ଓଡିଶା କଂଗ୍ରେସ ମଧ୍ୟରେ ଅନେକ ଗୋଷ୍ଠୀ ଅଛନ୍ତି ଏବଂ ପ୍ରତ୍ୟେକ ଗୋଷ୍ଠୀ ଓଡିଶା ବିଜେପି ଦ୍ୱାରା ଅଲଗା ଅଲଗା ଭାବେ ପ୍ରାୟୋଜିତ ହୋଇଥିବା ଜଣାପଡିଛି । ଏହା ନ୍ୟାୟ ପାଇଁ ସଂଗ୍ରାମ ନୁହେଁ; ପିସିସି ସଭାପତି ପଦବୀ ପାଇଁ ଏହା ଓଡିଶା କଂଗ୍ରେସ ମଧ୍ୟରେ ହେଉଥିବା ଲଢେଇ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଶ୍ରୀମତୀ ଏଲିନା ଦାସ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଜେଡିର ହେବ ଶକ୍ତି ବୃଦ୍ଧି, ଜାଣନ୍ତୁ ଏହାର କାରଣ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବ। ଏହାର କାରଣ ହେଲା ଆଜି ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ବିଜେଡିରେ ସାମିଲ ହେବେ। ସେ ହେଉଛନ୍ତି ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝି। ସେ ଆଜି ତାଙ୍କର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବେ।

ପ୍ରଦୀପ ଜଣେ ଯୁବ ନେତା ଭାବରେ ବେଶ ପରିଚିତ। ସେ ନବରଂଗପୁର ଜିଲ୍ଲାରେ ବେଶ ଜଣାଶୁଣା। ସେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ହେଲେ କଂଗ୍ରେସର କାର୍ଯ୍ୟଧାର ନେଇ ସେ ଅସନ୍ତୁଷ୍ଠ ଥିଲେ। ବହୁଦିନ ଧରି ସେ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ଚାଲିଥିଲା। ଏପରିକି ବିଜେଡିରେ ଯୋଗ ଦେଇ ସେ ରାଜ୍ୟ ସଭାକୁ ଯିବେ ବୋଲି ଆଲୋଚନା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଦର ଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

ଭୁବନେଶ୍ବର: ରାଜ୍ୟରେ ଦର ଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇଛି। ଆଜି ବିଜୁ ଜନତା ଦଳ ଦର ଦାମ ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରୁଛି। ପେଟ୍ରୋଲ-ଡିଜେଲ ଏବଂ ଇନ୍ଧନ ଗ୍ୟାସ ଦରର ବୃଦ୍ଧିକୁ ନେଇ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇଛି।

ନଭେମ୍ବର ପହିଲାରୁ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ଆନ୍ଦୋଳନ କରାଯିବ ବୋଲି ବିଜେଡ଼ି ଘୋଷଣା କରିଛି। ଆସନ୍ତାକାଲି ମହିଳା ବିଜେଡ଼ି ମଧ୍ୟ ରାସ୍ତାକୁ ଓହ୍ଳାଇବ। ସେମାନେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ କରିବେ। ସେହିଭଳି ଆସନ୍ତା ୫ ତାରିଖରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର ବିଜେଡ଼ି ମଧ୍ୟ ବିରୋଧ ପ୍ରଦର୍ଶନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ସିପିଏମ୍ ସଂଗଠନ ଛାଡି ବିଜେଡ଼ିରେ ଯୋଗ ଦେଲେ ୪୨ଟି ଟ୍ରେଡ୍ ୟୁନିୟନର ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଓ କର୍ମର୍ଚାରୀ

ଭୁବନେଶ୍ୱର: ଭୁବନେଶ୍ୱର ୪୨ଟି ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଟ୍ରେଡ୍ ୟୁନିୟନର ପ୍ରୟ ଏକ ହଜାର ଶ୍ରମିକ ଓ କର୍ମଚାରୀ ମାନେ ବିଶିଷ୍ଟ ଶ୍ରମିକନୋତା ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲହୋଇଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶ୍ରମିକ କଲ୍ୟାଣ ନିତି ଓ ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ନେଉଥିବା ପଦକ୍ଷେପକୁ ସ୍ୱାଗତକରି ସେମାନଙ୍କର ସାମୁହିକ ବିକାଶ ପାଇଁ କାର୍ଯ୍ୟକରିବାକୁ ଇଚ୍ଛା ପ୍ରକାଶକରି ୪୨ ଟି ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ସଂଗଠନ ଅଧିନରେ କାର୍ଯ୍ୟକରିଥିବା ଶତାଧିକ ସଂଗଠନ ଓ ଏଥିରେ ସଂପୃକ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ ଆଜିଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହେଯାଗରେ ବିଜୁ ଶ୍ରମିକ ସାମୁଖ୍ୟକୁ ଶକ୍ତିଶାଳି କରିବା ପାଇଁ କାର୍ଯ୍ୟକରିବେ ବୋଲି ଏହି ସଂଗଠନର କର୍ମକର୍ତାମାନେ ଘୋଷଣା କରିଥିଲେ।

ଏହି ଶ୍ରମିକ କର୍ମଚାରୀ ମାନେ ଦିର୍ଘଦିନଧରି ସିପିଏମ୍ ଓ ବାମପନ୍ଥୀ ସଂଗଠନ ସହିତ ସାମିଲହୋଇ କାର୍ଯ୍ୟକରି ଆସୁଥିଲେ। ଏହି ସଂଗଠନ ମାନଙ୍କ ମଧ୍ୟରେ ବିଡିଏ ୱର୍କର୍ସ ୟୁନିୟନ୍‌, ଘରୋଇ ମେଡିକାଲ୍ ରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ୟୁନିୟନ୍‌, ଉତ୍କଳ ୟୁନିଭରସିଟି ୱାର୍କର୍ସ ୟୁନିୟନ, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏସନ୍‌, ରାଜଧାନୀ ଟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିୟନ୍‌, ସିକ୍ୟୁରିଟି ସର୍ଭିସ ଏମ୍ଲୋଇଜ୍ ୟୁନିୟନ୍‌, ଓଡିଶା ସେତୁ ନିଗମ କର୍ମଚାରୀ ସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ଷ୍ଟଟ୍ କୋପରେଟିଭ୍ ବ୍ୟାଙ୍କ ୱାର୍କର୍ସ ୟୁନିୟନ୍ ପ୍ରଭୁତି ୪୨ ପ୍ରମୁଖ କେନ୍ଦ୍ର ଓ ରାଜ୍ୟସରକାର କର୍ମଚାରୀ ଙ୍କ ସମେତ ବହୁ ଘରୋଇ କର୍ମଚାରୀ ଓ ଶ୍ରମିକ ସଂଗଠନ ଗୁଡିକ ଏଥିରେ ସଂପୃକ୍ତ ଅଛନ୍ତି।

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ମହାସଚିବ ସାଂସଦ ଶ୍ରୀ ସୁବାସ ସିଂହ ଦୀର୍ଘ ୨ବର୍ଷଧରି ଏହି ସଂଗଠନ ଗୁଡିକୁ ସାହାର୍ଯ୍ୟ ଓ ସହଯୋଗ କରି କାର୍ଯ୍ୟକରି ଆସୁଛନ୍ତି। ଏହି ମିଶ୍ରଣ ପର୍ବରେ ଶ୍ରୀ ସଂହ ଙ୍କ ସମେତ ଭୁବନେଶ୍ୱର ମଧ୍ୟମ ବିଧାୟକ ତଥା ଭୁବନେଶ୍ୱର ଅଟୋ ଚାଳକ ମହାସଂଘର ସଭାପତି ଅନନ୍ତ ନାରାୟଣ ଜେନା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭାର ସର୍ବ ଭାରତୀୟ ଉପସଭାପତି ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବକ୍ତବ୍ୟଦେଇ କହିଲେ ମୁଁ ଆପଣ ମାନଙ୍କ ସହିତ ବିଶେଷକରି ଶ୍ରୀ ନବ ମହାନ୍ତିଙ୍କ ସହିତ ଦୀର୍ଘଦିନ ଧରି ସମ୍ପର୍କରେ ଆସିଛି। ଆପଣଙ୍କ କାର୍ଯ୍ୟଧାରାକୁ ମୁଁ ଉଚ୍ଚପ୍ରସଂଶା କରୁଛି। ଆପଣମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟଧାରା ଓ ଓଡିଶା ବିକାଶର ଧାରାକୁ ଆଗେଇ ନେବା ପାଇଁ ଯେଉଁ ଆସ୍ଥାପ୍ରକଟ କରିଛନ୍ତି ସେଇଥିପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଦେଉଛି।

ଏହି ମିଶ୍ରଣ ପର୍ବରେ ସଂଗଠନ ମାନଙ୍କ ନେତୃତ୍ୱ ମଧ୍ୟରେ ରାଧାକାନ୍ତ ମାଝି, ବିକ୍ରମ ନାୟକ, ଦିବ୍ୟରଂଜନ ସେଠୀ, ରାଜେସ ବେହୁରା, ଗୈାରାଙ୍ଗ ପରିଡା, ରାଜେସ୍ ପଣ୍ଡା, କଳ୍ପନା ମହାନ୍ତି, ତୁଳସି ମହାପାତ୍ର, ରସ୍ମିତା ଜେନା, ଅରୁପାନନ୍ଦ ବରାଳ, ଶିବ ପ୍ରସାଦ ମୁଦୁଲି, କୈଳାସ ମହାପାତ୍ର, ସୁରେଶ ଦାସ, ବିଜୟ ପଟ୍ଟନାୟକ,ଯୋଗେନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ସାହାଣୀ, ସର୍ବେଶ୍ୱର ମହାନ୍ତି, ଗୋବର୍ଧନ ପୃଷ୍ଟି, ବଟକୃଷ୍ଣ ବେହୁରା, ଦେବେନ୍ଦ୍ର ମଲିକ, ଦିଲିପ ପ୍ରଧାନ, କାମଦେବ ମୁଖି, ବିରଂଚି ନାରାୟଣ ଦତ,ବାନାମ୍ବର ଲେଙ୍କା, କାର୍ତିକ ଖୁଂଟିଆ, ବୃନ୍ଦାବନ ସେଠୀ, ଏମ୍‌.ଏମ୍‌. ପଟ୍ଟନାୟକ, ସଂଜିବ ଚୈାଧୁରୀ ପ୍ରଭୁତି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ସମ୍ଭାଳି ହେଲା ନାହିଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି। ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।

ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ କିମ୍ବା ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ବିଜେଡ଼ିର ଦରଦାମ ବୃଦ୍ଧି ଆନ୍ଦୋଳନ: ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ବିଜେଡ଼ି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରିବ। ନଭେମ୍ବର ୧ ତାରିଖ ଠାରୁ ମହିଳା ବିଜେଡ଼ି ମଧ୍ୟ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବ। ସେହିଭଳି ଛାତ୍ର ବିଜେଡ଼ି ମଧ୍ୟ ନଭେମ୍ବର ୫ ତାରିଖରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ।

ତେବେ ଏହାକୁ ନେଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। କ୍ରିୟା ହେଲେ ପ୍ରତିକ୍ରିୟା ହେବ ବୋଲି ସାଂସଦ ଅପରାଜିତା କହିଛନ୍ତି। ନାରୀ ନିର୍ଯ୍ୟାତନାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଜେଡ଼ି ଏଭଳି କାର୍ଯ୍ୟ କରୁଛି ବୋଲି ସାଂସଦ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ତେଣୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବା ଉଚିତ ବୋଲି ସାଂସଦ ପ୍ରକାଶ କରିଛନ୍ତି।

ସେହିଭଳି ବିଜେପି ନେତା ଗୋଲଖ ମହାପାତ୍ର ମଧ୍ୟ ବିଜେଡ଼ିକୁ ସମାଲୋଚନା କରିଛନ୍ତି। ଗୋଲଖ କହିଛନ୍ତି ଯେ, ଯଦି ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବାକୁ ବିଜେଡ଼ି ଚାହୁଁଛି, ତେବେ ରାଜ୍ୟସରକାର ଟିକସ ଛାଡ କାହିଁକି କରୁନାହାନ୍ତି। ପେଟ୍ରୋଲ-ଡିଜେଲ ବାବଦକୁ ରାଜ୍ୟ ସରକାର ୩୯ ଟଙ୍କା ଭ୍ୟାଟ ନେଉଥିବା ବେଳେ ଏହାକୁ ଛାଡ କଲେ ମୂଲ୍ୟ ୭୦ ଟଙ୍କାକୁ ହ୍ରାସ ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କେବଳ ମମିତା ହତ୍ୟାକାଣ୍ଡ ଘଟଣାରୁ ଲୋକଙ୍କ ନଜର ହଟାଇବାକୁ ବିଜେଡ଼ି ଏକ ନାଟକ କରୁଛି ବୋଲି ବିଜେପି ନେତା ଗୋଲଖ ମହାପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଠାରୁ ରାସ୍ତାକୁ ଓହ୍ଳାଇବ ବିଜେଡ଼ି

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାଜ୍ୟରେ ବିଜୁ ଜନତା ଦଳ ଆନ୍ଦୋଳନ କରିବ। ଆସନ୍ତାକାଲି ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜୁଜନତା ଦଳ ଧାରଣା ଦେବ। ତାପରେ ନଭେମ୍ବର ୧ ତାରିଖରୁ ସମସ୍ତ ୧୪୭ ବିଧାନସଭା ଅଞ୍ଚଳରେ ବିଜେଡ଼ି ଆନ୍ଦୋଳନ କରିବ। ଏହା ସହିତ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡ଼ି ନଭେମ୍ବର ୧ ତାରିଖରେ ରାସ୍ତାକୁ ଓହ୍ଳାଇବ।

ସେହିପରି ଛାତ୍ର ବିଜେଡ଼ି ମଧ୍ୟ ଆସନ୍ତା ୫ ତାରିଖରେ ପ୍ରତିବାଦ କରିବ। ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର ବିଜେଡ଼ି ବିକ୍ଷୋଭ କରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ବରିର ଯୁବ ନେତା ବିଶ୍ବରଂଜନ ମଲ୍ଲିକ

ଭୁବନେଶ୍ୱର: ଆଜି ବିଧିବଧ ଭାବେ ବିଜେଡିରେ ସାମିଲ ହେଲେ ବରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ବିଧିବଧ ଭାବେ ଦଳରେ ସାମିଲ କରାଇଛନ୍ତି।

ବିଶ୍ୱରଞ୍ଜନଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ ଓ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ବିଶ୍ବ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେଡିରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଥିଲା। ମିଶ୍ରଣ ପରେ ସେ କହିଛନ୍ତି ଯେ, ବରୀର ବିକାଶ ଓ ନବୀନଙ୍କ ବିକାଶଧାରାକୁ ଆଗେଇ ନେବାକୁ ବିଜେଡିରେ ସାମିଲ ହୋଇଛି।

ଏହି ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସହିତ ବରୀ ବିଧାୟିକା ସୁନନ୍ଦା ଦାଶ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତାୟ ଏବଂ ଯାଜପୁରର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି। ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି। ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୁଲିସ୍‍ ଏହାର ତଦନ୍ତ ଜାରି ରଖିଛି। ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି। ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ହୀନ ରାଜନୀତିର ଜବାବ ସେମାନେ ଠିକଣା ସମୟରେ ଦେବେ।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ଘଟଣାରେ ପୀଡିତା ପରିବାରକୁ ଉଚିତ୍‍ ନ୍ୟାୟ ମିଳିବ। ରାଜ୍ୟ ପୁଲିସ୍‍ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ପରିବର୍ତ୍ତେ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ଆଜି ରାଜଧାନୀରେ ଯେଭଳି ଏଫ୍‍ଆଇର ଡ୍ରାମା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେପିର ଏଭଳି ହୀନ ରାଜନୀତି ପ୍ରତି ଓଡିଶାବାସୀ ବେଶ୍‍ ଭଲଭାବେ ଅବଗତ ଅଛନ୍ତି। ଏଥିପାଇଁ ଅତୀତରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିଥିବା ବେଳେ ଅଭ୍ୟାସରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିବେ ବୋଲି ସୁଶ୍ରୀ ସାହୁ ଚେତାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାମପୁର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ନାହିଁ ନଥିବା ଅସୁବିଧା, ବିଜେଡି ପକ୍ଷରୁ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି।  ଟଙ୍କା ଉଠାଣ ଅବା ଟଙ୍କା ଜମା, ନୂଆ ଆକାଉଣ୍ଟ ଖୋଲିବା ହେଉ ଅବା କେୱାଇସି ଅପଡେଟ୍ ଏବଂ ଆଧାର ଲିଙ୍କ, ସମେତ୍ ଅନ୍ୟାନ୍ୟ କାର୍ଯ୍ୟ ନେଇ ଆସୁଥିବା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ଏନେଇ ଆଜି ଥୁଆମୁଳ ରାମପୁର ବ୍ଳକ୍ ବିଜୁ ଜନତା ଦଳ ତରଫରୁ ସକାଳ ପ୍ରାୟ ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଥୁଆମୁଳ ରାମପୁର ବ୍ଳକ ବିଜୁ ଜନତା ଦଳ ସଭାପତି କପିଳାସ ନାଏକଙ୍କ ଆହ୍ବାନ କ୍ରମେ ବିକ୍ଷୋଭ ଓ ଗଣଧାରଣାରେ ବୋହୂ ବିଜେଡି କର୍ମୀ ଓ ଖାତାଧିକରି ଅଂଶଗ୍ରହଣ କରିଥିଲେ।  ସାମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଳକ ଅଧ୍ୟକ୍ଷା ଶାନ୍ତି ମାଝୀ, ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ସମିତି ସଭ୍ୟ ପବିତ୍ର ନାଏକ, ବ୍ଲକ ବିଜୁ ଛାତ୍ର ସଭାପତି ସୁଜନ୍ ନାଏକ, ଉପସଭାପତି ପ୍ରଶାନ୍ତ ନାଏକ, ଚନ୍ଦନ ନାଏକ ସମେତ ବ୍ଳକ ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ବୋହୂ ହିତାଧିକାରୀ ପ୍ରମୁଖ, ଅଞ୍ଚଳର ସ୍ବାର୍ଥ ଦୃଷ୍ଟିରେ ଦଳ ପକ୍ଷରୁ ବ୍ୟାଙ୍କରେ ଚାଲିଥିବା ବିଭିନ୍ନ

ସମସ୍ୟାର ସମାଧାନ ନେଇ ପାଞ୍ଚ ଦଫା ଦାବିପତ୍ର ଥୁଆମୁଳ ରାମପୁର ବ୍ଳକ୍ ଗୋଷ୍ଠୀଉନ୍ନୟନ ଅଧିକାରୀ ଶୁଭଙ୍କର ନାଏକଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୁଣି ବିଜେଡି ଦଳ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ଯେ, ଆସନ୍ତା ୧୮ ଦିନ ମଧ୍ୟରେ ଯଦି ଦାବି ପୂରଣ ନ କରାଯାଏ, ତେବେ ଆଗକୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ତୀବ୍ରତର କରାଯିବ। ତତ୍ ସହିତ ଆଉ ଗୋଟିଏ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଖୋଲିବା ନେଇ ଦଳ ପକ୍ଷରୁ ଏବଂ ଅଞ୍ଚଳର ହିତାଧିକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ବିଜେଡିର ଏହି ବିକ୍ଷୋଭ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉଚ୍ଚ ଅଧିକାରୀଙ୍କ କୁମ୍ଭୀର ନିଦ ଭାଙ୍ଗୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନର ଭୋଟ ଫଳାଫଳ ସଂପର୍କରେ ଜାଣନ୍ତୁ ଏହି ୨୦ଟି ରୋଚକ କଥା

ଭୁବନେଶ୍ବର: ଶେଷରେ ପିପିଲି ଉପନିର୍ବାଚନ ଶେଷ ହୋଇଛି, ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟରେ ପରାସ୍ତ କରିଛନ୍ତି।  ତେବେ ଏହି ନିର୍ବାଚନର ଫଳାଫଳକୁ ନେଇ ଆସନ୍ତୁ ଜାଣିବା ଏହି ୨୦ଟି କଥା।

ପିପିଲିର ମୋଟ ଭୋଟର ସଂଖ୍ୟା- ୨ ଲକ୍ଷ ୨୯ ହଜାର ୫୮୩

ମୋଟ ପୁରୁଷ ଭୋଟର ସଂଖ୍ୟା- ୧ ଲକ୍ଷ ୧୯ ହଜାର ୨୦

ମୋଟ ମହିଳା ଭୋଟର ସଂଖ୍ୟା- ୧ ଲକ୍ଷ ୧୦ ହଜାର ୫୬୨

ପିପିଲି ଉପନିର୍ବାଚନରେ ମୋଟ ଭୋଟ ଗ୍ରହଣ- ୧ ଲକ୍ଷ ୮୦ ହଜାର ୯୩୦

ମୋଟ ପୋଷ୍ଟାଲ ବାଲାଟ- ୮୯୩ ଭୋଟ

ମୋଟ ବୈଧ ଭୋଟ ସଂଖ୍ୟା -୧ ଲକ୍ଷ ୮୦ ହଜାର ୯୯

ମୋଟ ରିଜେକ୍ଟ ହୋଇଥିବା ଭୋଟ- ୧୩୬ ଖଣ୍ଡ

ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା- ୧୦

ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭୋଟ- ୯୬,୯୭୨ ଖଣ୍ଡ

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ- ୭୬,୦୫୬ ଖଣ୍ଡ ଭୋଟ

କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ରଙ୍କ ଭୋଟ- ୪୨୬୧ ଖଣ୍ଡ

ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କ ଭୋଟ ସଂଖ୍ୟା- ୮୯୮ ଖଣ୍ଡ

ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ଜୟ ପ୍ରକାଶ ସେଠୀଙ୍କ ଭୋଟ- ୪୫୫

କଳିଙ୍ଗ ସେନା ପ୍ରାର୍ଥୀ ପିଙ୍କଲିନ ମହାନ୍ତିଙ୍କ ଭୋଟ ସଂଖ୍ୟା- ୧୫୬ ଭୋଟ

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ମହମ୍ମଦ ଇମାନୁଉଦ୍ଦିନ ୨୪୪ ଭୋଟ

ଏହି ନିର୍ବାଚନରେ ଛିଡା ହୋଇଥିବା ମୋଟ ସ୍ବାଧୀନ ପ୍ରାର୍ଥୀ ସଂଖ୍ୟା- ୩ ଜଣ

ସ୍ବାଧୀନ ପ୍ରାର୍ଥୀ ନାଗେନ୍ଦ୍ର ନାଥ ମିଶ୍ରଙ୍କ ଭୋଟ- ୪୧୪,

ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସାହୁଙ୍କ ଭୋଟ-  ୨୬୬

ସ୍ବାଧୀନ ପ୍ରାର୍ଥୀ ସ୍ବପ୍ନେଶ୍ବର ନାୟକଙ୍କ ଭୋଟ- ୩୭୭

ନୋଟାରେ ପଡିଥିବା ମୋଟ ଭୋଟ ସଂଖ୍ୟା-୮୩୧ ଖଣ୍ଡ

Categories
ଆଜିର ଖବର ରାଜ୍ୟ ଖବର

ପିପିଲିରେ ବାଜିମାତ୍ କଲା ବିଜେଡ଼ି: ଆଶ୍ରିତ ପଟ୍ଟନାୟକଙ୍କୁ ହରାଇଲେ ରୁଦ୍ର

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ପୁଣିଥରେ ପିପିଲିରେ ବିଜେଡ଼ି ବାଜିମାତ୍ କରିଛି। ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଆଶ୍ରିତଙ୍କ ଠାରୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ରୁଦ୍ର ବାଜି ମାରିଛନ୍ତି।

ତେବେ ରୁଦ୍ର ମହାରଥୀଙ୍କୁ ମୋଟ ୯୬ ହଜାର ୯୭୨ ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬ ହଜାର ୫୬ ଭୋଟ ମିଳିଛି। ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪ ହଜାର ୨୬୧ ଭୋଟ ମିଳିଛି। ଏନେଇ ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲିରେ ବିଜେଡି ଜିତିବାର ମିଳିଲା ସଙ୍କେତ, ରୁଦ୍ର ମହାରଥୀ ହୋଇପାରନ୍ତି ବିଧାୟକ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ସେଠାରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଜିତିବା ନିଶ୍ଚିତ ହୋଇଛି। କାରଣ ବର୍ତ୍ତମାନ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ 5 ହଜାର 44 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ 13 ହଜାର 611 ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ 8 ହଜାର 567 ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର 1 ହଜାର 180 ଖଣ୍ଡ ଭୋଟ ପାଇଛନ୍ତି।

ପୂର୍ବ ଉପନିର୍ବାଚନ ଟ୍ରେଣ୍ଡକୁ ଆକଳନ କଲେ ଏଥର ପିପିଲିରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବିଜେଡି ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ, ପୂର୍ବପରି ଦଳୀୟ ପଦବୀରେ ରହିବେ

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ଦୁଇ ଜଣେ ନେତାଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିଛି। ଏହି ଦୁଇ ଜଣ ହେଉଛନ୍ତି ରାୟଗଡା ବିଜେଡି ନେତା। ସେମାନେ ହେଲେ ଗୁଡାରୀର କେ ରାମକ୍ରିଷ୍ଣାନ ଏବଂ ରମନଗୁଡ୍ଡାର ମନୋରଂଜନ ସାହୁ। ଏହି ଦୁଇଜଣଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସେମାନେ ପୂର୍ବପରି ଦଳୀୟ ପଦପଦବୀରେ ରହିବେ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦସ୍ତଖତ ଅଭିଯାନକୁ ପ୍ରଶଂସା କଲେ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସାମାଜିକ ଅନୁଷ୍ଠାନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକୁ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଭୂୟସୀ ପ୍ରଶଂସା କରିଛନ୍ତି।

ଆଜି ଭୁବନେଶ୍ୱରସ୍ଥିତ ବାସଭବନ କାର୍ଯ୍ୟାଳୟରେ ପ୍ରଣବ ପ୍ରକାଶ ଦାସଙ୍କୁ ‘ସ୍କାନ’ର ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏବଂ ରାଜ୍ୟ ସଂଯୋଜକ ସରୋଜ ସାହୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ପ୍ରତି ଘରୁ ଦୀର୍ଘ ୫ ମାସ ବ୍ୟାପୀ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ୧୪୭ ବିଧାନସଭା କ୍ଷେତ୍ର ଅନ୍ତଗର୍ତ ୫ ମହାନଗର ନିଗମ, ୩୪ ମ୍ୟୁନିସିପାଲିଟି, ୬୭ ଏନ୍‌ଏସି ଅଞ୍ଚଳ ସହ ୩୧୪ ବ୍ଲକର ୫୩,୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହା ଆସନ୍ତା ବର୍ଷ ଜାନୁୟାରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବାବେଳେ ଜାନୁୟାରୀ ୨୩ ତାରିଖ ଦିନ ମହାମହୀମ ରାଷ୍ଟ୍ରପତିଙ୍କୁ ସମସ୍ତ ଦସ୍ତଖତ ପତ୍ର ଗୁଡ଼ିକ ପ୍ରଦାନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ନିବେଦନ କରାଯିବ। ଏହି ଆଲୋଚନା ସମୟରେ ସମ୍ବଲପୁର ଜିଲ୍ଲା ସଂଯୋଜକ ହୀରାଲାଲ ବେହେରା ସାମିଲ ଥିଲେ।

ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା।